ଥାଇ ସାଗୁଆ ତରକାରୀ
ଥାଇ ଗ୍ରୀନ୍ କରି ବା ଥାଇ ସାଗୁଆ ତରକାରୀ (ଇଂରାଜୀରେ Thai Green curry ବା କେବଳ Green curry) ମଧ୍ୟ ଥାଇଲ୍ୟାଣ୍ଡରେ ପ୍ରସ୍ତୁତ ହେଉଥିବା ଏକ ସାଗୁଆ ରଙ୍ଗର ତରକାରୀ । ଥାଇ ଭାଷାରେ ଏହି ତରକାରୀର ନାମ ହେଉଛି แกงเขียวหวาน (କାଏଂଗ୍ ଖ୍ୟାଓ ୱାନ୍) ଯାହାର ଅର୍ଥ ମିଠା ସାଗୁଆ ତରକାରୀ ।
ଅନ୍ୟ ନାମ | ଥାଇ କ୍ରିମ୍ କରି |
---|---|
ପ୍ରକାର | ତରକାରୀ |
ମୂଳ ସ୍ଥାନ | ଥାଇଲ୍ୟାଣ୍ଡ |
ମୁଖ୍ୟ ଉପାଦାନ | ନଡ଼ିଆ କ୍ଷୀର, ସାଗୁଆ ତରକାରୀ ବଟା, ତାଳ ଚିନି, ମାଛ ସସ୍, କାଫିର୍ ଲେମ୍ବୁଗଛର ପତ୍ର, ଥାଇ ତୁଳସୀ (Basil) ପତ୍ର |
|
ନାମକରଣ
ସମ୍ପାଦନାଏହି ତରକାରୀର ନାମ ତାହାର ରଙ୍ଗକୁ ଭିତ୍ତି କରି ଏପରି ଦିଆଯାଇଛି । ତରକାରୀର ସାଗୁଆ ରଙ୍ଗ ମୁଖ୍ୟତଃ କଞ୍ଚା ଲଙ୍କା ଯୋଗୁଁ ଆସିଥାଏ ।[୧] ଥାଇ ନାମରେ ରହିଥିବା ୱାନ୍ ଶବ୍ଦର ଅର୍ଥ ମିଠା ଏବଂ ଏହି ମିଠା ଶବ୍ଦଟି ସାଗୁଆ ରଙ୍ଗ ପାଇଁ ଯୋଡ଼ାଯାଇଛି । ଏହି ତରକାରୀର ମିଠା ସ୍ୱାଦ ନଥାଏ ତେଣୁ ତାହା ପାଇଁ ମିଠା ଶବ୍ଦ ବ୍ୟବହୃତ ହୋଇନଥାଏ ।[୨] ଏହି ଥାଇ ତରକାରୀରେ ନଡ଼ିଆ କ୍ଷୀର ଓ କଞ୍ଚା ଲଙ୍କା ମିଶୁଥିବାରୁ ଏହାର ରଙ୍ଗ କ୍ରିମ୍ ପରି ଫିକା ସାଗୁଆ ରଙ୍ଗର ହୋଇଥାଏ । ଥାଇ ଭାଷାରେ ଏହି ରଙ୍ଗକୁ "ମିଠା ସାଗୁଆ (sweet green)" ରଙ୍ଗ ବୋଲି କୁହାଯାଏ । ଏହାର ଉପାଦାନ ସବୁବେଳେ ଏକା ନହୋଇପାରେ । ଏହି ତରକାରୀ ଅନ୍ୟ ଥାଇ ତରକାରୀଙ୍କଠାରୁ ମିଠା ନୁହେଁ, କିନ୍ତୁ ଅଳ୍ପ ରାଗ ଥାଇ ଲାଲ୍ ତରକାରୀଙ୍କ ତୁଳନାରେ ଏହା ଅଧିକ କଡ଼ା ।[୩] ତେବେ ମସଲାର କଡ଼ାପଣରେ ତାରତମ୍ୟ ରହିପାରେ । ରାଜା ରାମ (ଷଷ୍ଠ) କିମ୍ବା ରାଜା ରାମ (ସପ୍ତମ)ଙ୍କ ରାଜୁତି କାଳରେ (୧୯୦୮-୧୯୨୬ ମଧ୍ୟରେ) ଏହି ତରକାରୀର ରାନ୍ଧଣା ଆବିଷ୍କୃତ ଓ ବିକଶିତ ହୋଇଥିଲା ।[୪]
ଆବଶ୍ୟକୀୟ ଉପାଦାନ
ସମ୍ପାଦନାକୌଣସି ଏକ ପୁଷ୍ଟିସାର ଜାତୀୟ ଖାଦ୍ୟ (ମାଛ, ମାଂସ) ସହିତ ଅନ୍ୟ ଆବଶ୍ୟକୀୟ ଉପାଦାନମାନ ହେଲେ – ନଡ଼ିଆ କ୍ଷୀର, ସାଗୁଆ ବଟା ମସଲା, ତାଳ ଚିନି ଓ ମାଛରୁ ତିଆରି ସସ୍ । ଥାଇ ବାଇଗଣ, ଥାଇ ମଟର ବାଇଗଣ କିମ୍ବା ଅନ୍ୟାନ୍ୟ ସଜ ସବୁଜ ଓ ଧଳା ପରିବା ଏବଂ କେତେକ ଫଳ ମଧ୍ୟ ଏହି ତରକାରୀରେ ବ୍ୟବହୃତ ହୋଇପାରିବ ।[୪][୩][୫][୬] କେତେ ନଡ଼ିଆ କ୍ଷୀର ବ୍ୟବହୃତ ହେଉଛି ତାହା ଅନୁସାରେ ତରକାରୀ ଝୋଳ ମୋଟା ବା ପାଣିଆ ହୋଇଥାଏ । ହେମଦସ୍ତା ବା ଶିଳରେ କଞ୍ଚା ଲଙ୍କା, ଶାଲଟ୍ ପିଆଜ, ଅଦା, ଗାଲାଙ୍ଗଲ୍, ଶତବେଧୀ (lemongrass), କାଫିର୍ ଲେମ୍ବୁ ପତ୍ର ଓ ଲେମ୍ବୁ ଚୋପା, ଧନିଆ ଚେର, ଜୀରା, ଧଳା ଗୋଲମରିଚ, ଚିଙ୍ଗୁଡ଼ି ବଟା ମସଲା ଓ ଲୁଣ ଇତ୍ୟାଦିକୁ କୁଟି ବା ବାଟି ତରକାରୀ ପାଇଁ ସାଗୁଆ ରଙ୍ଗର ବଟା ମସଲା ପ୍ରସ୍ତୁତ କରାଯାଏ ।[୩][୭]
ରନ୍ଧା ପଦ୍ଧତି
ସମ୍ପାଦନାତେଲରେ ସାଗୁଆ ବଟା ମସଲା ଓ ଅଳ୍ପ ନଡ଼ିଆ କ୍ଷୀର ପକାଇ ମସଲା କଷାଯାଏ । ମସଲା ଭଲ ଭାବେ କଷା ହୋଇ ତେଲ ଛାଡ଼ିବା ଆରମ୍ଭ କଲେ ବଳକା ନଡ଼ିଆ କ୍ଷୀର, ଅନ୍ୟାନ୍ୟ ଉପାଦାନ, ଅଳ୍ପ ତାଳ ଚିନି ଓ ମାଛ ସସ୍ ଆଦି ମିଶାଇ ଦିଆଯାଏ । ତରକାରୀ ଭଲ ଭାବେ ଫୁଟି ପ୍ରସ୍ତୁତ ହୋଇଯିବା ପରେ ଏହା ଉପରେ କଟା ମରିଚ, ଲେମ୍ବୁ ପତ୍ର ପ୍ରଭୃତି ପକାଇ ସଜାଇ ଦିଆଯାଏ । ବିଭିନ୍ନ ସାମୁଦ୍ରିକ ଜୀବଙ୍କୁ ବ୍ୟବହାର କରି ପ୍ରସ୍ତୁତ ସାଗୁଆ ତରକାରୀରେ ଥାଇ ତୁଳସୀ, ବଣୁଆ ଅଦା ଇତ୍ୟାଦି ପକାଇ ସଜା ଯାଇଥାଏ ।[୩]
ବଢ଼ା
ସମ୍ପାଦନାଗ୍ରୀନ୍ କରିକୁ ମୁଖ୍ୟତଃ ଭାତ ସହିତ ଖିଆଯାଇଥାଏ । ତେବେ ଖାନୋମ୍ ଚିନ୍ ଚାଉଳ ନୁଡୁଲ୍ସ ସହିତ ମଧ୍ୟ ଏହି ତରକାରୀକୁ ଖାଇହେବ ।[୮] ସାଗୁଆ ମାଂସ ତରକାରୀର ଝୋଳ ମୋଟା ହୋଇଥିଲେ ଏହାକୁ ରୁଟି ସହିତ ମଧ୍ୟ ଖିଆଯାଇ ପାରିବ । ମାଲେସିଆରେ ମିଳୁଥିବା ରୋଟି କାନାଇ ସହିତ ମଧ୍ୟ ଏହି ତରକାରୀ ପରଷା ଯାଇଥାଏ ।[୯]
ଗ୍ରୀନ୍ କରି ଗ୍ୟାଲେରି
ସମ୍ପାଦନା-
ଗ୍ରୀନ୍ କରି ବଟା ମସଲା ପାଇଁ ଆବଶ୍ୟକୀୟ ସାମଗ୍ରୀ
-
ହେମଦସ୍ତାରେ କୁଟି ପ୍ରସ୍ତୁତ ହୋଇଥିବା ଗ୍ରୀନ୍ କରିର ବଟା ମସଲା
-
କୁକୁଡ଼ା ଗୋଡ଼ ଗ୍ରୀନ୍ କରି ଓ ଖାନୋମ୍ ଚିନ୍
-
ସାଗୁଆ ତରକାରୀ ଗୋଳାଇ ଭଜା ଯାଇଥିବା ଭାତ
-
ମାଂସ ଗ୍ରୀନ୍ କରି
-
ସାଦା ଭାତ ସହିତ ଥାଇ ଗ୍ରୀନ୍ କରି
-
ଚିଙ୍ଗୁଡ଼ି ଗ୍ରୀନ୍ କରି ପ୍ରସ୍ତୁତ ହେଉଛି
ଆହୁରି ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "Easy Thai Green Curry, an Interview with Kasma Loha-unchit". SheSimmers. Archived from the original on 2017-11-27. Retrieved 2019-12-07.
- ↑ "Authentic Thai Green Curry Paste, Krueang Kaeng Khiao Wan – Thai Curry Episode II". The High Heel Gourmet.
- ↑ ୩.୦ ୩.୧ ୩.୨ ୩.୩ David Thompson, Thai Food (edition 2010), Pavilion Books, pages 218-220, ISBN 978-1-86205-514-8
- ↑ ୪.୦ ୪.୧ "แกงเขียวหวานเป็ดย่าง; Thai Green Curry with Roasted Duck and Young Chilies" (in ଆମେରିକୀୟ ଇଂରାଜୀ). 2016-10-04. Retrieved 2016-10-04.
- ↑ "Easy Green Curry with Pork Recipe". thaifoodandtravel.com.
- ↑ Andy Ricker, Pok Pok, Ten Speed Press Berkeley, 2013, pages 161-162, ISBN 978-1-60774-288-3
- ↑ "Green curry with fish dumplings, Gang Kiew-wan Pla Grai". chezpim.com. Archived from the original on 2014-05-18. Retrieved 2019-12-07.
- ↑ "Khanom Jeen! - Austin Bush Photography". Austin Bush Photography. Archived from the original on 2016-07-22. Retrieved 2019-12-07.
- ↑ David Thompson, Youtube: Beef green curry with roti