ମଦନ ମୋହନ ଦତ୍ତ

ଓଡ଼ିଆ ରାଜନୀତିଜ୍ଞ

ମଦନ ମୋହନ ଦତ୍ତ (୧୩ ଅଗଷ୍ଟ ୧୯୫୭ - ୧୭ ଜୁନ ୨୦୨୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ମଦନ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୨୦୧୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ମଦନ ମୋହନ ଦତ୍ତ
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ୧୭ ଜୁନ ୨୦୨୦
ପୂର୍ବ ଅଧିକାରୀଜୀବନ ପ୍ରଦୀପ ଦାଶ
ନିର୍ବାଚନ ମଣ୍ଡଳୀବାଲେଶ୍ୱର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1957-08-13)ଅଗଷ୍ଟ ୧୩, ୧୯୫୭
ମୃତ୍ୟୁ୧୭ ଜୁନ ୨୦୨୦(2020-06-17) (ବୟସ ୬୨)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀପ୍ରେମଲତା ଦତ୍ତ
ବାପା/ବୋଉବୀରେନ ଚନ୍ଦ୍ର ଦତ୍ତ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ମଦନ ମୋହଦ ଦତ୍ତ ୧୯୫୭ ମସିହାର ଅଗଷ୍ଟ ମାସ ୧୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବୀରେନ ଚନ୍ଦ୍ର ଦତ୍ତ ଓ ପତ୍ନୀଙ୍କ ନାମ ପ୍ରେମଲତା ଦତ୍ତ ।[୧]

ରାଜନୈତିକ ଜୀବନ ସମ୍ପାଦନା

ମଦନ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ।[୧] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

୨୦୧୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ମଦନ ମୋହଦ ଦତ୍ତ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୭୪,୮୧୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ ଏବଂ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ତଥା ବିଜୁ ଜନତା ଦଳର ପ୍ରାର୍ଥୀ ଜୀବନ ପ୍ରଦୀପ ଦାଶଙ୍କୁ ୧୩,୪୦୬ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୨]

୨୦୧୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ମଦନ ବିଜେପିର ପ୍ରାର୍ଥୀ ଭବରେ ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ, ମାତ୍ର ୩୭,୮୨୪ ଖଣ୍ଡ ଭୋଟ ପାଇଁ ବିଜେଡିର ବିଜୟୀ ପ୍ରାର୍ଥୀ ଜୀବନ ପ୍ରଦୀପ ଦାଶଙ୍କଠାରୁ ୯,୭୯୧ ଖଣ୍ଡ ଭୋଟରେ ପରାସ୍ତ ହୋଇଥିଲେ ।[୨]

ମୃତ୍ୟୁ ସମ୍ପାଦନା

ମଦନ ମୋହନ ଦତ୍ତ ୨୦୨୦ ମସିହାର ଜୁନ ମାସ ୧୭ ତାରିଖ ଦିନ ହୃଦଘାତରେ ମୃତ୍ୟବରଣ କରିଥିଲେ ।[୩] ସେ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ ।[୩] ମୃତ୍ୟୁବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ "Shri Madan Mohan Dutta". odishaassembly.nic.in. Odisha Assembly. Retrieved 18 June 2020.
  2. ୨.୦ ୨.୧ ୨.୨ "Balasore Election Results 2019 LIVE: Balasore Assembly Election Results, Winner, Runner-Up & Vote Share – Oneindia". www.oneindia.com (in ଇଂରାଜୀ). Retrieved 18 June 2020.
  3. ୩.୦ ୩.୧ Pradhan, Ashok (17 June 2020). "Odisha MLA Madan Mohan Dutta dies of heart attack | Bhubaneswar News - Times of India". The Times of India (in ଇଂରାଜୀ). Retrieved 18 June 2020.