ବିଜୟ ରଞ୍ଜନ ସିଂହ ବରିହା

ଓଡ଼ିଆ ରାଜନୀତିଜ୍ଞ

ବିଜୟ ରଞ୍ଜନ ସିଂହ ବରିହା (୨୦ ଜାନୁଆରୀ ୧୯୫୮ – ୩ ଅକ୍ଟୋବର ୨୦୨୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାକୁ ଜଣେ ବିଧାୟକ ଭାବରେ ୫ ଥର ନିର୍ବାଚିତ ହୋଇଥିଲେ । ୧୯୯୦, ୧୯୯୫, ୨୦୦୦, ୨୦୦୪ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପଦ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୦ମ, ୧୧ଶ, ୧୨ଶ, ୧୪ଶ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ବିଜୟ ରଞ୍ଜନ ସିଂହ ବରିହା
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ୩ ଅକ୍ଟୋବର ୨୦୨୨
ପୂର୍ବ ଅଧିକାରୀପ୍ରଦୀପ ପୁରୋହିତ
ପର ଅଧିକାରୀବର୍ଷା ସିଂହ ବରିହା
ନିର୍ବାଚନ ମଣ୍ଡଳୀପଦ୍ମପୁର
ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୪
ପୂର୍ବ ଅଧିକାରୀସତ୍ୟଭୂଷଣ ସାହୁ
ପର ଅଧିକାରୀପ୍ରଦୀପ ପୁରୋହିତ
ନିର୍ବାଚନ ମଣ୍ଡଳୀପଦ୍ମପୁର
ବିଧାୟକ: ୧୦ମ, ୧୧ଶ, ୧୨ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୨୦୦୪
ପୂର୍ବ ଅଧିକାରୀସତ୍ୟଭୂଷଣ ସାହୁ
ପର ଅଧିକାରୀସତ୍ୟଭୂଷଣ ସାହୁ
ନିର୍ବାଚନ ମଣ୍ଡଳୀପଦ୍ମପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1958-01-20)୨୦ ଜାନୁଆରୀ ୧୯୫୮
ମୃତ୍ୟୁ୩ ଅକ୍ଟୋବର ୨୦୨୨(2022-10-03) (ବୟସ ୬୪)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ଦଳ
ଜୀବନ ସାଥୀତିଳୋତ୍ତମା ସିଂହ ବରିହା
ସନ୍ତାନବର୍ଷା ସିଂହ ବରିହା
ବାପା/ବୋଉପ୍ରେମାନନ୍ଦ ସିଂହ ବରିହା (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ବିଜୟ ରଞ୍ଜନ ସିଂହ ବରିହା ୧୯୫୮ ମସିହାର ଜାନୁଆରୀ ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପ୍ରେମାନନ୍ଦ ସିଂହ ବରିହା ଓ ପତ୍ନୀଙ୍କ ନାମ ତିଳୋତ୍ତମା ସିଂହ ବରିହା ।[୧] ତାଙ୍କ ଝିଅ ବର୍ଷା ସିଂହ ବରିହା ଓଡ଼ିଶା ରାଜନୀତିରେ ସକ୍ରିୟ ଅଛନ୍ତି ।

ରାଜନୈତିକ ଜୀବନ ସମ୍ପାଦନା

ବିଜୟ ରଞ୍ଜନ ସିଂହ ବରିହା ଓଡ଼ିଶା ରାଜନୀତିରେ ପ୍ରଥମେ ଜନତା ଦଳରେ ଓ ପରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ ।[୨] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୫ ଥର କାର୍ଯ୍ୟ କରିଥିଲେ ।[୩] ୨୦୦୯ ମସିହାରୁ ୨୦୧୧ ପର୍ଯ୍ୟନ୍ତ ସେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଭାବରେ କାମ କରିଥିଲେ ।[୪]

ବିଧାନ ସଭା ସଭ୍ୟ ବିବରଣୀ ସମ୍ପାଦନା

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୯୦ ୧୯୯୫ ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା ପଦ୍ମପୁର ଜନତା ଦଳ
୧୯୯୫ ୨୦୦୦ ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା ପଦ୍ମପୁର ଜନତା ଦଳ
୨୦୦୦ ୨୦୦୪ ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା ପଦ୍ମପୁର ବିଜୁ ଜନତା ଦଳ
୨୦୦୯ ୨୦୧୪ ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା ପଦ୍ମପୁର ବିଜୁ ଜନତା ଦଳ
୨୦୧୯ ୩ ଅକ୍ଟୋବର ୨୦୨୨ ସଭ୍ୟ, ୧୬ଶ ଓଡ଼ିଶା ବିଧାନ ସଭା ପଦ୍ମପୁର ବିଜୁ ଜନତା ଦଳ

ମୃତ୍ୟୁ ସମ୍ପାଦନା

୨୦୨୨ ମସିହାର ଅକ୍ଟୋର ୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।[୫][୬] ସେ ବୃକ୍‌କ ରୋଗ ସହ ଅନ୍ୟ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ ।[୭] ମୃତ୍ୟୁବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଥିଲା ।[୮]

ଆଧାର ସମ୍ପାଦନା

  1. "Late Bijaya Ranjan Singh Bariha". odishaassembly.nic.in. Odisha Assembly. Retrieved 16 July 2021.
  2. "BJD leader and Padampur MLA Bijaya Ranjan Singh Bariha Passes Away". KalingaTV (in English). 3 October 2022. Archived from the original on 25 August 2023. Retrieved 25 August 2023.{{cite news}}: CS1 maint: unrecognized language (link)
  3. Sethy, Rajesh (3 October 2022). "ପରଲୋକରେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂହ ବରିହା: ୩ ବର୍ଷରେ ଗଲାଣି ୬ ବିଧାୟକଙ୍କ ଜୀବନ | Kanak News". Kanak News. Archived from the original on 25 August 2023. Retrieved 25 August 2023.
  4. "BJD MLA Bijay Ranjan Singh Bariha passes away in Bhubaneswar hospital". Hindustan Times (in ଇଂରାଜୀ). 3 October 2022. Archived from the original on 25 August 2023. Retrieved 25 August 2023.
  5. Bagh, Shankarshan (3 October 2022). "MLA passes away: ପରପାରିରେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂହ ବରିହା". Zee News ଓଡ଼ିଶା. Archived from the original on 25 August 2023. Retrieved 25 August 2023.
  6. Jena, Suryakant (3 October 2022). "Five-time MLA from Padampur, Bijay Ranjan Singh Bariha no more". Five-time MLA from Padampur, Bijay Ranjan Singh Bariha no more (in ଇଂରାଜୀ). Archived from the original on 25 August 2023. Retrieved 25 August 2023.
  7. Routray, Rituparna (3 October 2022). "ପରଲୋକରେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂହ ବରିହା : ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ | Kanak News". Kanak News. Archived from the original on 25 August 2023. Retrieved 25 August 2023.
  8. Bisoyi, Sujit Kumar (3 October 2022). "Odisha: BJD's Padampur MLA Bijaya Ranjan Singh Bariha passes away". The Times of India (in English). Bhubaneswar. Archived from the original on 25 August 2023. Retrieved 25 August 2023.{{cite news}}: CS1 maint: unrecognized language (link)

ବାହାର ଆଧାର ସମ୍ପାଦନା