ପାରମିତା ଶତପଥୀ
ପାରମିତା ଶତପଥୀ (ଜନ୍ମ: ୩୦ ଅଗଷ୍ଟ ୧୯୬୫) ଜଣେ ଓଡ଼ିଆ କ୍ଷୁଦ୍ରଗଳ୍ପ ଲେଖିକା ଓ ଔପନ୍ୟାସିକା । ତାଙ୍କ ମାତା ପ୍ରତିଭା ଶତପଥୀ ଜଣେ ଆଧୁନିକ ଓଡ଼ିଆ କବି ଓ ପିତା ନିତ୍ୟାନନ୍ଦ ଶତପଥୀ ଜଣେ ସାହିତ୍ୟ ସମାଲୋଚକ । ୧୯୮୯ ମସିହାରେ ଭାରତୀୟ ରାଜସ୍ୱ ସେବାରେ ଯୋଗ ଦେଇଥିବା ପାରମିତା ଆୟକର ବିଭାଗରେ କମିଶନର ଭାବେ କାର୍ଯ୍ୟରତ ଅଛନ୍ତି ।[୧]
ପାରମିତା ଶତପଥୀ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୩୦ ଅଗଷ୍ଟ ୧୯୬୫ |
ବୃତ୍ତି | ଆୟକର ବିଭାଗ କମିଶନର, |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ଶିକ୍ଷା | ବିଶ୍ଳେଷଣାତ୍ମକ ଓ ଫଳିତ ଅର୍ଥନୀତିରେ ସ୍ନାତକୋତ୍ତର, ଅର୍ଥନୀତି ଅଧ୍ୟୟନ ଓ ପରିକଳ୍ପନା କେନ୍ଦ୍ର (ଜେ.ଏନ.ୟୁ)ରୁ ଏମ୍.ଫିଲ୍ |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଶାରଳା ପୁରସ୍କାର |
ଜୀବନସାଥୀ | ସୁବ୍ରତ ତ୍ରିପାଠୀ |
ସନ୍ତାନ | ଅନ୍ୱେଷା |
ସମ୍ପର୍କୀୟ | ନିତ୍ୟାନନ୍ଦ ଶତପଥୀ (ବାପା) ପ୍ରତିଭା ଶତପଥୀ (ମାଆ) |
ୱେବସାଇଟ | |
paramitasatpathy.com |
ପାରମିତା ଶତପଥୀଙ୍କ ପ୍ରଥମ କ୍ଷୁଦ୍ରଗଳ୍ପ ୧୯୮୫ରେ ଓଡ଼ିଆ ପତ୍ରିକା ଝଙ୍କାରରେ ପ୍ରକାଶ ପାଇଥିଲା । ପରେ ପରେ ତାଙ୍କର ଅନେକ ଲେଖା ପ୍ରକାଶ ପାଇଲା । ତାଙ୍କର ଅନେକ ଗଳ୍ପ ଅନ୍ୟାନ୍ୟ ଭାରତୀୟ ଭାଷା ଯଥା ତେଲୁଗୁ, ହିନ୍ଦୀ, ଇଂରାଜୀ, ବଙ୍ଗାଳୀ ଆଦି ଭାଷାରେ ଅନୁବାଦିତ ହୋଇ ପ୍ରଶଂସିତ ହୋଇଛି । 'ପ୍ରାପ୍ତି'ର ଭିସିଡି ଅଗଷ୍ଟ ୨୦୧୫ରେ ମୁକ୍ତିଲାଭ କରିଥିଲା ।[୨]
କବି ପ୍ରତିଭା ଶତପଥୀ ଏବଂ ପ୍ରାବନ୍ଧିକ ନିତ୍ୟାନନ୍ଦ ଶତପଥୀଙ୍କ ଝିଅ ପାରମିତାଙ୍କ ଜନ୍ମ ହୋଇଥିଲା ୩୦ ଅଗଷ୍ଟ ୧୯୬୫ରେ । ବାପା ମାଙ୍କ ପ୍ରଭାବରେ ପିଲାଟିଦିନରୁ ସେ ସାହିତ୍ୟ ପ୍ରତି ଆକର୍ଷିତ ହୋଇଥିଲେ ଓ ପ୍ରଚୁର ପଢ଼ାପଢ଼ି କରୁଥିଲେ । ୧୯୮୯ରେ ଭାରତୀୟ ରାଜସ୍ୱ ସେବାରେ କୃତକାର୍ଯ୍ୟ ହୋଇଥିବା ପାରମିତା ଶତପଥୀ ଅଧୁନା ଆୟକର ବିଭାଗର କମିସନର ପଦବୀରେ କାର୍ଯ୍ୟରତ । ତାଙ୍କର ପ୍ରଥମ ଗଳ୍ପ 'ତାଙ୍କ ସହ ସବୁ ଦିନ' ୧୯୮୫ ମସିହାରେ 'ଝଙ୍କାର' ପତ୍ରିକାରେ ପ୍ରକାଶିତ ହୋଇଥିଲା ।
ଶିକ୍ଷା
ସମ୍ପାଦନାସେ ୧୯୮୪ ଓ ୧୯୮୬ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକ ଓ ସ୍ନାତକୋତ୍ତର ଅର୍ଥନୀତିରେ ପ୍ରଥମ ସ୍ଥାନ ଅଧିକାର କରି ଚାରିଗୋଟି ସ୍ୱର୍ଣ୍ଣପଦକ ପାଇଥିଲେ । ୧୯୮୮ରେ ଜେ.ଏନ୍.ୟୁ. ଦିଲ୍ଲୀରେ ଏମ୍.ଫିଲ୍. ପଢୁଥିବା ସମୟରେ ଭାରତୀୟ ରାଜସ୍ୱ ସେବାରେ ଉତ୍ତୀର୍ଣ୍ଣ ହୋଇଥିଲେ ।
ସାହିତ୍ୟ ଜୀବନୀ
ସମ୍ପାଦନାପାରମିତା ଶତପଥୀଙ୍କ ଗଳ୍ପରେ ସ୍ତ୍ରୀ-ପୁରୁଷର ସମ୍ପର୍କର ସୂକ୍ଷ୍ମତା-ଜଟିଳତା, ନାରୀ ମୁକ୍ତିର ସନ୍ଧାନ ତଥା ସାମାଜିକ ବାଧା-ବନ୍ଧନକୁ ନେଇ ନାରୀର ପ୍ରଶ୍ନ, ବିଦ୍ରୋହ ଓ ପ୍ରତିବାଦ ସ୍ପଷ୍ଟ । ସହରୀ ଜୀବନର ସଂଶୟ, ଅବିଶ୍ୱାସ, ନିର୍ମମତା ଓ ଅସ୍ୱାଭାବିକତା ସହିତ ଉଚ୍ଚ ବର୍ଗର ଲୋକଙ୍କ କଥା ମଧ୍ୟ ରହିଥାଏ ଭିନ୍ନ ଢଙ୍ଗରେ । ଜଣେ ସୃଜନଶୀଳ ଲେଖକ ସମାଜ ସଂସ୍କାରକ ପରି ସମାଜରେ ଆଖିଦୃଶିଆ ପରିବର୍ତ୍ତନ ଆଣିପାରିବ ନାହିଁ, କିନ୍ତୁ ମଣିଷର ଚେତନା ଓ ମାନସିକତାକୁ ଅନେକ ଭାବରେ ପ୍ରଭାବିତ କରିପାରିବ । ହଠାତ୍ ଆଖିକୁ ଦିଶୁ ନ ଥିବା ଅଥଚ ହୃଦୟର କୌଣସି କୋଣରେ ଦବି ରହିଥିବା ସମ୍ବେଦନା ସହ ତାକୁ ପରିଚିତ କରାଇପାରିବ । ଲେଖା ମାଧ୍ୟମରେ ସମାଜର ପରିବର୍ତ୍ତନ ପ୍ରସଙ୍ଗରେ ଏକଥା କହନ୍ତି ଶତପଥୀ ।[୩]
ରଚନାବଳୀ
ସମ୍ପାଦନାପାରମିତାଙ୍କ ରଚିତ ଗଳ୍ପଗୁଡ଼ିକ ହିନ୍ଦୀ, ଇଂରାଜୀ, ବଙ୍ଗଳା, ତେଲୁଗୁ, ମରାଠୀ, ଗୁଜରାଟୀ ଭାଷାରେ ଅନୁବାଦ ହୋଇଛି । ସମକାଳୀନ ଭାରତୀୟ ସାହିତ୍ୟ, ହଂସ, ଅକ୍ଷର, ନୟା ଜ୍ଞାନୋଦୟ, ସାକ୍ଷାତକାର, ଇଣ୍ଡିଆନ୍ ଲିଟରେଚର, ମ୍ୟୁସ୍ ଇଣ୍ଡିଆ ଆଦି ଜାତୀୟ ସ୍ତରର ସାହିତ୍ୟ ପତ୍ରିକାମାନଙ୍କରେ ପାରମିତାଙ୍କ ଗଳ୍ପ ସ୍ଥାନୀତ ହୋଇଛି ।
- ଅଭିପ୍ରେତ କାଳ, ୨୦୧୭[୪]
- ନାରୀକବି ଓ ଅନ୍ୟମାନେ, (୨୦୧୫, କ୍ଷୁଦ୍ରଗଳ୍ପ ସଙ୍କଳନ)[୫]
- ପ୍ରାପ୍ତି (୨୦୧୨, କ୍ଷୁଦ୍ରଗଳ୍ପ ସଙ୍କଳନ)
- ଇଣ୍ଟିମେଣ୍ଟ ପ୍ରିଟେନ୍ସ (୨୦୧୦, ଇଂରାଜୀ)
- କୁରେଇଫୁଲ (୨୦୦୯, କ୍ଷୁଦ୍ରଗଳ୍ପ ସଙ୍କଳନ)
- ଅନ୍ତରଙ୍ଗ ଛଳ (୨୦୦୬, କ୍ଷୁଦ୍ରଗଳ୍ପ ସଙ୍କଳନ)
- ଅପଥଚାରିଣୀ (୨୦୦୫, ଉପନ୍ୟାସ)
- ବିରଳ ରୂପକ (୨୦୦୩, କ୍ଷୁଦ୍ରଗଳ୍ପ ସଙ୍କଳନ)
- ଭାଷାକ୍ଷରା (୨୦୦୦, କ୍ଷୁଦ୍ରଗଳ୍ପ ସଙ୍କଳନ)
- ବିବିଧ ଅସ୍ୱପ୍ନ (୧୯୯୭, କ୍ଷୁଦ୍ରଗଳ୍ପ ସଙ୍କଳନ)
- ଚିତ୍ରା ମାଛରଙ୍କା (୨୦୨୧, କ୍ଷୁଦ୍ରଗଳ୍ପ ସଙ୍କଳନ)[୬]
- ଦୂରକି ପାହାଡ଼ (ହିନ୍ଦୀ ଅନୁବାଦ)
ପୁରସ୍କାର ଓ ସମ୍ମାନ
ସମ୍ପାଦନା- ଶାରଳା ପୁରସ୍କାର - ୨୦୨୧ (ଅଭିପ୍ରେତ କାଳ ପୁସ୍ତକ ପାଇଁ)[୭]
- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୬ (ପ୍ରାପ୍ତି ପୁସ୍ତକ ପାଇଁ)[୮] [୯]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୬[୧୦][୧୧]
- ସୁବ୍ରତ ରଥ ସ୍ମାରକୀ ପୁରସ୍କାର, ୨୦୦୩ (ଶ୍ରୀ ଗଂଗାଧର ରଥ ଫାଉଣ୍ଡେସନ ପ୍ରଦତ୍ତ)
- ଭୁବନେଶ୍ୱର ପୁସ୍ତକମେଳା ସାହିତ୍ୟ ପୁରସ୍କାର, ୨୦୦୧ ('ଭାଷାକ୍ଷରା' ନିମନ୍ତେ )
- ଶୁକଦେବ ସାହୁ ଉପନ୍ୟାସ ସମ୍ମାନ, ୨୦୧୬ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
- କାଦମ୍ବିନୀ ଗଳ୍ପ ପୁରସ୍କାର (୨୦୧୦)
- ସିସୋର ସୃଜନ ସମ୍ମାନ (୨୦୧୦)[୧୨]
- ଅମୃତାୟନ ଗଳ୍ପ ପୁରସ୍କାର, ୨୦୦୯
- ଭାରତୀୟ ଭାଷା ପରିଷଦ ଯୁବ ପୁରସ୍କାର, ୨୦୦୩
ଆଧାର
ସମ୍ପାଦନା- ↑ "Paramita Satpathy". Samanvay. Archived from the original on 23 December 2016. Retrieved 22 August 2015.
- ↑ "Paramita's Prapti unveiled in new avatar". The Telegraph. ୬ ଅଗଷ୍ଟ ୨୦୧୫. Retrieved 22 ଅଗଷ୍ଟ 2015.
{{cite news}}
: Check date values in:|date=
(help) - ↑ ସମ୍ବାଦ ସାହିତ୍ୟ ପୃଷ୍ଠା, ୧୫ ଜାନୁଆରୀ ୨୦୧୭
- ↑ "'ଅଭିପ୍ରେତ କାଳ' ଉନ୍ମୋଚିତ". sambad.in. Retrieved 8 April 2017.[permanent dead link]
- ↑ "ପୁସ୍ତକ ପରିଚୟ". ସାହିତ୍ୟାୟନ (ଧରିତ୍ରୀ). Retrieved 24 July 2016.
- ↑ "ପୁସ୍ତକ ପରିଚୟ". ଧରିତ୍ରୀ. ୧୦ ଜୁନ ୨୦୨୧. p. ୮. Retrieved 12 June 2021.
{{cite web}}
: Check date values in:|date=
(help) - ↑ "Sarala Puraskar for noted Odia writer Paramita Satpathy". newindianexpress.com. Retrieved 6 August 2021.
- ↑ "AKADEMI AWARDS (1955-2020)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 12 June 2021.
- ↑ "ପାରମିତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର". www.dharitri.com. Archived from the original on ୨୩ ଫେବୃଆରୀ ୨୦୨୧. Retrieved 23 February 2021.
{{cite web}}
: Check date values in:|archivedate=
(help) - ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 27 March 2019. Retrieved 8 April 2017.
- ↑ "Annual literary awards presented". The Hindu. 8 October 2010. Retrieved 22 ଅଗଷ୍ଟ 2015.
- ↑ "Mohapatra Nilamani Sahoo bags Seashore Sahitya Akademy Samman". thehindu.com. 2010. Retrieved 10 May 2012.
Seashore Srujan Samman went to poet Sucheta Mishra, short story writer Paramita Satapathy
ବାହାର ଆଧାର
ସମ୍ପାଦନା- ପାରମିତା ଶତପଥୀଙ୍କ ପରିବାର Archived 2021-01-17 at the Wayback Machine.