ଭି.ସୁଜ୍ଞାନୀ କୁମାରୀ ଦେଓ

ଓଡ଼ିଆ ରାଜନୀତିଜ୍ଞ

ଭି.ସୁଜ୍ଞାନୀ କୁମାରୀ ଦେଓ ଏକାଧାରେର ଜଣେ ବିଧାୟିକା,ସମାଜେସବୀ ଓ କୃଷିଜୀବି । ସେ ୧୯୩୭ ମସିହ। ଅଗଷ୍ଟ ୮ ତାରିଖରେ ଗଞ୍ଜାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ରାଜା ଆର.ଭି.ଏମ କୁମାର ଦେଓ । ତାଙ୍କ ସ୍ୱାମୀଙ୍କ ନାମ ପୂର୍ଣ୍ଣଚନ୍ଦ୍ର ମର୍ଦରାଜ ଦେଓ ।[୧]

ଭି.ସୁଜ୍ଞାନୀ କୁମାରୀ ଦେଓ‌
V. Sugnana Kumari Deo.jpg
ଭି.ସୁଜ୍ଞାନୀ କୁମାରୀ ଦେଓ‌, ବିଧାୟିକା
ବିଧାୟିକା
କାର୍ଯ୍ୟକାଳ
୨୦୧୪ – ୨୦୧୯
ପୂର୍ବ ଅଧିକାରୀଲଡୁ କିଶୋର ସ୍ୱାଇଁ
ପର ଅଧିକାରୀଲତିକା ପ୍ରଧାନ
ନିର୍ବାଚନ ମଣ୍ଡଳୀକବିସୂର୍ଯ୍ୟ ନଗର
ବ୍ୟକ୍ତିଗତ ସବିଶେଷ
ଜନ୍ମ୮ ଅଗଷ୍ଟ ୧୯୩୭(1937-08-08)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ଦଳ
ଜୀବନ ସାଥୀପୂର୍ଣ୍ଣଚନ୍ଦ୍ର ମର୍ଦରାଜ ଦେଓ
ବାପା/ବୋଉଆର.ଭି.ଏମ କୁମାର ଦେଓ (ବାପା)
ବୃତ୍ତିରାଜନୀତିଜ୍ଞ

ଶିକ୍ଷାସମ୍ପାଦନ କରନ୍ତୁ

ସେ ଆଶୁଲେଖନ,ହୋମିଓପାଥିରେ ଉପାଧିପତ୍ର ପାଇଛନ୍ତି ।

ରୁଚିସମ୍ପାଦନ କରନ୍ତୁ

ଷ୍ଟାମ୍ପ ସଂଗ୍ରହ, କାର ଚାଳନା, ଇଣ୍ଟରିୟର ଡିଜାଇନରେ ବିଶେଷ ରୁଚି ରଖନ୍ତି । ଏହାସହ କାଲି ସମୟରେ ଆର୍ଟିକିଲ ଲେଖିବା ପାଇଁ ପସନ୍ଦ କରନ୍ତି । କେବଳ ଏତିକ ନୁହଁ ନିଷ୍ପିଡୀତ ମହିଳାଙ୍କ ଉନ୍ନତି ପାଇଁ ମଧ୍ୟ ସେ କାମ କରନ୍ତି ।

ରାଜନୀତି ଜୀବନସମ୍ପାଦନ କରନ୍ତୁ

ଭି.ସୁଜ୍ଞାନୀ କୁମାର ଦେଓ ୧୯୬୧ ମସିହାରେ ତାଙ୍କର ରାଜନୀତି ଜୀବନ ଆରମ୍ଭ କରିଥିଲେ । ଭି.ସୁଜ୍ଞାନୀ କୁମାରୀ ଦେଓ ଲଗାତାର ଭାବେ ୧୯୭୪, ୧୯୭୭, ୧୯୮୫, ୧୯୯୦, ୧୦୯୫, ୨୦୦୦,୨୦୦୪,୨୦୦୯ ଓ ୨୦୧୪ରେ ବିଧାୟିକା ନିର୍ବାଚିତ ହୋଇଛନ୍ତି । ପ୍ରଥମ ଥର ପାଇଁ ସେ ୧୯୬୧-୬୭ ପର୍ଯ୍ୟନ୍ତ ଖଲ୍ଲିକେ।ଟ ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ତରଫରୁ ବିଧାୟିକା ନିର୍ବାଚିତ ହୋଇଥିଲେ । ଦ୍ୱିତୀୟ ଥର ପାଇଁ ପୁଣି ଥରେ ଉତ୍କଳ କଂଗ୍ରେସ ତରଫରୁ ୧୯୭୪-୧୦୭୭ ପର୍ଯ୍ୟନ୍ତ ବିଧାୟିକା ନିର୍ବାଚିତ ହୋଇଥିଲେ । ତୃତୀୟ ଥର ପାଇଁ ଜନତାର ପ୍ରାର୍ଥୀ ରୂପେ୧୯୭୭-୧୯୮୦ ପର୍ଯ୍ୟନ୍ତ ସେ ଖଲ୍ଲିେକୋଟର ବିଧାୟିକା ନିର୍ବାଚିତ ହୋଇଥିଲେ । ଚତୁର୍ଥ ଥର ପାଇଁ ଜନତା ପାର୍ଟି ତରଫରୁ ୧୯୮୫-୯୦ ପର୍ଯ୍ୟନ୍ତ ବିଧାୟିକା ନିର୍ବାଚିତ ହୋଇଥିଲେ । ସେ ୧୯୯୦-୯୫ ପର୍ଯ୍ୟନ୍ତ ଜନତା ଦଳ ତରଫରୁ ଖଲ୍ଲିକୋରୁ ଚତୁର୍ଥ ଥର ପାଇଁ ବିଧାୟିକା ନର୍ବ।ଚିତ ହୋଇଥିଲେ । ସେ ୧୯୯୫-୨୦୦୦ ପର୍ଯ୍ୟନ୍ତ ପୁଣି ଥରେ ଜନତା ଦଳ ତରଫରୁ ନିର୍ବାଚନ ଲଢି ବିଧାୟିକା ନିର୍ବ।ଚିତ ହୋଇଥିଲେ । ବିଜୁ ଜନତା ଦଳ ତରଫରୁ ୨୦୦୦ରୁ ୨୦୧୪ ଥର ପାଇଁ ବିଧାୟିକା ନିର୍ବାଚିତ ହୋଇଛନ୍ତି । ଶେଷ ଦୁଇ ଥର ପାଇଁ ସେ କବିସୂର୍ଯନଗର ନିର୍ବାଚନ ମଣ୍ଡଳୀରୁ ବିଧାୟିକା ନିର୍ବାଚିତ ହୋଇଥିଲେ । ଏହାସହ ସେ ବିଧାନ ସଭାର ବିଭିନ୍ନ କମିଟିରେ ସେ ସଦସ୍ୟ ମଧ୍ୟ ହୋଇଛନ୍ତି । ଏହାସହ ସେ କେବେ ମନ୍ତ୍ରୀ ହେବା ପାଇଁ ଆଗ୍ରହ ପ୍ରକାଶ କରିନାହାନ୍ତି ।

ବିଧାନ ସଭା ସଭ୍ୟ ବିବରଣୀସମ୍ପାଦନ କରନ୍ତୁ

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୬୧ ୧୯୬୭ ସଭ୍ୟ, ୩ୟ ଓଡ଼ିଶା ବିଧାନ ସଭା ଖଲ୍ଲିକୋଟ (ଉପ) ଭାରତୀୟ ଜାତୀୟ କଂଗ୍ରେସ
୧୯୭୪ ୧୯୭୭ ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା ଖଲ୍ଲିକୋଟ ଉତ୍କଳ କଂଗ୍ରେସ
୧୯୭୭ ୧୯୮୦ ସଭ୍ୟ, ୭ମ ଓଡ଼ିଶା ବିଧାନ ସଭା ଖଲ୍ଲିକୋଟ ଜନତା ପାର୍ଟି
୧୯୮୫ ୧୯୯୦ ସଭ୍ୟ, ୯ମ ଓଡ଼ିଶା ବିଧାନ ସଭା ଖଲ୍ଲିକୋଟ ଜନତା ପାର୍ଟି
୧୯୯୦ ୧୯୯୫ ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା ଖଲ୍ଲିକୋଟ ଜନତା ଦଳ
୧୯୯୫ ୨୦୦୦ ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା ଖଲ୍ଲିକୋଟ ଜନତା ଦଳ
୨୦୦୦ ୨୦୦୪ ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା ଖଲ୍ଲିକୋଟ ବିଜୁ ଜନତା ଦଳ
୨୦୦୪ ୨୦୦୯ ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା ଖଲ୍ଲିକୋଟ ବିଜୁ ଜନତା ଦଳ
୨୦୦୯ ୨୦୧୪ ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା କବିସୂର୍ଯ୍ୟ ନଗର ବିଜୁ ଜନତା ଦଳ
୨୦୧୪ ୨୦୧୯ ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା କବିସୂର୍ଯ୍ୟ ନଗର ବିଜୁ ଜନତା ଦଳ

ଅନ୍ୟାନ୍ୟ ସୂଚନାସମ୍ପାଦନ କରନ୍ତୁ

ଭି.ସୁଜ୍ଞାନୀ କୁମାର ଦେଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଜଣେ ସଦସ୍ୟ ମଧ୍ୟ ରହିଛନ୍ତି । ଏହାସହ ୧୯୫୫-୮୬ ପର୍ଯ୍ୟନ୍ତ ଖଲ୍ଲିକୋଟର Regional Co-Operative Marketing Societyର ସଭାପତି କାର୍ଯ୍ୟ ମଧ୍ୟ ତୁଲାଇଛନ୍ତି ।

ଆଧାରସମ୍ପାଦନ କରନ୍ତୁ