ଦୁଷ୍ମନ୍ତ ନାଏକ

ଓଡ଼ିଆ ରାଜନୀତିଜ୍ଞ

ଦୁଷ୍ମନ୍ତ ନାଏକ (ଜନ୍ମ: ୨୦ ଜୁଲାଇ ୧୯୬୬) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୦୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭବାନୀପାଟଣା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଦୁଷ୍ମନ୍ତ ନାଏକ
ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୪
ପୂର୍ବ ଅଧିକାରୀପ୍ରଦୀପ୍ତ କୁମାର ନାଏକ
ପର ଅଧିକାରୀଅନାମ ନାଏକ
ନିର୍ବାଚନ ମଣ୍ଡଳୀଭବାନୀପାଟଣା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1966-07-20) ୨୦ ଜୁଲାଇ ୧୯୬୬ (ବୟସ ୫୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଲଳିତା ନାଏକ
ବାପା/ବୋଉଅମୃତ ନାଏକ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ଦୁଷ୍ମନ୍ତ ନାଏକ ୧୯୬୬ ମସିହାର ଜୁଲାଇ ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଅମୃତ ନାଏକ ଓ ପତ୍ନୀଙ୍କ ନାମ ଲଳିତା ନାଏକ ।[୧]

ରାଜନୈତିକ ଜୀବନ ସମ୍ପାଦନା

ଦୁଷ୍ମନ୍ତ ନାଏକ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । କଂଗ୍ରେସ ଦଳରେ ତାଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ଆଣି ୨୦୧୮ ମସିହାରେ ସେ କଂଗ୍ରେସ ଛାଡ଼ି ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ।[୨] ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]

୨୦୦୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭବାନୀପାଟଣା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୪୬,୦୩୮ ଖଣ୍ଡ ଭୋଟ୍ ପାଇଥିଲେ । ସେ ବିଜୁ ଜନତା ଦଳର ପ୍ରାର୍ଥୀ ପ୍ରଦୀପ୍ତ ନାଏକଙ୍କୁ ୨,୩୨୮ ଖଣ୍ଡ ଭୋଟର୍‌ରେ ପରାସ୍ତ କରି ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨]

ଆଧାର ସମ୍ପାଦନା

  1. ୧.୦ ୧.୧ "Shri Dusmanta Naik". odishaassembly.nic.in. Odisha Assembly. Retrieved 11 May 2021.
  2. ୨.୦ ୨.୧ "କଂଗ୍ରେସ ଛାଡ଼ିଲେ, ବିଜେଡ଼ିରେ ଯୋଗଦେବେ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ | Sambad". ସମ୍ବାଦ (in ଓଡ଼ିଆ). ଭବାନୀପାଟଣା: sambad.in. 11 July 2018. Archived from the original on 28 January 2020. Retrieved 11 May 2021.{{cite news}}: CS1 maint: unrecognized language (link)