ପ୍ରଭାସ କୁମାର ସିଂହ

ଓଡ଼ିଆ ରାଜନେତା

ପ୍ରଭାସ କୁମାର ସିଂହ (ଜନ୍ମ: ୨୫ ଜୁନ ୧୯୬୪) ଜଣେ ଭାରତୀୟ ରାଜନେତା । ସେ ୨୦୧୪ ଭାରତୀୟ ସାଧାରଣ ନିର୍ବାଚନରେ ବରଗଡ଼ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ୧୬ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ସେ ୧୧,୧୭୮ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ।[୨]

ପ୍ରଭାସ କୁମାର ସିଂହ
ଶ୍ରୀକାନ୍ତ ପାଠକଙ୍କ ସହିତ ପ୍ରଭାସ କୁମାର ସିଂହ
ସାଂସଦ: ୧୬ଶ ଲୋକ ସଭା
କାର୍ଯ୍ୟକାଳ
୧ ସେପ୍ଟେମ୍ବର ୨୦୧୪ – ୨୦୧୯
ପୂର୍ବ ଅଧିକାରୀସଞ୍ଜୟ ଭୋଇ
ପର ଅଧିକାରୀସୁରେଶ ପୂଜାରୀ
ନିର୍ବାଚନ ମଣ୍ଡଳୀବରଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ (1964-06-25) ୨୫ ଜୁନ ୧୯୬୪ (ବୟସ ୫୯)
ଭାଟିଗାଁ, ବରଗଡ଼, ଓଡ଼ିଶା
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀମଞ୍ଜୁଶ୍ରୀ ସିଂହ
ସନ୍ତାନ
ଘରଭାଟିଗାଁ, ବରଗଡ଼, ଓଡ଼ିଶା
ଶିକ୍ଷାନୁଷ୍ଠାନସମ୍ବଲପୁର ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ
ବୃତ୍ତିରାଜନେତା
୧୬ ଡିସେମ୍ବର, ୨୦୧୬ ସୁଦ୍ଧା
ଆଧାର: [୧]

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ପ୍ରଭାସ ୧୯୬୪ ମସିହାର ଜୁନ ୨୫ ତାରିଖରେ ବରଗଡ଼ ଜିଲ୍ଲାର ଭାଟିଗାଁଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସାଧୁଚରଣ ସିଂହ ଓ ପତ୍ନୀଙ୍କ ନାମ ମଞ୍ଜୁଶ୍ରୀ ସିଂହ ।[୩] ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ସେ କଳାରେ ସ୍ନାତକୋତ୍ତର କରିବା ପରେ ପିଏଚ୍‌ଡି କରିଛନ୍ତି ।[୪]

ରାଜନୈତିକ ଜୀବନ ସମ୍ପାଦନା

ପ୍ରଭାସ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ ସକ୍ରିୟ ଅଛନ୍ତି । ୨୦୧୪ ଭାରତୀୟ ସାଧାରଣ ନିର୍ବାଚନରେ ସେ ବରଗଡ଼ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ପ୍ରାର୍ଥୀ ଭାରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୩,୮୩,୨୩୦ ଖଣ୍ଡ ଭୋଟ ପାଇଥିଲେ ଏବଂ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ସୁବାସ ଚୌହାନଙ୍କୁ ୧୧,୧୭୮ ଖଣ୍ଡ ଭୋଟରେ ପରାସ୍ତ କରି ୧୬ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୪]

ଆଧାର ସମ୍ପାଦନା

  1. "Members : Lok Sabha". Parliament of India – Lok Sabha. Retrieved 2021-12-20.
  2. "List of Successful Candidates". Election Commission of India. 2018-08-10. Retrieved 2021-12-20.
  3. "Prabhas Kumar Singh(BJD):Constituency- BARGARH(ORISSA) - Affidavit Information of Candidate:". myneta.info. Retrieved 2023-09-05.
  4. ୪.୦ ୪.୧ "PRABHAS KUMAR SINGH : Bio, Political life, Family & Top stories". The Times of India. Retrieved 2023-09-05.

ବାହାର ଆଧାର ସମ୍ପାଦନା