ବିମଳ ଲୋଚନ ଦାସ

ଓଡ଼ିଆ ରାଜନୀତିଜ୍ଞ

ବିମଳ ଲୋଚନ ଦାସ (୧୧ ଅକ୍ଟୋବର ୧୯୩୯ - ୨୩ ଫେବୃଆରୀ ୨୦୨୧) ଜଣେ ଓଡ଼ିଆ ରାଜନୀତିଜ୍ଞ । ବିମଳ ଓଡ଼ିଶା ରାଜନୀତିରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି । ୨୦୦୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ବାରିପଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ବିମଳ ଲୋଚନ ଦାସ
ବିଧାୟକ: ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୪ – ୨୦୦୯
ପୂର୍ବ ଅଧିକାରୀକିଶୋର ଦାଶ
ପର ଅଧିକାରୀସାନନ୍ଦ ମାରାଣ୍ଡି
ନିର୍ବାଚନ ମଣ୍ଡଳୀବାରିପଦା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1939-10-11)୧୧ ଅକ୍ଟୋବର ୧୯୩୯
ମୃତ୍ୟୁ୨୩ ଫେବୃଆରୀ ୨୦୨୧(2021-02-23) (ବୟସ ୮୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ ଜନତା ପାର୍ଟି
ଜୀବନ ସାଥୀକଲ୍ୟାଣିରାଣୀ ଦାସ
ବାପା/ବୋଉତ୍ରିଲୋଚନ ଦାସ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନ କରନ୍ତୁ

ବିମଳ ଲୋଚନ ଦାସ ୧୯୩୯ ମସିହାର ଅକ୍ଟୋବର ମାସ ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ତ୍ରିଲୋଚନ ଦାସ ଏବଂ ତାଙ୍କ ପତ୍ନୀଙ୍କ ନାମ କଲ୍ୟାଣିରାଣୀ ଦାସ ।[୧] ବିମଳଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍ ।[୧]

ରାଜନୈତିକ ଜୀବନ ସମ୍ପାଦନ କରନ୍ତୁ

ବିମଳ ୧୯୫୮ରେ ଯୁବ କଂଗ୍ରେସରେ ଯୋଗଦାନ କରି ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ୧୯୯୭ମସିହାରେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇ ଥିଲେ । ୨୦୦୦ ମସିହାରେ ବାରିପଦା ନିର୍ବାଚନ ମଣ୍ଡଳୀରୁ ଭାଜପା ପ୍ରତିନିଧି ଭାବେ ପ୍ରତିଦ୍ୱନ୍ଦିତା କରି ପରାଜିତ ହୋଇଥିଲେ । ୨୦୦୪ମସିହାରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଟିକଟରେ ବାରିପଦାରୁ ନିର୍ବାଚିତ ହୋଇଥିଲେ । ସୀମା ପୁନଃନିର୍ଦ୍ଧାରଣ ପରେ ୨୦୦୯ରେ ମୋରଡ଼ା ବିଧାନ ସଭା ଆସନରୁ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ । [୨]

ମୃତ୍ୟୁ ସମ୍ପାଦନ କରନ୍ତୁ

ବିମଳ ୨୩ ଫେବୃଆରୀ ୨୦୨୧ମସିହାରେ ମୃତ୍ୟବରଣ କରିଥିଲେ ।[୩] ମୃତ୍ୟୁବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନ କରନ୍ତୁ

  1. ୧.୦ ୧.୧ ୧.୨ ୧.୩ "Shri Bimal Lochan Das". odishaassembly.nic.in. Odisha Assembly. Retrieved 20 September 2019.
  2. "ପୂର୍ବତନ ବିଧାୟକ ବିମଳ ଲୋଚନଙ୍କ ଦେହାନ୍ତ". epaper.prameyanews.com. Archived from the original on ୨୪ ଫେବୃଆରୀ ୨୦୨୧. Retrieved 24 February 2021. {{cite web}}: Check date values in: |archivedate= (help)
  3. "Former Baripada MLA Bimal Lochan Das dies". www.outlookindia.com. Retrieved 24 February 2021.