ଗୀତଗୋବିନ୍ଦ କବି ଜୟଦେବଙ୍କଦ୍ୱାରା ସଂସ୍କୃତ ଭାଷାରେ ରଚିତ ଦ୍ୱାଦଶ ଶତାବ୍ଦୀର ଏକ କାବ୍ୟ । ଦ୍ୱାଦଶ ସର୍ଗ ବିଶିଷ୍ଟ ଏହି କାବ୍ୟଟି ରାଧାକୃଷ୍ଣଙ୍କ ରାସଲୀଳା ଉପରେ ପର୍ଯ୍ୟବେସିତ । ବୈଷ୍ଣବ ଭକ୍ତି ମାର୍ଗ ଉପରେ ଗୀତଗୋବିନ୍ଦ କାବ୍ୟର ବିଶେଷ ପ୍ରଭାବ ପଡିଛି । କାନ୍ତ କୋମଳ ପଦାବଳୀ, ମଧୁର ଶବ୍ଦ ସଂଯୋଜନା, ଭକ୍ତି ଭାବରେ ପୂର୍ଣ୍ଣ ବିଷୟ ନିମନ୍ତେ ଗୀତଗୋବିନ୍ଦର ସଂସ୍କୃତ ସାହିତ୍ୟରେ ଏକ ବିଶେଷ ସ୍ଥାନ ରହିଚି ।[୧] ପ୍ରସିଦ୍ଧ ଦଶାବତାର ବର୍ଣ୍ଣନା ଓ ସ୍ତୋତ୍ର ଏହି କାବ୍ୟର ପ୍ରଥମ ସର୍ଗରେ ରହିଛି । ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାରେ ମଧ୍ୟ ଗୀତଗୋବିନ୍ଦର ଏକ ପ୍ରଧାନ ସ୍ଥାନ ରହିଛି।

ଗୀତଗୋବିନ୍ଦ  
ଲେଖକଜୟଦେବ
ମୂଳ ନାଆଁଗୀତଗୋବିନ୍ଦ
ଦେଶଭାରତ
ଭାଷାସଂସ୍କୃତ
ବିଭାଗକାବ୍ୟ
'Iଗୀତ ଗୋବିନ୍ଦ ପାଇଁ ଚିତ୍ରନାଟ୍ୟ, 19th ନବିଂଶ ଶତାବ୍ଦୀ, ହନୋଲୁଲୁ ମ୍ୟୁଜିୟମ୍ ଅଫ୍ ଆର୍ଟ, 10799.1

ବିଷୟବସ୍ତୁ ଓ ଭାବଧାରାସମ୍ପାଦନ କରନ୍ତୁ

ଗୀତଗୋବିନ୍ଦ ରାଧାକୃଷ୍ଣଙ୍କର ଦିବ୍ୟ ପ୍ରେମର ବର୍ଣ୍ଣନା ଅଟେ। ରାଧାକୃଷ୍ଣଙ୍କର ଅପ୍ରାକୃତ ପ୍ରେମଲୀଳା ସମ୍ବଳିତ ଲଳିତ ପଦାବଳୀରେ ଭକ୍ତିଭାବର ପରିପ୍ରକାଶ ହିଁ ଏହି କାବ୍ୟର ମୁଖ୍ୟ ଉପଜୀବ୍ୟ ହୋଇଛି । ଦ୍ୱାଦଶ ସର୍ଗରେ ବିଭକ୍ତ ଏହି କାବ୍ୟ କାନ୍ତ କୋମଳ ପଦାବଳୀ ନିମନ୍ତେ ପ୍ରସିଦ୍ଧ। ମୁଖ୍ୟତଃ ଆଦି ରସ ଉପରେ ଆଧାରିତ ଏହି କାବ୍ୟ ରାଧାଙ୍କୁ ନାୟିକା ଭାବରେ ଗ୍ରହଣ କରିଛି। ଏହି କାବ୍ୟର ସାରମର୍ମ "ଦେହି ପଦ ପଲ୍ଲବ ମୁଦାରମ" ପଦରେ ନିହିତ। ଏଠାରେ ଶ୍ରୀରାଧା (ଭକ୍ତର ପ୍ରତୀକ)ଙ୍କୁ ଶ୍ରୀକୃଷ୍ଣ (ଭଗବାନ)ଙ୍କ ଠାରୁ ମହନୀୟ ବୋଲି ଦର୍ଶାଯାଇଛି । ଏକ କିମ୍ବଦନ୍ତୀ ଅନୁସାରେ ଏହି ପଦ ନିଜେ ଭଗବାନ କୃଷ୍ଣ ଜୟଦେବଙ୍କ ରୂପ ଧାରଣକରି ଲେଖିଥିଲେ । [୨]

ଅନୁବାଦସମ୍ପାଦନ କରନ୍ତୁ

ଏହି କବିତାଟି ଅଧିକାଂଶ ଆଧୁନିକ ଭାରତୀୟ ଭାଷା ଏବଂ ଅନେକ ୟୁରୋପୀୟ ଭାଷାରେ ଅନୁବାଦ କରାଯାଇଛି | ୧୭୯୨ ମସିହାରେ ଜର୍ମାନ କବି ଫ୍ରିଡ୍ରିକ୍ ରୁକର୍ଟଙ୍କର ଏକ ପଦ ଅନୁବାଦ ୧୮୨୯ ମସିହାରେ ଆରମ୍ଭ ହୋଇଥିଲା ଏବଂ ବୋନ୍ ୧୮୩୭ ମସିହାରେ ସି. ଲାସେନଙ୍କ ସମ୍ପାଦିତ ସଂସ୍କୃତ ଏବଂ ଲାଟିନ୍ ଅନୁବାଦ ଅନୁଯାୟୀ ସଂଶୋଧିତ ହୋଇଥିଲା | ପ୍ୟାରିସର ଗୁଇମେଟ ସଂଗ୍ରହାଳୟରେ ଦେବନାଗରୀ ସ୍କ୍ରିପ୍ଟରେ ଆଉ ଏକ ପାଣ୍ଡୁଲିପି ଅଛି ଯାହାକି କୃଷ୍ଣ ଏବଂ ରାଧାଙ୍କ ମଧ୍ୟରେ ପ୍ରେମ ବିଷୟରେ ବର୍ଣ୍ଣନା କରାଯାଇଛି |

ଜଗନ୍ନାଥ ସଂସ୍କୃତି ଓ ଗୀତଗୋବିନ୍ଦସମ୍ପାଦନ କରନ୍ତୁ

ଗୀତଗୋବିନ୍ଦର ପଦାବଳୀ ଶ୍ରୀଜଗନ୍ନାଥଙ୍କର ଅତ୍ୟନ୍ତ ପ୍ରିୟ ବୋଲି ଗ୍ରହଣ କରାଯାଏ। ବଡ଼ସିଂହାର ବେଶ ସମୟରେ ଶ୍ରୀମନ୍ଦିରରେ ପ୍ରତ୍ୟହ ଗୀତଗୋବିନ୍ଦ ପାଠ କରାଯାଏ। ଏହା ବ୍ୟତୀତ ଦେବଦାସୀ ନୃତ୍ୟ ସମୟରେ ମଧ୍ୟ ଗୀତଗୋବିନ୍ଦ ଗାନ କରାଯାଉଥିଲା। ଶ୍ରୀ ମନ୍ଦିରରେ ନୂତନ ସେବକ ନିଯୁକ୍ତି ସମୟରେ ସେବକମାନଙ୍କୁ ଗୀତଗୋବିନ୍ଦ ଖଣ୍ଡୁଆ ଭେଟି ଦିଆଯିବାର ପ୍ରଥା ରହିଛି। ଗୀତଗୋବିନ୍ଦ ଖଣ୍ଡୁଆ ପାଟ ଶ୍ରୀ ଜଗନ୍ନାଥଙ୍କ ସେବାରେ ରହିଛି ; ଏହା ମୁଖ୍ୟତଃ ବଡ଼ସିଂହାର ବେଶରେ ଲାଗି ହୁଏ । ପ୍ରଚଳିତ କିମ୍ବଦନ୍ତୀ ଅନୁଯାୟୀ ଏକଦା ଏକ ବାଳିକା ବାଇଗଣ କିଆରିରେ ବାଇଗଣ ତୋଳିବା ସମୟରେ ଗୀତଗୋବିନ୍ଦ ଗାଉଥିଲା । ଶ୍ରୀ ଜଗନ୍ନାଥଙ୍କର ଏହି ପଦାବଳୀ ଅତ୍ୟନ୍ତ ପ୍ରିୟ ହୋଇଥିବାରୁ ସେ ସେହି ବାଳିକା ପଛରେ ବୁଲୁଥିଲେ। ବାଇଗଣ କଣ୍ଟା ଲାଗି ପ୍ରଭୁଙ୍କ ଖଣ୍ଡୁଆ ପାଟ ଚିରି ଗଲା । ଏକଥା ପ୍ରଘଟ ହେବା ପରେ ବଡ଼ପଣ୍ଡାଙ୍କୁ ଶ୍ରୀ ମନ୍ଦିରରେ ପ୍ରତ୍ୟହ ଗୀତଗୋବିନ୍ଦ ଗାନ ପାଇଁ ବ୍ୟବସ୍ଥା କରିବାକୁ ଆଦେଶ ହୋଇଥିଲା । [୩]

ଓଡିଶୀ ସଙ୍ଗୀତସମ୍ପାଦନ କରନ୍ତୁ

ଶ୍ରୀ ଗୀତଗୋବିନ୍ଦ କାବ୍ୟ ଓଡ଼ିଶୀ ସଙ୍ଗୀତର ପାରମ୍ପରିକ ସମ୍ପଦ ମଧ୍ୟରୁ ଶୀର୍ଷସ୍ଥାନୀୟ ଅଟେ । ଜୟଦେବ ଗୀତଗୋବିନ୍ଦର ପ୍ରତି ଅଷ୍ଟପଦୀରେ ଓଡ଼ିଶୀ ରାଗ ଓ ତାଳ ଅନୁସାରେ ଗାୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି କାବ୍ୟରେ ମାଳବ, ଗୁର୍ଜରୀ, ବସନ୍ତ, ରାମକରୀ, ମାଳବଗୌଡ, ଗୁଣ୍ଡକେରୀ, ଆଦି ରାଗ ବ୍ୟବହୃତ ହୋଇଛି । ରୂପକ, ଏକତାଳୀ, ଅଷ୍ଟତାଳୀ ପ୍ରଭୃତି ତାଳର ବ୍ୟବହାର ମଧ୍ୟ ପରିଲକ୍ଷିତ ହୁଏ । ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ଭାରତର ଉତ୍ତର ଓ ଦକ୍ଷିଣରେ ପ୍ରଚଳିତ ହିନ୍ଦୁସ୍ତାନୀ ଓ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତ ଠାରୁ ସ୍ୱତନ୍ତ୍ର । ଗୀତଗୋବିନ୍ଦରେ ବ୍ୟବହୃତ ରାଗ ଓ ତାଳର ବ୍ୟବହାର ବର୍ତ୍ତମାନ ମଧ୍ୟ ଓଡ଼ିଶୀ ସଙ୍ଗୀତରେ ହୁଏ । ଗୀତଗୋବିନ୍ଦ ଏକ ଗୀତିକାବ୍ୟ ଏବଂ ଏହାର ପ୍ରତି ଅଷ୍ଟପଦୀକୁ ଗୀତ କୁହାଯାଏ ।

ଦ୍ୱାଦଶ ସର୍ଗସମ୍ପାଦନ କରନ୍ତୁ

ଏହି କାବ୍ୟଟି ଦ୍ୱାଦଶ ସର୍ଗରେ ବିଭକ୍ତ । ଦ୍ୱାଦଶ ସର୍ଗର ନାମକରଣ ଶ୍ରୀକୃଷ୍ଣଙ୍କର ଭିନ୍ନ ଭିନ୍ନ ନାମଦ୍ୱାରା ହୋଇଛି । କେତେକ ଗବେଷକଙ୍କ ମତରେ ଏହି ଦ୍ୱାଦଶ ସର୍ଗର ପ୍ରେରଣା କବିଙ୍କୁ ପ୍ରାଚୀ ଉପତ୍ୟକାରେ ପୂଜା ପାଉଥିବା ଦ୍ୱାଦଶ ମାଧବଙ୍କ ଠାରୁ ମିଳିଛି ।[୪] ପ୍ରତି ସର୍ଗ କେତେକ ଗୀତରେ ବିଭକ୍ତ । ନିମ୍ନରେ ସର୍ଗଗୁଡ଼ିକର ନାମ ପ୍ରଦତ୍ତ ।

  • ସମୋଦଦାମୋଦର
  • ଅକ୍ଳେଶକେଶବ
  • ମୁଗ୍ଧ ମଧୁସୂଦନ
  • ସ୍ନିଗ୍ଧ ମଧୁସୂଦନ
  • ସାକାଂକ୍ଷ ପୁଣ୍ଡରୀକାକ୍ଷ
  • କୁଣ୍ଠବୈକୁଣ୍ଠ
  • ନାଗରନାରାୟଣ
  • ବିଲକ୍ଷ୍ୟଲକ୍ଷ୍ମୀପତି
  • ମନ୍ଦମକୁନ୍ଦ
  • ଚତୁର ଚତୁର୍ଭୁଜ
  • ସାନନ୍ଦ ଦାମୋଦର
  • ସୁପ୍ରୀତପୀତାମ୍ବର

ଆଧାରସମ୍ପାଦନ କରନ୍ତୁ

  1. Sri Gita Govinda of Sri Jayadeva Gosvami. Gaudiya Vedanta Publications.
  2. Sri Gita Govinda of Sri Jayadeva Gosvami. Gaudiya Vedanta Publications.
  3. [{{cite web|url=http://gopaljiu.org/excerpts/kk_12_tulasi_gitagovinda.pdf}} "Jagannatha & Geeta Govinda Today"] Check |url= value (help). Retrieved 10 June 2016.
  4. ପ୍ରାଚୀ ତୀର୍ଥ. ହଂସନାଥ ସାହୁ. pp. ୪୫-୯୨.