ସଙ୍ଗୀତା ଦାଶ
ସଙ୍ଗୀତା ଦାଶ, ( ଜନ୍ମ :୨୪ ଅପ୍ରେଲ ୧୯୬୬ ) ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଅଭିନେତ୍ରୀ ଅଟନ୍ତି ।[୧][୨] ଓଡ଼ିଶୀ ନୃତ୍ୟରେ ଉତ୍କର୍ଷତା ପାଇଁ ସେ ମାହାରୀ ସମ୍ମାନ, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ଆଦି ସମ୍ମାନ ଲାଭ କରିଛନ୍ତି । ସେ ଡୋରା, ବାଜେ ବଇଁଶୀ ନାଚେ ଘୁଙ୍ଗୁର ଆଦି ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି । ସେ ଦୂରଦର୍ଶନର ଜଣେ ଏ-ଗ୍ରେଡ଼ କଳାକାର ଅଟନ୍ତି । ପଣ୍ଡିଚେରୀଠାରେ ସେ ଓଡ଼ିଶୀ ନୃତ୍ୟ ଶିକ୍ଷାଦାନ ମଧ୍ୟ କରନ୍ତି ।[୩]
ସଙ୍ଗୀତା ଦାଶ | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ବୃତ୍ତି | ନୃତ୍ୟାଙ୍ଗନା ଓ ଅଭିନେତ୍ରୀ |
ପୁରସ୍କାର | ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର, ମାହାରୀ ସମ୍ମାନ |
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା
ସମ୍ପାଦନାପିଲାଦିନେ, ସଙ୍ଗୀତା ଓ ତାଙ୍କ ଦୁଇ ଭଉଣୀଙ୍କୁ ଗୀତ ଓ ନାଚ ଶିଖାଇବା ପାଇଁ ଜଣେ ଗୁରୁ ତାଙ୍କ ଘରକୁ ଆସୁଥିଲେ । ସଙ୍ଗୀତାଙ୍କର ଗୀତ ପ୍ରତି ବେଶୀ ଆଗ୍ରହ ଥିଲା । କିନ୍ତୁ କ୍ରମେ ସେ ନାଚ ପ୍ରତି ବେଶୀ ଆକର୍ଷିତ ହୋଇଥିଲେ ।[୪] ୭ ବର୍ଷ ବୟସରୁ, ଗୁରୁ ଦୁର୍ଗା ଚରଣ ରଣବୀରଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ । ପରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଯୋଗଦେଇଥିଲେ ଓ ଗୁରୁ ଦେବ ପ୍ରସାଦ ଦାସଙ୍କଠାରୁ ନୃତ୍ୟ ଶିକ୍ଷାଲାଭ କରିଥିଲେ । ସେ ଗୁରୁ ଦେବ ପ୍ରସାଦଙ୍କ ନୃତ୍ୟ ଶୈଳୀକୁ ଆଗକୁ ନେବାକୁ ଚେଷ୍ଟା କରିଛନ୍ତି ।[୫] ସେ ଗୁରୁ ଚିତ୍ତରଞ୍ଜନ ପାଣିଙ୍କଠାରୁ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ମଧ୍ୟ ଶିଖିଛନ୍ତି । ଦର୍ଶନରେ ସେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଛନ୍ତି ।
ନର୍ତ୍ତକୀ ଜୀବନ
ସମ୍ପାଦନାସଙ୍ଗୀତା, ଗୁରୁ ଦେବ ପ୍ରସାଦଙ୍କ ଶୈଳୀ ଅନୁସରଣ କରି ନିଜ ନୃତ୍ୟ ପରିବେଷଣ କରନ୍ତି । ଦେବ ପ୍ରସାଦଙ୍କ ସହିତ ସେ ଅନେକ ସ୍ଥାନରେ ନୃତ୍ୟ କର୍ମଶାଳାରେ ଯୋଗ ଦେଇଥିଲେ ଓ ଦେବ ପ୍ରସାଦଙ୍କ ମୃତ୍ୟୁ ପରେ ଏହି ଶୈଳୀର ବ୍ୟାପକ ପ୍ରସାର ଦିଗରେ ସେ ନିଜେ ମଧ୍ୟ କାର୍ଯ୍ୟ କରିଛନ୍ତି ।[୬] ସେ ଆମେରିକା, ଜର୍ମାନୀ, ବାହାରିନ, ସିଙ୍ଗାପୁର, ଫ୍ରାନ୍ସ, ଇଟାଲି, ବେଲଜିୟମ, ନେପାଳ, ବଙ୍ଗଳାଦେଶ, ଚିନ, ଉତ୍ତର କୋରିଆ ଓ ୱେଷ୍ଟ ଇଣ୍ଡିଜ ଆଦି ଦେଶରେ ବିଭିନ୍ନ ନୃତ୍ୟ କର୍ମଶାଳାରେ ଓଡ଼ିଶୀ ନୃତ୍ୟ ପରିବେଷଣ ଓ ଶିକ୍ଷାଦାନ କରିଛନ୍ତି । କୋଣାର୍କ ନୃତ୍ୟ ଉତ୍ସବ, ଖଜୁରାହୋ ନୃତ୍ୟ ଉତ୍ସବ, ଥିରୁଅନନ୍ତପୁରମର ସୂର୍ଯ୍ୟ ଉତ୍ସବ, ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ, କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀରେ ନୃତ୍ୟ ପ୍ରତିଭା ଓ ନୃତ୍ୟ ସଙ୍ଗମ ଆଦି କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଛନ୍ତି ।
ଅଭିନେତ୍ରୀ ଜୀବନ
ସମ୍ପାଦନା୧୯୮୪ ମସିହାର ଚଳଚ୍ଚିତ୍ର ଡୋରାରୁ ସଙ୍ଗୀତାଙ୍କର ଅଭିନୟ ଜୀବନ ଆରମ୍ଭ ହୋଇଥିଲା । ନୃତ୍ୟକୁ ଅଧିକ ସମୟ ଦେବାପାଇଁ ସେ ଅଭିନୟଠାରୁ କ୍ରମଶଃ ଦୁରେଇ ଯାଇଥିଲେ । ସେ ଅଭିନୟ କରିଥିବା ଚଳଚ୍ଚିତ୍ର ଗୁଡ଼ିକ :
ସମ୍ମାନ ଓ ପୁରସ୍କାର
ସମ୍ପାଦନା- ମାହାରୀ ସମ୍ମାନ - ୧୯୮୯ ( ଗୁରୁ ପଙ୍କଜ ଚରଣ ଓଡ଼ିଶୀ ରିସର୍ଚ୍ଚ ଫାଉଣ୍ଡେସନ ତରଫରୁ )
- କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର - ୨୦୧୩
- ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର - ୧୯୮୯
- ଶୃଙ୍ଗାରମଣି ସମ୍ମାନ - ( କଲ-କେ-କଳାକାର, ମୁମ୍ବାଇ ତରଫରୁ )
- ଶ୍ରେଷ୍ଠ ସହ-ଅଭିନେତ୍ରୀ - ( ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଓ ସିନେ କ୍ରିକିଟ ପୁରସ୍କାର ପାପପୁଣ୍ୟ ଚଳଚ୍ଚିତ୍ର ପାଇଁ)[୭]
- ସଂସ୍କୃତ ସମ୍ମାନ - ୧୯୯୮ ( ସଂସ୍କୃତି ପ୍ରତିଷ୍ଠାନ, ଦିଲ୍ଲୀ )[୮]
ଆଧାର
ସମ୍ପାଦନା- ↑ India Today International. Living Media International Limited. 2002.
- ↑ "9th Odissi dance festival pays tribute to gurus". www.newindianexpress.com. The New Indian Express. Archived from the original on 26 February 2021. Retrieved 26 February 2021.
{{cite web}}
:|archive-date=
/|archive-url=
timestamp mismatch; 14 ଅଗଷ୍ଟ 2018 suggested (help) - ↑ "About me". www.my-odissi.com. Kamala Klebanova. Archived from the original on 26 February 2021. Retrieved 26 February 2021.
- ↑ "Interview with odissi exponent Sangeeta Dash". www.thehindu.com. The Hindu. Archived from the original on 26 February 2021. Retrieved 26 February 2021.
- ↑ "'I Was a Reluctant Dance Student When I Started'". www.newindianexpress.com. The New Indian Express. Archived from the original on 26 February 2021. Retrieved 26 February 2021.
- ↑ Sunil Kothari (1990). Odissi, Indian Classical Dance Art. Marg Publications. ISBN 978-81-85026-13-8.
- ↑ "Sangeeta Dash". www.sangeetnatak.gov.in. ସଙ୍ଗୀତ ନାଟକ ଏକାଡ଼େମୀ. Archived from the original on 25 February 2021. Retrieved 25 February 2021.
{{cite web}}
:|archive-date=
/|archive-url=
timestamp mismatch; 13 ଅଗଷ୍ଟ 2020 suggested (help) - ↑ "PROFILE OF PARTICIPANTS IN JNMDA FESTIVAL". www.e-pao.net/. www.e-pao.net. Archived from the original on 25 February 2021. Retrieved 25 February 2021.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ସଙ୍ଗୀତା ଦାଶ