କୋଣାର୍କ ନୃତ୍ୟ ଉତ୍ସବ

କୋଣାର୍କ ନୃତ୍ୟ ମହୋତ୍ସବ ପ୍ରତିବର୍ଷ ଡିସେମ୍ବର ମାସ ୧ରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କରେ ଥିବା ସୂର୍ଯ୍ୟ ମନ୍ଦିରର ପୃଷ୍ଠଭୂମିରେ ଅନୁଷ୍ଠିତ ହୋଇଥାଏ । ଏହା ଓଡ଼ିଶାରେ ଆୟୋଜିତ ସବୁଠାରୁ ବଡ଼ ନୃତ୍ୟ ମହୋତ୍ସବ ମଧ୍ୟରୁ ଅନ୍ୟତମ । ଓଡ଼ିଶା ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଏହି ଉତ୍ସବର ମୁଖ୍ୟ ଆୟୋଜକ । ଏହି ଉତ୍ସବ ୧୯୮୯ ମସିହାରୁ ଅନୁଷ୍ଠିତ ହୋଇ ଆସୁଛି ।[୨][୩] ଏହି ଉତ୍ସବ ସହିତ ଆନ୍ତର୍ଜାତିକ ବାଲୁକା କଳା ପ୍ରଦର୍ଶନୀ ମଧ୍ୟ ଅନୁଷ୍ଠିତ ହୋଇଥାଏ । ମୁଖ୍ୟ ଉତ୍ସବ ବ୍ୟତୀତ ଏଠାରେ ମୀନାବଜାର, ପଲ୍ଲିଶ୍ରୀ ମେଳା, ଅପେରା, ବସନ୍ତ ମଞ୍ଜରୀ ପାଠାଗାର ପକ୍ଷରୁ ଗଣଦୌଡ଼, କୋଣାର୍କ ପ୍ରେସ କ୍ଲବ୍‌ ପକ୍ଷରୁ ସାଇକ୍ଲୋଥନ ଓ କୋଣାର୍କ ସାହିତ୍ୟ ସଂସଦ ପକ୍ଷରୁ ସାହିତ୍ୟ ଆସର ଆଦି ଆୟୋଜନ କରାଯାଇଥାଏ ।[୪]

କୋଣାର୍କ ନୃତ୍ୟ ଉତ୍ସବ
୨୦୧୮ ମସିହା ଉତ୍ସବର ପ୍ରଚାର ପୋଷ୍ଟର
ଘନତାବାର୍ଷିକ
ସ୍ଥାନକୋଣାର୍କ, ପୁରୀ , ଓଡ଼ିଶା
ସଚଳ ବର୍ଷ୧୯୮୬
ଉଦଘାଟନ ହେଲା୧୯୮୯
ନଗଦ1 ଡିସେମ୍ବର 2020 (2020-12-01) – 1 ଡିସେମ୍ବର 2020 (2020-12-01) [୧]
ପ୍ରକାରନୃତ୍ୟକଳା ଉସ୍ତବ
ପୁରୋଧାଓଡ଼ିଶା ସରକାର

ଆଧାର ସମ୍ପାଦନା

  1. "Five-day Konark festival begins with Odissi, Kathak traditional dance performances in Odisha". Hindustan Times. 2019-12-02. Retrieved 2019-12-06.
  2. "KONARK FESTIVAL". odishatourism.gov.in. Govt of Odisha. Archived from the original on 2 December 2020. Retrieved 2 December 2020.
  3. "Konark Dance Festival". odishatourism.gov.in. Govt of Odisha. Archived from the original on 2 December 2020. Retrieved 2 December 2020.
  4. "ଡିସେମ୍ବର ୧ରୁ କୋଣାର୍କ ଉତ୍ସବ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 2 December 2020. Retrieved 2 December 2020.