ପରିଣାମ

୧୯୬୧ର ଓଡ଼ିଆ କଥାଚିତ୍ର

ପରିଣାମ ୧୯୬୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କୃଷ୍ଣଚନ୍ଦ୍ର ତ୍ରିପାଠୀ ।[୧] ନିର୍ଦ୍ଦେଶକ ବିଶ୍ୱନାଥ ନାୟକ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଭୁବନେଶ୍ୱର ମିଶ୍ର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ପରିଣାମ
ନିର୍ଦ୍ଦେଶକବିଶ୍ୱନାଥ ନାୟକ
ପ୍ରଯୋଜକକୃଷ୍ଣଚନ୍ଦ୍ର ତ୍ରିପାଠୀ
କଳାକାରଶରତ ପୂଜାରୀ, ଗୀତିସୁଧା, କାର୍ତ୍ତିକ ଘୋଷ, ପ୍ରମୋଦ ପାଣିଗ୍ରାହୀ
ମୁକ୍ତିଲାଭ ତାରିଖ
୩ ନଭେମ୍ବର ୧୯୬୦
ଦେଶଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୯୫ ହଜାର

ପ୍ରମୋଦ ପାଣିଗ୍ରାହୀ, ଗୀତିସୁଧା, ଶରତ ପୂଜାରୀ, କାର୍ତ୍ତିକ ଘୋଷ, ଧୀର ବିଶ୍ୱାଳ, ମଣିଆ, ଦୁଃଖୀରାମ ସ୍ୱାଇଁ, ତୁଷାର ଆଦି କଲାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଅଭିନେତ୍ରୀ ସୁଧାରାଣୀ ଜେନା (ଗୀତିସୁଧା) ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।[୨]

ଅଭିନୟ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇର୍ଥିଲେ ଭୁବନେଶ୍ୱର ମିଶ୍ରସିପ୍ରା ବୋଷ, ନିର୍ମଳା ମିଶ୍ର, ଅକ୍ଷୟ ମହାନ୍ତି, ସନ୍ଧ୍ୟା ମୁଖାର୍ଜୀ[୫] ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତଗାୟକସମୟ
1."ରାଧିକା ମୋହନ ପାଦତଳେ ନିଅ ଡାକି"ସନ୍ଧ୍ୟା ମୁଖାର୍ଜୀ 
2."ସୁନାର ଦୁନିଆ"ଅକ୍ଷୟ ମହାନ୍ତି 

ମୁକ୍ତିଲାଭ ସମ୍ପାଦନା

ଏହି କଥାଚିତ୍ରଟି ୧୯୬୦ ମସିହାର ନଭେମ୍ବର ୩ ତାରିଖରେ କଟକର କ୍ୟାପିଟାଲ୍, ପୁରୀର ଶ୍ରୀକୃଷ୍ଣ ଓ ଆସ୍କାର ଉତ୍କଳ ଟିକଜ୍‌ରେ ମୁକ୍ତିଲାଭ କରିଥିଲା ।[୬] ଏହି କଥାଚିତ୍ରର ସବୁ ପ୍ରିଣ୍ଟ ୧୯୬୯ ମସିହାରେ ନଷ୍ଟ ହୋଇଯାଇଥିଲା । ଫିଲ୍ମ ଜର୍ଣ୍ଣଲିଷ୍ଟ ଫୋରମ‌ଦ୍ୱାରା ଏହାର କପି ଆସ୍କାରୁ ଉଦ୍ଧାର କରାଯାଇ, ଡିଜିଟାଇଜ୍ କରାଯିବ ସହିତ ୬ ନଭେମ୍ବର ୨୦୨୩ରେ ଏହାକୁ ଭୁବନେଶ୍ୱରଠାରେ ପୁନଃପ୍ରଦର୍ଶନ କରାଯାଇଥିଲା ।[୭]

ଆଧାର ସମ୍ପାଦନା

  1. "Veteran Odia Actor Sudharani Jena Dies". odishabytes (in English). Bhubaneswar. 23 August 2023. Archived from the original on 23 August 2023. Retrieved 23 August 2023.{{cite news}}: CS1 maint: unrecognized language (link)
  2. "ଆରପାରିରେ ଷାଠିଏ ଦଶକର ନାୟିକା ଡକ୍ଟର ସୁଧାରାଣୀ ଜେନା". Odisha Sambad. ଭୁବନେଶ୍ୱର. 23 August 2023. Archived from the original on 24 August 2023. Retrieved 24 August 2023.
  3. "Pramod Panigrahi passes away". OdishaSunTimes.com. Retrieved 7 January 2016.
  4. "ଆଜି ଜନ୍ମଦିନ". ସମ୍ବାଦ ୨୦/୦୬/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Archived from the original on 25 June 2017. Retrieved 20 June 2017.
  5. "ମନ ଛୁଇଁଗଲା ଫୁଲ ରସିଆ". ପ୍ରମେୟ. ୧୬ ଫେବୃଆରୀ ୨୦୨୨. p. ୫. Archived from the original on ୧୬ ଫେବୃଆରୀ ୨୦୨୨. Retrieved 16 February 2022. {{cite web}}: Check date values in: |date= and |archivedate= (help)
  6. "୫୩ ବର୍ଷ ପରେ ପରିଣାମ". ସମ୍ବାଦ. No. ଭୁବନେଶ୍ୱର. ଭୁବନେଶ୍ୱର. 7 November 2023. p. ୧୫. Archived from the original on 7 November 2023. Retrieved 7 November 2023.
  7. "ଆସନ୍ତୁ ! ଆଜି ଏକାଠି 'ପରିଣାମ' ଦେଖିବା". ପ୍ରମେୟ. No. ଭୁବନେଶ୍ୱର. ଭୁବନେଶ୍ୱର. 7 November 2023. p. ୧୭. Archived from the original on 7 November 2023. Retrieved 7 November 2023.

ଅଧିକ ତଥ୍ୟ ସମ୍ପାଦନା