ପ୍ରଦୀପ ପୁରୋହିତ
ପ୍ରଦୀପ ପୁରୋହିତ (ଜନ୍ମ: ୪ ମଇ ୧୯୬୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଲୋକ ସଭାର ସାଂସଦ ଭାବରେ କାର୍ଯ୍ୟ କରୁଛନ୍ତି । ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସେ ଥରେ କାର୍ଯ୍ୟ କରିଛନ୍ତି । ୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପଦ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ପ୍ରଦୀପ ପୁରୋହିତ | |
---|---|
ସାଂସଦ: ୧୮ଶ ଲୋକ ସଭା | |
କାର୍ଯ୍ୟକାଳ ୨୦୨୪ – ଏବେଯାଏଁ | |
ପୂର୍ବ ଅଧିକାରୀ | ସୁରେଶ ପୂଜାରୀ |
ନିର୍ବାଚନ ମଣ୍ଡଳୀ | ବରଗଡ଼ |
ବିଧାୟକ: ୧୫ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୧୪ – ୨୦୧୯ | |
ପୂର୍ବ ଅଧିକାରୀ | ବିଜୟ ରଞ୍ଜନ ସିଂହ ବରିହା |
ପର ଅଧିକାରୀ | ବିଜୟ ରଞ୍ଜନ ସିଂହ ବରିହା |
ନିର୍ବାଚନ ମଣ୍ଡଳୀ | ପଦ୍ମପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୪ ମଇ ୧୯୬୫ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ଜୀବନ ସାଥୀ | ସୁଲୋଚନା ପୁରୋହିତ |
ବାପା/ବୋଉ | ରାଧେଶ୍ୟାମ ପୁରୋହିତ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାପ୍ରଦୀପ ପୁରୋହିତ ୧୯୬୫ ମସିହାର ମଇ ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରାଧେଶ୍ୟାମ ପୁରୋହିତ ଓ ପତ୍ନୀଙ୍କ ନାମ ସୋଲୋଚନା ପୁରୋହିତ ।[୧]
ରାଜନୈତିକ ଜୀବନ
ସମ୍ପାଦନାପ୍ରଦୀପ ପୁରୋହିତ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]
୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ ବରଗଡ଼ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ବିଜେପିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ।[୨] ଏହି ନିର୍ବାଚନରେ, ସେ ସମୁଦାୟ ୭,୧୬,୩୫୯ ଖଣ୍ଡ ଭୋଟ ପାଇଥିଲେ ଏବଂ ବିଜେଡି ପ୍ରାର୍ଥୀ ପରିଣୀତା ମିଶ୍ରଙ୍କୁ ୨,୫୧,୬୬୭ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୩]
ଆଧାର
ସମ୍ପାଦନା- ↑ ୧.୦ ୧.୧ "Shri Pradip Purohit". odishaassembly.nic.in. Odisha Assembly. Retrieved 12 July 2021.
- ↑ "ଓଡ଼ିଶାର ୨୧ ଲୋକସଭା ଆସନ ପାଇଁ ବିଜେପିର ସରିଲା ପ୍ରାର୍ଥୀ ତାଲିକା ଘୋଷଣା । ଜାଣନ୍ତୁ କାହାକୁ କେଉଁ ଆସନ ପାଇଁ ମିଳିଲା ଟିକେଟ୍". Kanak News. 30 March 2024. Archived from the original on 13 June 2024. Retrieved 13 June 2024.
- ↑ "2024 Indian General Election Results: Bargarh (Odisha)". Election Commission of India. Retrieved 6 June 2024.