ପ୍ରସନ୍ନ କୁମାର ଦାଶ
ପ୍ରସନ୍ନ କୁମାର ଦାଶ (୨୭ ଅଗଷ୍ଟ ୧୯୧୯ - ୯ ଅକ୍ଟୋବର ୨୦୦୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ପ୍ରସନ୍ନ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୯ଥର କାର୍ଯ୍ୟ କରିଛନ୍ତି । ୧୯୫୨, ୧୯୫୭, ୧୯୬୧, ୧୯୬୭, ୧୯୭୧, ୧୯୭୭, ୧୯୮୦, ୧୯୮୫ ଓ ୧୯୯୫ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଯଥାକ୍ରମେ ୧ମ, ୨ୟ, ୩ୟ, ୪ର୍ଥ, ୫ମ, ୭ମ, ୮ମ ଓ ୯ମ ଓ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ପ୍ରସନ୍ନ କୁମାର ଦାଶ | |
---|---|
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୨ – ୧୯୫୭ | |
ନିର୍ବାଚନ ମଣ୍ଡଳୀ | ମୋରଡ଼ା |
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୭ – ୧୯୬୧ | |
ନିର୍ବାଚନ ମଣ୍ଡଳୀ | ବୈସିଙ୍ଗା |
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୧ – ୧୯୬୭ | |
ନିର୍ବାଚନ ମଣ୍ଡଳୀ | ଖୁଣ୍ଟା |
ବିଧାୟକ: ୪ର୍ଥ, ୫ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୭ – ୧୯୭୩ | |
ନିର୍ବାଚନ ମଣ୍ଡଳୀ | ବଇସିଙ୍ଗା |
ବିଧାୟକ: ୭ମ, ୮ମ, ୯ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୭ – ୧୯୯୦ | |
ପୂର୍ବ ଅଧିକାରୀ | ପ୍ରମୋଦ ଚନ୍ଦ୍ର ଭଞ୍ଜ ଦେଓ |
ପର ଅଧିକାରୀ | ଛତିଶ ଚନ୍ଦ୍ର ଧଳ |
ନିର୍ବାଚନ ମଣ୍ଡଳୀ | ବାରିପଦା |
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୬ – ୨୦୦୦ | |
ପୂର୍ବ ଅଧିକାରୀ | ଛତିଶ ଚନ୍ଦ୍ର ଧଳ |
ପର ଅଧିକାରୀ | ବିମଳ ଲୋଚନ ଦାସ |
ନିର୍ବାଚନ ମଣ୍ଡଳୀ | ବାରିପଦା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଅଗଷ୍ଟ ୨୭, ୧୯୧୯ |
ମୃତ୍ୟୁ | ୯ ଅକ୍ଟୋବର ୨୦୦୫ | (ବୟସ ୮୬)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ସୋସିଆଲିଷ୍ଟ ପାର୍ଟି, ପ୍ରଜା ସୋସିଆଲିଷ୍ଟ ପାର୍ଟି |
ଜୀବନ ସାଥୀ | କୃଷ୍ଣପ୍ରିୟା ଦାଶ |
ବାପା/ବୋଉ | ଜଗମୋହନ ଦାଶ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାପ୍ରସନ୍ନ କୁମାର ଦାଶ ୧୯୧୯ ମସିହାର ଅଗଷ୍ଟ ମାସ ୨୭ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ଜଗମୋହନ ଦାଶ ଏବଂ ତାଙ୍କ ପତ୍ନୀଙ୍କ ନାମ କୃଷ୍ଣପ୍ରିୟା ଦାଶ ।[୧] ବିମଳଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ମାଟ୍ରିକ ।[୧]
ରାଜନୈତିକ ଜୀବନ
ସମ୍ପାଦନାପ୍ରସନ୍ନ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ଏହା ପୂର୍ବରୁ ସେ ସୋସିଆଲିଷ୍ଟ ପାର୍ଟି ଓ ପ୍ରଜା ସୋସିଆଲିଷ୍ଟ ପାର୍ଟି କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୯ଥର କାର୍ଯ୍ୟ କରିଛନ୍ତି ।[୧]
ବିଧାନ ସଭା ସଭ୍ୟ ବିବରଣୀ
ସମ୍ପାଦନାଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୫୨ | ୧୯୫୭ | ସଭ୍ୟ, ୧ମ ଓଡ଼ିଶା ବିଧାନ ସଭା | ମୋରଡ଼ା | ସୋସିଆଲିଷ୍ଟ ପାର୍ଟି |
୧୯୫୭ | ୧୯୬୧ | ସଭ୍ୟ, ୨ୟ ଓଡ଼ିଶା ବିଧାନ ସଭା | ବୈସିଙ୍ଗା | ପ୍ରଜା ସୋସିଆଲିଷ୍ଟ ପାର୍ଟି |
୧୯୬୧ | ୧୯୬୭ | ସଭ୍ୟ, ୩ୟ ଓଡ଼ିଶା ବିଧାନ ସଭା | ଖୁଣ୍ଟା | ପ୍ରଜା ସୋସିଆଲିଷ୍ଟ ପାର୍ଟି |
୧୯୬୭ | ୧୯୭୧ | ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା | ବୈସିଙ୍ଗା | ପ୍ରଜା ସୋସିଆଲିଷ୍ଟ ପାର୍ଟି |
୧୯୭୧ | ୧୯୭୩ | ସଭ୍ୟ, ୫ମ ଓଡ଼ିଶା ବିଧାନ ସଭା | ବୈସିଙ୍ଗା | ପ୍ରଜା ସୋସିଆଲିଷ୍ଟ ପାର୍ଟି |
୧୯୭୭ | ୧୯୮୦ | ସଭ୍ୟ, ୭ମ ଓଡ଼ିଶା ବିଧାନ ସଭା | ବାରିପଦା | ଭାରତୀୟ ଜାତୀୟ କଂଗ୍ରେସ |
୧୯୮୦ | ୧୯୮୫ | ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା | ବାରିପଦା | ଭାରତୀୟ ଜାତୀୟ କଂଗ୍ରେସ (ଇ) |
୧୯୮୫ | ୧୯୯୦ | ସଭ୍ୟ, ୯ମ ଓଡ଼ିଶା ବିଧାନ ସଭା | ବାରିପଦା | ଭାରତୀୟ ଜାତୀୟ କଂଗ୍ରେସ |
୧୯୯୫ | ୨୦୦୦ | ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା | ବାରିପଦା | ଭାରତୀୟ ଜାତୀୟ କଂଗ୍ରେସ |
ମୃତ୍ୟୁ
ସମ୍ପାଦନାପ୍ରସନ୍ନ କୁମାର ଦାଶ ୨୦୦୫ ମସିହାର ଅକ୍ଟୋବର ମାସ ୯ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା ।