ପିଆଜ ଏକ ଗୁଳ୍ମ ଜାତୀୟ ଉଦ୍ଭିଦ। ଏହା ଏକ ଭଲ ମସଲା ଭାବେ ମଧ୍ୟ ଲୋକପ୍ରିୟ । ଏହାର ମୂଳକୁ ମୁଖ୍ୟତଃ ବ୍ୟବହାର କରାଯାଏ । କଅଁଳିଆ ପିଆଜ ପତ୍ର ଯାହାକୁ ପିଆଜ ଶଣ୍ଢା କହିଥାନ୍ତି, ତାହା ମଧ୍ୟ କେତେକ ବ୍ୟଞ୍ଜନରେ ବ୍ୟବହାର କରାଯାଏ । କୋଷ
- ଏକ ଉତ୍ତେଜକ ଦ୍ରବ୍ୟରୂପେ
- ପରିସ୍ରାର ପ୍ରବାହକୁ ସୁଗମ କରାଇବାରେ
- ଋତୁକାଳରେ ରକ୍ତର ପ୍ରବାହକୁ ସୁଗମ କରାଇବାରେ
- ଖାଦ୍ୟନଳୀର ଯାବତୀୟ ଦୋଷ ଦୂର କରିବାରେ ଓ ଏହାକୁ ସୁରକ୍ଷା ପ୍ରଦାନ କରିବାରେ
- ରକ୍ତ ପରିସ୍କାର କରିବାରେ
- ଯକ୍ଷ୍ମା, ବିଭିନ୍ନପ୍ରକାରର ଆନ୍ତରିକ କ୍ଷତ, ଟାଇଫଏଡ଼ ଜ୍ୱର, ଟିସୁ ଭିତରେ ଅତ୍ୟଧିକ ତରଳ ଦ୍ରବ୍ୟ ଜମା ହୋଇଥିଲେ, ମଧୁମେହ, କାଶ, ଛାତି ଓ ଫୁସଫୁସର ଦୋଷ, ଥଣ୍ଡା-ସର୍ଦ୍ଦି, ଆଣ୍ଠୁ-ଗଣ୍ଠି ବାତ (ରିଉମାଟିଜମ), ଚର୍ମ ରୋଗ, ବୃକକ/ପଥର, ଯକୃତ ବିକାର, ପାଳିଜ୍ୱର, ଶ୍ୱାସ, କୋଷ୍ଠବଦ୍ଧତା ଓ ବାନ୍ତି ଆଦି ଦୂର କରିବାରେ ଏହାର ପ୍ରୟୋଗ ହୋଇଥାଏ।
- ବିଷାକ୍ତ କୀଟ ଦଂଶନରେ, ଆବୁ, ଫୁଲା-ଦରଜ ଆଦିରେ, ପୂଜଯୁକ୍ତ ବଥରେ, କ୍ଷତ ଓ ଘାଆରେ, ନାକରୁ ରକ୍ତ ସ୍ରାବରେ ମଧ୍ୟ ଏହାର ପ୍ରୟୋଗ ହୋଇଥାଏ। ଏଥିପାଇଁ କଞ୍ଚା ପିଆଜର ରସକୁ ମହୁ ସହିତ ସିଧା କ୍ଷତ ଉପରେ ପ୍ରୟୋଗ କରାଯାଏ।
- କଞ୍ଚା ପିଆଜର ରସ ଚନ୍ଦାମୁଣ୍ଡରେ ନୂଆ ବାଳ ସୃଷ୍ଟି କରିବାରେ ସାହାଯ୍ୟ କରେ ଓ ବାଳର ବୃଦ୍ଧିରେ ସହାୟକ ହୋଇ ଥିବାରୁ ଏହା ଚନ୍ଦାପଣର ପ୍ରତିଷେଧକ।
କଞ୍ଚା ପିଆଜକୁ ଖାଇଲେ ଉପରୋକ୍ତ ଅନେକ ରୋଗ ଦୂର ହୋଇଥାଏ।
- ପିଆଜ ଏକ ଭଲ ମସଲା। ପ୍ରାୟ ପ୍ରତ୍ୟେକ ଭାରତୀୟ ବ୍ୟଞ୍ଜନରେ ଏହା ବ୍ୟବହାର କରାଯାଏ।
- Plants That Heal by Dr. J C Kurian, Oriental Watchman Publishing House, Pune, India
ଉଇକିମିଡ଼ିଆ କମନ୍ସରେ Onions
ବାବଦରେ ମାଧ୍ୟମ ରହିଛି । |
onion ଶବ୍ଦଟି ଉଇକି ଅଭିଧାନରେ ଖୋଜନ୍ତୁ । |