ଶରତ ମହାନ୍ତି

ଓଡ଼ିଆ ସିନେମା ଅଭିନେତା

ଶରତ ମହାନ୍ତି ଜଣେ ଓଡ଼ିଆ ସିନେମା ଅଭିନେତା ଥିଲେ । ସେ ପ୍ରଥମେ ଅନ୍ନପୂର୍ଣ୍ଣା ଥିଏଟରରୁ ଅଭିନୟ ଆରମ୍ଭ କରିଥିଲେ । ପରେ ୧୯୬୨ ମସିହାରେ ମୁକ୍ତିଲାଭ କରିଥିବା ସିନେମା ଲକ୍ଷ୍ମୀରେ ପ୍ରଥମ କରି ସିନେମାରେ ଅଭିନୟ କରିଥିଲେ ।[୧] ତାଙ୍କ ଅଭିନୀତ କେତେକ ପ୍ରମୁଖ ଚଳଚ୍ଚିତ୍ର ହେଲା କା, ଅମଡ଼ା ବାଟ, ସ୍ତ୍ରୀ, ମଲାଜହ୍ନ, ଭୁଲି ହୁଏନା, ପୂଜାଫୁଲ ଏବଂ ସକଳ ତୀର୍ଥ ତୋ ଚରଣେ । ସେ ମୁଖ୍ୟତଃ ହାସ୍ୟ ଅଭିନେତା ଭାବରେ ୫୦ରୁ ଅଧିକ ସିନେମା ଓ ଟିଭି ଧାରାବାହିକରେ ଅଭିନୟ କରିଥିଲେ ।[୨][୩] ଓଡ଼ିଆ ମଞ୍ଚକୁ ତାଙ୍କର ଅଭିନୟ ନିମନ୍ତେ ତାଙ୍କୁ ୨୦୦୭ ମସିହାରେ ଶତାବ୍ଦୀର କଳାକାର ତରଫରୁ ପୁରସ୍କୃତ କରାଯାଇଥିଲା ।[୪][୫]

ଶରତ ମହାନ୍ତି
ଜନ୍ମ୧୯୩୦
ମୃତ୍ୟୁ୪ ମାର୍ଚ୍ଚ ୨୦୧୮
ଜାତୀୟତାଭାରତୀୟ
ବୃତ୍ତିଅଭିନେତା
ବୈବାହିକ-ସାଥୀଅନ୍ନପୂର୍ଣ୍ଣା ମହାନ୍ତି
ସନ୍ତାନତମସା ମହାନ୍ତି
ୱେବସାଇଟଇଣ୍ଟରନେଟ ମୁଭି ଡାଟାବେସରେ ଶରତ ମହାନ୍ତି

୪ ମାର୍ଚ୍ଚ ୨୦୧୮ରେ ବାଲେଶ୍ୱରର ସୋର ଡାକ୍ତରଖାନାରେ ବୃଦ୍ଧାବସ୍ଥା-ଜନିତ ଅସୁସ୍ଥତାରୁ ତାଙ୍କର ଦେହାନ୍ତ ହୋଇଥିଲା ।[୬][୭]

ପ୍ରାରମ୍ଭିକ ଜୀବନ ସମ୍ପାଦନା

ମହାନ୍ତି ବାଲେଶ୍ୱର ଜିଲ୍ଲାସ୍ଥିତ ସୋରର କ୍ଷୀରକୋଣାଠାରେ ଜନ୍ମନେଇଥିଲେ ।[୨]

ଅଭିନୟ ସମ୍ପାଦନା

ବର୍ଷ ଫିଲ୍ମ ଅବଦାନ ଭୂମିକା
୧୯୯୫
ସକଳ ତୀର୍ଥ ତୋ ଚରଣେ ଅଭିନେତା ସନା
୧୯୮୭
ଭୁଲି ହୁଏନା ଅଭିନେତା
୧୯୮୫
ପୂଜାଫୁଲ ଅଭିନେତା
୧୯୬୮
ସ୍ତ୍ରୀ ଅଭିନେତା
୧୯୬୬
କା ଅଭିନେତା
୧୯୬୫
ମଲାଜହ୍ନ ଅଭିନେତା
୧୯୬୪
ଅମଡ଼ା ବାଟ ଅଭିନେତା
୧୯୬୨
ଲକ୍ଷ୍ମୀ ଅଭିନେତା

ଆହୁରି ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Odia actor Sarat Mohanty passes away". Outlook India. 4 March 2018. Retrieved 4 March 2018.
  2. ୨.୦ ୨.୧ "ଲୋକପ୍ରିୟ ହାସ୍ୟ ଅଭିନେତା ଶରତ ମହାନ୍ତିଙ୍କ ପରଲୋକ". ସମ୍ବାଦ. 4 March 2018. Retrieved 4 March 2018.
  3. "ବର୍ଷିୟାନ ହାସ୍ୟ ଅଭିନେତା ଶରତ ମହାନ୍ତିଙ୍କ ପରଲୋକ". ସମାଜ. 4 March 2018. Retrieved 4 March 2018.
  4. "Nine theatre personalities to be honoured". The Hindu. ୧୭ ଫେବୃଆରୀ ୨୦୦୭. Retrieved 4 March 2018. {{cite news}}: Check date values in: |date= (help)
  5. "Odia actor Sarat Mohanty passes away". Business Standard. 4 March 2018. Retrieved 4 March 2018.
  6. "Veteran Odia movie actor Sarat Mohanty passes away". Kalinga TV. Retrieved 4 March 2018. {{cite news}}: Check |url= value (help)[permanent dead link]
  7. "Odisha comedian Sarat Mohanty no more". Odisha Sun Times. 4 March 2018. Retrieved 4 March 2018.

ବାହାର ଆଧାର ସମ୍ପାଦନା