ବନମାଳି ପଟ୍ଟନାୟକ

ଭାରତୀୟ ରାଜନେତା

ବନମାଳି ପଟ୍ଟନାୟକ (୧ ଜୁନ ୧୯୨୧ - ୭ ଅକ୍ଟୋବର ୧୯୮୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଜନ କଂଗ୍ରେସ ଓ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ବନମାଳି ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଓ ପରେ କାର୍ଯ୍ୟ କରିଥିଲେ । ସ୍ୱାଧୀନତା ପୂର୍ବରୁ ସେ ୨ୟ ଓଡ଼ିଶା ବିଧାନ ସଭାରେ ପୂର୍ବ ଖୋର୍ଦ୍ଧାରୁ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।[୧] ସ୍ୱାଧୀନତା ପରେ ୧୯୬୧ ଓ ୧୯୬୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଖୋର୍ଦ୍ଧା ଓ ପିପିଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୩ୟ ଓ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ୧୯୭୧ ଭାରତୀୟ ସାଧାରଣ ନିର୍ବାଚନରେ ସେ ପୁରୀ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୫ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ବନମାଳି ପଟ୍ଟନାୟକ
Banamali Patnaik.jpg
ସାଂସଦ: ୫ମ ଲୋକ ସଭା
କାର୍ଯ୍ୟକାଳ
୧୯୭୧ – ୧୯୭୭
ପୂର୍ବ ଅଧିକାରୀପ୍ରାଣନାଥ ପଟ୍ଟନାୟକ
ପର ଅଧିକାରୀରାଜା ବୀରକିଶୋର ଦେବ
ନିର୍ବାଚନ ମଣ୍ଡଳୀପୁରୀ
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୬ – ୧୯୭୧
ପୂର୍ବ ଅଧିକାରୀରାମଚନ୍ଦ୍ର ପଟ୍ଟନାୟକ
ପର ଅଧିକାରୀଅଭିମନ୍ୟୁ ରଣସିଂହ
ନିର୍ବାଚନ ମଣ୍ଡଳୀପିପିଲି
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୧୯୬୭
ପୂର୍ବ ଅଧିକାରୀପ୍ରାଣନାଥ ପଟ୍ଟନାୟକ
ପର ଅଧିକାରୀରାଜା ବୀରକିଶୋର ଦେବ
ନିର୍ବାଚନ ମଣ୍ଡଳୀଖୋର୍ଦ୍ଧା
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା (ସ୍ୱାଧୀନତା ପୂର୍ବରୁ)
କାର୍ଯ୍ୟକାଳ
୧୯୪୬ – ୧୯୫୨
ନିର୍ବାଚନ ମଣ୍ଡଳୀପୂର୍ବ ଖୋର୍ଦ୍ଧା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1921-06-01)ଜୁନ ୧, ୧୯୨୧
ମୃତ୍ୟୁ୭ ଅକ୍ଟୋବର ୧୯୮୦(1980-10-07) (ବୟସ ୫୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନ କଂଗ୍ରେସ
ଜୀବନ ସାଥୀଶାନ୍ତି ପଟ୍ଟନାୟକ
ବାପା/ବୋଉଗୋଲକ ବିହାରୀ ପଟ୍ଟନାୟକ (ବାପା‌)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷାସମ୍ପାଦନ କରନ୍ତୁ

ବନମାଳି ପଟ୍ଟନାୟକ ୧୯୨୧ ମସିହାର ଜୁନ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ଗୋଲକ ବିହାରୀ ପଟ୍ଟନାୟକ ଓ ପତ୍ନୀଙ୍କ ନାମ ଶାନ୍ତି ପଟ୍ଟନାୟକ ।[୧] ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକ ।[୧]

ରାଜନୈତିକ ଜୀବନସମ୍ପାଦନ କରନ୍ତୁ

ବନମାଳି ଓଡ଼ିଶା ରାଜନୀତିରେ ଜନ କଂଗ୍ରେସ ଓ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ।[୧] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଓ ପରେ ସମୁଦାୟ ତିନିଥର କାର୍ଯ୍ୟ କରିଥିଲେ ।[୧] ଭାରତୀୟର ସଂସଦର ତଳ ସଦନ ଲୋକ ସଭାରେ ସେ ଜଣେ ସାଂସଦ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧] ୧୯୬୭ ମସିହାରୁ ୧୯୭୧ ମସିହାଯାଏଁ ସେ ଓଡ଼ିଶା ବିଧାନ ସଭାରେ ଶିକ୍ଷା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]

ବିଧାନ ସଭା ଓ ଲୋକ ସଭ୍ୟ ବିବରଣୀସମ୍ପାଦନ କରନ୍ତୁ

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୪୬ ୧୯୫୨ ସଭ୍ୟ, ସ୍ୱାଧୀନତା ପୂର୍ବରୁ ୨ୟ ଓଡ଼ିଶା ବିଧାନ ସଭା ପୂର୍ବ ଖୋର୍ଦ୍ଧା କଂଗ୍ରେସ
୧୯୬୧ ୧୯୬୭ ସଭ୍ୟ, ୩ୟ ଓଡ଼ିଶା ବିଧାନ ସଭା ଖୋର୍ଦ୍ଧା ଜନ କଂଗ୍ରେସ
୧୯୬୭ ୧୯୭୧ ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା ପିପିଲି ଜନ କଂଗ୍ରେସ
୧୯୭୧ ୧୯୭୭ ସଭ୍ୟ, ୫ମ ଲୋକ ସଭା ପୁରୀ ଭାରତୀୟ ଜାତୀୟ କଂଗ୍ରେସ

ମୃତ୍ୟୁସମ୍ପାଦନ କରନ୍ତୁ

ବନମାଳି ପଟ୍ଟନାୟକ ୧୯୮୦ ମସିହାର ଅକ୍ଟୋବର ମାସ ୭ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା ।

ଆଧାରସମ୍ପାଦନ କରନ୍ତୁ

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ "Shri Banamali Patnaik". odishaassembly.nic.in. Odisha Assembly. Retrieved 6 June 2020.