ସୁଧାରାଣୀ ଜେନା

ଓଡ଼ିଆ ଅଭିନେତ୍ରୀ

ସୁଧାରାଣୀ ଜେନା (୬ ଫେବୃଆରୀ ୧୯୪୨ – ୨୨ ଅଗଷ୍ଟ ୨୦୨୩) ଜଣେ ଓଡ଼ିଆ ଅଭିନେତ୍ରୀ ଥିଲେ । ୧୯୬୧ ମସିହାରେ ଓଡ଼ିଆ କଥାଚିତ୍ର ପରିଣାମ ଜରିଆରେ ସେ ଅଭିନୟ କରିବା ଆରମ୍ଭ କରିଥିଲେ ଏବଂ ୧୯୭୬ ମସିହାରୁ ୧୯୯୪ ଯାଏଁ କଥାଚିତ୍ର ଜଗତରେ ସକ୍ରିୟ ଥିଲେ ।

ସୁଧାରାଣୀ ଜେନା
ଜନ୍ମ(1942-02-06)୬ ଫେବୃଆରୀ ୧୯୪୨
ମୃତ୍ୟୁ୨୨ ଅଗଷ୍ଟ ୨୦୨୩(2023-08-22) (ବୟସ ୮୧)
ବୃତ୍ତି(ଓଡ଼ିଆ) ଅଭିନେତ୍ରୀ
ସକ୍ରିୟ ବର୍ଷ୧୯୬୧–୧୯୯୪

ଜନ୍ମ, ପରିବା ଓ ଶିକ୍ଷା ସମ୍ପାଦନା

୧୯୪୨ ମସିହାର ଫେବୃଆରୀ ୬ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ । ବୃତ୍ତିଗତ ପେଶାରେ ସେ ଜଣେ ସ୍ତ୍ରୀ ଓ ପ୍ରସୁତି ବିଭାଗର ଡାକ୍ତର ଥିଲେ ।[୧]

ଅଭିନୟ ଜୀବନ ସମ୍ପାଦନା

୧୯୬୧ ମସିହାରେ ସେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲା । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ପରିଣାମ[୨] ଏହି କଥାଚିତ୍ରଟିର ତାଙ୍କ ନିଜ ନାମ ପରିବର୍ତ୍ତେ ତାଙ୍କୁ ଗୀତିସୁଧା ନାମରେ ନାମିତ କରାଯାଇଥିଲା ।[୩] ଏହା ପରେ ଅଭିନୟ ଜଗତରୁ ଦୂରେଇ ଯାଇଥିଲେ ଏବଂ ପୁଣି ଥରେ ୧୯୭୬ ମସିହାରେ ପ୍ରଥମ ରଙ୍ଗୀନ ଓଡ଼ିଆ କଥାଚିତ୍ର ଗପ ହେଲେବି ସତ ଜରିଆରେ ଅଭିନୟ ଜଗତକୁ ଫେରିଥିଲେ ।[୪] ସେ ରାମ ବଳରାମ, କାବେରୀ, ଝିଅଟି ସୀତା ପରି, ଶଙ୍ଖ ମହୁରୀ, ଟୋପାଏ ସିନ୍ଦୂର ଦି ପଟ ଶଙ୍ଖା, ଭାଗ୍ୟ ହାତେ ଡୋରି, ଗଢ଼ି ଜାଣିଲେ ଘର ସୁନ୍ଦର ଆଦି କଥାଚିତ୍ରରେ ଅଭିନୟ କରିଥିଲେ ।[୫][୬]

ମେଡିକାଲ କଲଜରେ ପଢ଼ିବା ସମୟରେ ସେ ଚାରି ବର୍ଷ ଧରି ନାଟକରରେ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ମିହିର ମୁଖାର୍ଜୀ ସ୍ମୃତି ପୁରସ୍କାର ପାଇଥିଲେ ।[୭]

ଅଭିନୀତ କଥାଚିତ୍ର ସମ୍ପାଦନା

ମସିହା କଥାଚିତ୍ର ଭୂମିକା ମନ୍ତବ୍ୟ
୧୯୬୧ ପରିଣାମ ପ୍ରଥମ ଓଡ଼ିଆ କଥାଚିତ୍ର
୧୯୭୬ ଗପ ହେଲେବି ସତ
୧୯୭୮ ଶଙ୍ଖ ମହୁରୀ
ଜନ୍ମଦାତା
୧୯୮୦ ରାମ ବଳରାମ
୧୯୮୩ କାବେରୀ
ଝିଅଟି ସୀତା ପରି
ଦେଖ ଖବର ରଖ ନଜର ଜୟନ୍ତର ମାଆ
୧୯୮୭ ଜୟଦେବ
୧୯୮୯ ଟୋପାଏ ସିନ୍ଦୂର ଦି ପଟ ଶଙ୍ଖା
୧୯୯୩ ଭାଗ୍ୟ ହାତେ ଡୋରି ଅଳକା
୧୯୯୪ ଗଢ଼ି ଜାଣିଲେ ଘର ସୁନ୍ଦର ରଙ୍ଗ

ମୃତ୍ୟୁ ସମ୍ପାଦନା

ସୁଧାରାଣୀ ୨୦୨୩ ମସିହାର ଅଗଷ୍ଟ ୨୨ ତାରିଖରେ ମୃତ୍ୟୁବରଣ କରିଥିଲେ ।[୨] ମୃତ୍ୟୁବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. "Renowned Odia Actress Sudharani Jena Passes Away | Odisha". OMMCOM NEWS (in English). Bhubaneswar. 23 August 2023. Archived from the original on 23 August 2023. Retrieved 23 August 2023.{{cite news}}: CS1 maint: unrecognized language (link)
  2. ୨.୦ ୨.୧ "Veteran Odia Actor Sudharani Jena Dies". odishabytes (in English). Bhubaneswar. 23 August 2023. Archived from the original on 23 August 2023. Retrieved 23 August 2023.{{cite news}}: CS1 maint: unrecognized language (link)
  3. "ଆରପାରିରେ ଷାଠିଏ ଦଶକର ନାୟିକା ଡକ୍ଟର ସୁଧାରାଣୀ ଜେନା". Odisha Sambad. ଭୁବନେଶ୍ୱର. 23 August 2023. Archived from the original on 24 August 2023. Retrieved 24 August 2023.
  4. "ଅଭିନେତ୍ରୀ ଡା. ସୁଧାରାଣୀ ଜେନାଙ୍କ ପରଲୋକ, ୭୦ ଦଶକରେ ଅନେକ ଚଳଚ୍ଚିତ୍ରରେ କରିଥିଲେ ଅଭିନୟ". PRAMEYA. ଭୁବନେଶ୍ୱର. 24 August 2023. Archived from the original on 24 August 2023. Retrieved 24 August 2023.
  5. "Veteran odia actor Sudharani Jena passes away". Prameya News (in English). Bhubaneswar. 24 August 2023. Archived from the original on 24 August 2023. Retrieved 24 August 2023.{{cite news}}: CS1 maint: unrecognized language (link)
  6. Jagat, Gulabi (2023-08-23). "अनुभवी ओडिया अभिनेता सुधारानी जेना का निधन". jantaserishta.com (in ହିନ୍ଦୀ). Archived from the original on 2023-08-24. Retrieved 2023-08-24.
  7. "ଅଭିନେତ୍ରୀ ଡା. ସୁଧାରାଣୀ ଜେନାଙ୍କ ପରଲୋକ". ପ୍ରମେୟ. No. ଭୁବନେଶ୍ୱର. ଭୁବନେଶ୍ୱର. 24 August 2023. Archived from the original on 24 August 2023. Retrieved 24 August 2023.

ଅଧିକ ତ‌ଥ୍ୟ ସମ୍ପାଦନା