ଦିଲୀପ ତିର୍କୀ
ଦିଲୀପ ତିର୍କି (ଜନ୍ମ: ୨୫ ନଭେମ୍ବର ୧୯୭୭) ଜଣେ ଭାରତୀୟ ହକି ଖେଳାଳୀ ଏବଂ ରାଜନେତା । ସେ ଓଡ଼ିଶାର ସୁନ୍ଦରଗଡଠାରେ ଜନ୍ମଗ୍ରହଣ କରିଥିଲେ । ସେ ଭାରତୀୟ ଆନ୍ତର୍ଜାତୀୟ ହକି ଦଳର ଅଧିନାୟକ ଭାବରେ ଖେଳିଥିଲେ ଓ ଜଣେ ଡିଫେଣ୍ଡର ଥିଲେ । ୨୦୧୦ ମସିହାରେ ଦିଲୀପ ଭାରତୀୟ ହକି ଦଳରୁ ଅବସର ନେଇଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ରାଜନୀତିରେ ଯୋଗ ଦେଇଥିଲେ । ଦିଲୀପ ଓଡ଼ିଶାର ରାଜନୈତିକ ଦଳ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ୨୦୧୨ ମସିହାରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୨୦୧୮ଯାଏଁ ୬ ବର୍ଷ ଧରି କାର୍ଯ୍ୟ କରିଥିଲେ ।[୧] ୨୦୧୯ ମସିହାରେ ଗଠିତ "ଓଡ଼ିଶା ହକି ପ୍ରମୋଶନ କାଉନସିଲ"ର ଅଧକ୍ଷ ଭାବରେ ତାଙ୍କୁ ଓଡ଼ିଶା ସରକାର ନିଯୁକ୍ତ କରିଥିଲେ ।[୨] ଏଥି ପୂର୍ବରୁ ୨୦୧୮ ମସିହାରେ ସେ ଓଡ଼ିଶା ଟୁରିଜିମ ଡେଭେଲପମେଣ୍ଟ କର୍ପୋରେସନର ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ତୁଲାଇଥିଲେ ।[୩]
ଦିଲୀପ ତିର୍କି | |
---|---|
ଜନ୍ମ | |
ଉଚ୍ଚତା | 170 cm (5 ft 7 in) |
ବ୍ୟକ୍ତିଗତ ଜୀବନ
ସମ୍ପାଦନାଦିଲୀପ ତିର୍କି ୨୫ ନଭେମ୍ବର ୧୯୭୭ ମସିହାରେ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାସ୍ଥିତ ସୁନାମରାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ହେଉଛନ୍ତି ଭିନସେନ୍ଟ ତିର୍କି । ତାଙ୍କର ଦୁଇ ଭାଇ ଅନୁପ ତିର୍କି ଓ ଅଜିତ ତିର୍କି ରେଳବାଇ ପାଇଁ ହକି ଖେଳନ୍ତି ।[୪] ଦିଲୀପ ମିରା ତିର୍କିଙ୍କୁ ୬ ଫେବ୍ରୁଆରୀ ୨୦୦୬ରେ ବିବାହ କରିଥିଲେ ।[୫] ସେ ଏୟାର ଇଣ୍ଡିଆରେ ମଧ୍ୟ କାର୍ଯ୍ୟ କରିଥିଲେ ।
ଖେଳ ଜୀବନ
ସମ୍ପାଦନାଦିଲୀପ ଇଂଲଣ୍ଡ ବିରୁଦ୍ଧରେ ତାଙ୍କର ପ୍ରଥମ ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ଏହାପରେ ସେ ଭାରତ ପକ୍ଷରୁ ୧୯୯୬ ଆଟଲାଣ୍ଟା ଅଲମ୍ପିକ, ୨୦୦୦ ସିଡିନୀ ଅଲମ୍ପିକ, ୨୦୦୪ ଏଥେନସ୍ ଅଲମ୍ପିକରେ ଭାଗନେଇଥିଲେ । ସେ ଭାରତ ପାଇଁ ସର୍ବମୋଟ ୪୧୨ଟି ମ୍ୟ୍ୟଚ୍ ଖେଳିଥିଲେ । ୨୦୧୦ ମସିହା ମଇ ୨ ତାରିଖରେ ସେ ହକିରୁ ଅବସର ନେଇଥିଲେ ।[୬]
କୃତିତ୍ୱ
ସମ୍ପାଦନା- ୧୯୯୭: ଜୁନିୟର ବିଶ୍ୱ ହକି ଦଳରେ ସ୍ଥାନ
- ୨୦୦୨: ଏସୀୟ ଦଳରେ ସ୍ଥାନ
- ୨୦୦୬: ବିଶ୍ୱ ହକି ଦଳରେ ସ୍ଥାନ
- ୨୦୦୭: ବିଶ୍ୱ ହକି ଦଳରେ ସ୍ଥାନ
- ଜୁଲାଇ୧୫, ୨୦୧୦: ସମ୍ବଲପୁର ବିଶ୍ବବିଦ୍ୟାଳୟଦ୍ୱାରା ଡକ୍ଟରେଟ୍ ସମ୍ମାନ
- ଭାରତୀୟ ହକି ଦଳ ପାଇଁ ସର୍ବାଧିକ ମ୍ୟାଚ ଖେଳିଥିବା ଖେଳାଳି (୪୧୨ ମ୍ୟଚ୍) (ବିଶ୍ୱରେ ତୃତୀୟ ସର୍ବାଧିକ)
ପୁରସ୍କାର ଓ ସମ୍ମାନ
ସମ୍ପାଦନା- ପଦ୍ମଶ୍ରୀ ପୁରସ୍କାର (୨୦୦୪)
- ଅର୍ଜ୍ଜୁନ ପୁରସ୍କାର (୨୦୦୨)
- ଏକଲବ୍ଯ ପୁରସ୍କାର (୧୯୯୬)
- ଓ.ଏନ୍.ଜି.ସି ପୁରସ୍କାର (୧୯୯୮)[୭]
- ବିଜୁପଟ୍ଟନାୟକ ବର୍ଷର ଶ୍ରେଷ୍ଠ ଖେଳାଳି (୨୦୦୪)
- ରିକୋ ବର୍ଷର ହକି ଷ୍ଟାର (୨୦୦୯)
ରାଜନୈତିକ ଜୀବନ
ସମ୍ପାଦନାସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସୁନ୍ଦରଗଡ଼ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ବିଜେଡିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୩,୫୫,୪୭୪ ଖଣ୍ଡ ଭୋଟ ପାଇ ୨ୟ ସ୍ଥାନରେ ଥିଲେ ଏବଂ ବିଜେପି ପ୍ରାର୍ଥୀ ଜୁଏଲ ଓରାମଙ୍କ ଠରୁ ୧,୩୮,୮୦୮ ଖଣ୍ଡ ଭୋଟରେ ପରାସ୍ତ ହୋଇଥିଲେ ।[୮]
ଆଧାର
ସମ୍ପାଦନା- ↑ "Detailed Profile: Shri Dilip Kumar Tirkey". archive.india.gov.in. ଭାରତ ସରକାର. Retrieved 17 August 2019.[permanent dead link]
- ↑ "New role for several BJD leaders in govt departments Read more at: timesofindia.indiatimes.com/articleshow/70707215.cms?utm_source=contentofinterest&utm_medium=text&utm_campaign=cppst". timesofindia.indiatimes.com. times of india. Retrieved 17 August 2019.
- ↑ "Hockey legend Dilip Tirkey to head OTDC Read more at: timesofindia.indiatimes.com/articleshow/64225265.cms?utm_source=contentofinterest&utm_medium=text&utm_campaign=cppst". timesofindia.indiatimes.com. times of india. Retrieved 17 August 2019.
- ↑ "Personalities". orisports.com. orisports. Retrieved 17 August 2019.
- ↑ "Skipper first, husband later - Dilip tirkey ties knot, but no honeymoon". www.telegraphindia.com. telegraph. Retrieved 17 August 2019.
- ↑ "It was a very sad end to my career: Dilip Tirkey Read more at: timesofindia.indiatimes.com/articleshow/5893918.cms?utm_source=contentofinterest&utm_medium=text&utm_campaign=cppst". timesofindia.indiatimes.com. times of india. Retrieved 17 August 2019.
- ↑ Orissa General Knowledge. Bright Publications. pp. 122–. ISBN 978-81-7199-574-5.
- ↑ "2024 Indian General Election Results: Sundargarh (Odisha)". Election Commission of India. Retrieved 5 July 2024.