ସୁବଳ ସାହୁ

ଓଡ଼ିଆ ରାଜନୀତିଜ୍ଞ

ସୁବଳ ସାହୁ (୧୧ ମାର୍ଚ୍ଚ ୧୯୬୧ - ୨୨ ଅଗଷ୍ଟ ୨୦୧୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ । ୨୦୦୪, ୨୦୦୯ ଓ ୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଜେପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୩ଶ, ୧୪ଶ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ସୁବଳ ସାହୁ
ବିଧାୟକ: ୧୩ଶ, ୧୪ଶ, ୧୫ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୪ – ୨୨ ଅଗଷ୍ଟ ୨୦୧୭
ପୂର୍ବ ଅଧିକାରୀଅଶୋକ କୁମାର ପାଣିଗ୍ରାହୀ
ପର ଅଧିକାରୀରୀତା ସାହୁ
ନିର୍ବାଚନ ମଣ୍ଡଳୀବିଜେପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1961-03-11)୧୧ ମାର୍ଚ୍ଚ ୧୯୬୧
ମୃତ୍ୟୁ୨୨ ଅଗଷ୍ଟ ୨୦୧୭(2017-08-22) (ବୟସ ୫୬)
ମୃତ୍ୟୁର କାରଣକର୍କଟ ରୋଗ
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀରୀତା ସାହୁ
ବାପା/ବୋଉଗଣ୍ଡାରାମ ସାହୁ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ସୁବଳ ସାହୁ ୧୯୬୧ ମସିହାର ମାର୍ଚ୍ଚ ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗଣ୍ଡାରାମ ସାହୁ ଓ ପତ୍ନୀଙ୍କ ନାମ ରୀତା ସାହୁ[୨] ସୁବଳଙ୍କ ମୃତ୍ୟ ପରେ ତାଙ୍କ ପତ୍ନୀ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ଏବଂ ବିଧାୟକ ଭାବରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୩]

ରାଜନୈତିକ ଜୀବନ ସମ୍ପାଦନା

ସୁବଳ ସାହୁ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ ।[୨]

ବିଧାନ ସଭା ସଭ୍ୟ ବିବରଣୀ ସମ୍ପାଦନା

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୨୦୦୪ ୨୦୦୯ ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା ବିଜପୁର ଭାରତୀୟ ଜାତୀୟ କଂଗ୍ରେସ
୨୦୦୯ ୨୦୧୪ ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା ବିଜପୁର ଭାରତୀୟ ଜାତୀୟ କଂଗ୍ରେସ
୨୦୧୪ ୨୨ ଅଗଷ୍ଟ ୨୦୧୭ ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା ବିଜପୁର ଭାରତୀୟ ଜାତୀୟ କଂଗ୍ରେସ

ମୃତ୍ୟୁ ସମ୍ପାଦନା

କର୍କଟ ରୋଗରେ ପୀଡ଼ିତ ହୋଇ ସୁବଳ ସାହୁ ୨୦୧୭ ମସିହାର ଅଗଷ୍ଟ ୨୨ ତାରିଖରେ ୫୬ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୪]

ଆଧାର ସମ୍ପାଦନା

  1. Mohapatra, Debabrata (22 August 2017). "Subal Sahu: Odisha CM Naveen Patnaik pays homage to Congress MLA Subal Sahu | Bhubaneswar News - Times of India". The Times of India (in English). Bhubaneswar. Retrieved 25 July 2021.{{cite news}}: CS1 maint: unrecognized language (link)
  2. ୨.୦ ୨.୧ "Shri Subal Sahu". odishaassembly.nic.in. Odisha Assembly. Retrieved 25 July 2021.
  3. "ବିଜେପୁର ଉପନିର୍ବାଚନ: ବଢ଼ିଚାଲିଛି ନୋଟା ସଂଖ୍ୟା | Sambad". ସମ୍ବାଦ (in ଓଡ଼ିଆ). ବରଗଡ଼: sambad.in. 25 October 2019.{{cite news}}: CS1 maint: unrecognized language (link)
  4. "Three time Odisha Congress MLA Subal Sahu dies of cancer". The New Indian Express (in English). Bhubaneswar. 22 August 2017. Retrieved 25 July 2021.{{cite news}}: CS1 maint: unrecognized language (link)