କୁକୁଡ଼ା ମାଂସ ତରକାରୀ

କୁକୁଡା ମାଂସ ତରକାରୀ ଏକ ସୁଆଦିଆ ଆମିଷ ବ୍ୟଞ୍ଜନ । ଏହା ଭାରତର ସବୁ ରାଜ୍ୟରେ ମିଳିଥାଏ । ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରଣାଳୀରେ ଏହାକୁ ପ୍ରସ୍ତୁତ କରା ଯାଇଥାଏ।

କୁକୁଡ଼ା ମାଂସ ତରକାରୀ
କୁକୁଡ଼ା ମାଂସ ତରକାରୀ
ମୂଳ ସ୍ଥାନଭାରତ
ଅଞ୍ଚଳ ବା ରାଜ୍ୟଓଡ଼ିଶା
ମୁଖ୍ୟ ଉପାଦାନମାଂସ, ମସଲା
Indian boneless chicken curry
Country breed Chicken Curry of Tamil Nadu
Philippine chicken curry (La Familia, Baliuag, Bulacan)

ସାମଗ୍ରୀ ସମ୍ପାଦନା

  • କୁକୁଡା ମାଂସ ୧ କେ.ଜି.
  • ପିଆଜ ୨ଟି ବଡ଼
  • ଟମାଟ ୨ଟି ବଡ଼
  • ଲଙ୍କା ୩ ଟି
  • ଅଦା ରସୁଣ ବଟା
  • ହଳଦୀ ଗୁଣ୍ଡ
  • ଲଙ୍କାଗୁଣ୍ଡ
  • ଧନିଆ ଗୁଣ୍ଡ
  • ଜିରା ପାଉଡର
  • ଗରମ ମସଲା
  • ନ‌ଡିଆ କ୍ଷୀର
  • ଲୁଣ ସ୍ୱାଦାନୁସାରେ
  • ଧନିଆ ପତ୍ର
  • ତେଲ

ତିଆରି ପ୍ରଣାଳୀ ସମ୍ପାଦନା

ଗୋଟିଏ ପାତ୍ରରେ ତେଲ (1-2 ଚାମଚ୍) ଗରମ କରି ଛୋଟ ଛୋଟ କରି କଟା ହୋଇଥିବା ପିଆଜ ଓ ଗରମ ମସଲା ପକାଇ ଭୁଣନ୍ତୁ । ଏହା ପରେ ଅଦା ରସୁଣ ବଟା ପକାଇ ଚଟୁ କରନ୍ତୁ । ଏହାପରେ ଟମାଟ, ହଳଦୀ ପାଉଡର,ଲଙ୍କାଗୁଣ୍ଡ ପାଉଡର,ଧନିଆ ପାଉଡର,ଜିରା ପାଉଡର ଓ ଲଙ୍କା ପକାନ୍ତୁ।[୧] ଏହାକୁ କିଛି ସମୟ ଭୁଣନ୍ତୁ ଓ ପରେ ପାଣି ମିଶାନ୍ତୁ । ଏବେ ସେଥିରେ କୁକୁଡା ମାଂସ ମିଶାନ୍ତୁ ଓ ୩୦-୬୦ ମିନିଟ ପର୍ଯନ୍ତ ଢାଙ୍କୁଣି ଦେଇ ରାନ୍ଧନ୍ତୁ ।[୨] ତେଲ ଅଲଗା ହେବା ଆରମ୍ଭ ହେଲେ ଏଥିରେ ନ‌ଡିଆ କ୍ଷୀର ପକାଇ ଫୁଟିବାକୁ ଦିଅନ୍ତୁ । ମାଂସ ପ୍ରସ୍ତୁତ ହୋଇଗଲା ପରେ ଧନିଆ ପତ୍ର ପକାଇ ପରସନ୍ତୁ ।


ଆଧାର ସମ୍ପାଦନା

  1. Sanjay Thumma. "Grandma's Curry chicken". Retrieved 10 May 2013.
  2. Sanjeev Kapoor's Khazana. "Quick and Easy Chicken Curry". Retrieved 10 May 2013.

ବାହାର ଆଧାର ସମ୍ପାଦନା

[[୧]]