ମାଳତୀ ଚୌଧୁରୀ

ଭାରତୀୟ ସମାଜ କର୍ମୀ

ମାଳତୀ ଚୌଧୁରୀ (୨୬ ଜୁଲାଇ ୧୯୦୪ - ୧୫ ମାର୍ଚ୍ଚ ୧୯୯୮)[୧] ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ । ମାଳତୀ ୨୬ ଜୁଲାଇ ୧୯୦୪ରେ[୨] ଏକ ବ୍ରାହ୍ମ ପରିବାରରେ ବାପା ବାରିଷ୍ଟର କୁମୁଦ ନାଥ ସେନ ଓ ମାଆ ସ୍ନେହଲତା ସେନଙ୍କଠାରୁ ଜନ୍ମ ନେଇଥିଲେ । ୨.୫ ବର୍ଷ ବୟସରେ ବାପାଙ୍କୁ ହରାଇ ସେ ମାଆଙ୍କ ଦେଇ ପରିପାଳିତ ହୋଇଥିଲେ । ବିଶ୍ୱକବି ରବିନ୍ଦ୍ରନାଥ ତାଙ୍କୁ ସ୍ନେହରେ ମିନୁ ଓ ଗାନ୍ଧୀଜୀ ତାଙ୍କୁ ତୁଫାନୀ [୩] ନାମରେ ଡାକୁଥିଲା ବେଳେ ସେ ଓଡ଼ିଶାବାସୀଙ୍କ ଆଦରଣୀୟ ନୂମା (ନୂଆ ମା) ଭାବେ ପରିଚିତ ଥିଲେ । ସ୍ୱାଧୀନତା ସଂଗ୍ରାମର ପ୍ରଜାମଣ୍ଡଳ ଆନ୍ଦୋଳନରେ ସେ ଏତେ ମାତ୍ରାରେ ଜଡ଼ିତ ଥିଲେ ଇଂରେଜ ସରକାର ତାଙ୍କୁ "ଜୋଆନ୍‌ ଅଫ୍‌ ଆର୍କ" ନାମେର ସମ୍ବୋଧନ କରୁଥିଲେ।[୪]

ମାଳତୀ ଚୌଧୁରୀ
Malati Choudhury.jpg
ଜନ୍ମ ଓ ଜନ୍ମସ୍ଥାନ
ମାଳତୀ ସେନ

୨୬ ଜୁଲାଇ ୧୯୦୪(1904-07-26)
ମୃତ୍ୟୁ୧୫ ମାର୍ଚ୍ଚ ୧୯୯୮(1998-03-15) (ବୟସ ୯୩)
ସମାଧି  ସ୍ଥଳଓଡ଼ିଶା
ଜାତୀୟତାଭାରତୀୟ
ପ୍ରସିଦ୍ଧିସ୍ୱାଧୀନତା ସଂଗ୍ରାମ, ଲବଣ ସତ୍ୟାଗ୍ରହ
ଜୀବନସାଥିନବକୃଷ୍ଣ ଚୌଧୁରୀ
ବାପା ବୋଉକୁମୁଦ ନାଥ ସେନ
ସ୍ନେହଲତା ସେନ
ପୁରସ୍କାରଯମୁନାଲାଲ ବଜାଜ ପୁରସ୍କାର,
ଉତ୍କଳ ସେବା ସମ୍ମାନ

ଜୀବନୀସମ୍ପାଦନ କରନ୍ତୁ

ମାଳତୀ ଦେବୀଙ୍କର ବିପ୍ଳବୀ ଚିନ୍ତାଧାରାକୁ ଅଧିକ ପ୍ରେରିତ କରିଥିଲେ ତାଙ୍କ ସ୍ୱାମୀ ନବକୃଷ୍ଣ ଚୌଧୁରୀ। ବିବାହ ପରେ ସେ ଓ ତାଙ୍କ ସ୍ୱାମୀ ଜଗତସିଂହପୁର ଜିଲ୍ଲାର ତରିକୁନ୍ଦ ଗ୍ରାମରେ ରହୁଥିଲେ। ଜୀବିକା ନର୍ବାହ କରିବା ପାଇଁ ସେ କୃଷି ଓ ଗୋ ପାଳନ କରୁଥିଲେ। ଗ୍ରାମରେ ରହିବବେଳେ ସେ ଘର ଘର ବୁଲି ମହିଳାମାନଙ୍କୁ ସେମାନଙ୍କ ଅଧିକାର ବିଷୟରେ ସଚେତନ କରାଇବା ସହ ତାଙ୍କୁ ସ୍ୱାଧୀନତା ସଙ୍ଗ୍ରାମରେ ସହେଯାଗ କରିବା ପାଇଁ ଅନୁରୋଧ କରୁଥିଲେ।

ସାମାଜିକ କାମ ଓ ରାଜନୀତିସମ୍ପାଦନ କରନ୍ତୁ

 
ଗାନ୍ଧୀଜୀ ତାହାଙ୍କୁ "ତୋଫାନି" ବୋଲି ଡାକୁଥିଲେ

ବିଭା ହେବାପରେ ସେ ଓଡ଼ିଶାରେ ବସବାସ କରୁଥିଲେ ଓ ଓଡ଼ିଶା ତାହାଙ୍କର କର୍ମଭୂମି ପାଲଟିଥିଲା । ଚୌଧୁରୀ ଦମ୍ପତି ଏକ ଛୋଟ ଗାଁ ଅନଖିଆରେ ବସବାସ କରୁଥିଲେ, ଯାହା ଏବେକାର ଜଗତସିଂହପୁର ଜିଲ୍ଲାରେ ଅବସ୍ଥିତ । ସେଠାରେ ନବକୃଷ୍ଣ ଚାଷବାସ ଆରମ୍ଭ କରିଥିଲେ ଓ ଆଖୁର ଫସଲ ଉତ୍ପାଦନ ବଢ଼ାଇବା ଉପରେ କାମ କରୁଥିଲେ । ଚାଷ ଛଡ଼ା ଆଖପାଖ ଗାଁମାନଙ୍କ ସହ ସହଯୋଗ ବଢ଼ାଇବା ସେମାନଙ୍କ ମୂଳ ଉଦ୍ଦେଶ୍ୟ ଥିଲା । ସେ ଅନୁଗୋଳର ବାଜିରାଉତ ଛାତ୍ରାବାସ, ଉତ୍କଳ ନବଜୀବନ ମଣ୍ଡଳ ଓ ଚମ୍ପତିମୁଣ୍ଡାର ଜୀବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ।[୫] ସେ ହେଉଛନ୍ତି ପ୍ରଥମ ଓଡ଼ିଆ ମହିଳା ଯେ କିଶୋରୀ ବୟସରେ ସ୍ୱାଧୀନତା ସଂଗ୍ରାମରେ ଭାଗନେଇଥିଲେ। ୧୯୨୦ ମସିହା ଅସହେଯାଗ ଆନ୍ଦୋଳନରେ ସେ ଭାଗନେଇଥିଲେ। ନିଜର ପ୍ରେଚଷ୍ଟାରୁ ସେ ଇଞ୍ଚୁଡ଼ି ଓ କୁଜଙ୍ଗରୁ ପ୍ରଥମେ ଶହେରୁ ଉର୍ଦ୍ଧ୍ୱ ମହିଳାଙ୍କୁ ଆଣି ୧୯୩୦ ମସିହା ଲବଣ ସତ୍ୟାଗ୍ରହରେ ଯୋଗ ଦେଇଥିଲେ। ନାରୀମାନଙ୍କ ନିରକ୍ଷରତା ହିଁ ତାଙ୍କୁ ଦୁର୍ବିସହ ଜୀବନ ବିତାଇବାକୁ ବାଧ୍ୟ କରୁଥିବା କଥା ସେ ଜାଣିଥିଲେ। ତେଣୁ ସେ ନିଜ ଗ୍ରାମରେ ଥିବାବେଳେ ରାତ୍ରି ପାଠଶାଳା ଆରମ୍ଭ କରିଥିଲେ। [୬]

ପୁରସ୍କାର ଓ ସମ୍ମାନସମ୍ପାଦନ କରନ୍ତୁ

  • ଯମୁନାଲାଲ ବଜାଜ ପୁରସ୍କାର, ୧୯୮୮[୭]

ଆଧାରସମ୍ପାଦନ କରନ୍ତୁ

  1. "Malati Chaudhury: A Biographical Sketch". The Tribal Tribune. Retrieved 16 July 2020.
  2. "Malati Choudhury A History and Example for Odia". Orissabarta.com. Retrieved 1 August 2015.
  3. "Malati Choudhury". odiya.org. 2009. Retrieved 1 January 2013. Because of Malati Devi's storm like activities Gandhiji had nick named her ' Toophani '
  4. Bhubaneswar, Odisha State Archives. Role of women of Orissa in the freedom struggle.
  5. "Freedom fighter who made State her home". dailypioneer.com. 2012. Retrieved 1 January 2013. She established the Bajiraut Chhatravas for the poor tribals, Utkal Navajeevan Mandal and the Postbasic School at Champatimunda near Angul
  6. "The Sunday Indian". The Sunday Indian. {{cite news}}: |access-date= requires |url= (help)
  7. "Jamnalal Bajaj Foundation | Awards | Archieve". jamnalalbajajfoundation.org. Retrieved 1 January 2013. Smt. Malati Devi Choudhuri