ଭୁବନେଶ୍ଵର ମିଶ୍ର

ସଂଗୀତକାର

ଭୁବନେଶ୍ଵର ମିଶ୍ର (୧୫ ଜୁଲାଇ ୧୯୨୭ - ୭ ମଇ ୧୯୯୩) ଜଣେ ସଙ୍ଗୀତ ନିର୍ଦ୍ଦେଶକ ଏବଂ ବେହେଲା ବାଦକ ଥିଲେ । [୧] ହିନ୍ଦୁସ୍ତାନୀ, କର୍ଣ୍ଣାଟକୀ ଓ ଓଡ଼ିଶୀ ସଙ୍ଗୀତରେ ସେ ଦକ୍ଷ ଥିଲେ । ସେ ୧୫ ଜୁଲାଇ ୧୯୨୭ରେ ଜନ୍ମଗ୍ରହଣ କରିଥିଲେ ।[୨] ଅଳ୍ପ କଥା କହୁଥିବାରୁ, ତାଙ୍କ ବାପା ନାମ ରଖିଥିଲେ "ମୁନି" । ଗୁରୁ କେଳୁଚରଣ ମହାପାତ୍ରଙ୍କ[୩] ସହିତ ମିଶି ପଣ୍ଡିତ ଭୁବନେଶ୍ଵର ମିଶ୍ର ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ପାଇଁ ବିଶ୍ଵବ୍ୟାପି ଆଦୃତି ଆଣି ପାରିଛନ୍ତି ।[୪] ଜୟଦେବଙ୍କ ଗୀତ ଗୋବିନ୍ଦରେ ସୂର ଦେଇ, ସେ ତାକୁ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଦେଶ ବିଦେଶରେ ପହଞ୍ଚାଇ ପାରିଛନ୍ତି ।[୫]

ଭୁବନେଶ୍ଵର ମିଶ୍ର
ଜନ୍ମ ଓ ଜନ୍ମସ୍ଥାନ ୧୫ ଜୁଲାଇ ୧୯୨୭(1927-07-15)
ମୃତ୍ୟୁ ୭ ମଇ ୧୯୯୩ (୬୫ ବର୍ଷ)
ଜାତୀୟତା ଭାରତୀୟ
ଅଲଗା ନାଆଁ ଶ୍ରୀକୁମାର
ପ୍ରସିଦ୍ଧି ଓଡ଼ିଆ ସଂଗୀତକାର
ପୁରସ୍କାର କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର

ହରିପ୍ରସାଦ ଚୌରାଶିଆଙ୍କ ସହ ମିଶି ଭୁବନ-ହରି[୬] ନାମରେ ସେ ବହୁ ଓଡ଼ିଆ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ କରିଛନ୍ତି ।[୭] ଆକାଶବାଣୀରେ ଚାକିରୀ କରୁଥିବାରୁ ଭୁବନେଶ୍ଵର ମିଶ୍ର 'ଶ୍ରୀକୁମାର' ନାମରେ ନିଜକୁ ସଙ୍ଗୀତ ନିର୍ଦ୍ଦେଶନା କ୍ଷେତ୍ରରେ ପରିଚିତ କରାଉଥିଲେ ।[୮] ୭ ମଇ ୧୯୯୩ରେ ତାଙ୍କର ମୃତ୍ୟୁ ହୋଇଥିଲା ।[୯] ସଙ୍ଗୀତ ପ୍ରତି ପଣ୍ଡିତ ଭୁବନେଶ୍ଵର ମିଶ୍ରଙ୍କ ଅବଦାନକୁ ସମ୍ମାନ ଜଣାଇ ସୃତି ଅନୁଷ୍ଠାନ ତରଫରୁ ପ୍ରତିବର୍ଷ ପଣ୍ଡିତ ଭୁବନେଶ୍ଵର ମିଶ୍ର ମେମୋରିଆଲ ସମ୍ମାନ ପ୍ରଦାନ କରାଯାଇଥାଏ । [୧୦]

ପୁରସ୍କାର ଓ ସମ୍ମାନସମ୍ପାଦନ କରନ୍ତୁ

  • କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର, ୧୯୮୬[୧୧]

ଆଧାରସମ୍ପାଦନ କରନ୍ତୁ

  1. Asian Recorder. ୧୯୮୭. 
  2. "Bhubaneswar Mishra remembered". The Pioneer. 3 June 2013. http://www.dailypioneer.com/state-editions/bhubaneswar/bhubaneswar-mishra-remembered.html. Retrieved 30 April 2015. 
  3. Priyambada Mohanty Hejmadi; Ahalya Hejmadi Patnaik (୧ January ୨୦୦୭). Odissi, an Indian classical dance form. Aryan Books International. ISBN ୯୭୮-୮୧-୭୩୦୫-୩୨୪-୫. 
  4. http://www.narthaki.com/info/rmc/rmc7.html
  5. "ଆଜି ଜନ୍ମ ଦିନ". ସମ୍ବାଦ ୧୫/୦୭/୨୦୧୬ ଭୁବନେଶ୍ଵର ସଂସ୍କରଣ ପୃଷ୍ଠା ୨୦. http://www.sambadepaper.com/Details.aspx?id=270917&boxid=393138. Retrieved 15 July 2016. 
  6. Mānnā De (୧ January ୨୦୦୭). Memories Come Alive: An Autobiography. Penguin Books India. pp. ୩୯୨–. ISBN ୯୭୮-୦-୧୪-୩୧୦୧୯୩-୨. 
  7. http://www.newindianexpress.com/states/odisha/article121490.ece?service=print
  8. ପ୍ରଣବ, ଦାସ. "ଜଣେ ତେଜସ୍ଵୀ ପୁରୁଷ". ନିତିଦିନ 'ନଜର୍'. Retrieved 28 May 2017. 
  9. http://www.odissivilas.org/mishra.htm
  10. http://www.hindu.com/2007/12/24/stories/2007122456010300.htm
  11. "List of Awardees". Sangeet Natak Akademi Awards. Retrieved 15 March 2017. 

ଅଧିକ ତଥ୍ୟସମ୍ପାଦନ କରନ୍ତୁ