ମାନସ କୁମାର ଦତ୍ତ
ମାନସ କୁମାର ଦତ୍ତ ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ମାନସ କୁମାର ଦତ୍ତ | |
---|---|
ବିଧାୟକ: ୧୭ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୫ ଜୁନ ୨୦୨୪ – ଏବେଯାଏଁ | |
ପୂର୍ବ ଅଧିକାରୀ | ସ୍ୱରୂପ କୁମାର ଦାସ |
ନିର୍ବାଚନ ମଣ୍ଡଳୀ | ବାଲେଶ୍ୱର |
ବ୍ୟକ୍ତିଗତ ସବିଶେଷ | |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ବାପା/ବୋଉ | ମଦନ ମୋହନ ଦତ୍ତ (ବାପା) ପ୍ରେମଲତା ଦତ୍ତ (ମାଆ) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାମାନସ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ମଦନ ମୋହନ ଦତ୍ତ ଜଣେ ରାଜନେତା ଥିଲେ, ଯିଏକି ଓଡ଼ିଶା ବିଧାନ ସଭାକୁ ଥରେ ନିର୍ବାଚିତ ହୋଇଥିଲେ ଓ ତାଙ୍କ ମାଆଙ୍କ ନାମ ପ୍ରେମଲତା ଦତ୍ତ ।
ରାଜନୈତିକ ଜୀବନ
ସମ୍ପାଦନାମାନସ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ ସକ୍ରିୟ ଅଛନ୍ତି । ରାଜନୀତିରେ ସକ୍ରିୟ ହେବାପରେ, ୨୦୨୦ ମସିହାରେ ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ସେ ବିଜେପିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ[୧] ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତା ଦଳର ପ୍ରାର୍ଥୀ ସ୍ୱରୂପ କୁମାର ଦାସଙ୍କ ଠାରୁ ପରାଜିତ ହୋଇଥିଲେ ।[୨]
୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେପିର ପ୍ରାର୍ଥୀ ଭାବରେ ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୮୯,୩୬୦ ଖଣ୍ଡ ଭୋଟ୍ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତା ଦଳର ପାର୍ଥୀ ସ୍ୱରୂପ କୁମାର ଦାସଙ୍କୁ ୨୮,୬୨୬ ଖଣ୍ଡ ଭୋଟ୍ରେ ପରାସ୍ତ କରି ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୩]
ଆଧାର
ସମ୍ପାଦନା- ↑ "Naveen juggernaut unstoppable, BJD romps home in Balasore and Tirtol bypolls". The New Indian Express. Retrieved 2022-05-23.
- ↑ "Naveen Reigns Supreme in fortress Odisha". The New Indian Express. Retrieved 2022-05-23.
- ↑ "General Election to Assembly Constituencies 2024: Balasore (Odisha)". Election Commission of India. Retrieved 10 June 2024.