ତୋ'ର ମୋର କଟି

୨୦୨୩ ଓଡ଼ିଆ କଥାଚିତ୍ର

ତୋ'ର ମୋର କଟି ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ ।[୧] ଦୀପକ ଜେନା ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୨] ନିର୍ଦ୍ଦେଶକ ରମେଶ ରାଉତ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୩] ସଙ୍ଗୀତକାର ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ତୋ'ର ମୋର କଟି
ନିର୍ଦ୍ଦେଶକରମେଶ ରାଉତ
ପ୍ରଯୋଜକଝିଲିକ୍ ଭଟ୍ଟାଚାର୍ଯ୍ୟ
ସଂଳାପଦୀପକ ଜେନା
ଚିତ୍ରନାଟ୍ୟରମେଶ ରାଉତ
କାହାଣୀରମେଶ ରାଉତ
କଳାକାରସିଦ୍ଧାନ୍ତ ମହାପାତ୍ର
ଶୈଳେନ୍ଦ୍ର ସାମନ୍ତରାୟ
ଶୀତଲ ପାତ୍ର
ସଙ୍ଗୀତପ୍ରେମ ଆନନ୍ଦ
ଚିତ୍ରଗ୍ରହଣଇଶ୍ୱର ଚନ୍ଦ୍ର ବାରିକ
ସମ୍ପାଦକରାଜେଶ ଦାଶ
ମୁକ୍ତିଲାଭ ତାରିଖ
୬ ଜାନୁଆରୀ ୨୦୨୩
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଶୈଳେନ୍ଦ୍ର ସାମନ୍ତରାୟ ଓ ଶୀତଲ ପାତ୍ର । ସିଦ୍ଧାନ୍ତ ମହାପାତ୍ର, ପ୍ରଦ୍ୟୁମ୍ନ ଲେଙ୍କା, ସୁଧାଂଶୁ ମୋହନ ସାହୁ, ସଞ୍ଜୟ ନାଏକ, ବବି ମିଶ୍ର, ସୁଦୀପ୍ତ, ଟୁକୁନା, କାଳିଆ ଷଣ୍ଢ, ଐଶ୍ୱର୍ଯ୍ୟା, ରୂପସା, ଦେବିକା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨]

ଏହି କଥାଚିତ୍ରଟି ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା, ଯାହାକି ଜାନୁଆରୀ ୬ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ସମଗ୍ର ରାଜ୍ୟରେ ଏହା ସମୁଦାୟ ୩୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[୨]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ[୩] ନିର୍ମଳ ନାୟକଅରୁଣ ମନ୍ତ୍ରୀ ଭଳି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ, ଆଶୁତୋଷ ମହାନ୍ତି, ସବିଶେଷ, ଅନନ୍ୟା ଶ୍ରୀତମ ନନ୍ଦ, ଦେବକୃପା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୨] ୧୧ ଡିସେମ୍ବର ୨୦୨୨ରେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ମୁକ୍ତିଲାଭ କରିଥିଲା ।[୫]

ଗୀତ ସମ୍ପାଦନା

କ୍ରମଗୀତକବିଗାୟକସମୟ
1."ମୁଁ ତତେ ଭଲ ପାଏ କି" ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ 
2."ମାଇଲା ମତେ ଆଖି" ଆଶୁତୋଷ ମହାନ୍ତି 
3."ତୋର ମୋର କଟି"ଅରୁଣ ମନ୍ତ୍ରୀଦେବକୃପା, ଅନନ୍ୟା ଶ୍ରୀତମ ନନ୍ଦ 

ଆଧାର ସମ୍ପାଦନା

  1. ""ତୋର ମୋର କଟି" ଚଳଚ୍ଚିତ୍ରର ଅଡିଓ ଲୋକାର୍ପିତ". argusnews.in. 12 December 2022. Archived from the original on 8 January 2023. Retrieved 8 January 2023.
  2. ୨.୦ ୨.୧ ୨.୨ ୨.୩ "ୟେ ହାତ ମୁଝେ ଦେଦେ ଠାକୁର..ଓଡ଼ିଆ ଫିଲ୍ମରେ ଗବ୍ବର ସିଦ୍ଧାନ୍ତ ମହାପାତ୍ର". News18 Odia. ଭୁବନେଶ୍ୱର. 6 January 2023. Archived from the original on 6 January 2023. Retrieved 8 January 2023.
  3. ୩.୦ ୩.୧ "ରିଲିଜ ହେଲା 'ତୋର ମୋର କଟି'; ଦର୍ଶକଙ୍କ ମନ ଜିଣିଲେ ଶୀତଲ ଓ ଶୈଳେନ୍ଦ୍ର". News18 Odia. ଭୁବନେଶ୍ୱର. 6 January 2023. Archived from the original on 8 January 2023. Retrieved 8 January 2023. {{cite news}}: |archive-date= / |archive-url= timestamp mismatch; 6 ଜାନୁଆରୀ 2023 suggested (help)
  4. "ପରଦାରେ ନିର୍ଦ୍ଦେଶକ". ସମାଜ (ରବିବାର). 29 May 2022. Archived from the original on 16 June 2022. Retrieved 16 June 2022.
  5. "ନୂଆ ଓଡ଼ିଆ ଚଳଚ୍ଚିତ୍ର 'ତୋର ମୋର କଟି'". Samaja Live. 12 December 2022. Archived from the original on 8 January 2023. Retrieved 8 January 2023.

ବାହାର ଆଧାର ସମ୍ପାଦନା