ପାର୍ଥ ସାରଥୀ ରାୟ

ଓଡ଼ିଆ ଅଭିନେତା
(ପାର୍ଥସାରଥୀ ରାୟରୁ ଲେଉଟି ଆସିଛି)

ପାର୍ଥ ସାରଥୀ ରାୟ ଜଣେ ଓଡ଼ିଆ ଅଭିନେତା, ଯିଏକି ଓଡ଼ିଆ କଥାଚିତ୍ର ଏବଂ କ୍ଷୁଦ୍ର ଚଳଚ୍ଚିତ୍ରରେ କାର୍ଯ୍ୟ କରନ୍ତି ।[୧] ୨୦୧୦ ମସିହାରେ ସେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ ଏବଂ ୨୦୧୩ ମସିହାର ନଈ ସେପାରୀ କନକ ଗୋରୀ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ୨୦୧୮ ମସିହାରେ ହେଲୋ ଆରସୀ ପାଇଁ ତାଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା ।[୨][୩][୪]

ପାର୍ଥ ସାରଥୀ ରାୟ
ଜନ୍ମ (1981-03-27) ୨୭ ମାର୍ଚ୍ଚ ୧୯୮୧ (ବୟସ ୪୩)
ଜାତୀୟତାଭାରତୀୟ
ବୃତ୍ତିଅଭିନେତା
ସକ୍ରିୟ ବର୍ଷ୨୦୧୦ – ଏବେଯାଏଁ
ଉଲ୍ଲେଖନୀୟ କୃତିହେଲୋ ଆରସୀ, ୨୦୧୮
ଉଚ୍ଚତା୫'୧୧"
ପିତାମାତା(s)ପ୍ରଭାସ କୁମାର ରାୟ (ବାପା)
କଲ୍ୟାଣୀ ରାୟ (ମାଆ)
ପୁରସ୍କାର୨୯ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ପାର୍ଥ ୧୯୮୧ ମସିହାର ମାର୍ଚ୍ଚ ୨୭ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ ।[ଆଧାର ଲୋଡ଼ା] ତାଙ୍କ ବାପାଙ୍କ ନାମ ପ୍ରଭାସ କୁମାର ରାୟ ଓ ମାଆଙ୍କ ନାମ କଲ୍ୟାଣୀ ରାୟ ।[ଆଧାର ଲୋଡ଼ା] ତାଙ୍କ ପିଲାଦିନ ଭୁବନେଶ୍ୱରରେ କଟିଥିଲା ।

ଅଭିନୟ ଜୀବନ ସମ୍ପାଦନା

ପାର୍ଥ ଇତିହାସରେ ସ୍ନାତକ କରିବା ପରେ ୨୦୦୪ ମସିହାରେ ଦିଲ୍ଲୀ ଯାଇଥିଲେ ଏବଂ ସେଠାରେ ବେରି ଜନ୍‌ଙ୍କ ଥିଏଟର ଗ୍ରୁପ୍‌ରେ ଯୋଗ ଦେଇଥିଲେ । ପରେ ସେ ମୁମ୍ବାଇ ଯାଇ କିଛି ହିନ୍ଦୀ କଥାଚିତ୍ରରେ କାମ କରିଥିଲେ । ପରବର୍ତ୍ତୀ ସମୟରେ ସେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୫][୬]

ଅଭିନୀତ କଥାଚିତ୍ର ସମ୍ପାଦନା

ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୨୦୧୦ ତୁନପୁର କା ସୁପରହିରୋ
୨୦୧୧ ସାଇକେଲ୍ କିକ୍
ୟୁ ଆର୍ ମାଇଁ ଜାନ୍
୨୦୧୩ ନଈ ସେପାରୀ କନକ ଗୋରୀ ଅବିନାଶ
ଗଡ଼ବଡ଼
୨୦୧୮ ହେଲୋ ଆରସୀ
୨୦୧୯ ତୁ ମୋ ଲଭ୍ ଷ୍ଟୋରୀ ୨ ଖଳନାୟକ
୨୦୨୦ ଦୁର୍ଗତିନାଶିନୀ[୭]
୨୦୨୧ ବୋଫିନ୍[୮] କ୍ଷୁଦ୍ର ଚଳଚ୍ଚିତ୍ର
ନେଭିଗେଟର୍[୯]
ବାଜି - ଦି ଇମୋଟାଲ୍ ବୋଟ୍ ବୟ୍[୧୦]
୨୦୨୨ ଚରିତ୍ର
ପ୍ରସ୍ଥାନମ୍[୧୧]
ଫୋର୍
ସମାପାଜୁର ରଘୁ
୨୦୨୩ ଫାଲଗୁନ ଚୈତ୍ର[୧୨] ଆର୍କିଟେକ୍
ଡାଲ୍‌ଚିନି[୧୩]

ଓଟିଟି ସମ୍ପାଦନା

ବର୍ଷ ଧାରାବାହିକ ଭୂମିକା ମନ୍ତବ୍ୟ
୨୦୨୨ ଆନ୍ଥୋନୀ[୧୪] ପୋଲିସ୍ ଅଧିକାରୀ

ଦୂରଦର୍ଶନ ଧାରାବାହିକ ସମ୍ପାଦନା

ଧାରାବାହିକ ଚେନାଲ ଭୂମିକା ମନ୍ତବ୍ୟ
ମୁଁ ବି ଅର୍ଦ୍ଧାଙ୍ଗିନୀ ଜୀ ସାର୍ଥକ
ରକ୍ତ ସମ୍ପର୍କ ମଞ୍ଜରୀ ଟିଭି

ପୁରସ୍କାର ଏବଂ ସମ୍ମାନ ସମ୍ପାଦନା

ଆଧାର ସମ୍ପାଦନା

  1. "Partha Sarathi Ray: Odia film industry's new ray of light". The New Indian Express. Retrieved 2023-03-09.
  2. "Partha Sarathi Ray lived the character he played in a short film recently - Times of India". The Times of India.
  3. "Partha Sarathi Ray remembers how he was inspired by Bijay Mohanty - Times of India". The Times of India.
  4. "I Want To See Odia Film Industry Evolve: Actor Partha Sarathi Ray". odishabytes (in ଆମେରିକୀୟ ଇଂରାଜୀ). 2019-02-27. Retrieved 2023-03-09.
  5. "Actor returns with a bang". www.telegraphindia.com. Retrieved 2023-03-09.
  6. "I Want To See Odia Film Industry Evolve: Actor Partha Sarathi Ray". odishabytes (in ଆମେରିକୀୟ ଇଂରାଜୀ). 2019-02-27. Retrieved 2023-03-09.
  7. "Partha and Archita team up for new film - Times of India". The Times of India.
  8. BOFFIN Full Movie | Odia Short Film | Rajendra Mohanta | Partha Sarathi Ray | Manoj Mishra| K1live (in ଇଂରାଜୀ), retrieved 2023-03-09
  9. ନାଭିଗେଟର || Navigator || Odia Short Film || Horror Thriller || Partha Sarathi Ray (in ଇଂରାଜୀ), retrieved 2023-03-09
  10. ବାଜି ରାଉତ | Baji - The Immortal Boat Boy | Full Movie | Award-Winning Odia Short Film (in ଇଂରାଜୀ), retrieved 2023-03-09
  11. "Prasthanam - Official Trailer". The Times of India. ISSN 0971-8257. Retrieved 2023-03-10.
  12. "[Watch] Odisha Director Duo Explores Family Ties In 'Phalguna Chaitra', Know The Release Date". odishabytes (in ଆମେରିକୀୟ ଇଂରାଜୀ). 2023-01-19. Retrieved 2023-03-10.
  13. "Daalcheeni-Odia Film". ODIASITES.COM. Retrieved 2023-03-10.
  14. "Odia thriller series 'Anthony' releasing in Bengali dubbed version". The Times of India. ISSN 0971-8257. Retrieved 2023-03-10.
  15. "Partha Sarathi Ray: Catapulting Odia Film Industry To A New High". My City Links. 30 August 2021.
  16. "I Want To See Odia Film Industry Evolve: Actor Partha Sarathi Ray". OdishaBytes. February 27, 2019.

ବାହାର ଆଧାର ସମ୍ପାଦନା