ଉଇକିକମନ୍ସ
ଉଇକିମିଡିଆ କମନ୍ସ (ବା ଉଇକିକମନ୍ସ) ଇଣ୍ଟରନେଟରେ ଥିବା ଏକ ଭଣ୍ଡାର ଯାହା ମଧ୍ୟରେ ଛବି, ଭିଡିଓ, ଶବ୍ଦ ବା ବାର୍ତ୍ତା, ଏବଂ ଅନ୍ୟାନ୍ୟ ମିଡିଆ ଜଡ଼ିତ ଫାଇଲ ସବୁ ଷ୍ଟୋର ହୋଇଥାଏ[୨] । ଏହା ଉଇକିମିଡ଼ିଆ ଫାଉଣ୍ଡେସନର ଏକ ପ୍ରକଳ୍ପ ।
![]() | |
ୟୁ.ଆର.ଏଲ | commons.wikimedia.org |
---|---|
ବ୍ୟବସାୟିକ | No |
ସାଇଟର ପ୍ରକାର | Media repository |
ରେଜେଷ୍ଟ୍ରିକରଣ | Optional (required for uploading files) |
କଣ୍ଟେଣ୍ଟ ଲାଇସେନ୍ସ | Free |
ମାଲିକ | Wikimedia Foundation |
ତିଆରି କରିଥିଲେ | Wikimedia community |
ଆରମ୍ଭ କରାଯାଇଥିଲା | ସେପ୍ଟେମ୍ବର 7, 2004 |
ଆଲେକ୍ସା କ୍ରମାଙ୍କ | ![]() |
ଏବେକାର ସ୍ଥିତି | Online |

ଉଇକିମିଡ଼ିଆ କମନ୍ସରେ ଷ୍ଟୋର ହେଇଥିବା ଫାଇଲ ଉଇକିମିଡ଼ିଆର କୌଣସି ପ୍ରକଳ୍ପ ମଧ୍ୟରେ ବ୍ୟବହୃତ ହୋଇପାରିବ । ଏହି ପ୍ରକଳ୍ପ ପ୍ରତ୍ୱେକ ଭାଷାରେ ଓ ଉଇକିପିଡ଼ିଆ, ଉଇକିପାଠାଗାର, ଉଇକିସ୍ପିସିସ, ଉଇକିପୋଥି, ଉଇକିଭ୍ରମଣ, ଉଇକି ସମ୍ବାଦରେ ବ୍ୟବହାର ହୋଇଥାଏ ଏବଂ ଏହା ସହିତ ବାହାର ୱେବସାଇଟରେ ଡାଉନଲୋଡ଼ କରି ବ୍ୟବହାର ହୁଏ । ଏହି ଭଣ୍ଡାରରେ ପ୍ରାୟ ୩୦୦ ଲକ୍ଷ ମିଡିଆ ଫାଇଲ ମାନ ପ୍ରସ୍ତୁତ ଅଛି । ଜୁଲାଇ ୨୦୧୩ ମସହାରେ ଉଇକିକମନ୍ସରେ ଏକ ହଜାର ଲକ୍ଷ ସମ୍ପାଦନା ହୋଇଥିଲା ।
ଇତିହାସସମ୍ପାଦନ କରନ୍ତୁ
ଉଇକିକମନ୍ସର ପ୍ରକଳ୍ପଟି ଏରିକ ମୋଲରଙ୍କଦ୍ୱାରା ମାର୍ଚ୍ଚ ୨୦୦୪ରେ ପ୍ରସ୍ତାବିତ ହୋଇଥିଲା ଏବଂ ସେପ୍ଟେମ୍ବର ୭, ୨୦୦୪ରେ ଜନସାଧାରଣଙ୍କ ନିକଟରେ ପହଞ୍ଚିଥିଲା । ଏହି ପ୍ରକଳ୍ପଟିର ଉଦ୍ଭାବନର ମୁଖ୍ୟ କାରଣ ଥିଲା ଉଇକିପିଡ଼ିଆରେ ଜଣେ ବ୍ୟବହାରକାରୀଙ୍କ ମିଡିଆ ଫାଇଲକୁ ନକଲ କରିବାର ପ୍ରଥାକୁ ବନ୍ଦ କରିବା । ଏହି ପ୍ରକଳ୍ପଟିର ଉଦ୍ଭାବନ ହେବା ପୂର୍ବରୁ ପ୍ରତ୍ୱେକ ମିଡିଆ ଫାଇଲର ନକଲ କରା ଯାଇ ସେ ଫାଇଲଟି ଉଇକିର ଅନ୍ୟ ପ୍ରକଳ୍ପକୁ ଅପଲୋଡ଼ କରା ଯାଇଥିଲା । ତେଣୁ ଏହି ପ୍ରକାର ଅସୁବିଧାର ସମାଧାନ କରିବା ପାଇଁ ଉଇକିକମନ୍ସ ପ୍ରକଳ୍ପଟିର ଉଦ୍ଭାବନ ହୋଇଥିଲା ।
ଅନେକ ସହ ପ୍ରକଳ୍ପ ଯଥା Dutch, Swedish, Danish, Norwegian, Spanish, Basque, Polish, Czech and Slovak ଉଇକିପିଡ଼ିଆ ସବୁ ନିଜର ମିଡିଆ ଫାଇଲ ମାନଙ୍କୁ କମନ୍ସରେ ଅପଲୋଡ଼ କରିଦେଲେ ଓ ଲୋକାଲ ଅପ୍ଳୋଡିଂକୁ ବନ୍ଦ କରିବା ପାଇଁ ଆଦେଶ ଦେଲେ । କେତେକ ଉଇକି ପ୍ରକଳ୍ପ ଯେପରି ଇଂରାଜୀ ଉଇକିପିଡ଼ିଆରେ ଅନେକ ନମନଶୀଳ ଛାପିବା ନୀତି ଅଛି ଏବଂ ଯେଉଁ ଫାଇଲ କମନ୍ସଦ୍ୱାରା ଗ୍ରହନଯୋଗ୍ୟ ହେଉନି ତାହାକୁ ଲୋକାଲ ଅପଲୋଡ଼ ମଧ୍ୟ କରିହେବ ।
ନୀତିସମ୍ପାଦନ କରନ୍ତୁ
ଉଇକିମିଡ଼ିଆ କମନ୍ସର ମୁଖ୍ୟ ଲକ୍ଷ ହେଉଛି ଯେ ମିଡିଆ ଫାଇଲ ମାନଙ୍କ ପାଇଁ ଏକ ମୁଖ୍ୟ ଭଣ୍ଡାର ପ୍ରସ୍ତୁତ କରିବା ଯାହା ପବ୍ଲିକ ଡୋମେନ ଓ ମାଗଣାରେ ମିଳୁଥିବା ପାଠ୍ୟ ମିଡିଆକୁ ଲୋକମାନଙ୍କ ପାଖେ ପହଁଚେଇବା ଏବଂ କମନ୍ସ ଉଇକିମିଡ଼ିଆ ଫାଉଣ୍ଡେସନର ସବୁ ପ୍ରକଳ୍ପରେ ସାଧାରଣ ଭାବରେ ମିଡିଆ ଫାଇଲକୁ ପହଞ୍ଚେଇବାରେ ସଫଳ ହେବ । ଏଠି 'ଶିକ୍ଷା ବିଷୟକ' ପ୍ରକାଶନଟି ଜ୍ଞାନ ବାଣ୍ଟିବା, ଉପଦେଶ ଦେବା, ଓ ତଥ୍ୟ ଦେବାକୁ ବୁଝାଏ ।[୩]
କିନ୍ତୁ ଅନେକ ଉଇକି ପ୍ରଜଳ୍ପ ଏବେ ମଧ୍ୟ ଲୋକାଲ ଉପଲୋଡ଼କୁ ଅନୁମତି ଦେଉଛନ୍ତି ଯାହା ଉଇକିରେ ଥିବା ଅନ୍ୟ ପ୍ରକଳ୍ପରେ ପ୍ରକାଶିତ ହୁଏନାହିଁ ବା ଦେଖି ହୁଏନାହିଁ । ଏହି ଲୋକାଲ ଅପଲୋଡ଼ର ସୁବିଧାଟି ମୁଖ୍ୟତଃ ସେହି ମିଡିଆ ଫାଇଲକୁ ଅନୁମତି ଦିଏ ଯାହାକି ଲୋକାଲ ପ୍ରକଳ୍ପ ନୀତିରେ ଅନୁମତି ପାଇଥାଏ । ଏହି ଲୋକାଲ ଅପଲୋଡ଼ ସହିତ ଉଇକିର କପିରାଇଟ ନୀତି ଜଡ଼ିତ ହୋଇନଥାଏ । ଉଇକିମିଡ଼ିଆ କମନ୍ସରେ ଯେଉଁ ଲାଇସେନ୍ସ ଅନୁମତିତ ହୋଇଥାଏ ସେଗୁଡିକ ସବୁ ଜି.ଏନ୍. ୟୁ ଫ୍ରି ଡକୁମେଣ୍ଟ ଲାଇସେନ୍ସ, କ୍ରିଏଟିଭ୍ କମନ୍ସ ଆଟ୍ରିବ୍ୟୁସନ, ଓ ଆଟ୍ରିବ୍ୟୁସନ/ସେର୍ ଆଲାଇକ୍ ଲାଇସେନ୍ସ, ଅନ୍ୟାନ୍ୟ ମାଗଣା ତଥ୍ୟ ଏବଂ ଫ୍ରି ସଫ୍ଟୱେର ଲାଇସେନ୍ସ, ପବ୍ଲିକ ଡୋମେନଦ୍ୱାରା ମଧ୍ୟ ଅନୁମତିତ ହେଇଥାଏ ।
କମନ୍ସର ମୁଖ୍ୟ ଭାଷା ହେଉଚି ଇଂରାଜୀ କିନ୍ତୁ ରେଜିଷ୍ଟାରର୍ଡ ବ୍ୟବହାରକାରୀମାନେ ନିଜ ଇଚ୍ଛା ମୁତାବକ ତାଙ୍କ ଇଣ୍ଟର୍ଫେସ୍କୁ ତିଆରି କରି ପାରିବେ ଏବଂ ଅନୁବାଦ ମଧ୍ୟ କରିପାରିବେ । ଅନେକ ତଥ୍ୟ ପୃଷ୍ଠା ସବୁ ଅନ୍ୟ ଭାଷାରେ ଅନୁବାଦୀତ୍ତ କରିହେବ ଓ ସେହି ଅନୁବାଦିତ ପୃଷ୍ଠା ଗୁଡିକ ଏକ ନିର୍ଦ୍ଧିଷ୍ଟ ନୀତି ଦେଇ ପ୍ରଚଳିତ ହୁଅନ୍ତି । ଉଇକିମିଡ଼ିଆରେ ଥିବା ଫାଇଲ ମାନ ଗୁଡିକ ମିଡିଆ ଉଇକିର କ୍ୟାଟେଗୋରୀ ପ୍ରଣାଳୀଦ୍ୱାରା ବିଭାଜିତ ହୋଇଥାଏ । ମୁଖ୍ୟତଃ ମିଡିଆ ଫାଇଲ ଗୁଡିକ ନିର୍ଦ୍ଧିଷ୍ଟ ପ୍ରାସଙ୍ଗୀତ ଗ୍ୟାଲେରୀ ପୃଷ୍ଠାରେ ସୁ ସଜ୍ଜିତ ହୁଏ । ଉଇକିକମନ୍ସ ପ୍ରକଳ୍ପ ଟିରେ ମାଗଣା ଲେଖା ଫାଇଲ ଗୁଡିକ ମଧ୍ୟ ଜଡ଼ିତ ହେବାର ସୂଚିତ ହୋଇଥିଲା କିନ୍ତୁ ଉଇକିସୋର୍ସ ନାମକ ଏକ ସହ ପ୍ରକଳ୍ପରେ ଜଡ଼ିତ ହେଇଚି।
ବିବାଦମୂଳକ ବିଷୟ ବସ୍ତୁସମ୍ପାଦନ କରନ୍ତୁ
ଏହି ସାଇଟ୍ରେ ବହୁତ ଅଧିକ ସଂଖ୍ୟାରେ ଅଶ୍ଳୀଳ ଛବି ତଥା ଭିଡିଓ ଅପଲୋଡ଼ ହୋଇଥିବାରୁ ଏହି ସାଇଟ୍ ନିନ୍ଦିତ ହେଇଚି ଓ ସମାଲୋଚିତ ମଧ୍ୟ ହୋଇଛି । ଅନେକ ଆତ୍ମ ପ୍ରଦର୍ଶକ ମାନେ ନିଜ ଖୁସି ପାଇଁ ଏହି ସାଇଟକୁ ବିଗାଡି ଦେଉଛନ୍ତି । ୨୦୧୨ ମସିହାରେ ବଜ୍ ଫିଡ୍ ନାମକ ଏକ ସଂସ୍ଥା ଉଇକିମିଡ଼ିଆ କମନ୍ସକୁ ଲିଟରର୍ଡ ଉଇଥ୍ ଡିକସ୍ ବୋଲି କହି ନିନ୍ଦିତ କରିଥିଲେ ।
୨୦୧୦ ମସିହାରେ ଉଇକିପିଡ଼ିଆର କୋ-ଫାଉଣ୍ଡର ଲାରୀ ସଂଜର ଉଇକିମିଡ଼ିଆ କମନ୍ସ ବିରୁଦ୍ଧରେ ଏଫ. ବି.ଆଇକୁ କହିଥିଲେ ଯେ ଉଇକିମିଡ଼ିଆ କମନ୍ସ ବ୍ୟବହାରକାରୀ ମାନେ ବାଳକ ଓ ବାଳିକା ମାନଙ୍କର ନଗ୍ନ ଛବି ଅପଲୋଡ଼ କରୁଥିଲେ ଯାହାର ନାମ ଥିଲା ଲଲିକନ । ଏହା ମିଡିଆ ନିକଟରେ ପ୍ରସ୍ତୁତ ହେଲା ପରେ, ଉଇକିପିଡ଼ିଆର ଫାଉଣ୍ଡର ଜିମି ବେଲସ୍ ନିଜର ଆଡ୍ମିନିସ୍ଟ୍ରେଟର ଷ୍ଟାଟ୍ସକୁ ପ୍ରୟୋଗ କରି ଅନେକ ଅଶ୍ଳୀଳ ଭିଡିଓ ଓ ଛବି ମାନଙ୍କୁ ଉଇକିମିଡ଼ିଆ କମନ୍ସରୁ ଲିଭାଇ ଦେଇଥିଲେ । ଏବଂ ଏହା ଲିଭାଇବା ପାଇଁ ସେ ତାଙ୍କ କମ୍ୟୁନିଟିର ପରାମର୍ଶ ନେଲେ ନାହିଁ ବା ତାଙ୍କ ସହ ଏହି ବାବଦରେ ଆଲୋଚନା ମଧ୍ୟ କଲେ ନାହିଁ ।
ଉପଯୋଗୀତାସମ୍ପାଦନ କରନ୍ତୁ
ସମୟର ଗତି ସଂଗେ ସଂଗେ, ଉନ୍ନତ ପ୍ରଣାଳୀମାନର ନିର୍ମାଣ କରା ଯାଇଛି । ଉଇକିମେଡ଼ିଆ କମନ୍ସକୁ ଅନ୍ୟ ସବୁ ଉଏକିମେଡ଼ିଆ ପ୍ରକଳ୍ପ ମାନଙ୍କ ସହ ମିଶି କାମ କରିବା ନିମନ୍ତେ ଯୋଡ଼ାଯିବାର ପ୍ରୟାସ କରାଯାଇଛି। ଡାନିଏଲ୍ କିଂଜ଼ଲର୍ ଆପ୍ଲିକେସନ ମାନ ଲେଖିଥିଲେ ଉପଯୁକ୍ତ ବିଭାଗରେ ଉପ୍ଳୋଅଡେଡ଼ ଫାଇଲ୍ସ୍ମାନ("କମନ ସେନ୍ସ"), ଉଇକିମେଡ଼ିଆ ପ୍ରକଳ୍ପ ସବୁରେ ଫାଇଳ୍ସ୍ କିପରି ବ୍ୟବହୃତ ("ଚେକ ଇଉସେଜ଼), ଯେଉଁ ଚିତ୍ର ମାନଙ୍କର କପିରାଇଟ ନାହିଁ ସେଗୁଡିକୁ ଠାବ କରିବା("ଅନଟ୍ୟଆଗ୍ଦ ଇମେଜେସ") ଏବଂ ପ୍ରଯୁଜ୍ୟ ଉଇକି ଗୁଡାକ ନିମନ୍ତେ ଉପଯୁକ୍ତ କାର୍ଯ୍ୟନୁଷ୍ଠାନ ନେବା ପାଈଁ ଖବର ପଠାଏ("କମନ୍ସ ଟିକର")।
ଗୁଣସମ୍ପାଦନ କରନ୍ତୁ
ଏହି ସାଇଟ ଟିରେ ୩ ପ୍ରକାର ପ୍ରଣାଳୀ ଅଛି ବିଶେଷ ଉଚ୍ଚମାନର କାମ ଗୁଡିକୁ ପରଖିକି ଚିହ୍ନଟ କରିବା ପାଇଁ। ସେ ମଧ୍ୟରୁ ଗୋଟେ ପ୍ରଣାଳୀ ହେଉଛି "ଫିଚର୍ଡ ପିକଚର୍ସ"। ଏହି "ଫିଚର୍ଡ ପିକଚର୍ସ" ନାମକ ପ୍ରଣାଳୀରେ ବିଭିନ୍ନ ଲୋକଙ୍କ କମାଗୁଡିକୁ ମନୋୟନ କରାଯାଏ। ସେ ସବୁ ମନୋନାୟିତ କାମ ଗୁଡିକୁ ଉଇକିପିଡ଼ିଆର କମ୍ୟୁନିଟି ସଦସ୍ୟ ମାନେ ଭୋଟ ଦେଇ ନିର୍ବାଚିତ କରନ୍ତି ଅଥବା ଖାରଚ କରନ୍ତି। ଏହି ପ୍ରକ୍ରିୟା ନଭେମ୍ବର ୨୦୦୪ରୁ ଚାଲୁଅଛି। ଆଉ ଏକ ପ୍ରଣାଳୀ ହେଉଛି "କ୍ୱାଲିଟି ଇମଜେସ୍" ଯେଉଁଟା କି ଜୁନ ୨୦୦୬ରୁ ଆରମ୍ଭ ହୋଇଅଛି। ଏହି ପ୍ରଣାଳୀ ଟୀର ମନୋୟନ ପ୍ରକ୍ରିୟାଟି "ଫିଚର୍ଡ ପିକଚର୍ସ" ତୁଳନାରେ ସରଳ ଆଟେ। "କ୍ୱାଲିଟି ଇମଜେସ" କେବଳ ଉଇକିମେଡ଼ିଆ ସଦସ୍ୟଙ୍କଦ୍ୱାରା କରାଯାଇଥିବା କମାଗୁଡିକୁ ମନୋୟନ କରେ, କିନ୍ତୁ "ଫିଚର୍ଡ ପିକଚର୍ସ" ଉଇକିମେଡ଼ିଆ ସଦସ୍ୟଙ୍କ ସଂଗେ ସଂଗେ ଅନ୍ୟ ଥର୍ଡ ପାର୍ଟି ମାନଙ୍କ କାମକୁ ମଧ୍ୟ ଗ୍ରହଣ ଳରେ। ଏକ ତୃତୀୟ ଇମେଜ ନିରାକ୍ଷଣ ପ୍ରଣାଳୀ ଯାହାର ନାମ "ଭ୍ୟାଲୁଡ୍ ଇମେଜେସ" ଜୁନ ୧, ୨୦୦୮ରେ ଆରମ୍ଭ ହୋଇଥିଲା "ନିଜ କ୍ଷେତ୍ରରେ ସବୁଠୁ ଅଧିକ ମୂଲ୍ୟବାନ ଚିତ୍ର"କୁ ଚିହ୍ନଟ କରିବାପାଇଁ। ଏହି ପ୍ରାଣଳି ଅନ୍ୟ ଦୁଇଟି ପ୍ରଣାଳୀ ତୁଳନାରେ ଚିତ୍ର ଗୁଡିକୁ ତାଙ୍କ ଟେକ୍ନିକାଲ୍ କ୍ୱାଲିଟି ଅନୁସାରେ ନିରାକ୍ଷଣ କରେ।
ଏହି ତିନିଟି ପ୍ରଣାଳୀ ଏକ ଛୋଟ ଭାଗ (ମୋଟାମୋଟି ୦.୧%ରୁ କମ) ଭାଗ ଚୟନ କରେ ଯୋଉଟା କି ସମୁଦାୟ ଫାଇଲସ୍ ମାନଙ୍କ ଠୁ କମ। କିନ୍ତୁ କମନ୍ସ ସବୁ ବର୍ଗର ଫାଇଲସ୍ ଗ୍ରହଣ କରେ ଅର୍ଥାତ, ଉନ୍ନତତମ ମାନର ଫାଇଲସ୍, ସାଧାରଣ ପ୍ରକାରର ଫାଇଲସ୍ ଇତ୍ୟାଦି। କହିବାକୁ ଗଲେ କମନ୍ସ ଏକ ପ୍ରତିଯୋଗିତା ନୁହେଁ, ଏକ ଫାଇଲସ୍ର ସଂଗ୍ରହ ମାତ୍ର। ଏହି ଫାଇଲସ୍ ଗୁଡ଼ିକର ଡେସ୍କ୍ରିପସ୍ନ, ଅର୍ଗାନାଇଜେସନ ଆଉ ତାଙ୍କର ଡେସ୍କରିପତିବ ଏବଂ ଇନ୍ଫୋରମେସନଲ ଉପଯୋଗୀତା ମାନ ସବୁ ଟେକ୍ନିକାଲ ବା ଅତିଷ୍ଟିକ ପରିପୁର୍ନତା ମାନଙ୍କ ଠୁ ଅଧିକ ମହତ୍ତ୍ୱ ରଖିଥାଏ। ଯେଉଁ ଫାଇଲ ଗୁଡିକରେ ନିର୍ଦ୍ଧିଷ୍ଟ ତ୍ରୁଟି ଥାଏ ସେ ସବୁକୁ ଉନ୍ନତ କରିବାପାଇଁ ଅଥବା ଚେତାବନୀ ଦେବା କିମ୍ବା ଡିଲିଟ କରାଯାଏ। କିନ୍ତୁ ଫାଇଲ ଗୁଡାକୁ ପ୍ରଣାଳିବଦ୍ଧ ଶ୍ରେଣୀକାରଣ କରାଯିବାପାଇଁ କୌଣସି ପ୍ରଣାଳୀର ଅବସ୍ଥାନ ନାହିଁ।
ସାଇଟ ନିଜର ଉଦ୍ଘାଟନ ଜଡ଼ିତ "ପିକ୍ଚର ଅଫ ଦି ଇଆର" ପ୍ରତିଯୋଗିତା ୨୦୦୬ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଯେଉଁ ସବୁ ଚିତ୍ର ମାନେ "ଫିଚର୍ଡ ପିକ୍ଚର୍"ରେ ସ୍ଥାନ ପାଇଥିଲେ ସେମାନେ ଉପଯୁକ୍ତ ଥିଲେ ଆଉ ତାଙ୍କୁ ଉପଯୁକ୍ତ ଉଇକିମେଡ଼ିଆର ସଦସ୍ୟମାନେ ଭୋଟ ଦେଇ ନିର୍ବାଚିତ କରିଥିଲେ ଭୋଟିଂର ୨ଟି ରାଉଣ୍ଡ ମଧ୍ୟରେ। ବିଜୟୀ ଚିତ୍ରଟି ଆରୋରା ବୋରିଆଲିସର ଏକ ସ୍ନଉଲାଣ୍ଡ ଉପରୁ ନିଆଯାଇଥିଲା ଜଣେ ଇଉ.ଏସ ଏୟାର ଫୋର୍ସର ଏୟାରମ୍ୟାନଙ୍କ ଦ୍ୱାରା। ଏହି ପ୍ରତିଯୋଗିତାଟି ଏକ ବର୍ଷିକୀୟା ଆୟୋଜନ ଟିଏ ହୋଇଗଲା।
ବାର୍ଷିକ ଉଇକିମିଡିଆ ସାଧାରଣ ଛବୀ | ||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|
ବିଷୟବସ୍ତୁ ଅଙ୍କମାନସମ୍ପାଦନ କରନ୍ତୁ
Source: commons:Commons:Milestones
- ନଭେମ୍ବର ୩୦, ୨୦୦୬: ୧୦ ଲଖ୍ୟ ମିଡିଆ ଫାଇଲ୍
- ସେପ୍ଟେମ୍ବର ୨, ୨୦୦୯: ୫୦ ଲଖ୍ୟ ମିଡିଆ ଫାଇଲ୍
- ଏପ୍ରିଲ ୧୫, ୨୦୧୧: ୧୦୦ ଲଖ୍ୟ ମିଡିଆ ଫାଇଲ୍
- ଡିସେମ୍ବର ୪, ୨୦୧୨: ୧୫୦ ଲଖ୍ୟ ମିଡିଆ ଫାଇଲ୍
- ଜୁଲାଇ ୧୪, ୨୦୧୩: ୧୦୦,୦୦୦,୦୦୦ଟି ସମ୍ପାଦନା[୪]
- ଜାନୁଆରି ୨୫, ୨୦୧୪: ୨୦୦ ଲଖ୍ୟ ମିଡିଆ ଫାଇଲ୍
- ବର୍ତ୍ତମାନର ଅଙ୍କ ବିଶେଷ: Commons:Special:Statistics
ଆଧାରସମ୍ପାଦନ କରନ୍ତୁ
- ↑ "Wikimedia.org Site Info". Alexa Internet. Retrieved 2016-01-09.
- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;Endres
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ "Commons:Project scope". Wikimedia Commons editors. Retrieved 26 January 2014.
- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;100,000,000
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
ବାହାର ଲିଙ୍କସମ୍ପାଦନ କରନ୍ତୁ
Wikimedia Commons has media related to: |
Meta has related information at: |
- Official website (Mobile)
- Commons:Picture of the Year
- Commonist – Java-based tool for uploading images to Wikimedia Commons
- Multimedia Usability Project – aims to improve multimedia uploading on Wikimedia Commons
- Mirror of Wikimedia Commons by WikiTeam