ଚୁମକି ମାଇଁ ଡାର୍ଲିଂ

୨୦୨୧ ଓଡ଼ିଆ କଥାଚିତ୍ର

ଚୁମକି ମାଇଁ ଡାର୍ଲିଂ, ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଦ୍ୟୁମ୍ନ ଲେଙ୍କା, ପ୍ରଦୀପ କୁମାର ସ୍ୱାଇଁ ଓ ପ୍ରକାଶ କୁମାର ସ୍ୱାଇଁ । ଦେବୀଦତ୍ତ ମହାନ୍ତି ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ । ମୋନାଲିସା ମହାନ୍ତି ଓ ବି. ଚନ୍ଦନ କୁମାର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧]

ଚୁମକି ମାଇଁ ଡାର୍ଲିଂ
ନିର୍ଦ୍ଦେଶକସୁଧାଂଶୁ ମୋହନ ସାହୁ
ପ୍ରଯୋଜକପ୍ରଦ୍ୟୁମ୍ନ ଲେଙ୍କା
ପ୍ରଦୀପ କୁମାର ସ୍ୱାଇଁ
ପ୍ରକାଶ କୁମାର ସ୍ୱାଇଁ
ସଂଳାପମୋନାଲିସା ମହାନ୍ତି
ବି. ଚନ୍ଦନ କୁମାର
ଚିତ୍ରନାଟ୍ୟଦେବୀଦତ୍ତ ମହାନ୍ତି
କାହାଣୀଦେବୀଦତ୍ତ ମହାନ୍ତି
କଳାକାରସମ୍ବିତ ଆଚାର୍ଯ୍ୟ
ମହାଶ୍ୱେତା ରାୟ
ପିୟାଲି
ପ୍ରଦ୍ୟୁମ୍ନ ଲେଙ୍କା
ପୁଷ୍ପା ପଣ୍ଡା
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣଧୃବାନନ୍ଦ ପଣ୍ଡା
ସମ୍ପାଦକରାଜେଶ ଦାଶ
ମୁକ୍ତିଲାଭ ତାରିଖ
୧୪ ମାର୍ଚ୍ଚ ୨୦୨୧
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମ୍ବିତ ଆଚାର୍ଯ୍ୟ ଓ ମହାଶ୍ୱେତା ରାୟ ।[୨] ପ୍ରଦ୍ୟୁମ୍ନ ଲେଙ୍କା, ପିୟାଲି, ପୁଷ୍ପା ପଣ୍ଡା, ତ୍ରିଭୁବନ ପଣ୍ଡା, ମହାପ୍ରସାଦ, ଅଳକା ଶତପଥୀ, ଶୁଭ୍ରାଂଶୁ, ରବି ମିଶ୍ର, ସରୋଜ ଦାସ, ବାଙ୍କୁ, ସୁଶିଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ୨୦୨୧ ମସିହାର ମାର୍ଚ୍ଚ ୧୪ ତାରିଖରେ ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସ୍‌ରେ ମୁକ୍ତିଲାଭ କରିଥିଲା ।[୩]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ଅନ୍ତରା ଚକ୍ରବର୍ତ୍ତୀ, ଗୌତମ ଗିରି, କୁଳଦୀପ ପଟ୍ଟନାୟକ, ଜ୍ୟୋତିର୍ମୟୀ ନାୟକ, ଜାଗୃତି ମିଶ୍ର, ଅଭିଜିତ ମଜୁମଦାର ଆଦି କଳାକରମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତଗାୟକସମୟ
1."ଚୁମକି ମାଇଁ ଡାର୍ଲିଂ"ହ୍ୟୁମାନ ସାଗର, ଅନ୍ତରା ଚକ୍ରବର୍ତ୍ତୀ 
2."ଭାବିଜାନ୍"ଗୌତମ ଗିରି, ଜ୍ୟୋତିର୍ମୟୀ ନାୟକ 
3."ଲାଇଫ୍ ଇଜ୍ ବିଇଟୁଫୁଲ୍"କୁଳଦୀପ ପଟ୍ଟନାୟକ, ଜାଗୃତି ମିଶ୍ର, ଅନ୍ତରା ଚକ୍ରବର୍ତ୍ତୀ, ଅଭିଜିତ ମଜୁମଦାର 

ଆଧାର ସମ୍ପାଦନା

  1. "Odia Movie 'Chumki My Darling' Offers Unique Twist To Life, Catch The Action Today". Odisha Bytes (in English). 14 March 2021. Archived from the original on 15 May 2021. Retrieved 21 December 2021.{{cite news}}: CS1 maint: unrecognized language (link)
  2. "ସମ୍ବିତ ଓ ମହାଶ୍ୱେତାଙ୍କ ନିଆରା ପ୍ରେମ କାହାଣୀ- 'ଚୁମ୍‌କି ମାଇଁ ଡାର୍ଲିଙ୍ଗ'". Odisha Reporter. 13 March 2021. Archived from the original on 15 April 2021. Retrieved 21 December 2021.
  3. "ପୁଣି ବଡ଼ ପରଦାରେ ମହାଶ୍ୱେତା | Sambad". ସମ୍ବାଦ. sambad.in. 14 December 2021. Archived from the original on 21 December 2021. Retrieved 21 December 2021.
  4. "ପ୍ରଥମ ଥର ଲାଗି ଏହି ନବାଗତଙ୍କ ବିପକ୍ଷରେ ନଜର ଆସିବେ ପିଆଲି | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 31 October 2021. Archived from the original on 21 December 2021. Retrieved 21 December 2021.

ବାହାର ଆଧାର ସମ୍ପାଦନା