ପ୍ରାଣନାଥ ପଟ୍ଟନାୟକ

ଓଡ଼ିଶାର ବାମପନ୍ଥୀ ନେତା, ବିଧାୟକ, ଶିକ୍ଷାବିଦ, ବିପ୍ଲବୀ

ପ୍ରାଣନାଥ ପଟ୍ଟନାୟକ (୧୬ ନଭେମ୍ବର ୧୯୦୫ - ୫ ଅକ୍ଟୋବର ୧୯୭୦) ଓଡ଼ିଶାର ଜଣେ ବାମପନ୍ଥୀ ନେତା, ବିଧାୟକ, ଶିକ୍ଷାବିଦ ଓ ବିପ୍ଲବୀ ଥିଲେ । ସେ ଭାରତୀୟ ସ୍ୱାଧୀନତା ସଂଗ୍ରାମ, ଓଡ଼ିଶା କୃଷକ ଆନ୍ଦୋଳନଓଡ଼ିଶାର ସାମ୍ୟବାଦ ଆନ୍ଦୋଳନ, ଗଡ଼ଜାତ ପ୍ରଜା ଆନ୍ଦୋଳନ, ଓଡ଼ିଶା ଭାଗଚାଷୀ ଆନ୍ଦୋଳନଓଡ଼ିଶା ଶିକ୍ଷା ଆନ୍ଦୋଳନରେ ଭାଗ ନେଇ ଶ୍ରେଣୀହୀନସମାଜ ଗଠନ ପାଇଁ ଆନ୍ଦୋଳନ କରିଥିଲେ । ସ୍ୱାଧୀନତା ସଂଗ୍ରାମ କାଳରେ ସେ ଦଶଥର ଇଂରେଜ ସରକାରର କାରାଗାରେ ବନ୍ଦୀ ଜୀବନ କାଟିଥିଲେ । ବନ୍ଦୀଶାଳା ମଧ୍ୟରେ ଥିବା ସମୟରେ ସେ ୪୫ ଦିନ ଅନଶନ ଚଳାଇଥିଲେ । ପ୍ରାଣନାଥ ପଟ୍ଟନାୟକ ଓଡ଼ିଶାରେ କଂଗ୍ରେସ-ସମାଜବାଦୀ ପାର୍ଟିର ପ୍ରଥମ ସଭାପତି ଥିଲେ ।[୧] ୧୯୬୫-୬୬ ମସିହାରେ ଗ୍ରୀଷ୍ମକାଳରେ ପ୍ରାଣନାଥ କଳାହାଣ୍ଡିବଲାଙ୍ଗିରର ଦୁର୍ଭିକ୍ଷ ପ୍ରପୀଡ଼ିତ ଅଞ୍ଚଳରେ ଜନସେବାରେ ମୁଖ୍ୟ ଭୂମିକା ନେଇଥିଲେ ।[୨]

ପ୍ରାଣନାଥ ପଟ୍ଟନାୟକ
ବିଧାୟକ, ଦ୍ୱିତୀୟ ବିଧାନ ସଭା
କାର୍ଯ୍ୟକାଳ
୧ ଅପ୍ରେଲ ୧୯୫୭ – ୨୫ ଫେବୃଆରୀ ୧୯୬୧
ପୂର୍ବ ଅଧିକାରୀମାଧବ ଚନ୍ଦ୍ର ରାଉତରାୟ
ପର ଅଧିକାରୀବନମାଳି ପଟ୍ଟନାୟକ
ନିର୍ବାଚନ ମଣ୍ଡଳୀଖୋର୍ଦ୍ଧା
ବ୍ୟକ୍ତିଗତ ସବିଶେଷ
ଜନ୍ମ
ପ୍ରାଣନାଥ ପଟ୍ଟନାୟକ

(1905-11-16)୧୬ ନଭେମ୍ବର ୧୯୦୫
ଡିମିରି, କଣାସ, ପୁରୀ
ମୃତ୍ୟୁ୫ ଅକ୍ଟୋବର ୧୯୭୦(1970-10-05) (ବୟସ ୬୪)
ରାଜନୀତିକ ଦଳଭାରତୀୟ କମ୍ୟୁନିଷ୍ଟ ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
କଂଗ୍ରେସ ସାମ୍ୟବାଦୀ ପାର୍ଟି,
କଂଗ୍ରେସ
ଜୀବନ ସାଥୀମଞ୍ଜରୀ ପଟ୍ଟନାୟକ
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ,
କାଶୀ ଜାତୀୟ ବିଦ୍ୟାପୀଠ, ବନାରସ

ବାଲ୍ୟଜୀବନ ଓ ଶିକ୍ଷା ସମ୍ପାଦନ କରନ୍ତୁ

ପ୍ରାଣନାଥ ପଟ୍ଟନାୟକ ୧୯୦୫ ମସିହାରେ ପୁରୀ ଜିଲ୍ଲାର କଣାସ ପଞ୍ଚାୟତ ଅନ୍ତର୍ଗତ ଡିମିରି ଗାଁରେ ଜନ୍ମ ନେଇଥିଲେ । ସେ ନିଜ ଗାଁ ଚାଟଶାଳିରେ ପ୍ରାଥମିକ ଶିକ୍ଷା ସମାପନ କରିଥିଲେ । ଉଚ୍ଚ ଠିକ ଶେଷ ହେବା ଆଗରୁ ନିଜର ପାଠପଢ଼ା ବନ୍ଦ କରିଥିଲେ ।[୩]

କର୍ମ ଜୀବନ ସମ୍ପାଦନ କରନ୍ତୁ

ମହାତ୍ମା ଗାନ୍ଧୀ ନେତୃତ୍ତ୍ୱରେ ଚାଲିଥିବା ଜାତୀୟ ମୁକ୍ତି ସଂଗ୍ରାମରେ ସେ ଯୋଗ ଦେଇଥିଲେ । ଏହି ସମୟରେ ସେ ବ୍ରିଟିସ ସରକାରଙ୍କଦ୍ୱାରା ୧୦ ଥର କାରାବରଣ କରିଥିଲେ । ସମାଜକୁ ଅର୍ଥନୈତିକ ଗୋଲାମିରୁ ମୁକୁଳାଇବା ପାଇଁ ପ୍ରାଣନାଥ କୃଷକ ସଭା ଗଠନ କରିଥିଲେ । ନବକୃଷ୍ଣ ଚୌଧୁରୀ, ଭଗବତୀ ଚରଣ ପାଣିଗ୍ରାହୀ, ମାଳତୀ ଚୌଧୁରୀ, ଗୁରୁଚରଣ ପଟ୍ଟନାୟକସୁରେନ୍ଦ୍ର ନାଥ ଦ୍ୱିବେଦୀ ଆଦି ସଂଗ୍ରାମୀମାନଙ୍କ ସହ ମିଶି ଓଡ଼ିଶାରେ କଂଗ୍ରେସ ସାମ୍ୟବାଦୀ ପାର୍ଟି ଗଠନ କରିଥିଲେ । ସେ ଏହାର ପ୍ରଥମ ଅଧିବେଶନରେ ଏହାର ସଭାପତି ଦାୟିତ୍ୱ ତୁଲାଇଥିଲେ। ଭଗବତୀ ଚରଣ ଓ ଗୁରୁଚରଣଙ୍କ ସହିତ ମିଶି ଓଡ଼ିଶାରେ କମ୍ୟୁନିଷ୍ଟ ପାର୍ଟି ପ୍ରତିଷ୍ଠା କରିଥିଲେ । ବାରାଣସୀର କାଶୀ ଜାତୀୟ ବିଦ୍ୟାପୀଠରେ ଅାଚାର୍ଯ୍ୟ ନରେନ୍ଦ୍ର ଦେବଶ୍ରୀପ୍ରକାଶଙ୍କ ପାଖରେ ରହି ବିଶ୍ୱ ଇତିହାସ, ମାର୍କସବାଦ, ଅର୍ଥନୀତି ସମ୍ପର୍କରେ ଶିକ୍ଷାଲାଭ କରିଥିଲେ । ଏଥିପାଇଁ ସେ "ଶାସ୍ତ୍ରୀ" ଉପାଧିରେ ଭୂଷିତ ହୋଇଥିଲେ । ୧୯୩୬ ମସିହା ନିର୍ବାଚନରେ ପ୍ରାଣନାଥ ପଟ୍ଟନାୟକ ଖୋର୍ଦ୍ଧାରୁ କଂଗ୍ରେସ ପ୍ରାର୍ଥୀ ରୂପେ ସ୍ୱାଧୀନତା ପୂର୍ବ ପ୍ରଥମ ବିଧାନ ସଭାକୁ ସଭ୍ୟ ଭାବେ ନିର୍ବାଚିତ ହେଇଥିଲେ । ୧୯୫୧ ମସିହାରେ ପୁଣିଥରେ ବିଧାନ ସଭାକୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପ୍ରାର୍ଥୀଭାବେ ନିର୍ବାଚିତ ହେଇଥିଲେ ।[୪]

ପ୍ରତିଷ୍ଠା ସମ୍ପାଦନ କରନ୍ତୁ

ପ୍ରାଣନାଥ ପଟ୍ଟନାୟକ ଖୋର୍ଦ୍ଧାଠାରେ ପ୍ରାଣନାଥ ମହାବିଦ୍ୟାଳୟଜଟଣୀଠାରେ ପ୍ରାଣନାଥ ଉଚ୍ଚ ଇଂରାଜୀ ବିଦ୍ୟାଳୟ ସ୍ଥାପନ କରିଥିଲେ ।[୨]

ଲିଖନ ସମ୍ପାଦନ କରନ୍ତୁ

ସମ୍ପାଦନା ସମ୍ପାଦନ କରନ୍ତୁ

ଆଧାର ସମ୍ପାଦନ କରନ୍ତୁ

  1. "Prananath Pattnaik". Odisha Helpline. Retrieved 30 September 2014.
  2. ୨.୦ ୨.୧ ପାଟ୍ଟଶାଣୀ, ପ୍ରସନ୍ନ (୩୦ ସେପ୍ତେମ୍ବର ୨୦୧୪). "କ୍ରାନ୍ତିକାରୀ ଚେତନାର ବାର୍ତ୍ତାବହ ପ୍ରାଣନାଥ". ସମାଜ. {{cite news}}: |access-date= requires |url= (help); Check date values in: |accessdate= and |date= (help)
  3. ୩.୦ ୩.୧ ମହାପାତ୍ର, ଆଶିଷ (୩୦ ସେପ୍ଟେମ୍ବର ୨୦୧୪). "ସଂଗ୍ରାମର ଅନିର୍ବାଣ ଶିଖା- ପ୍ରାଣନାଥ" (PDF). ସମ୍ବାଦ. Retrieved ୧ ଅକ୍ଟୋବର ୨୦୧୪. {{cite news}}: Check date values in: |accessdate= and |date= (help)
  4. "Prananath Pattnaik | MLA Profile". ମୋ ଓଡ଼ିଶା. Retrieved 5 October 2016.