ପ୍ରତିଭା ଶତପଥୀ

କବି

ପ୍ରତିଭା ଶତପଥୀ (ଜନ୍ମ: ୧୮ ଜାନୁଆରୀ ୧୯୪୫) ଜଣେ ଓଡ଼ିଆ କବି । ପ୍ରତିଭା କଟକ ଜିଲ୍ଲାର ସତ୍ୟଭାମାପୁରଠାରେ ଜନ୍ମ ଗ୍ରହଣ କରିଥିଲେ ।[୧] ତାଙ୍କ ଜୀବନର ପ୍ରଥମ ପାଞ୍ଚ ବର୍ଷ କୋରାପୁଟରେ ବିତିଥିଲା । ସେ ଭଲ ବିଦ୍ୟାଳୟରୁ ପାଠ ପଢ଼ିବା ପାଇଁ, ତାଙ୍କ ପରିବାର ସତ୍ୟଭାମାପୁରକୁ ଚାଲିଆସିଥିଲେ । ପିଲାବେଳେ ସେ ଓଡ଼ିଶୀ ନୃତ୍ୟ ଶିକ୍ଷା କରିଥିଲେ । ରେଭେନ୍ସା ମହାବିଦ୍ୟାଳୟରୁ ସେ କଲେଜ ଶିକ୍ଷାଲାଭ କରିଥିଲେ । ବିବାହ କରିସାରିବା ପରେ ୧୯୬୭ ମସିହାରେ ସେ ସ୍ନାତକୋତ୍ତର ଓ ୧୯୮୦ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପି.ଏଚ.ଡି ହାସଲ କରିଥିଲେ ।

ପ୍ରତିଭା ଶତପଥୀ
ଜନ୍ମ ଓ ଜନ୍ମସ୍ଥାନ (1945-01-18) ୧୮ ଜାନୁଆରୀ ୧୯୪୫ (ବୟସ ୭୯)
ସତ୍ୟଭାମାପୁର, କଟକ ଜିଲ୍ଲା
20°43′32″N 86°16′22″E / 20.72556°N 86.27278°E / 20.72556; 86.27278
ବୃତ୍ତିକବି
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ
ସାହିତ୍ୟ କୃତିନିମିଷେ ଅକ୍ଷର
ଶବରୀ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ଶାରଳା ପୁରସ୍କାର
ଜୀବନସାଥୀନିତ୍ୟାନନ୍ଦ ଶତପଥୀ
ସନ୍ତାନପାରମିତା ଶତପଥୀ
ସମ୍ପର୍କୀୟଗୋପାଳ ଚନ୍ଦ୍ର ପ୍ରହରାଜ

ପ୍ରତିଭା ପିଲାବେଳରୁ କବିତା ଲେଖିବା ଆରମ୍ଭ କରିଥିଲେ । ତାଙ୍କ କବିତାରେ ପ୍ରେମ, ପ୍ରକୃତିର ସମାବେଶ ଦେଖାଯାଏ ।[୨] ତାଙ୍କର ପ୍ରଥମ କବିତା ପୁସ୍ତକ ଶେଷ ଜହ୍ନ ୧୯୬୨ମସିହାରେ ପ୍ରକାଶିତ ହୋଇଥିଲା । ଦୀର୍ଘ ୨୫ ବର୍ଷ ଧରି ସେ ଓଡ଼ିଆ ପତ୍ରିକା ଇସ୍ତାହାରର ସମ୍ପାଦକ ଥିଲେ । ବର୍ତ୍ତମାନ ସେ ଏକ ପାକ୍ଷିକ କବିତା ପତ୍ରିକା 'ଉଦ୍‌ଭାଷା'ର ସମ୍ପାଦକ ଅଛନ୍ତି । [୩]

ପରିବାର ସମ୍ପାଦନା

ପ୍ରତିଭା, ସାହିତ୍ୟିକ ନିତ୍ୟାନନ୍ଦ ଶତପଥୀଙ୍କୁ ବିବାହ କରିଛନ୍ତି । ପାରମିତା, ମଧୁବ୍ରତା, ଅସିତା ଓ ଇପ୍ସିତା ନାମରେ ତାଙ୍କର ଚାରି ଝିଅ ଅଛନ୍ତି ।[୪]

ସାହିତ୍ୟ କୃତି ସମ୍ପାଦନା

  • କବିତାର ଉଦ୍‌ଭାସନ ଓ ନବ୍ୟାଲୋଚନା, ୨୦୧୫[୫]

କବିତା ସଙ୍କଳନ ସମ୍ପାଦନା

  • କହି ନ ହେଲେ (୨୦୦୬)
  • ଅଧା ଅଧା ନକ୍ଷତ୍ର (୨୦୦୧)
  • ତନ୍ମୟ ଧୁଳି (୧୯୯୬)[୬]
  • ଶବରୀ (୧୯୯୧)
  • ମହାମେଘ (୧୯୮୮)
  • ନିମିଷେ ଅକ୍ଷର (୧୯୮୫)
  • ନିୟତ ବସୁଧା (୧୯୮୦)
  • ସାହାଡା ସୁନ୍ଦରୀ (୧୯୭୮)
  • ଗ୍ରସ୍ତ ସମୟ (୧୯୭୪)
  • ଅସ୍ତ ଜହ୍ନର ଏଲିଜି (୧୯୬୯)
  • ଶେଷ ଜହ୍ନ (୧୯୬୨)
  • ଆମ କବିତା (୧୯୬୨)
  • The Hidden Flower (Pearl Buck)ର ଅନୁବାଦ
  • Monograph of Kalhana, the twelfth-century poet-historianର ଅନୁବାଦ[୭]

ପୁରସ୍କାର ଓ ସମ୍ମାନ ସମ୍ପାଦନା

ଆଧାର ସମ୍ପାଦନା

  1. Orissa (India). Orissa District Gazetteers: Sambalpur. Superintendent, Orissa Government Press.
  2. Pratibhā Śatapathī (2003). A Time Of Rising. Har-Anand. ISBN 978-81-241-0907-6.
  3. "paramitasatpathy.com/family". Archived from the original on 2021-01-17. Retrieved 2012-05-10.
  4. "ପ୍ରଥମ ବହି". ଧରିତ୍ରୀ ସାହିତ୍ୟାୟନ ନଭେମ୍ବର ୧୪-୨୭ ପୃଷ୍ଠା ୨. Retrieved 18 November 2015.
  5. http://www.dharitri.com/sahityayan/270615/p8.htm
  6. Indian Literature. Sahitya Akademi. January 2007.
  7. D. S. Rao (1 January 2004). Five Decades: The National Academy of Letters, India : a Short History of Sahitya Akademi. Sahitya Akademi. pp. 124–. ISBN 978-81-260-2060-7.
  8. "AKADEMI AWARDS (1955-2020)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 13 June 2021.
  9. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved ୧୩ ଜୁନ ୨୦୨୧. {{cite web}}: Check date values in: |accessdate= (help)
  10. "Sahitya Bharati Samman for poet Pratibha Satpathy". The Statesman. Retrieved 22 February 2014.
  11. "PRATIBHA SATPATHY". orissadiary.com. 2012. Archived from the original on 8 December 2016. Retrieved 10 May 2012. She received Jhankar Award in 1981
  12. ସମାଜ ୦୭/୧୧/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୯

ଅଧିକ ତଥ୍ୟ ସମ୍ପାଦନା