ଲୁଣ
ଲୁଣ ବା ସାଧାରଣ ଲୁଣ (ଇଂରାଜୀ ଭାଷାରେ Common salt) ବା ଟେବୁଲ ସଲ୍ଟ ଏକ ପ୍ରାକୃତିକ ରାସାୟନିକ ଯୌଗିକ ପଦାର୍ଥ ଯାହାର ରାସାୟନିକ ନାମ ସୋଡ଼ିଅମ କ୍ଲୋରାଇଡ (NaCl) ଓ ଏହା ଏକ ବୃହତ୍ତର ଲବଣ ଶ୍ରେଣୀର ଅନ୍ତର୍ଭୁକ୍ତ । ପ୍ରାକୃତିକ ଲୁଣକୁ ରକ୍ ସଲ୍ଟ ବା ସୈନ୍ଧବ ଲବଣ କୁହାଯାଏ । ସମୁଦ୍ର ଜଳରେ ପ୍ରଚୁର ପରିମାଣରେ ଲୁଣ ଥାଏ ଓ ଏହା ତାହାର ମୂଖ୍ୟ ଉପାଦାନ । ସମୁଦ୍ର ଜଳର ପ୍ରତି ଲିଟରରେ ପ୍ରାୟ ୩୫ ଗ୍ରାମ କଠିନ ଲୁଣ ଥାଏ ଓ ଏହାର ଲବଣତା ୩.୫% ।
ମାନବ ଜୀବନ ନିମନ୍ତେ ଲୁଣ ଏକ ଅପରିହାର୍ଯ୍ୟ ଉପାଦାନ ଓ ମୌଳିକ ସ୍ୱାଦ ନିମନ୍ତେ ଏହା ଅତ୍ୟନ୍ତ ଆବଶ୍ୟକ । ଉଦ୍ଭିଦ ତନ୍ତୁମାନଙ୍କରେ ପ୍ରାଣୀମାନଙ୍କ ତନ୍ତୁ ଅପେକ୍ଷା ଅଧିକ ଲୁଣ ଥାଏ । ଲୁଣ ଏକ ସର୍ବପୁରାତନ ଖାଦ୍ୟ ସ୍ୱାଦକାରୀ ଓ ଖାଦ୍ୟ ସଂରକ୍ଷଣକାରୀ ପଦାର୍ଥ ।
କେତେକ ପୁରାତନ ପ୍ରମାଣରୁ ଜଣାଯାଏ ଲୁଣ ପ୍ରସ୍ତୁତିକରଣ ପଦ୍ଧତି ପ୍ରାୟ ୮,୦୦୦ ବର୍ଷର ପୁରୁଣା, ଯେତେବେଳେ ରୋମାନିଆ ଦେଶରେ ଭୂଗର୍ଭରୁ ଆସୁଥିବା ଝର ପାଣିକୁ ସିଝାଇ ଲୁଣ ପ୍ରସ୍ତୁତ କରାଯାଉଥିଲା; ଚୀନ ଦେଶରେ ମଧ୍ୟ ପ୍ରାୟ ସେହି ସମୟରେ ଲୁଣ ପ୍ରସ୍ତୁତି କାମ କରାଯାଇଥିଲା । ହିବୃ, ରୋମାନ, ଗ୍ରୀସ, ମିଶର ଆଦି ଦେଶମାନଙ୍କର ଲୋକମାନେ ଲୁଣକୁ ସେତେବେଳେ ଅତି ମୂଲ୍ୟବାନ ମନେ କରୁଥିଲେ । ବ୍ୟବସାୟ ନିମନ୍ତେ ଲୁଣ ଏକ ମହତ୍ତ୍ୱପୂର୍ଣ୍ଣ ପଦାର୍ଥ ଥିଲା, ଭୂମଧ୍ୟସାଗରକୁ ଡଙ୍ଗାରେ ପାର କରି ଲୁଣ ନିଆଯାଉଥିଲା, ଓଟ ପିଠିରେ ସାହାରା ମରୁଭୂମିରେ ନିଆଯାଉଥିଲା । ଦୁର୍ଲଭ ହୋଇଥିବା ଯୋଗୁ ଲୁଣ ନିମନ୍ତେ ଯୁଦ୍ଧ ହେଉଥିଲା । ଏହା ଉପରେ ଟିକସ ବସେଇ ରାଜସ୍ୱ ଆଦାୟ କରାଯାଉଥିଲା । କେତେକ ଧାର୍ମିକ ପୂଜାରେ ଏହା ବ୍ୟବହୃତ ହେଉଥିଲା ।
ଲୁଣ ଖଣି, ସମୁଦ୍ର ପାଣି ଓ ଖଣିଜ ପଦାର୍ଥ ଥିବା ଅଗଭୀର ଜଳାଶୟରୁ ଲୁଣ ନିଷ୍କାସନ କରାଯାଏ । କଷ୍ଟିକ ସୋଡ଼ା, କ୍ଲୋରିନ ପ୍ରସ୍ତୁତିରେ ଏହା ଲାଗେ ଓ ପ୍ଲାସ୍ଟିକ, କାଗଜ ପଲ୍ପ ଓ ପଲିଭିନାଇଲ କ୍ଲୋରାଇଡ ଇତ୍ୟାଦି କେତେକ କାରଖାନାମାନଙ୍କରେ ଏହା ବ୍ୟବହାର କରାଯାଏ । ପୃଥିବୀରେ ପ୍ରସ୍ତୁତ କରାଯାଉଥିବା ୨୦୦ ନିୟୁତ ଟନ୍ ଲୁଣରୁ ମାତ୍ର ୬% ମାନବ ଖାଦ୍ୟ ନିମନ୍ତେ ବ୍ୟବହାର କରାଯାଏ । ଖାଦ୍ୟ ଯୋଗ୍ୟ ଲୁଣ ତିନି ପ୍ରକାର ମିଳେ; ସାମୁଦ୍ରିକ ଲୁଣ, ଖାଇବା ଲୁଣ (ଟେବୁଲ ଲୁଣ) ଯେଉଁଥିରେ ମୁଣ୍ଡା ନ ହେବା ପଦାର୍ଥ ମିଶ୍ରିତ ଥାଏ ଓ ଆୟୋଡିନ ମିଶ୍ରିତ ଲୁଣ । ରାନ୍ଧିବାରେ ଲୁଣ ମିଶାଯାଏ, ଟେବୁଲରେ ଆବଶ୍ୟକତା ଅନୁଯାୟୀ ଖାଇବାକୁ ରଖାଯାଏ ଓ ଏହା ବ୍ୟତୀତ ଅନେକ ପ୍ରସ୍ତୁତ ଖାଦ୍ୟରେ ଏହି ଥାଏ ।
ମାନବ ସ୍ୱାସ୍ଥ୍ୟ ନିମନ୍ତେ ସୋଡ଼ିଅମ ଏକ ଅତ୍ୟାବଶ୍ୟକୀୟ ପୋଷକ ଯାହା ଇଲେକ୍ଟ୍ରୋଲାଇଟ ଓ ଅସମୋସିସ୍ ପ୍ରକ୍ରିୟାରେ ଭୂମିକା ନିର୍ବାହ କରେ ।[୧][୨][୩] ଅତ୍ୟଧିକ ଲୁଣ ଖାଇଲେ ହୃତ୍ପିଣ୍ଡ ରକ୍ତନଳୀ ରୋଗ ହୁଏ ଯେପରିକି ଉଚ୍ଚ ରକ୍ତଚାପ ଯାହା ଉଭୟ ପିଲା ଓ ଯୁବକମାନଙ୍କୁ ହୋଇପାରେ । ଦୀର୍ଘକାଳ ଧରି ଲୁଣର ସ୍ୱାସ୍ଥ୍ୟ ଉପରେ ପ୍ରଭାବର ଅନୁଶୀଳନ ଚାଲିଛି । ଲୋକପ୍ରିୟ ଲୁଣିଆ ଖାଦ୍ୟ କମ୍ ଖାଇବାକୁ ଅନେକ ସ୍ୱାସ୍ଥ୍ୟ ଆସୋସିଏସନ ଓ ବିଶାରଦମାନେ ସୁପାରିସ କରୁଛନ୍ତି ।[୩][୪] ଦୈନିକ ୬ଗ୍ରାମ ଲୁଣ (୨,୦୦୦ମିଗ୍ରା ସୋଡ଼ିଅମ) ଖାଇବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁମୋଦନ କରୁଛି ।[୫]
ଇତିହାସ
ସମ୍ପାଦନାମାନବ ବସତି ଲୁଣ ମିଳୁଥିବା ସ୍ଥାନରେ ଗଢ଼ିଉଠୁଥିଲା ଯେଉଁଠି ସେମାନଙ୍କୁ ବେପାର କରିବାକୁ ସୁବିଧା ହେଉଥିଲା ।
ଇତିହାସ ପୃଷ୍ଠାରେ ସଭ୍ୟତାର କେନ୍ଦ୍ରରେ ଲୁଣର ଉପଲବଧି ରହିଛି । ସାଲାରି (ଇଂରାଜୀ ଭାଷାରେ salary ଓ ଓଡ଼ିଆ ଭାଷାରେ ଦରମା) ଶବ୍ଦଟି ଲାଟିନ ଭାଷାରୁ ଆସିଛି; କାରଣ ରୋମାନ ସୈନିକମାନଙ୍କୁ ବେଳେବେଳେ ଦରମା ବାବଦରେ ଲୁଣ ଦିଆଯାଉଥିଲା ଯାହା ସମାନ ଓଜନର ସୁନା ସହ ସମାନ ଥିଲା । ବ୍ରିଟେନରେ ଏକଦା ଲୁଣର ଉତ୍ସ ଥିଲା ଉଇଚ (wich), ତେଣୁ ସ୍ୟାଣ୍ଡଉଇଚ, ନରଉଇଚ ଇତ୍ୟାଦି ଶବ୍ଦ ବ୍ୟବହାର ହେଉଥିଲା । ମିଶରର ନାଟ୍ରମ ଉପତ୍ୟକାରୁ ଏକ ପ୍ରକାର ଲୁଣ ଆସୁଥିବାରୁ ସେହି ଲୁଣକୁ ନାଟ୍ରନ (natron) କୁହାଯାଉଥିଲା ।
ଖ୍ରୀ:ପୂ;୫୪୦୦ରୁ ୟୁରୋପରେ ଥିବା ବୁଲଗେରିଆର ସୋଲନିଟସାଟା ସ୍ଥାନରେ ଲୁଣ ବା ସଲ୍ଟ ଖଣି ଥିବାରୁ ଏଭଳି ନାମକରଣ କରାଯାଇଛି, ଯାହାର ବର୍ତ୍ତମାନ ନାମ ବାଲକାନ ।[୬] ସୋଲନିସାଟା ଶବ୍ଦର ଅର୍ଥ ଲୁଣ କାମ ("salt works").
ବିଗତ ୧୦୦ଶହ ବର୍ଷ ଧରି ବୋତଲିକରଣ ଓ ରେଫ୍ରିଜରେସନ କରି ଖାଦ୍ୟ ସୁରକ୍ଷିତ ରଖାଯିବା ପୂର୍ବରୁ ହଜାର ହଜାର ବର୍ଷ ଧରି ମାଂସ ସୁରକ୍ଷିତ କରିବା ନିମନ୍ତେ ଲୁଣ ବ୍ୟବହାର କରାଯାଉଥିଲା ।[୭] ରୋମାନିଆର ନିଟ କଣ୍ଟ୍ରିରେ (Neamț County) ଥିବା ଲୁନକା ସ୍ଥାନ ନିକଟରେ ଥିବା ଲୁଣ ଝର ପାଖରେ ପ୍ରତ୍ନତତ୍ତ୍ୱ ଖନନ ବେଳେ ଅତି ପୁରାତନ ଲୁଣ-କାମ ଅପରେଶନ ହେଉଥିବା ଆବିଷ୍କାର କରାଯାଇଛି । ପ୍ରମାଣ ମିଳୁଛି ଯେ ଖ୍ରୀ:ପୂ: ୬୦୫୦ରେ ଲୁଣ ଭର୍ତ୍ତି ଝରଣା ଜଳକୁ ପ୍ରୋସେସିଙ୍ଗ କରି ଲୁଣ ପ୍ରସ୍ତୁତ କରୁଥିଲେ ।[୮] ଏହି କାରଣରୁ ସେଠାକାର ଜନସଂଖ୍ୟାରେ ଦୃତ ବୃଦ୍ଧି ଘଟିଥିଲା [୯] ଚୀନ ଦେଶର ୟୁଞ୍ଚେଙ୍ଗ ପାଖରେ ଥିବା ଜିଏଚି ହ୍ରଦ ପୃଷ୍ଠରୁ ଲୁଣ ମରାଯାଉଥିଲା ଓ ଏହା ସର୍ବପୁରାତନ ତଦାରଖ ଯୋଗ୍ୟ ଲୁଣ କାମର ସ୍ଥାନ ।[୧୦]
ଆଧାର
ସମ୍ପାଦନା- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;USDA2015
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;IOM2013
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ ୩.୦ ୩.୧ ଆଧାର ଭୁଲ: ଅଚଳ
<ref>
ଚିହ୍ନ;CDC
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ "EFSA provides advice on adverse effects of sodium". European Food Safety Authority. 22 June 2005. Retrieved 9 June 2016.
- ↑ "WHO issues new guidance on dietary salt and potassium". WHO. 31 January 2013.
- ↑ LA Times
Bulgarians find oldest European town, a salt production center - ↑ Barber 1999, p. 136.
- ↑ Weller & Dumitroaia 2005.
- ↑ Weller, Brigand & Nuninger 2008, pp. 225–230.
- ↑ Kurlansky 2002, pp. 18–19.