ଲୋପିତା ମିଶ୍ର

ଭାରତୀୟ କଣ୍ଠଶିଳ୍ପୀ

ଲୋପିତା ମିଶ୍ର (ଜନ୍ମ: ୧୭ ଡିସେମ୍ବର ୧୯୬୭) ଜଣେ ଭାରତୀୟ କଣ୍ଠଶିଳ୍ପୀ ।[୧] ସେ ଅନେକ ଓଡ଼ିଆ ଚଳଚ୍ଚିତ୍ର ଓ ଆଲବମରେ କଣ୍ଠଦାନ କରିଛନ୍ତି । ଓଡ଼ିଶୀ ନୃତ୍ୟ ସହିତ ପରିବେଷିତ ହେଉଥିବା ଓଡ଼ିଶୀ ସଙ୍ଗୀତ ପାରମ୍ପାରିକ ଭାବରେ ପୁରୁଷ କଣ୍ଠଶିଳ୍ପୀମାନଙ୍କଦ୍ୱାରା ପରିବେଷିତ ହୋଇଥାଏ । ଏହି ପରମ୍ପରାକୁ ଭାଙ୍ଗି ଲୋପିତା, ପ୍ରଥମ ମହିଳା କଣ୍ଠଶିଳ୍ପୀ ଭାବରେ କୁମକୁମ ମହାନ୍ତିଙ୍କ ଓଡ଼ିଶୀ ନୃତ୍ୟ ପରିବେଷଣରେ ଓଡ଼ିଶୀ ସଙ୍ଗୀତ ଗାୟନ କରିଥିଲେ ।

ଲୋପିତା ମିଶ୍ର
Born (1967-12-17) ୧୭ ଡିସେମ୍ବର ୧୯୬୭ (ବୟସ ୫୬)
Nationalityଭାରତୀୟ
Alma materରମାଦେବୀ ମହାବିଦ୍ୟାଳୟ
Known forଓଡ଼ିଆ ଗାୟିକା
Styleଓଡ଼ିଶୀ ସଙ୍ଗୀତ, ହିନ୍ଦୁସ୍ତାନୀ ସଙ୍ଗୀତ
Parentମୁରଲୀଧର ମିଶ୍ର
ମୀନା ମିଶ୍ର

ବ୍ୟକ୍ତିଗତ ଜୀବନ ସମ୍ପାଦନା

ଲୋପିତା ୧୯୬୭ ମସିହାରେ ଭୁବନେଶ୍ୱରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ମୁରଲୀଧର ମିଶ୍ର ଜଣେ ଯନ୍ତ୍ରୀ ଓ ମାତା ମୀନା ମିଶ୍ର ଗୃହିଣୀ । ପିତା ମୁରଲୀଧରଙ୍କ ସଙ୍ଗୀତରେ ଆଗ୍ରହ ଥିଲା । ସେ ନିଜେ ହାରମୋନିୟମ ବଜେଇବା ସହ ଗୀତ ମଧ୍ୟ ଗାଉଥିଲେ । ମା ମୀନା ଫାଇନ ଆର୍ଟରେ ଛାତ୍ରୀ ଥିଲେ ଓ ଗୀତ ମଧ୍ୟ ଗାଉଥିଲେ । ମାତାପିତା ଶିରିଡ଼ି ସାଇ ବାବାଙ୍କ ଭକ୍ତ ଥିଲେ ଓ ପ୍ରତିଦିନ ସନ୍ଧ୍ୟାରେ ଘରେ ସାଇଭଜନ ବୋଲା ଯାଉଥିଲା । ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର ଓ ଗାୟକ ଦେବାଶିଷ ମହାପାତ୍ର ଥିଲେ ତାଙ୍କର ମାମୁଁ । ଗୀତିକବି ଜୀବନାନନ୍ଦ ପାଣି ତାଙ୍କର ଅନ୍ୟଜଣେ ମାମୁଁ ଥିଲେ । ନିଜଘରେ ଓ ମାମୁଁଘରେ ଥିବା ସଙ୍ଗୀତର ପରିବେଶ ତାଙ୍କୁ ପ୍ରଭାବିତ କରିଥିଲା ।

ସେ ଲକ୍ଷ୍ନୌଠାରେ ଗୁରୁ ଏସଏନ ଦେବଙ୍କ ଓ ଭାତଖଣ୍ଡେ ମହାବିଦ୍ୟାଳୟର ଗୁରୁ ସୀତଶରଣ ସିଂହ ଚୌହାନଙ୍କଠାରୁ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିଥିଲେ ।

ବୃତ୍ତିଗତ ଜୀବନ ସମ୍ପାଦନା

ଲୋପିତାଙ୍କୁ ୯/୧୦ବର୍ଷ ବୟସ ହୋଇଥିବା ବେଳେ ମାମୁଁ ଶାନ୍ତନୁ ମହାପାତ୍ର ତାଙ୍କୁ କାଳିଜାଈ ନାମକ ଚଳଚ୍ଚିତ୍ରରେ ଏକ ଗୀତପାଇଁ ଚୁକ୍ତିବଦ୍ଧ କରିଥିଲେ । କାଳିଜାଈ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିନଥିଲା କିନ୍ତୁ ପରେ ସେହି ଗୀତଟି ଚିଲିକା ତୀରେ ଚଳଚ୍ଚିତ୍ରରେ ସ୍ଥାନ ପାଇଥିଲା । କିନ୍ତୁ ୧୯୮୫ ମସିହାରେ ଲୋପିତାଙ୍କ କଣ୍ଠସଙ୍ଗୀତରେ ସଜ୍ଜିତ ପ୍ରଥମ ଚଳଚ୍ଚିତ୍ର ଥିଲା ବାବୁଲା ମୁକ୍ତିଲାଭ କରିଥିଲା । ଲୋପିତାଙ୍କ କଣ୍ଠରେ ସଜନୀ ଗୋ ଆଉ କାହା କର ଧରିବି ଗୀତଟି ସେହି ଚଳଚ୍ଚିତ୍ରରେ ସ୍ଥାନ ପାଇଥିଲା । ସେ ପ୍ରଥମେ ଲକ୍ଷ୍ନୌ ଆକାଶବାଣୀରେ ପ୍ରଥମେ ଶିଶୁକଳାକାର ଭାବରେ ଗୀତ ପରିବେଷଣ କରିଥିଲେ ।[୨] ଆକାଶବାଣୀ କଟକରେ କଣ୍ଠପରୀକ୍ଷା ଦେଇ ସଫଳ ହେବାପରେ ସେ ୧୯୮୪/୮୫ରେ ମୁଁ ଆଜି ନାଚି ନାଚି ଯାଏ ଗୀତଟିଏ ଗାଇଥିଲେ । ଏହି ଗୀତଟି ଲେଖିଥିଲେ ଗୁରୁକୃଷ୍ଣ ଗୋସ୍ୱାମୀ ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶାନ୍ତନୁ ମହାପାତ୍ର । ୧୯୮୭ ମସିହାରେ ପ୍ରଫୁଲ୍ଲ କର ତାଙ୍କୁ ଭୁଲି ହୁଏନା ଚଳଚ୍ଚିତ୍ରର ଆକାଶରେ କେତେ ତାରା ସେ ତ ଗଣି ହୁଏନା ଗୀତଟି ଗାଇବାକୁ ଦେଇଥିଲେ । ପରବର୍ତ୍ତୀ ସମୟରେ ସେ ଅନେକ ଓଡ଼ିଆ ଚଳଚ୍ଚିତ୍ରରେ କଣ୍ଠଦାନ କରିଛନ୍ତି ।[୩]

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ଆର୍ଯ୍ୟା ସମ୍ମାନ - ୨୦୨୧[୪]

ଆଧାର ସମ୍ପାଦନା

  1. Orissa Review (Volume 44 ed.). Orissa: Home Department, Government of Orissa. 1987. p. 46. Retrieved 4 June 2022.
  2. AKASHVANI (Vol. XLVI, No. 7 ed.). New Delhi: All India Radio (AIR), New Delhi. 15 February 1981. Retrieved 4 June 2022.
  3. "ଗୀତ ଗବାକ୍ଷ". No. ରବିବା ସମ୍ବାଦ ୨୯ ମଇ ୨୦୨୨ ପୃଷ୍ଠା ୧୩. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 4 June 2022. Retrieved 4 June 2022.
  4. "'ଆର୍ଯ୍ୟା ସମ୍ମାନ' ଉତ୍ସବ; ଭାଷା ଓ ସାହିତ୍ୟ ପାଇଁ ଗାୟତ୍ରୀବାଳା ପଣ୍ଡା ପୁରସ୍କୃତ". www.nandighoshatv.com. nandighoshatv.com. Archived from the original on 4 June 2022. Retrieved 4 June 2022.