ଚରିତ୍ର (ଓଡ଼ିଆ କଥାଚିତ୍ର)

୨୦୨୧ ଓଡ଼ିଆ କଥାଚିତ୍ର


ଚରିତ୍ର, ୨୦୨୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟି ମଞ୍ଜରୀ ଟିଭି ଓ ପି.ଏସ୍. ମୋସନ୍ ପିକ୍ଚର୍‌ସ୍ଦ୍ୱାରା ନିର୍ମାଣ କରାଯାଇଥିଲା । ଅମିତ କୁମାର ଦାସ ଓ ପିନାକୀ ସିଂହ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ଶିଶିର କୁମାର ସାହୁ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଶିଶିର କୁମାର ସାହୁ ଓ ପିନାକୀ ସିଂହ ।[୧]

ଚରିତ୍ର
ନିର୍ଦ୍ଦେଶକଶିଶର କୁମାର ସାହୁ
ପିନାକୀ ସିଂହ
ପ୍ରଯୋଜକମଞ୍ଜରୀ ଟିଭି
ପି.ଏସ୍. ମୋସନ୍ ପିକ୍ଚର୍‌ସ୍
ସଂଳାପଶିଶିର କୁମାର ସାହୁ
ଚିତ୍ରନାଟ୍ୟଅମିତ କୁମାର ଦାସ
ପିନାକୀ ସିଂହ
କଳାକାରଗାର୍ଗୀ ମହାନ୍ତି
ଅନନ୍ୟା ମିଶ୍ର
ହର ରଥ
ପାର୍ଥସାରଥୀ ରାୟ
ଦ୍ୱିପନ୍ୱୀତ ଦାସ ମହାପାତ୍ର
ସଙ୍ଗୀତକସ୍ତୁରୀ କୌଶିକ
ଇଶାନ ଶର୍ମା
ଚିତ୍ରଗ୍ରହଣଦୀପକ କୁମାର
ସମ୍ପାଦକରଶ୍ମି ରଞ୍ଜନ ଦାଶ
ମୁକ୍ତିଲାଭ ତାରିଖ
୨୫ ଡିସେମ୍ବର ୨୦୨୦
ଦେଶ ଭାରତ
ଭାଷାଓଡ଼ିଆ

ଗାର୍ଗୀ ମହାନ୍ତି, ଅନନ୍ୟା ମିଶ୍ର, ହର ରଥ, ପାର୍ଥସାରଥୀ ରାୟ, ଦ୍ୱିପନ୍ୱୀତ ଦାସ ମହାପାତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨] ଏହି କଥାଚିତ୍ରଟିର ୨୦୨୦ ମସିହାର ଡିସେମ୍ବର ୨୫ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ଏବଂ ୨୫ ଅପ୍ରେଲ ୨୦୨୧ରେ ମଞ୍ଜରୀ ଟିଭିରେ ମୁକ୍ତିଲାଭ କରିଥିଲା ।[୩]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

କୋରାପୁଟ ସହରକୁ ବଦଳି ହୋଇ ଆସନ୍ତି ସରକାରୀ ଅଫିସର୍‌ ଅଭିଷେକ ପଟ୍ଟନାୟକ। ସାଥୀରେ ନବବିବାହିତା ପତ୍ନୀ ମଧୁ । ନୂଆ କ୍ୱା ର୍ଟର୍‌ରେ ନିଜର ଜିନିଷପତ୍ର ସଜାଉ ସଜାଉ ମଧୁଙ୍କ ହାତରେ ଏକ ଡାଏରି ପଡ଼େ। ସେଥିରେ ଲେଖାଥାଏ, ସେମାନଙ୍କ ପୂର୍ବରୁ ସେଇ କ୍ୱାର୍ଟର୍‌ରେ ରହୁଥିବା ଅଫିସର୍‌ ସୁଧୀର ପାଣିଗ୍ରାହୀଙ୍କ ପତ୍ନୀ କଳ୍ପନାଙ୍କ ନିଃସଙ୍ଗତା, ସ୍ୱପ୍ନ ଓ ସମ୍ପର୍କର କାହାଣୀ । ଡାଏରିର ଜୀବନ୍ତ ପୃଷ୍ଠାଗୁଡ଼ିକ ମଧୁଙ୍କୁ କଳ୍ପନାଙ୍କ ସହ ଅତି ନିକଟତର କରି ବସେ । ହେଲେ କେଇ ପୃଷ୍ଠାର ଲେଖା ପରେ ଅବଶିଷ୍ଟ ପୃଷ୍ଠା ସେମିତି ଅଲେଖା ହୋଇ ରହିଥାଏ । କଳ୍ପନାର ଚରିତ୍ରକୁ ଏତେ ପାଖରୁ ପଢ଼ିଥିବା ମଧୁ ତା’ର ଅବର୍ତ୍ତମାନରେ ତା’ କାହାଣୀର ଅବଶିଷ୍ଟାଂଶ ଜାଣିବା ପାଇଁ ଉତ୍ସୁକ ହୋଇଉଠେ ।[୪]

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ କସ୍ତୁରୀ କୌଶିକ ଓ ଇଶାନ ଶର୍ମା ।[୫] ସୁମିତ ପଣ୍ଡା, କସ୍ତୁରୀ କୌଶିକ, ଜ୍ଞାନ ରଞ୍ଜନ କର, ତପୁ ନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଲବିତା ଲୋବୋ, ପୂଜା ଭେଙ୍କଟ, ଗୌରବ ଆନନ୍ଦ, କୁଳଦୀପ ପଟ୍ଟନାୟକ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୩]

ଗୀତ ସମ୍ପାଦନା

କ୍ରମଗୀତକବିଗାୟକସମୟ
1."ମୁଁ ଆଜି ପ୍ରେମିକା"ସୁମିତ ପଣ୍ଡା, କସ୍ତୁରୀ କୌଶିକପୂଜା ଭେଙ୍କଟ, ଗୌରବ ଆନନ୍ଦ 
2."ଝାପ୍ସା ନିଦରେ"ଜ୍ଞାନ ରଞ୍ଜନ କରଲବିତା ଲୋବୋ 
3."ଅହମିକା"ତପୁ ନାୟକ, କସ୍ତୁରୀ କୌଶିକକୁଳଦୀପ ପଟ୍ଟନାୟକ 

ଆଧାର ସମ୍ପାଦନା

  1. ""Charitra" Explores New Way Of Storytelling". My City Links (in English). 22 April 2021. Archived from the original on 13 December 2021. Retrieved 13 December 2021.{{cite news}}: CS1 maint: unrecognized language (link)
  2. "Odia film released in 2021 complete List". Odia Live (in English). 9 February 2021. Archived from the original on 13 December 2021. Retrieved 13 December 2021.{{cite news}}: CS1 maint: unrecognized language (link)
  3. ୩.୦ ୩.୧ "ଓଡ଼ିଆ ସିନେମାରେ ଏକ ନୂଆ ସମ୍ଭାବନା 'ଚରିତ୍ର', ୱାର୍ଲ୍ଡ ଟେଲିଭିଜନ ପ୍ରିମିୟର 'ମଞ୍ଜରୀ'ରେ | Sambad". ସମ୍ବାଦ. sambad.in. 22 April 2021. Archived from the original on 13 December 2021. Retrieved 13 December 2021. {{cite news}}: |archive-date= / |archive-url= timestamp mismatch; 11 ମଇ 2021 suggested (help)
  4. "'ଚରିତ୍ର'ର ୱାର୍ଲ୍ଡ ଟେଲିଭିଜନ୍‌ ପ୍ରିମିୟର୍‌୨୫ରେ, ‌ଲୋକପ୍ରିୟ ଚ୍ୟାନେଲ୍‌ ମଞ୍ଜରୀରେ ଦେଖିପାରିବେ ଦର୍ଶକ | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 23 April 2021. Archived from the original on 13 December 2021. Retrieved 13 December 2021.
  5. "World Television premiere of 'Charitra' on April 25; WATCH trailer here | Sambad English". Sambad English (in English). Bhubaneswar: sambadenglish.com. 22 April 2021. Archived from the original on 13 December 2021. Retrieved 13 December 2021.{{cite news}}: CS1 maint: unrecognized language (link)

ବାହାର ଆଧାର ସମ୍ପାଦନା