ଲତା ଘୋଷ (୧୧ ଜାନୁଆରୀ ୧୯୫୫ – ୦୯ ନଭେମ୍ବର ୨୦୨୨) ଜଣେ ଓଡ଼ିଆ କଣ୍ଠଶିଳ୍ପୀ ଥିଲେ । ସେ ଓଡ଼ିଶୀ, ଛାନ୍ଦ, ଚମ୍ପୂ, ଭଜନ, ଜଣାଣ, ଆଧୁନିକ ଓ ପଲ୍ଲୀ ଗୀତ ଆଦି ଗାୟନ କରୁଥିଲେ । ୧୯୭୫ ମସିହାରୁ ଆକାଶବାଣୀ ଓ ଦୂରଦର୍ଶନର ଜଣେ ସ୍ୱୀକୃତିପ୍ରାପ୍ତ କଳାକାର ଭାବେ ମାନ୍ୟତା ପାଇଥିଲେ । ସେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ମଧ୍ୟ ଅଧ୍ୟାପନା କରୁଥିଲେ । ୨୦୧୫ ମସିହାରେ ଓଡ଼ିଶୀ କଣ୍ଠ ସଙ୍ଗୀତ ପାଇଁ ତାଙ୍କୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପୁରସ୍କାର ପ୍ରଦାନ କରାଯାଇଥିଲା ।

ଲତା ଘୋଷ
ଜନ୍ମ
ମୃତ୍ୟୁ୯ ନଭେମ୍ବର ୨୦୨୨(2022-11-09) (ବୟସ ୬୭)
ବୃତ୍ତିକଣ୍ଠଶିଳ୍ପୀ
ବୈବାହିକ-ସାଥୀସତ୍ୟଜିତ ଘୋଷ
ସନ୍ତାନଶିବଶଙ୍କର, ଆନନ୍ଦ ଶଙ୍କର
ପିତାମାତା(s)ପୀତାମ୍ବର ପାଣି
ରାଧା ପାଣି

ଜୀବନୀ ସମ୍ପାଦନା

ଲତା, ୧୯୫୫ ମସିହାରେ ଯାଜପୁର ଜିଲ୍ଲାର ଜଲାହାରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ପୀତାମ୍ବର ପାଣି ଓ ମାତାଙ୍କ ନାମ ରାଧା ପାଣି । ୭ବର୍ଷ ବୟସରୁ ସେ ସଙ୍ଗୀତ ଶିକ୍ଷାଲାଭ କରିଥିଲେ । ସେ ଗୁରୁ ବାଳକୃଷ୍ଣ ଦାଶ, ଗୋପାଳ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମିଶ୍ର, ରଘୁନାଥ ପାଣିଗ୍ରାହୀ, ହରମୋହନ ଖୁଣ୍ଟିଆ, ମାର୍କଣ୍ଡେୟ ମହାପାତ୍ର, ଦାମୋଦର ହୋତା, ଦୀପକ ବସୁଙ୍କଠାରୁ ସଙ୍ଗୀତ ଶିକ୍ଷାଲାଭ କରିଥିଲେ । ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ସେ ସଙ୍ଗୀତ ଆଚାର୍ଯ୍ୟ ଡିଗ୍ରୀ ହାସଲ କରିଥିଲେ । ୧୯୭୫ ମସିହାରେ ସେ ଆକାଶବାଣୀର ସ୍ୱୀକୃତିପ୍ରାପ୍ତ କଳାକାର ମାନ୍ୟତା ପାଇଥିଲେ । ପରେ ସେ ବି-ହାଇଗ୍ରେଡ଼ କଣ୍ଠଶିଳ୍ପୀ ମାନ୍ୟତା ମଧ୍ୟ ପାଇଥିଲେ ।[୧]

କର୍କଟ ରୋଗରେ ପିଡ଼ିତ ହୋଇ ୨୦୨୨ ମସିହା ନଭେମ୍ବର ୦୯ ତାରିଖରେ ଭୁବନେଶ୍ୱରଠାରେ ତାଙ୍କର ପରଲୋକ ଘଟିଥିଲା ।[୨]

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି - ୨୦୧୫[୩]

ଆଧାର ସମ୍ପାଦନା

  1. "ବିଶିଷ୍ଟ ଓଡ଼ିଶୀ କଣ୍ଠ ଶିଳ୍ପୀ ଲତା ଘୋଷଙ୍କ ପରଲୋକ". www.samajalive.in. ସମାଜ. Archived from the original on 14 November 2022. Retrieved 14 November 2022.
  2. "ଚିର ନିଦ୍ରାରେ ପ୍ରସିଦ୍ଧ ଗାୟିକା ଲତା ଘୋଷ". www.prameya.com. ପ୍ରମେୟ. Archived from the original on 14 November 2022. Retrieved 14 November 2022.
  3. "କଣ୍ଠଶିଳ୍ପୀ ଲତା ଘୋଷଙ୍କ ପରଲୋକ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 14 November 2022. Retrieved 14 November 2022.

ବାହାର ଆଧାର ସମ୍ପାଦନା