ନିତ୍ୟାନନ୍ଦ ଶତପଥୀ

ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ନିତ୍ୟାନନ୍ଦ ଶତପଥୀ (୧୫ ଅକ୍ଟୋବର ୧୯୩୭ - ୦୩ ଜୁନ ୨୦୨୦), ଜଣେ ଓଡ଼ିଆ ସାହିତ୍ୟିକ, ସମଲୋଚକ ଓ ଶିକ୍ଷାବିତ ଥିଲେ ।[୨] ଗଳ୍ପ, କବିତା, ପ୍ରବନ୍ଧ, ଜୀବନୀ ତଥା ଭ୍ରମଣ କାହାଣୀ ଆଦି ସାହିତ୍ୟର ଅନ୍ୟ ବିଭାଗରେ ମଧ୍ୟ ତାଙ୍କର ପ୍ରବେଶ ରହିଥିଲା ।

ନିତ୍ୟାନନ୍ଦ ଶତପଥୀ
ଜନ୍ମ ଓ ଜନ୍ମସ୍ଥାନ(1937-10-25)୨୫ ଅକ୍ଟୋବର ୧୯୩୭
ଗରେଇ ଶାସନ, ତିର୍ତ୍ତୋଲ, ଜଗତସିଂହପୁର[୧]
ମୃତ୍ୟୁ୩ ଜୁନ ୨୦୨୦(2020-06-03) (ବୟସ ୮୨)
ଭୁବନେଶ୍ୱର
ଭାଷାଓଡ଼ିଆ
ଜାତୀୟତା ଭାରତୀୟ
ନାଗରିକତା ଭାରତୀୟ
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ
ଶୈଳୀସମାଲୋଚନା ସାହିତ୍ୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
ଜୀବନସାଥୀପ୍ରତିଭା ଶତପଥୀ
ସନ୍ତାନପାରମିତା, ମଧୁବ୍ରତା, ଅସିତା ଓ ଇପ୍ସିତା
ସମ୍ପର୍କୀୟବିଦ୍ୟାଧର ଶତପଥୀ (ବାପା)
ଦୁର୍ଗାବତୀ ଦେବୀ(ମାଆ)

ବାଲ୍ୟଜୀବନ ଓ ଶିକ୍ଷା ସମ୍ପାଦନା

ନିତ୍ୟାନନ୍ଦ, ୧୯୩୭ ମସିହା ଅକ୍ଟୋବର ୨୫ତାରିଖରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଗରେଇ ଶାସନଠାରେ ଜନ୍ମଗ୍ରହଣ କରିଥିଲେ ।[୩] ସେ ୧୯୬୦ ଓ ୧୯୬୨ ମସିହାରେ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ । ୧୯୭୬ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପି.ଏଚ.ଡି ଲାଭ କରିଥିଲେ ।

ପରିବାର ସମ୍ପାଦନା

ନିତ୍ୟାନନ୍ଦଙ୍କ ପିତାଙ୍କ ନାମ ଥିଲା ବିଦ୍ୟାଧର ଶତପଥୀ ଓ ମାତାଙ୍କ ନାମ ଦୁର୍ଗାବତୀ ଦେବୀ । କବି ପ୍ରତିଭା ଶତପଥୀ ତାଙ୍କ ଧର୍ମପତ୍ନୀ । ପାରମିତା, ମଧୁବ୍ରତା, ଅସିତା ଓ ଇପ୍ସିତା ନାମରେ ତାଙ୍କର ଚାରି ଝିଅ ଅଛନ୍ତି ।

ବୃତ୍ତିଗତ ଜୀବନ ସମ୍ପାଦନା

ଅଧ୍ୟାପନାକୁ ନିଜର ବୃତ୍ତି ଭାବରେ ଆବୋରୀ ଥିଲେ ନିତ୍ୟାନନ୍ଦ । ୧୯୬୨ରୁ ୧୯୬୯ ଯାଏଁ ରେଭେନ୍ସା ମହାବିଦ୍ୟାଳୟରେ ଓ ୧୯୭୬ରୁ ୧୯୯୨ ଯାଏଁ ଉତ୍କଳ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗରେ ଅଧ୍ୟାପନା କରିଥିଲେ ଓ ସତ୍ୟବାଦୀ ଚେୟାରର ପ୍ରଫେସର ଥାଇ ୧୯୯୭ ମସିହାରେ ସେବା ନିବୃତ ହୋଇଥିଲେ ।

ସାହିତ୍ୟିକ ଜୀବନ ସମ୍ପାଦନା

୧୯୬୫ମସିହା ବେଳକୁ ସେ ରେଭେନ୍ସା ନୈଶ ମହାବିଦ୍ୟାଳୟରେ ଅଧ୍ୟାପନା କରୁଥିଲେ । ସେହି ସମୟରେ ପୂଜ୍ୟପୂଜା ସଂସଦ ଆନୁକୁଲ୍ୟରେ, ଗୋପବନ୍ଧୁଙ୍କ ଜନ୍ମଦିବସରେ ସେ ସାକ୍ଷୀଗୋପାଳକୁ ଏକ ସଭାକାର୍ଯ୍ୟରେ ଯୋଗଦେବାକୁ ଯାଇଥାନ୍ତି । ସେଠାରେ ଭାଷଣ ଦେବା ଅବସରରେ ଜଣେ ଶ୍ରୋତା ଅଭିଯୋଗ କଲେ ଯେ, ଗୋପବନ୍ଧୁଙ୍କ ପୂର୍ଣ୍ଣାଙ୍ଗ ଜୀବନୀ ଲେଖାଯାଇନାହିଁ । ସେହି ସଭାରେ ନିତ୍ୟାନନ୍ଦ ପ୍ରତିଶ୍ରୁତି ଦେଇଥିଲେ ଯେ, ସେ ୩ ବର୍ଷ ମଧ୍ୟରେ ଗୋପବନ୍ଧୁଙ୍କ ପୂର୍ଣ୍ଣାଙ୍ଗ ଜୀବନୀ ଲେଖି ପ୍ରକାଶ କରାଇବେ । ସେଠାରୁ ଆରମ୍ଭ ହୋଇଥିଲା ନିତ୍ୟାନନ୍ଦଙ୍କର ପ୍ରଥମ ପୁସ୍ତକ ଲିଖନ । ଚାରି ବର୍ଷ ଧରି ଲେଖା ହୋଇଥିବା, ହେ ସାଥୀ ! ହେ ସାରଥୀ ନାମରେ ଏହି ଗୋପବନ୍ଧୁଙ୍କ ପୂର୍ଣ୍ଣାଙ୍ଗ ଜୀବନୀ ପୁସ୍ତକ ୧୯୬୯ ମସିହାରେ ପ୍ରକାଶ ପାଇଥିଲା ।[୪] ଏହା ପୂର୍ବରୁ ପତ୍ନୀ ପ୍ରତିଭାଙ୍କ ସହ ମିଳିତ ଭାବରେ "ଆମ କବିତା" ନାମକ ଏକ କବିତା ପୁସ୍ତକ ମଧ୍ୟ ପ୍ରକାଶ ପାଇଥିଲା । ତା ପରଠାରୁ ନିତ୍ୟାନନ୍ଦ ନିରବିଚ୍ଛିନ୍ନ ଭାବରେ ସାହିତ୍ୟ ସାଧନାରେ ନିମଗ୍ନ ଥିଲେ ।[୫] ତାଙ୍କ ଛାତ୍ରଛାତ୍ରୀମାନେ ଆଧୁନିକ କବିତା ଉପରେ କୌଣସି ସମାଲୋଚନା ମୂଳକ ପୁସ୍ତକ ପାଇ ପାରୁନଥିଲେ । ସେହି ଅଭାବ ଦୂର କରିବାକୁ, ସେ ସମାଲୋଚନା ଲେଖିବା ଆରମ୍ଭ କରିଥିଲେ ।[୬]

ନିତ୍ୟାନନ୍ଦ ବହୁ ସାହିତ୍ୟିକ ଓ ସାମାଜିକ ଅନୁଷ୍ଠାନ ସହିତ ଜଡ଼ିତ ରହିଥିଲେ । ସେ ମଧ୍ୟରୁ ପୂଜ୍ୟପୂଜା ସଂସଦ, ଶାରଳା ପୁରସ୍କାର, ସାମ୍ପ୍ରତିକ, ଓଡ଼ିଶା ସାହିତ୍ୟ ଏକାଡେମୀ ଆଦି ଅନ୍ୟତମ । ଶାରଳା ପୁରସ୍କାର ତାଙ୍କରି ସମ୍ପାଦନାରେ ପ୍ରତିଷ୍ଠା କରାଯାଇଥିଲା ।

ରଚନାବଳୀ ସମ୍ପାଦନା

  • ଆମ କବିତା
  • କବିତାର ସେତୁ
  • ହେ ସାଥୀ ! ହେ ସାରଥୀ - ୧୯୬୯
  • ସବୁଜର ସାମ୍ପ୍ରତିକ - ୧୯୭୬[୭]
  • ସରଳରୁ ସମ୍ପ୍ରତି - ୧୯୯୬
  • ସତୁରୀରୁ ସହସାର୍ବ୍ଦୀ
  • କାବ୍ୟ ଦୃଷ୍ଟି : କାବ୍ୟ ବିଚାର
  • ସତ୍ୟବାଦୀ ଯୁଗ - ସ୍ରଷ୍ଟା ଓ ସୃଷ୍ଟି
  • ଆଧୁନିକ ଓଡ଼ିଆ ସାହିତ୍ୟ[୮]
  • ପ୍ରମୂଖ କବି କତିପୟ - ୧୯୮୬
  • ଗଳ୍ପ ଓ ଗାଳ୍ପିକ - ୧୯୮୬
  • କାବ୍ୟ ପ୍ରକରଣ - ୧୯୯୪
  • ଇସ୍ତାହାର (ପତ୍ରିକା ସମ୍ପାଦନା) - ୧୯୭୯ ମସିହାରୁ[୯]

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୦୨ ("ସତ୍ୟବାଦୀ ଯୁଗ - ସ୍ରଷ୍ଟା ଓ ସୃଷ୍ଟି ପାଇଁ" ମନୋନୀତ ହୋଇଥିଲେ ମଧ୍ୟ ସେ ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରିଥିଲେ)[୧୦]

୨୦୨୦ ଜୁନ ୩ ତାରିଖରେ ଭୁବନେଶ୍ୱରଠାରେ ନିତ୍ୟାନନ୍ଦଙ୍କର ପରଲୋକ ଘଟିଥିଲା ।[୧୧]

ଆଧାର ସମ୍ପାଦନା

  1. The Calcutta review. 1957.
  2. http://odisha.gov.in/literature/other.htm
  3. Orissa (India). Orissa District Gazetteers: Cuttack. Superintendent, Orissa Government Press.
  4. Bengal, Past & Present: Journal of the Calcutta Historical Society. The Society. 1979.
  5. "ପ୍ରଥମ ବହି". ଧରିତ୍ରୀ ସାହିତ୍ୟାୟନ ନଭେମ୍ବର ୧୪-୨୭ ପୃଷ୍ଠା ୨. Retrieved 18 November 2015.
  6. "ସୃଜନ-ଆଳାପ". ଧରିତ୍ରୀ ସାହିତ୍ୟାୟନ ଅକ୍ଟୋବର ୧୫-୨୮, ୨୦୧୬ ପୃଷ୍ଠା ୭. Retrieved 17 October 2016.
  7. Amaresh Datta (1988). Encyclopaedia of Indian Literature. Sahitya Akademi. pp. 1592–. ISBN 978-81-260-1194-0.
  8. Biswamoy Pati (1 January 2001). Situating Social History: Orissa, 1800-1997. Orient Blackswan. pp. 86–. ISBN 978-81-250-2007-3.
  9. http://prabook.org/web/person-view.html?profileId=652280[permanent dead link]
  10. http://odisha.gov.in/e-magazine/orissaannualreference/ORA-2005/pdf/orissa_sahitya_academy.pdf
  11. "Eminent Odia litterateur Nityananda Satpathy no more". www.prameyanews.com/. prameya news. Retrieved 3 June 2020.