ଛତିଶ ଚନ୍ଦ୍ର ଧଳ

ଓଡ଼ିଆ ରାଜନୀତିଜ୍ଞ

ଛତିଶ ଚନ୍ଦ୍ର ଧଳ (ଜନ୍ମ: ୧୮ ମାର୍ଚ୍ଚ ୧୯୬୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ଛତିଶ ଓଡ଼ିଶା ରାଜନୀତିରେ ଜନତା ଳଦର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି । ୧୯୯୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ବାରିପଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଛତିଶ ଚନ୍ଦ୍ର ଧଳ
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୧୯୯୫
ପୂର୍ବ ଅଧିକାରୀପ୍ରସନ୍ନ କୁମାର ଦାସ
ପର ଅଧିକାରୀପ୍ରସନ୍ନ କୁମାର ଦାସ
ନିର୍ବାଚନ ମଣ୍ଡଳୀବାରିପଦା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1960-03-18) ୧୮ ମାର୍ଚ୍ଚ ୧୯୬୦ (ବୟସ ୬୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ଦଳ
ବାପା/ବୋଉବନବିହାରୀ ଧଳ
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ଛତିଶ ଚନ୍ଦ୍ର ଧଳ ୧୯୬୦ ମସିହାର ମାର୍ଚ୍ଚ ମାସ ୧୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବନବିହାରୀ ଧଳ ।[୧] ଛତିଶଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକୋତ୍ତର ଏବଂ ପରେ ସେ ଓକିଲାତି ପଢ଼ିଥିଲେ ।[୧]

ରାଜନୈତିକ ଜୀବନ ସମ୍ପାଦନା

ଛତିଶ ଓଡ଼ିଶା ରାଜନୀତିରେ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କାର୍ଯ୍ୟ କରିଛନ୍ତି ।[୧]

୧୯୯୦ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଛତିଶ ଚନ୍ଦ୍ର ଧଳ ଜନତା ଦଳର ପ୍ରାର୍ଥୀ ଭାବରେ ବାରିପଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୩୧,୧୧୪ ଖଣ୍ଡ ଭୋଟ ପାଇ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ଏହି ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ପ୍ରସନ୍ନ କୁମାର ଦାଶଙ୍କୁ ୫୭୭୯ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୨] ଏହି ବିଧାନ ସଭାରେ ସେ ୧୯୯୦ ମସିହାରୁ ୧୯୯୫ ମସିହାଯାଏଁ କାର୍ଯ୍ୟ କରିଥିଲେ ।

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ "Shri Chhatish Chandra Dhal". odishaassembly.nic.in. Odisha Assembly. Retrieved 17 September 2019.
  2. ୨.୦ ୨.୧ "Orissa 1990". Election Commission of India (in Indian English). Retrieved 2019-06-27.