ଚୁଡ଼ାଘଷା ଚୁଡ଼ା ଗୁଣ୍ଡ, ନଡ଼ିଆ ଓ ଚିନି ଅଥବା ଗୁଡ଼ରେ ତିଆରି ଏକ ସୁମିଷ୍ଟ ବ୍ୟଞ୍ଜନ ।[୧] ଏହାକୁ ମୁଖ୍ୟତଃ ଧାର୍ମିକ ଭୋଜି ଏବଂ ପର୍ବ ପର୍ବାଣିରେ ପ୍ରସାଦ ହିସାବରେ ତିଆରି କରାଯାଇଥାଏ ।[୨] ପୌରାଣିକ କିମ୍ବଦନ୍ତୀ ଅନୁସାରେ ଏହାର ବ୍ୟବହାର ପୁରୀ ଜିଲ୍ଲାସ୍ଥିତ ସାକ୍ଷୀଗୋପାଳ ମନ୍ଦିରରେ କାର୍ତ୍ତିକ ଶୁକ୍ଳ ଏକାଦଶୀ ଦିନ ହୋଇଥାଏ । ତେବେ ଉପକୂଳ ଓଡ଼ିଶାର ମୁଖ୍ୟ ଫସଲ ଧାନ ଓ ବହୁଳ ଭାବେ ଉତ୍ପାଦିତ ହେଉଥିବା ନଡ଼ିଆ ପାଇଁ ଏହି ବ୍ୟଞ୍ଜନର ଉଦ୍ଭବ ହେଇଥିବା ଅନୁମାନ କରାଯାଏ ।

ପ୍ରସ୍ତୁତି ପ୍ରଣାଳୀ ସମ୍ପାଦନ କରନ୍ତୁ

ପାରମ୍ପରିକ ପ୍ରସ୍ତୁତି ପ୍ରଣାଳିରେ ଚୁଡ଼ାକୁ ହାତରେ ବା ସଢେଇରେ ଘଷି ଘଷି ଗୁଣ୍ଡ କରା ଯାଉଥିଲା ଏବଂ ପରେ ସେଥିରେ କୋରା ହୋଇଇଥିବା ନଡ଼ିଆ ଓ ଚିନି ମିଶ୍ରଣ ହେଉଥିଲା । ଏଥି ସହିତ ଚୁଡ଼ାଘଷାର ସ୍ୱାଦ ବଢାଇବା ପାଇଁ ଏଥିରେ ଘିଅ ଓ ଗୋଲମରିଚର ବ୍ୟବହାର ମଧ୍ୟ ହୋଇଥାଏ ।[୩] ଆଜିକାଲି ଚୁଡ଼ାକୁ ଗ୍ରାଇଣ୍ଡରରେ ମଧ୍ୟ ଗୁଣ୍ଡ କରାଯାଉଛି । ଚୁଡ଼ାଘଷାରେ ନଡ଼ିଆର ପରିମାଣ ଏହାର ଉପଲବ୍ଧତା ହିସାବରେ ସ୍ଥିରୀକୃତ ହେଇଥାଏ । ଚୁଡ଼ାଘଷା ମଧ୍ୟ ବିନା ନଡ଼ିଆରେ ତିଆରି ହେଇପାରେ, ତେବେ ଏହାକୁ ଚୂଡ଼ା କଦମ୍ବା ବୋଲି କୁହା ଯାଇଥାଏ ।

ଆଧାର ସମ୍ପାଦନ କରନ୍ତୁ

  1. "Chuda Ghasa, Oriya Recipe". indianetzone.com. 2012. Retrieved 30 April 2012. Ingredients
  2. "Recipe of Odia Foods - Oriya Recipe - Cuisine of Odisha". oriyanari.com. 2012. Retrieved 30 April 2012. This delicacy is offered as prasad (bhoga) during Ganesh Puja and Saraswati Puja in Orissa
  3. "କାନିକା". ସମ୍ବାଦ. 17 September 2017. Retrieved 17 September 2017.