ଧନେଶ୍ୱର ମାଝି
ଧନେଶ୍ୱର ମାଝି (୫ ଜୁଲାଇ ୧୯୪୧ - ୧୦ ଅକ୍ଟୋବର ୨୦୨୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ପାଞ୍ଚ ଥର କାର୍ଯ୍ୟ କରିଥିଲେ । ୧୯୭୧, ୧୯୭୪, ୨୦୦୦, ୨୦୦୪ ଓ ୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କେସିଙ୍ଗା ଓ ନର୍ଲା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ, ୬ଷ୍ଠ, ୧୨ଶ, ୧୩ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୭୮ ମସିହାରେ ସେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ ।
ଧନେଶ୍ୱର ମାଝି | |
---|---|
ବିଧାୟକ: ୧୫ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୧୪ – ୨୦୧୯ | |
ପୂର୍ବ ଅଧିକାରୀ | ଭୂପିନ୍ଦର ସିଂହ |
ପର ଅଧିକାରୀ | ଭୂପିନ୍ଦର ସିଂହ |
ନିର୍ବାଚନ ମଣ୍ଡଳୀ | ନର୍ଲା |
ବିଧାୟକ: ୧୨ଶ, ୧୩ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୦ – ୨୦୦୯ | |
ନିର୍ବାଚନ ମଣ୍ଡଳୀ | କେସିଙ୍ଗା |
ସାଂସଦ: ରାଜ୍ୟ ସଭା | |
କାର୍ଯ୍ୟକାଳ ୧୯୭୮ – ୧୯୮୪ | |
ନିର୍ବାଚନ ମଣ୍ଡଳୀ | ଓଡ଼ିଶା |
ବିଧାୟକ: ୫ମ, ୬ଷ୍ଠ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୧ – ୧୯୭୭ | |
ପୂର୍ବ ଅଧିକାରୀ | ଅଞ୍ଚଳ ମାଝି |
ପର ଅଧିକାରୀ | ତେଜରାଜ ମାଝି |
ନିର୍ବାଚନ ମଣ୍ଡଳୀ | ନର୍ଲା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୫ ଜୁଲାଇ ୧୯୪୧ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଭାରତୀୟ ଜନତା ପାର୍ଟି, ସ୍ୱତନ୍ତ୍ର ପାର୍ଟି |
ଜୀବନ ସାଥୀ | ତିଳୋତ୍ତମା ମାଝି |
ବାପା/ବୋଉ | ଅମର ମାଝି (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାଧନେଶ୍ୱର ମାଝି ୧୯୪୧ ମସିହାର ଜୁଲାଇ ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଅମର ମାଝି ଓ ପତ୍ନୀଙ୍କ ନାମ ତିଳୋତ୍ତମା ମାଝି ।[୧]
ରାଜନୈତିକ ଜୀବନ
ସମ୍ପାଦନାଧନେଶ୍ୱର ମାଝି ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳ, ସ୍ୱତନ୍ତ୍ର ପାର୍ଟି ଓ ଭାରତୀୟ ଜନତା ପାର୍ଟିର ମଧ୍ୟ କର୍ମୀ ଭାବରେ କାର୍ଯ୍ୟ କରିଥିଲେ ।[୧] ୧୯୭୮ ମସିହାରେ ସେ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ଭାରତୀୟ ସଂସଦର ଉପର ସଦନ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୧୯୮୪ ମସିହାଯାଏଁ ରାଜ୍ୟ ସଭାର ସାଂସଦ ଭାବରେ ସେ କାର୍ଯ୍ୟ କରିଥିଲେ ।[୨][୩][୪][୫] ୨୦୨୪ ବିଧାନସଭା ନିର୍ବାଚନରେ ବିଜୁ ଜନତା ଦଳ ଛାଡ଼ି ସେ ପୁଣି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ।
ବିଧାନ ସଭା ସଭ୍ୟ ବିବରଣୀ
ସମ୍ପାଦନାଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୭୧ | ୧୯୭୪ | ସଭ୍ୟ, ୫ମ ଓଡ଼ିଶା ବିଧାନ ସଭା | ନର୍ଲା | ସ୍ୱତନ୍ତ୍ର ପାର୍ଟି |
୧୯୭୪ | ୧୯୭୭ | ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା | ନର୍ଲା | ସ୍ୱତନ୍ତ୍ର ପାର୍ଟି |
୨୦୦୦ | ୨୦୦୪ | ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା | କେସିଙ୍ଗା | ଭାରତୀୟ ଜନତା ପାର୍ଟି |
୨୦୦୪ | ୨୦୦୯ | ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା | କେସିଙ୍ଗା | ଭାରତୀୟ ଜନତା ପାର୍ଟି |
୨୦୧୪ | ୨୦୧୯ | ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା | ନର୍ଲା | ବିଜୁ ଜନତା ଦଳ |
ମୃତ୍ୟୁ
ସମ୍ପାଦନା୨୦୨୪ ମସିହା ଅକ୍ଟୋବର ୧୦ ତାରିଖରେ ଧନେଶ୍ୱର ମାଝିଙ୍କର ପରଲୋକ ଘଟିଥିଲା ।[୬]
ଆଧାର
ସମ୍ପାଦନା- ↑ ୧.୦ ୧.୧ "Shri Dhaneswar Majhi". odishaassembly.nic.in. Odisha Assembly. Retrieved 1 June 2021.
- ↑ "RAJYA SABHA MEMBERS BIOGRAPHICAL SKETCHES 1952 - 2003" (PDF). Rajya Sabha. Retrieved 19 September 2020.
- ↑ India. Parliament. Rajya Sabha (1983). Parliamentary Debates: Official Report. Rajya Sabha Secretariat. p. 285. Retrieved 19 September 2020.
- ↑ India. Parliament. Rajya Sabha (1982). Who's who. Rajya Sabha Secretariat. p. 145. Retrieved 19 September 2020.
- ↑ The Times of India Directory and Year Book Including Who's who. 1982. p. 818. Retrieved 19 September 2020.
- ↑ The Samaja ePaper https://samajaepaper.in/imageview_33_101020243281737_4_73_10-10-2024_9_i_1_sf.html. Retrieved 10 October 2024.
{{cite web}}
: Missing or empty|title=
(help)