ଚୁଡ଼ା (ଇଂରାଜୀରେ Flattened rice ବା beaten rice) ଚୋପା ଛଡ଼ା ହୋଇଥିବା ଚାଉଳ ଯାହାକୁ କୁଟି ଚେପା କରାଯାଇଥାଏ । ମାଲ୍‌ୱାରେ ଏହାକୁ ପୋହେ କୁହାଯାଏ ଓ ଏହି ସ୍ଥାନରେ ଏହାର ଉତ୍ପତ୍ତି ହୋଇଥିଲେ । ପାଣି ବା ଖୀର ଭଳି ତରଳ ପଦାର୍ଥରେ ପକେଇଲେ ଏହ ଫୁଲିଯାଏ । ଏହାର ମୋଟେଇ ଅତି ପତଳା ବା ଚାଉଳର ୪ଗୁଣ ମୋଟା ହୋଇପାରେ ।

ଚୁଡ଼ା
ଚୁଡ଼ା ଦାନା ସମୂହ
ଅନ୍ୟ ନାମଚିଉରା, ପୋହା ଓ କୁଟା ଚାଉଳ Chiura, Poha, beaten rice
ମୁଖ୍ୟ ଉପାଦାନDehusked rice

ଏହା ଅତି ହଜମ ହେଉଥିବା ଖାଦ୍ୟ, ଭାରତ ,ନେପାଳବାଙ୍ଗଲାଦେଶ ଆଦି ଦେଶମାନଙ୍କରେ ଲୋକଙ୍କର ଅତି ପ୍ରିୟ । ଏହା ଜଳଖିଆ ଭାବରେ ଖିଆଯାଏ ଓ ହାଲୁକା ସ‌ହଜ ଫାଷ୍ଟ ଫୁଡ୍ ହିସାବରେ ଭାରତୀୟ ଖାଦ୍ୟ ଭାବେ ସପ୍ତାହେ ବା ଅଧିକ ରଖି ମଧ୍ୟ ଖିଆଯାଏ ।

ଆଞ୍ଚଳିକ ନାମ ସମ୍ପାଦନା

ଏହାକୁ ଓଡ଼ିଆ ଭାଷାରେ ଚୁଡ଼ା, ତେଲୁଗୁରେ ଅଟୁକୁଳୁ (అటుకులు), ତାମିଲି , ମାଲୟାଲମ୍‌ରେ ଅଭଲ୍ (அவல்), ବିହାର ଓ ଝଡ଼ଖଣ୍ଡରେ ଚିଉରା, ବଙ୍ଗଳାଆସାମରେ ଚିରା (চিঁড়া), ମଇଥିଳି, ନେପାଳୀ, ଭୋଜପୁରୀଛତିଶଗଡ଼ ଭାଷାରେ ଚିଉରା (चिउरा), ହିନ୍ଦିରେ Poha[୧] or Pauwa[୨], ବା ପାଉୱା[୩], ନେୱାରିରେ ବାଜି, ମରାଠୀରେ ପୋହେ, Phovu in Konkani, Avalakki (ಅವಲಕ್ಕಿ) in Kannada,[୪]ଗୁଜରାଟୀରେ ପାଉଆ/ପାଉଁଆ Pauaa/Paunva (પૌંઆ) କୁହାଯାଏ ।

 
ପୋହେ ଚୁଡ଼ାରୁ ପ୍ରସ୍ତୁତ ଏକ ଖାଦ୍ୟ

ଚୁଡ଼ାକୁ ପାଣି ବା ଦୁଧରେ ବୁଡ଼େଇ, ସ୍ୱାଦ ଅନୁସାରେ ଚିନି ଓ ଲୁଣ ଦେଇ ଖିଆଯାଏ କିମ୍ବା ତାହାକୁ ଜାଇଫଳ, କିସ୍‌ମିସ୍, ଗୁଜୁରାତି ଓ ଅନ୍ୟାନ୍ୟ ମସଲା ସ‌ହ ତେଲରେ ସାମାନ୍ୟ ଭାଜି ଖିଆଯାଏ । ମାଲ୍‌ୱା, ଉଜ୍ଜୟିନୀଇନ୍ଦୋରରେ ଏହି ଭଜା ଚୁଡ଼ା ସକାଳ ଜଳଖିଆ ଭାବରେ ଖିଆଯାଏ । ଛତିଶଗଡ଼ରେ ଗୁଡ଼ ସ‌ହ ଏହାକୁ କଞ୍ଚା ଖାଆନ୍ତି ।
ମହାରାଷ୍ଟ୍ରରେ ସୋରିଷ, ହଳଦି, ଲଙ୍କାଗୁଣ୍ଡ, ସରୁ କଟା ପିଆଜକୁ ପ୍ରଥମେ ଭାଜି ଦିଆଯାଏ । ଭିଜା ଚୁଡ଼ା ବା ପୋହା ଏହି ଭଜା ହୋଇଥିବା ମସଲାରେ ମିଶେଇ ଦେଇ କିଛି ମିନିଟ୍ ଗୋଳାଇ ଦେଇ ଓହ୍ଲାଇ ଦିଆଯାଏ । ପୋହା ସ‌ହ ଜିଲାପି ଖିଆଯାଏ ।

ଚୁଡ଼ାରୁ ପ୍ରସ୍ତୁତ ଖାଦ୍ୟ ସମ୍ପାଦନା

 
ଚୁଡ଼ାରୁ ପ୍ରସ୍ତୁତ ଚୁଡ଼ା ସନ୍ତୁଳା ବା ଚୁଡ଼ା ଉପମା ।
  • ଚୁଡ଼ାଘଷା - ଚୁଡ଼ା ଗୁଣ୍ଡ, ନଡ଼ିଆ ଓ ଚିନି ଅଥବା ଗୁଡ଼ରେ ତିଆରି ଏକ ସୁମିଷ୍ଟ ବ୍ୟଞ୍ଜନ ।
  • ଚୁଡ଼ା କଦଳୀ ଚକଟା (ଓଡ଼ିଆ ଖାଦ୍ୟ) - ଚୁଡ଼ା, ଦ‌ହି, ପାଚିଲା କଦଳୀ ସାଥିରେ ଗୁଡ଼ ବା ଚିନି ମିଶେଇ ଖିଆଯାଏ ।
  • ଅଭଲ ନାନାଚଥୁ (କେରଳ ଖାଦ୍ୟ Aval Nanachathu କିମ୍ବା Aval Kuthirthathu - କ୍ଷୀର, ଚିନି, କୋରା ନଡ଼ିଆ ଓ ପାଚିଲା କଦଳୀ ସାଥିରେ ଚୁଡ଼ା ମିଶେଇ ଖିଆଯାଏ ।
  • ଅଭଲ ଭେଲାୟିଚଥୁ (କେରଳ ଖାଦ୍ୟ Aval Velayichathu - ଚୁଡ଼ାକୁ ଘିଅରେ ଭାଜି ଗୁଡ଼, ଡାଲି, କାଜୁ, ଚିନାବାଦାମ ଓ କୋରାନଡ଼ିଆ ସାଥିରେ ମିଶେଇ ଖିଆଯାଏ ।
  • ଦ‌ହି ଚୁଡ଼ା (ନେପାଳ ଖାଦ୍ୟ) - ଚୁଡ଼ା, ପାଚିଲା କଦଳୀ, ଦ‌ହି ଓ ଚିନି ମିଶେଇ ଖିଆଯାଏ । ସବୁ ସମୟରେ ଖିଆଗଲା ମଧ୍ୟ ଧାନ ବୁଣା ସମ୍ୟରେ ଚାଷୀମାନେ ଏହାକୁ ଖାଆନ୍ତି ।
  • ଢାଉ ଭାଜି (ନେୱାର ଖାଦ୍ୟ) - ଗୋଟିଏ ପାତ୍ରରେ ଚୁଡ଼ା ଭାଜିଦିଆଯାଏ ଓ ଏହା ସାଥିରେ ଦ‌ହି ଓ ଚିନି ମିଶେଇ ଖିଆଯାଏ ।[୫]
  • ଅଣ୍ଡା ପଲାଉ (ନେପାଳ ଖାଦ୍ୟ) - ମସଲାଯୁକ୍ତ ଅଣ୍ଡା ସାଥିରେ ଶୁଖିଲା ଚୁଡ଼ା ଫେଣ୍ଟି ଆମଲେଟ୍ ଭଳି ତିଆରି କରା‌ଯାଏ ଓ କିଛି ସମୟ ପରେ ଏହାକୁ ଲାଲ୍ ହେବା ପର୍ଯ୍ୟନ୍ତ ରନ୍ଧାଯାଏ ।
  • ଚୁଡ଼ା ସନ୍ତୁଳା ବା ଚୁଡ଼ା ଉପମା- ଚୁଡ଼ା, ଆଳୁ, ବାଦାମ ଏବଂ ବିଭିନ୍ନ ପରିବା ଆଦିକୁ ମିଶାଇ ପ୍ରସ୍ତୁତ କରାଯାଇଥାଏ ।

ଚୁଡ଼ାଭଜା https://shopside.in/product/chuda-250-gm/ Archived 2023-02-28 at the Wayback Machine.

ସଂସ୍କୃତି ସମ୍ପାଦନା

'ସନାଇ ଚୌଘଡେ' (Sanai Choughade) ନାମକ ମରାଠୀ ସିନେମାରେ କୁଣ୍ଡେ ପୋହେ ଶୀର୍ଷକ ଗୀତ ଦିଆଯାଇଥିଲା ।

ଆଧାର ସମ୍ପାଦନା

  1. Raghunandana, K. "Avalakki Oggrane'it contains 100g of iron". Retrieved 2009-02-09.
  2. "The Vocabulary of Indian Food". Retrieved 2009-02-09.
  3. "The Vocabulary of Indian Food". Retrieved 2009-02-09.
  4. Raghunandana, K. "Avalakki Oggrane'". Retrieved 2009-02-09.
  5. "magazineoftheworld.com". magazineoftheworld.com. Retrieved 2013-12-15.[permanent dead link]