ସରୋଜ କୁମାର ପାଢ଼ୀ

ଓଡ଼ିଆ ରାଜନୀତିଜ୍ଞ

ସରୋଜ କୁମାର ପାଢ଼ୀ (ଜନ୍ମ: ୧୫ ମାର୍ଚ୍ଚ ୧୯୫୭) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୦୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଆସିକା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ସରୋଜ କୁମାର ପାଢ଼ୀ
ବିଧାୟକ: ୧୭ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୨୪ – ଏବେଯାଏଁ
ପୂର୍ବ ଅଧିକାରୀମଞ୍ଜୁଳା ସ୍ୱାଇଁ
ପର ଅଧିକାରୀଦେବରାଜ ମହାନ୍ତି
ନିର୍ବାଚନ ମଣ୍ଡଳୀଆସିକା
ବିଧାୟକ: ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୪ – ୨୦୦୯
ପୂର୍ବ ଅଧିକାରୀଦେବରାଜ ମହାନ୍ତି
ପର ଅଧିକାରୀଦେବରାଜ ମହାନ୍ତି
ନିର୍ବାଚନ ମଣ୍ଡଳୀଆସିକା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1957-03-15) ୧୫ ମାର୍ଚ୍ଚ ୧୯୫୭ (ବୟସ ୬୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀସଞ୍ଜୁକ୍ତା ପାଢ଼ୀ
ବାପା/ବୋଉଅନନ୍ତରାମ ପାଢ଼ୀ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ ପରିବାର ଓ ଶିକ୍ଷା

ସମ୍ପାଦନା

ସରୋଜଙ୍କ ବାପା ୧୯୫୭ ମସିହାର ମାର୍ଚ୍ଚ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଅନନ୍ତରାମ ପାଢ଼ୀ ଓ ପତ୍ନୀଙ୍କ ନାମ ସଞ୍ଜୁକ୍ତା ପାଢ଼ୀ ।[୨]

ରାଜନୈତିକ ଜୀବନ

ସମ୍ପାଦନା

ସରୋଜ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ପୂର୍ବରୁ ୨୦୦୪ ମସିହାରେ, ସେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି[୨] ଏବଂ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ୨୦୧୪ ମସିହାର ଓଡ଼ିଶା ସାଧାରଣ ନିର୍ବାଚନ ଲଢ଼ିଥିଲେ ।[୩] ୨୦୧୯ ମସିହାରେ ସେ କଂଗେସ ଦଳରୁ ଇସ୍ତଫା ଦେଇଥିଲେ ।[୧]

୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେପିର ପ୍ରାର୍ଥୀ ଭାବରେ ଆସିକା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୫୯,୦୮୩ ଖଣ୍ଡ ଭୋଟ୍ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତା ଦଳର ପାର୍ଥୀ ମଞ୍ଜୁଳା ସ୍ୱାଇଁଙ୍କୁ ୮,୦୫୯ ଖଣ୍ଡ ଭୋଟ୍‌ରେ ପରାସ୍ତ କରି ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪]

  1. ୧.୦ ୧.୧ "Former Aska MLA Saroj Kumar Padhi quits Congress". KalingaTV. 5 January 2019. Archived from the original on 22 December 2020. Retrieved 22 December 2020.
  2. ୨.୦ ୨.୧ "Shri Saroj Kumar Padhi". odishaassembly.nic.in. Odisha Assembly. Retrieved 22 December 2020.
  3. "Aska Election Results 2019 LIVE: Aska Assembly Election Results, Winner, Runner-Up & Vote Share – Oneindia". www.oneindia.com (in ଇଂରାଜୀ). Retrieved 22 December 2020.
  4. "General Election to Assembly Constituencies 2024: Aska (Odisha)". Election Commission of India. Retrieved 11 June 2024.