ଅନାମ ନାଏକ

ଓଡ଼ିଆ ରାଜନୀତିଜ୍ଞ

ଅନାମ ନାଏକ ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭବାନୀପାଟଣା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଅନାମ ନାଏକ
ବିଧାୟକ: ୧୫ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୪ – ୨୦୧୯
ପୂର୍ବ ଅଧିକାରୀଦୁଷ୍ମନ୍ତ ନାଏକ
ପର ଅଧିକାରୀପ୍ରଦୀପ୍ତ କୁମାର ନାଏକ
ନିର୍ବାଚନ ମଣ୍ଡଳୀଭବାନୀପାଟଣା
ବ୍ୟକ୍ତିଗତ ସବିଶେଷ
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ବୃତ୍ତିରାଜନୀତିଜ୍ଞ

ବ୍ୟକ୍ତିଗତ ଜୀବନ ସମ୍ପାଦନା

ଅନାମ ୧୯୯୦ ମସିହାରେ ଜିଲ୍ଲାପାଳ କାର୍ଯ୍ୟାଳୟଠାରେ କନିଷ୍ଠ କିରାଣି ଭାବେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ।[୨] ପରେ ଭବାନୀପାଟଣା ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟ କରିଥିଲେ ।[୩] ୨୦୦୪ ମସିହାରେ ସରକାରୀ କିରାଣି ପଦରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ ।[୪]

ରାଜନୈତିକ ଜୀବନ ସମ୍ପାଦନା

ଅନାମ ନାଏକ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]

ଚାକିରୀରୁ ଅବସର ନେବାପରେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ ଏବଂ ୨୦୦୪ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କଂଗ୍ରେସର ପାର୍ଥୀ ଭାବରେ ଭବାନୀପାଟଣା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ।[୪] ଏହି ନିର୍ବାଚନରେ ସେ ସମୁଦାୟ ୪୫,୧୬୪ ଖଣ୍ଡ ଭୋଟ୍ ପାଇ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ପ୍ରଦୀପ୍ତ କୁମାର ନାଏକଙ୍କଦ୍ୱାରା ପରାସ୍ତ ହୋଇଥିଲେ ।[୫]

୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭବାନୀପାଟଣା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜେଡିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧][୬]

ବିବାଦ ସମ୍ପାଦନା

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଭିଜିଲାନ୍ସ ୨୪ ଜାନୁଆରୀ ୨୦୨୦ରେ କଟକର ନିଆଳିରୁ ଗିରଫ କରିଥିଲା ।[୭][୮] ୩ କୋଟି ୪୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ତାଙ୍କଠାରୁ ଜବତ କରାଯାଇଥିଲା ।[୯] ୨୦୦୪ ମସିହାର ନିର୍ବାଚନ ସମୟରେ ସେ ସେ ତାଙ୍କ ନିର୍ବାଚନୀ ଏଫିଡେଫିଟରେ ସମ୍ପତ୍ତି ପରିମାଣ ମୋଟ ୩୫ ଲକ୍ଷ ଟଙ୍କା ଉଲ୍ଲେଖ କରିଥିଲେ ଏବଂ ୨୦୧୪ ମସିହାରେ ସେ ବିଧାୟକ ଥିବା ସମୟ‌ରେ ଖଣି ଲିଜ୍‌ ପାଇଁ ଲାଞ୍ଚ କାରବାର ଅଭିଯୋଗର ଏକ ଷ୍ଟିଙ୍ଗ୍‌ ଅପରେସନର କ୍ୟାମେରାରେ ଧରାପଡ଼ିଥିଲେ ।[୪][୨]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Shri Anam Naik". odishaassembly.nic.in. Odisha Assembly. Retrieved 11 May 2021.
  2. ୨.୦ ୨.୧ "Odisha: Former BJD MLA Anam Naik arrested in disproportionate assets case". ANI News (in English). Bhawanipatna. 24 January 2020. Retrieved 12 May 2021.{{cite news}}: CS1 maint: unrecognized language (link)
  3. "Odisha: Former BJD MLA Anam Naik arrested in disproportionate assets case". Business Standard India. 24 January 2020. Retrieved 12 May 2021.
  4. ୪.୦ ୪.୧ ୪.୨ "ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜେଲ୍‌ ଗଲେ ବିଜେଡିର ପୂର୍ବତନ ବିଧାୟକ ଅନାମ ନାଏକ | Sambad". ସମ୍ବାଦ (in ଓଡ଼ିଆ). କଟକ, ଭବାନୀପାଟଣା: sambad.in. 23 January 2020. Archived from the original on 12 May 2021. Retrieved 12 May 2021.{{cite news}}: CS1 maint: unrecognized language (link)
  5. "Orissa 2004". Election Commission of India (in Indian English). Retrieved 2019-06-27.
  6. "Rumours hint at politics behind former Odisha MLA Anam Naik's arrest". The New Indian Express (in English). 23 January 2020. Retrieved 12 May 2021.{{cite news}}: CS1 maint: unrecognized language (link)
  7. "ପୂର୍ବତନ ବିଧାୟକ ଅନାମ ନାଏକ ଗିରିଫ". ଧରିତ୍ରୀ. 24 January 2020. Archived from the original on 12 May 2021. Retrieved 12 May 2021.
  8. "ପୂର୍ବତନ ବିଜେଡି ବିଧାୟକ ଅନାମ ନାଏକ ଗିରଫ". ସମାଜ. ଜୟପୁର: Samaja Live. 23 January 2020. Archived from the original on 12 May 2021. Retrieved 12 May 2021.
  9. Suffian, Mohammad (23 January 2020). "Odisha: Former BJD MLA Anam Naik arrested in disproportionate assets case". India Today (in ଇଂରାଜୀ). Retrieved 12 May 2021.