ଉଦୟ ନାରାୟଣ ଦେବ

ଓଡ଼ିଆ ରାଜନୀତିଜ୍ଞ

ଉଦୟ ନାରାୟଣ ଦେବ (୧୦ ଅକ୍ଟୋବର ୧୯୩୫ - ୨ ଫେବୃଆରୀ ୨୦୨୨) ଜଣେ ଓଡ଼ିଆ ରାଜନୀତିଜ୍ଞ ତଥା ପକ୍ଷୀ ବିଶାରଦ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ । ୧୯୭୪, ୧୯୭୭ ଓ ୧୯୮୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ମୋହନା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୬ଷ୍ଠ, ୭ମ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଉଦୟ ନାରାୟଣ ଦେବ
ବିଧାୟକ: ୬ଷ୍ଠ, ୭ମ, ୮ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪ – ୧୯୮୫
ପୂର୍ବ ଅଧିକାରୀଭୀମସେନ ମଣ୍ଡଳ
ପର ଅଧିକାରୀଶରତ କୁମାର ଜେନା
ନିର୍ବାଚନ ମଣ୍ଡଳୀମୋହନା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1935-10-20)୨୦ ଅକ୍ଟୋବର ୧୯୩୫
ମୃତ୍ୟୁ୨ ଫେବୃଆରୀ ୨୦୨୨(2022-02-02) (ବୟସ ୮୬)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଉତ୍କଳ କଂଗ୍ରେସ, ଲୋକ ଦଳ
ଜୀବନ ସାଥୀସାବିତ୍ରୀ ଦେବୀ
ବାପା/ବୋଉନନ୍ଦ କିଶୋର ଦେବ (ବାପା)
ରତ୍ନମଣି ପାଟମହାଦେବୀ (ମାଆ)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ଉଦୟ ନାରାୟଣ ଦେବ ୧୯୩୫ ମସିହାର ଅକ୍ଟୋବର ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ନନ୍ଦ କିଶୋର ଦେବ ଓ ମାତାଙ୍କ ନାମ ରତ୍ନମଣି ପାଟମହାଦେବୀ ।[୧] ତାଙ୍କ ପତ୍ନୀଙ୍କ ନାମ ସାବିତ୍ରୀ ଦେବୀ ।[୨] ସେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିପୋଡ଼ାମାରୀର ରାଜା ଥିଲେ ।

ରାଜନୈତିକ ଜୀବନ ସମ୍ପାଦନା

ଉଦୟ ନାରାୟଣ ଦେବ ଓଡ଼ିଶା ରାଜନୀତିରେ ପ୍ରଥମେ ଉତ୍କଳ କଂଗ୍ରେସ ଓ ପରବର୍ତ୍ତୀ ସମୟରେ ଲୋକ ଦଳ ଓ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ ।[୨]

ବିଧାନ ସଭା ସଭ୍ୟ ବିବରଣୀ ସମ୍ପାଦନା

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୭୪ ୧୯୭୭ ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା ମୋହନା ଉତ୍କଳ କଂଗ୍ରେସ
୧୯୭୭ ୧୯୮୦ ସଭ୍ୟ, ୭ମ ଓଡ଼ିଶା ବିଧାନ ସଭା ମୋହନା ଲୋକ ଦଳ
୧୯୮୦ ୧୯୮୫ ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା ମୋହନା ଜନତା ପାର୍ଟି

ପକ୍ଷୀ ଗବେଷଣା ସମ୍ପାଦନା

ରାଜନୀତିରୁ ସନ୍ୟାସ ନେବାପରେ ସେ ପକ୍ଷୀଙ୍କ ଉପରେ ଗବେଷଣା ଜାରି ରଖିଥିଲେ । ଦେଶୀ ଓ ବିଦେଶୀ ପକ୍ଷୀଙ୍କ ଉପରେ ଅହରହ ଗବେଷଣା କରି ଅନେକ ସନ୍ଦର୍ଭ ପ୍ରସ୍ତୁତ କରିଥିଲେ । ସେ ତାଙ୍କର ଗବେଷଣା ପ୍ରୋଜେକ୍ଟ୍‌ ବିହଙ୍ଗ ପାଇଁ ଚିଲିକାରେ ଏକ ପକ୍ଷୀ ସଂଗ୍ରାହଳୟ ପ୍ରତିଷ୍ଠା କରିଥିଲେ, ଯେଉଁଥି ବର୍ତ୍ତମାନ ଯୁବ ଗବେଷକମାନେ ପକ୍ଷୀଙ୍କ ଉପରେ ଗବେଷଣା କରୁଛନ୍ତି ।

ସେ ଭାରତ ସରକାରଙ୍କ ପ୍ରୋଜେକ୍ଟ ଟାଇଗର୍‌ର ଜଣେ ସଂସ୍ଥାପକ ଥିଲେ ।[୩] ସେ ସମୁଦାୟ ୧୨ଟି ପୁସ୍ତକ ରଚନା କରିଥିଲେ ଏବଂ ତାଙ୍କର ୪୫ ବର୍ଷର ସାଧନାର ସ୍ମୃତି ଅଭିଧାନ ବିହଙ୍ଗ ସଂହିତା ୨୦୨୨ ମସିହାର ଜାନୁଆରୀ ୨୧ ତାରିଖରେ ଓଡ଼ିଶାର ରାଜ୍ୟପାଳ ଗଣେଶୀ ଲାଲଙ୍କଦ୍ୱାରା ଉନ୍ମୋଚନ କରାଯାଇଥିଲା ।[୪]

ପୁରସ୍କାର ସମ୍ପାଦନା

ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ତାଙ୍କର ଜୀବନବ୍ୟାପି ସାଧନା ପାଇଁ ତାଙ୍କୁ ବିଜୁ ପଟ୍ଟନାୟକ ପୁରସ୍କାରରେ ମଧ୍ୟ ସମ୍ମାନୀତ କରାଯାଇଥିଲା ।[୩]

ମୃତ୍ୟୁ ସମ୍ପାଦନା

ଉଦୟ ନାରାୟଣ ଦେବ ୨୦୨୨ ମସିହାର ଫେବୃଆରୀ ୨ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. ୧.୦ ୧.୧ "ପୂର୍ବତନ ବିଧାୟକ ଉଦୟ ନାରାୟଣ ଦେବଙ୍କ ପରଲୋକ". ସମ୍ବାଦ (in ଓଡ଼ିଆ). ପାଟପୁର: sambad.in. 4 February 2022. Archived from the original on 8 July 2022. Retrieved 8 July 2022.{{cite news}}: CS1 maint: unrecognized language (link)
  2. ୨.୦ ୨.୧ "Shri Uday Narayan Dev". odishaassembly.nic.in. Odisha Assembly. Retrieved 8 July 2022.
  3. ୩.୦ ୩.୧ "Noted Odia ornithologist and Sanakhemundi royal scion Uday Narayan Dev passes away at 86". The New Indian Express. Retrieved 2022-07-08.
  4. "Former Mohana MLA Uday Narayan Dev breathes his last". OrissaPOST (in English). Sanakhemundi. 3 February 2022. Archived from the original on 8 July 2022. Retrieved 8 July 2022.{{cite news}}: CS1 maint: unrecognized language (link)