ଦେବାଶିଷ ମହାପାତ୍ର
ଦେବାଶିଷ ମହାପାତ୍ର (ଜନ୍ମ: ୧୫ ସେପ୍ଟେମ୍ବର ୧୯୫୪) ଜଣେ ଓଡ଼ିଆ ପ୍ରଚ୍ଛଦପଟ୍ଟ ଗାୟକ ।[୧][୨] ୫୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ସେ କଣ୍ଠଦାନ କରିଛନ୍ତି । ସେ ଜଣେ ବ୍ୟାଙ୍କ ଅଧିକାରୀ ଭାବରେ କାର୍ଯ୍ୟ କରି ଅବସର ଗ୍ରହଣ କରିସାରିଛନ୍ତି ।
ଦେବାଶିଷ ମହାପାତ୍ର | |
---|---|
ଜନ୍ମ | ଦେବାଶିଷ ମହାପାତ୍ର ୧୫ ସେପ୍ଟେମ୍ବର ୧୯୫୪ |
ଜାତୀୟତା | ଭାରତୀୟ |
ପ୍ରସିଦ୍ଧି | ଓଡ଼ିଆ ଗାୟକ |
ପିତାମାତା | ରମେଶ ଚନ୍ଦ୍ର ମହାପାତ୍ର, ସୌଦାମିନୀ ଦେବୀ |
ଜୀବନୀ
ସମ୍ପାଦନାପ୍ରାରମ୍ଭିକ ଜୀବନ ଓ ପରିବାର
ସମ୍ପାଦନାଦେବାଶିଷ ୧୯୫୪ ମସିହାରେ ବାରିପଦାର ଦେଉଳସାହିଠାରେ ଜନ୍ମଗ୍ରହଣ କରିଥିଲେ । ସେ ଥିଲେ ପିତା ରମେଶ ଚନ୍ଦ୍ର ମହାପାତ୍ର ଓ ମାତା ସୌଦାମିନୀ ଦେବୀଙ୍କର ଅଷ୍ଟମ ସନ୍ତାନ । ଦେବାଶିଷଙ୍କର ପିଲାଦିନ କଟକର ଝାଞ୍ଜିରିମଙ୍ଗଳାରେ ବିତିଥିଲା । ତାଙ୍କ ପିତା ରମେଶ ଚନ୍ଦ୍ର ଜଣେ ଛଉ ନାଚ କଳାକାର ଥିଲେ । ମା ସୌଦାମିନୀ ଦେବୀ ମଧ୍ୟ ଗୀତ ଗାଉଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର ତାଙ୍କର ବଡ଼ ଭାଇ ଥିଲେ । ତାଙ୍କ ପରିବାରରେ ସଙ୍ଗୀତର ମାହୋଲ ଥିଲା । କଟକରେ ବଡ଼ଭାଇ ଶାନ୍ତନୁ ସଙ୍ଗୀତର ସୂର କରିବାବେଳେ ଦେବାଶିଷ ତାଙ୍କ ପାଖରେ ବସି ଶୁଣୁଥିଲେ । ଏଥିରୁ ତାଙ୍କର ସଙ୍ଗୀତ ପ୍ରତି ଆଗ୍ରହ ବଢ଼ୁଥିଲା ।
ସଙ୍ଗୀତ ସାଧନା
ସମ୍ପାଦନା୧୯୬୪ ମସିହାରେ କଟକର ରାଣୀହାଟ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ସେ ସ୍କୁଲରେ ଅନୁଷ୍ଠିତ ହେଉଥିବା ସଙ୍ଗୀତ ପ୍ରତିଯୋଗୀତା ପାଇଁ ବଡ଼ଭାଇଙ୍କୁ ଏକ ଗୀତ ଶିଖେଇଦେବାକୁ ଅନୁରୋଧ କରିଥିଲେ । ବଡ଼ଭାଇ ତାଙ୍କୁ ବନ୍ଧୁ ପ୍ରଣବ ପଟ୍ଟନାୟକଙ୍କୁ ଗୀତ ଶିଖିବାକୁ କହିଥିଲେ । ପ୍ରଣବ ତାଙ୍କୁ ନିଜ ଗୀତ ଆଗୋ ବନହଂସୀ ଶିଖେଇ ଦେଇଥିଲେ । ସେ ଗୀତ ପରିବେଷଣ କରି ଦେବାଶିଷ ସ୍କୁଲ ପ୍ରତିଯୋଗୀତାରେ ପ୍ରଥମ ପୁରସ୍କାର ଲାଭ କରିଥିଲେ । ଏହାପରେ ସ୍କୁଲରେ ସେ ଜଣେ କଣ୍ଠଶିଳ୍ପୀ ଭାବରେ ପରିଚିତ ହେଲେ ଓ ସମସ୍ତେ ତାଙ୍କୁ ଶାନ୍ତନୁ ମହାପାତ୍ରଙ୍କ ଭାଇ ଭାବରେ ଚିହ୍ନିଲେ । ପରେ ସେ ଓଡ଼ିଶାର ସବୁ ପ୍ରତିଷ୍ଠିତ ସଙ୍ଗୀତ ନିର୍ଦ୍ଦେଶକଙ୍କ ସହ କାମ କରିବାର ସୁଯୋଗ ପାଇଲେ ଓ ଅନେକ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।
କଣ୍ଠଦାନ କରିଥିବା କଥାଚିତ୍ର
ସମ୍ପାଦନା- ମନ ମନ୍ଦିର
- ଚିଲିକାତୀରେ
- ମାନସୀ
- ପ୍ରିୟତମା
- ବଳିଦାନ
- ଅଗ୍ନିପରୀକ୍ଷା
- ଡୋରା'
- ପକା କମ୍ବଳ ପୋତ ଛତା
- ଜଗାବଳିଆ
- ଟିକେ ହସ ଟିକେ ଲୁହ
- କି ହେବ ଶୁଆ ପୋଷିଲେ
- ଯାହାକୁ ରଖିବେ ଅନନ୍ତ
- ଲାଲ୍ ପାନ ବିବି
- ଉଦଣ୍ଡୀ ସୀତା
- ଲକ୍ଷେ ଶିବ ପୂଜି ପାଇଛି ପୁଅ
- ଦୁନିଆ ଦୁନିଆ ଦି ଦିନିଆ
- ସୁଭଦ୍ରା
- ସାଖି ରହିବ ମୋ ଶାଂଖା ସିନ୍ଦୁର
- ଅର୍ଜୁନ
- ଗୋଲାମଗିରି
- ଜୀବନ ସଂଗ୍ରାମ
- ବଗୁଲା ବଗୁଲୀ
- ହୀରାନୀଳା
- ପଞ୍ଜୁରୀ ଭିତରେ ଶାରୀ
- ତୋ ବିନୁ ଅନ୍ୟ ଗତି ନାହିଁ
- ମୁକ୍ତିତୀର୍ଥ
- ପଥର ଖସୁଛି ବଡ଼ ଦେଉଳୁ
- କୋଟିଏ ମଣିଷ ଗୋଟିଏ ଜଗା
- ହରି ଭାଇ ହାରେନା
- ଶୋଧ ହିନ୍ଦୀ ଚଳଚ୍ଚିତ୍ର
ଲୋକପ୍ରିୟ ଗୀତ
ସମ୍ପାଦନା- ଏଇ ପ୍ରୀତି ଫୁଲ ଝରା ପଥେ
- ଜହ୍ନ ଉଠିଥିବ ତାରା ଫୁଟିଥିବ
- ପାନ ଗୁଆ ଖଇର ଗୁଆକାତି
- ଶୁଆ ପୋଷିଥିଲା କେତେ ସେନେହ ଦେଇ[୩]
ଆଧାର
ସମ୍ପାଦନା- ↑ AKASHVANI (XXXVIII, No.12 ed.). All India Radio (AIR), New Delhi. 18 MARCH 1973. Retrieved 11 April 2022.
{{cite book}}
: Check date values in:|date=
(help) - ↑ Orissa Society of Americas 27th Annual Convention Souvenir. Odisha Society of the Americas. 1996. Retrieved 11 April 2022.
- ↑ "ଗୀତ ଗବାକ୍ଷ". No. ସମ୍ବାଦ ରବିବାର ୧୦/୦୧/୨୦୨୨ ପୃଷ୍ଠା ୧୧. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 11 April 2022. Retrieved 11 April 2022.
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଦେବାଶିଷ ମହାପାତ୍ର