ବୈଶାଳୀ ପରିଡ଼ା

ଓଡ଼ିଆ ଅଭିନେତ୍ରୀ

ବୈଶାଳୀ ପରିଡ଼ା ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ୧୯୮୫ ମସିହାରେ ଜଗା ହାତରେ ପଘା ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ଏବଂ ୨୦୦୨ ମସିହାଯାଏଁ ଅଭିନୟ କରିଥିଲେ ।

ବୈଶାଳୀ ପରିଡ଼ା
ଜୀବିକା(ଓଡ଼ିଆ) ଅଭିନେତ୍ରୀ
କାର୍ଯ୍ୟକାଳ୧୯୮୫ରୁ-୨୦୦୨

ଅଭିନୟ ଜୀବନସମ୍ପାଦନ କରନ୍ତୁ

ବୈଶାଳୀ ପରିଡ଼ା ୧୯୮୫ ମସିହାରେ ଓଡ଼ିଆ କଥାଚିତ୍ର ଜଗା ହାତରେ ପଘା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୧] ଏହାପରେ ସେ ମମତା ମାଗେ ମୂଲ, ସ୍କୁଲ ମାଷ୍ଟର, ଏଇ ଆମ ସଂସାର, ଯୋର ଯା'ର ମୂଲକ ତାର, ସବୁ ମାୟାରେ ବାୟା, କୁରୁକ୍ଷେତ୍ର, ବଡ଼ ଭାଉଜ, ରଜନୀଗନ୍ଧା, ଲୁଟ ତରାଜ, ମା ମତେ ଶକ୍ତି ଦେ, ହିସାବ କରିବ କାଳିଆ, ବସ୍ତ୍ର ହରଣ ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

୧୯୯୫ ମସିହାରେ ସେ କୁଳ ନନ୍ଦନ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବଂ ୨୦୦୨ ମସିହାରେ ସମୟ ଖେଳୁଛି ଚକା ଭଉଁରୀ ଚଳଚ୍ଚିତ୍ରରେ ଶେଷଥର ପାଇଁ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ରସମ୍ପାଦନ କରନ୍ତୁ

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୧୯୮୫ ଜଗା ହାତରେ ପଘା ପ୍ରଥମ ଓଡ଼ିଆ କଥାଚିତ୍ର
ମମତା ମାଗେ ମୂଲ
ସ୍କୁଲ ମାଷ୍ଟର
୧୯୮୬ ଏଇ ଆମ ସଂସାର
ଯୋର ଯା'ର ମୂଲକ ତାର ବବି
୧୯୮୭ ସବୁ ମାୟାରେ ବାୟା ରୋଜି
୧୯୮୮ କୁରୁକ୍ଷେତ୍ର
ବଡ଼ ଭାଉଜ
୧୯୮୯ ରଜନୀଗନ୍ଧା କଳ୍ପନା
ଲୁଟ ତରାଜ
୧୯୯୦ ମା ମତେ ଶକ୍ତି ଦେ ନୀତୁ ଚୌଧୁରୀ/ଶିଖା
ହିସାବ କରିବ କାଳିଆ ଉମା
୧୯୯୧ ବସ୍ତ୍ର ହରଣ ବିଜୁଳି
୧୯୯୫ କୁଳ ନନ୍ଦନ ନନ୍ଦିନୀ
୨୦୦୨ ସମୟ ଖେଳୁଛି ଚକା ଭଉଁରୀ

ଆଧାରସମ୍ପାଦନ କରନ୍ତୁ

  1. "Odia Film Heroine Baishali Parida". jajabara.com (in ଇଂରାଜୀ). Retrieved 20 August 2018.

ବାହାର ଆଧାରସମ୍ପାଦନ କରନ୍ତୁ