ରଜତ କୁମାର କର
ରଜତ କୁମାର କର (୨ ଅକ୍ଟୋବର ୧୯୩୪ - ୮ ମଇ ୨୦୨୨) ଜଣେ ଓଡ଼ିଆ ଶିକ୍ଷାବିତ, ନାଟ୍ୟକାର ଓ ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ଥିଲେ । ଦୀର୍ଘ ୬୦ ବର୍ଷ ଧରି ସେ ଟିଭି ଓ ରେଡ଼ିଓରେ ରଥଯାତ୍ରାର ଧାରା ବିବରଣୀ ପ୍ରଦାନ କରି ଓଡ଼ିଶାର ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ । ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଜଣେ ସୁବକ୍ତା ଭାବେ ତାଙ୍କର ଖ୍ୟାତି ରହିଥିଲା ।[୨] ୨୦୨୧ ମସିହାରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା ।[୩][୪]
ଡ. ରଜତ କୁମାର କର | |
---|---|
ଜନ୍ମ | |
ମୃତ୍ୟୁ | ୮ ମଇ ୨୦୨୨ | (ବୟସ ୮୭)
ବୃତ୍ତି(ସମୂହ) | ଶିକ୍ଷାବିତ୍ ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ଭାଷ୍ୟକାର |
ବୈବାହିକ-ସାଥୀ | ଶାନ୍ତିଲତା କର[୧] |
ପିତାମାତା(s) | କୁଳମଣି କର (ବାପା) ଇନ୍ଦୁମତୀ ଦେବୀ (ମାଆ) |
ସମ୍ପର୍କୀୟ | ଶରତ କୁମାର କର (ସାନ ଭାଇ) |
ପୁରସ୍କାର | ପଦ୍ମଶ୍ରୀ[୨] |
ଦସ୍ତଖତ | |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାରଜତ କର ୧୯୩୪ ମସିହାର ଅକ୍ଟୋବର ୨ ତାରିଖରେ କଟକ ଜିଲ୍ଲାର ମାହାଙ୍ଗାଠାରେ ଜନ୍ମଗ୍ରହଣ କରିଥିଲେ ।[୫] ତାଙ୍କ ବାପାଙ୍କ ନାମ କୁଳମଣି କର ଓ ମାତାଙ୍କ ନାମ ଇନ୍ଦୁମତୀ ଦେବୀ ।[୬] ସେ ରେଭେନ୍ସା କଲିଜେଟ ସ୍କୁଲର ଛାତ୍ର ଥିଲେ ଏବଂ ପରେ ଅର୍ଥନୀତିରେ ସ୍ନାତକୋତର ଡିଗ୍ରୀ କରିଥିଲେ ।[୭]
ରଚନାବଳୀ
ସମ୍ପାଦନାଜଗନ୍ନାଥ ଧର୍ମ ଓ ରୀତିନୀତିକୁ ନେଇ ସେ ଅନେକ ସାହିତ୍ୟ ରଚନା କରିଥିଲେ ।
- ଜନ ଜୀବନରେ ଜଗନ୍ନାଥ - ୨୦୦୬ ( ବସଙ୍ଗ ପବ୍ଲିକେଶନ୍ସ, କଟକ )
- ଅନନ୍ୟ ଜଗନ୍ନାଥ ଅନୁଭୁତିରେ - ୨୦୦୮ ( ମହାବୀର ପ୍ରକାଶନ, ଭୁବନେଶ୍ୱର )
- ଅନ୍ଧପୁଟୁଳି - ୧୯୭୧ ( ଜେ ମହାପାତ୍ର ଆଣ୍ଡ କୋ, କଟକ )
- ଚନ୍ଦନ ହଜୁର - ୧୯୬୭ ( ସାହିତ୍ୟ ମନ୍ଦିର, କଟକ )
- ଜଣାଣ ଜଣାଉଛି ଜଗନ୍ନାଥଙ୍କୁ - ୧୯୯୯ ( ପ୍ରଭାତ କୁମାର କର )
- ବାଇଶି ପାବଚ୍ଛ - ୧୯୯୯ ( ଶାନ୍ତି ପ୍ରକାଶନୀ, ଭୁବନେଶ୍ୱର )
- ବୀର ଚାଖି ଖୁଣ୍ଟିଆ - ୨୦୦୩ ( ରଞ୍ଜିତ କର )
- ଜନମାନସରେ ଭଞ୍ଜ - ୨୦୦୭ ( ବାସନ୍ତୀ ପବ୍ଲିକେଶନ୍ସ, କଟକ )[୮]
ରେଡ଼ିଓ/ଦୂରଦର୍ଶନ କାର୍ଯ୍ୟକ୍ରମ
ସମ୍ପାଦନାରଜତ କର ଜଣେ ଶିକ୍ଷାବିତ୍ ଭାବରେ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗରେ ଦୀର୍ଘଦିନ ଧରି କାମ କରିଥିଲେ ଏବଂ ଏସସିଇଆଇଟିର ନିର୍ଦ୍ଦେଶକ ଭାବେ ଚାକିରିରୁ ଅବସର ଗ୍ରହଣ କରିଥିଲେ ।[୭] ସେ ଆକାଶବାଣୀର ବିଭିନ୍ନ କାର୍ଯ୍ୟକ୍ରମରେ ଅଭିନୟ କରିବା ସହିତ ଅନେକ ନାଟକ ମଧ୍ୟ ରଚନା କରିଥିଲେ ।[୯]
ସେ ଟିଭି ଓ ରେଡ଼ିଓରେ ରଥଯାତ୍ରାର ଧାରା ବିବରଣୀ ପ୍ରଦାନ କରୁଥିଲେ ।[୧୦][୧୧] ପ୍ରାର୍ଥନା ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ବାଦୀପାଲାରେ ସେ ବିଚାରକ ଭାବରେ କାର୍ଯ୍ୟ କରିବା ସହିତ ଏବଂ ଅନ୍ୟ ଏକ କାର୍ଯ୍ୟକ୍ରମ ବୈଦେହୀଶ ବିଳାସରେ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟ ବୈଦେହୀଶ ବିଳାସର ଉପସ୍ଥାପନା କରୁଥିଲେ ।
୧୯୮୧ ମସିହାରେ ସେ ଓଡ଼ିଆ ଚଳଚ୍ଚିତ୍ର ଉଲ୍କାରେ ଅଭିନୟ କରିଥିଲେ । ଯାହା ଥିଲା ତାଙ୍କ ଜୀବନର ପ୍ରଥମ ଓ ଶେଷ ଅଭିନୀତ ଚଳଚ୍ଚିତ୍ର । ତାଙ୍କ ଅଜାଣତରେ ତାଙ୍କର କିଛି ଦୃଶ୍ୟ ଏହି କଥାଚିତ୍ରଟିରେ ଯୋଡ଼ାଯାଇଥିବାରୁ ସେ ଅସନ୍ତୋଷ ପ୍ରକାଶ କରିବା ସହିତ ଅଭିନୟ ଜଗତରୁ ନିଜକୁ ଦୂରେଇ ରଖିଥିଲେ ।[୧୨]
କାର୍ଯ୍ୟକ୍ରମ | ଚେନାଲ୍ | ଭୂମିକା |
---|---|---|
ରଥଯାତ୍ରା ଲାଇଭ୍ | ଡିଡି ଓଡ଼ିଆ | ଭାଷ୍ୟକାର |
ବାଦୀପାଲା | ପ୍ରାର୍ଥନା ଟିଭି | ବିଚାରକ |
ବୈଦେହୀଶ ବିଳାସ | ପ୍ରାର୍ଥନା ଟିଭି | ପ୍ରବଚକ |
ପୁରସ୍କାର
ସମ୍ପାଦନାମୃତ୍ୟୁ
ସମ୍ପାଦନାରଜତ କର ହୃଦ୍ଘାତରେ ପୀଡ଼ିତ ହୋଇ[୧୭] ୨୦୨୨ ମସିହାର ମଇ ୮ ତାରିଖରେ ଏକ ଘରୋଇ ଚିକିତ୍ସାଳୟରେ ମୃତ୍ୟୁବରଣ କରିଥିଲେ ।[୧୮] ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା ।
ଆଧାର
ସମ୍ପାଦନା- ↑ "ପରଲୋକରେ ରଜତ କର". ସମ୍ବାଦ. ଭୁବନେଶ୍ୱର: ସମ୍ବାଦ ଖବରକାଗଜ. 9 May 2022. pp. ୭. Archived from the original on 9 May 2022. Retrieved 9 May 2022.
- ↑ ୨.୦ ୨.୧ "ଓଡ଼ିଶାରୁ ୬ ଜଣଙ୍କୁ ପଦ୍ମ ସମ୍ମାନ". ସମ୍ବାଦ. sambad.in. 26 January 2021. Archived from the original on 27 January 2021. Retrieved 27 January 2021.
- ↑ "ଘୋଷଣା ହେଲା ପଦ୍ମ ପୁରସ୍କାର; ରାଜ୍ୟର ୬ ଜଣଙ୍କୁ ମିଳିବ ଶୀର୍ଷ ସମ୍ମାନ". Zee Odisha (in ଓଡ଼ିଆ). ନୂଆଦିଲ୍ଲୀ. 25 January 2021. Archived from the original on 28 January 2021. Retrieved 28 January 2021.
{{cite news}}
: CS1 maint: unrecognized language (link) - ↑ "Padma Awards 2021 announced". pib.gov.in. Archived from the original on 25 January 2021. Retrieved 2022-05-12.
- ↑ "Noted Culture Specialist Rajat Kumar Kar dies". KalingaTV (in English). Bhubaneswar. 8 May 2022. Archived from the original on 12 May 2022. Retrieved 12 May 2022.
{{cite news}}
:|archive-date=
/|archive-url=
timestamp mismatch; 8 ମଇ 2022 suggested (help)CS1 maint: unrecognized language (link) - ↑ "ଓଡ଼ିଶାର ୬ ଜଣଙ୍କୁ ପଦ୍ମ ପୁରସ୍କାର, ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁ ପାଇବେ ପଦ୍ମବିଭୂଷଣ | Sambad". ସମ୍ବାଦ. sambad.in. 25 January 2021. Archived from the original on 28 January 2021. Retrieved 28 January 2021.
- ↑ ୭.୦ ୭.୧ Sethy, Rajesh (26 January 2021). "ଚର୍ଚ୍ଚାରେ ପଦ୍ମ ପୁରସ୍କାର". Kanak News. kanaknews.com. Archived from the original on 28 January 2021. Retrieved 28 January 2021.
- ↑ "National Library of India E-Catalogue". www.opac.nationallibrary.gov.in/.
{{cite web}}
:|access-date=
requires|url=
(help); Missing or empty|url=
(help) - ↑ Otv, News Desk. "Noted author, Jagannath culture expert Rajat Kar passes away". Noted author, Jagannath culture expert Rajat Kar passes away (in ଇଂରାଜୀ). Archived from the original on 2022-05-08. Retrieved 2022-05-08.
- ↑ "Commoners from Odisha bring Padma awards pride home". The New Indian Express (in English). Bhubaneswar. 26 January 2021. Archived from the original on 28 January 2021. Retrieved 28 January 2021.
{{cite news}}
: CS1 maint: unrecognized language (link) - ↑ "Shanti Devi And Rajat Kumar Kar Of Odisha To Get Padma Shri Award!". KalingaTV. 25 January 2021. Archived from the original on 28 January 2021. Retrieved 28 January 2021.
- ↑ "ଉଲ୍କାରେ ଅଭିନୟ କରିଥିଲେ". ସମ୍ବାଦ. No. ଭୁବନେଶ୍ୱର. ସମ୍ବାଦ ଖବରକାଗଜ. 9 May 2022. pp. ୧୦. Archived from the original on 9 May 2022. Retrieved 9 May 2022.
- ↑ "Padma Awards 2021 announced". pib.gov.in. Ministry of Home Affairs. 25 January 2021. Archived from the original on 25 January 2021. Retrieved 28 January 2021.
- ↑ "୬ ଓଡ଼ିଆ ପାଇବେ ପଦ୍ମ ପୁରସ୍କାର". OTV Khabar. 25 January 2021. Archived from the original on 28 January 2021. Retrieved 28 January 2021.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ସମ୍ବର୍ଦ୍ଧିତ ହୋଇଥିବା ସାହିତ୍ୟିକ/ ସାହିତ୍ୟିକା". odishasahityaakademi.org. Retrieved 24 February 2021.
- ↑ "ରଜତ କରଙ୍କୁ ଗୋଦାବରୀଶ ମିଶ୍ର ସମ୍ମାନ". ଧରିତ୍ରୀ. କଟକ. 3 November 2011. p. ୫. Retrieved 13 May 2021.
- ↑ "ବିଶିଷ୍ଟ ଶିକ୍ଷାବିତ୍, ସାହିତ୍ୟିକ ଓ ଜଗନ୍ନାଥ ସଂସ୍କୃତି ପ୍ରଚାରକ ଡ.ରଜତ କରଙ୍କ ଦେହାନ୍ତ | Sambad" (in ଆମେରିକୀୟ ଇଂରାଜୀ). 2022-05-08. Archived from the original on 2022-05-08. Retrieved 2022-05-08.
- ↑ "ପରଲୋକରେ ପଦ୍ମଶ୍ରୀ ରଜତ କର । ୮୮ ବର୍ଷ ବୟସରେ ହୃତଘାତରେ ଦେହାନ୍ତ । ଶିକ୍ଷା ଓ ସାହିତ୍ୟ ପାଇଁ ମିଳିଥିଲେ ପଦ୍ମଶ୍ରୀ | Kanak News" (in ଆମେରିକୀୟ ଇଂରାଜୀ). 2022-05-08. Archived from the original on 2022-05-08. Retrieved 2022-05-08.
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ରଜତ କୁମାର କର
- ଟୁଇଟରରେ ରଜତ କୁମାର କର
- ଫେସବୁକରେ ରଜତ କୁମାର କର