ଚିଙ୍ଗୁଡ଼ି ମଲାଇ ଏକ ସୁସ୍ୱାଦୁ ଆମିଷ ଖାଦ୍ୟ ।[୧][୨][୩] ଏହା ଖାଦ୍ୟଟି ବିଶେଷ କରି ସମୁଦ୍ର ଏବଂ ନଈ କୂଳିଆ ଅଞ୍ଚଳର ଲୋକମାନେ ଖାଆନ୍ତି ।[୪][୫]

ଚିଙ୍ଗୁଡ଼ି ମଲାଇ
ଚିଙ୍ଗୁଡି ମଲାଇ
ପରଷାSeafood curry
ମୂଳ ସ୍ଥାନଭାରତ
ଅଞ୍ଚଳ ବା ରାଜ୍ୟଓଡ଼ିଶା
ମୁଖ୍ୟ ଉପାଦାନଚିଙ୍ଗୁଡ଼ି, ମଲାଇ, ମସଲା

ସାମଗ୍ରୀ ସମ୍ପାଦନା

ଆବଶ୍ୟକ ସାମଗ୍ରୀ.[୬][୭]

  • ଚିଙ୍ଗୁଡି ୧ କେଜି
  • ପିଆଜ ୨ ଗୋଟି କଟା କିମ୍ବା ପେସ୍ଟ୍
  • ରସୁଣ ୮ ଗୋଟି
  • ଜିରା ଅଧା ଚାମଚ
  • ଲଙ୍କା ୮ ଗୋଟି
  • ନଡିଆ କ୍ଷୀର ୧ କପ୍
  • ରାଇ ପେସ୍ଟ ୨ ଚାମଚ
  • ହଳଦୀ ୧ ଚାମଚ
  • ଲୁଣ ସ୍ୱାଦ ଅନୁସାରେ
  • ସୋରିଷ ତେଲ

ତିଆରି ପ୍ରଣାଳୀ ସମ୍ପାଦନା

ପ୍ରଥମେ ଚିଙ୍ଗୁଡିରେ ହଳଦୀ, ଲୁଣ ଓ ଅଳ୍ପ ସୋରିଷ ତେଲ ଦେଇ ଭଲକରି ମିଶାନ୍ତୁ । ଏହାପରେ ପ୍ୟାନରେ ସୋରିଷ ତେଲ ଗରମ କରି ସେଥିରେ କଟା ହୋଇଥିବା ଲଙ୍କା ଏବଂ ଜିରା ପକାନ୍ତୁ। ଏହାପରେ କଟା ପିଆଜ ପକାଇ ତାକୁ ଭୁଣନ୍ତୁ । ଏହାପରେ ପିଆଜ, ରସୁଣ ଏବଂ ବଳକା ଲଙ୍କାର ଏକ ମିଶ୍ରଣ ପ୍ରସ୍ତୁତ କରି ପ୍ୟାନ୍ରେ ପକାଇ ୪ ମିନିଟ୍ ପର୍ଯନ୍ତ ରାନ୍ଧନ୍ତୁ। ଏହାପରେ ରାଇ ପେସ୍ଟ, ହଳଦୀ ଏବଂ ଲୁଣ ପକାଇ କମ୍ ଆଞ୍ଚରେ ୫ ମିନିଟ୍ ପର୍ଯନ୍ତ ରାନ୍ଧନ୍ତୁ । ଏହାପରେ ନଡିଆ କ୍ଷୀର ପକାଇ ୨ ମିନିଟ୍ ପର୍ଯନ୍ତ ରାନ୍ଧନ୍ତୁ । ଏହାପରେ ପୂର୍ବରୁ ମେରିନେଟ କରି ରଖିଥିବା ଚିଙ୍ଗୁଡିକୁ ପକାଇ ଘୋଡାଇ ଦିଅନ୍ତୁ। ଏହାକୁ ୧୦ ମିନିଟ ପାଇଁ ଏହିପରି ଛାଡି ଦିଅନ୍ତୁ। ୧୦ମିନିଟ୍ ପରେ ଗରମ୍ ଗରମ୍ ଭାତ ସହିତ ପରିବେଷଣ କରନ୍ତୁ ।[୮]

ଆଧାର ସମ୍ପାଦନା

  1. "Prawn malai-curry (Bengali)". Times of India.
  2. "Lip-smacking Bengali dishes". Times of India.
  3. "10 Best Bengali Recipes". NDTV Food.
  4. Spice At Home. Bloomsbury Publishing. 22 January 2015. p. 224. ISBN 9781472910912.
  5. Fish: Food from the Waters (illustrated ed.). Oxford Symposium. 1 January 1998. p. 335. ISBN 9780907325895.
  6. "Chingri Malai Curry". NDTV Food.
  7. "Lobster Malay Curry". NDTV Food.
  8. "Recipe: Chingri Malaikari". Zee News.

ବାହାର ଆଧାର ସମ୍ପାଦନା