ଚନ୍ଦନ ବୋଡ଼ା

ବୋଡ଼ା ପରିବାରର ଏକ ବିଷାକ୍ତ ସାପ

ଚନ୍ଦନ ବୋଡ଼ା ବା ଚନ୍ଦ୍ର ବୋଡ଼ା ବା ମହାମଣ୍ଡଳ ସାପ (ଇଂରାଜୀ ଭାଷାରେ Russell's viper, ଜୀବବିଜ୍ଞାନ ନାମ Daboia russelii) ହେଉଛି ଭାଇପରିଡାଏ ପରିବାରର ଏକ ବିଷାକ୍ତ ସାପ ।[୧] ଏସିଆ ମହାଦେଶର ଭାରତୀୟ ଉପମହାଦେଶ, ଦକ୍ଷିଣ-ପୂର୍ବ ଏସିଆ, ଚୀନତାଇୱାନରେ ଏହି ସାପ ଦେଖିବାକୁ ମିଳନ୍ତି ।[୨] ଏହି ସାପର ଇଂରାଜୀ ନାମ ସ୍କଟ୍ ସର୍ପବିଜ୍ଞାନୀ ପ୍ୟାଟ୍ରିକ୍ ରସେଲ୍‍ଙ୍କ (୧୭୨୬-୧୮୦୫) ନାମାନୁସାରେ ରଖାଯାଇଛି ।[୩] ରସେଲ୍ ଭାରତର ବହୁ ସାପଙ୍କ ଜୀବବିଜ୍ଞାନ ବିବରଣୀ ପ୍ରଦାନ କରିଥିଲେ । ଚନ୍ଦନ ବୋଡ଼ା ପ୍ରଜାତିର ହିନ୍ଦୀ ଶବ୍ଦର ଅର୍ଥ ହେଲା – “ଲୁଚି ରହିଥିବା” ବା “ଲୁକ୍କାୟିତ ବିଚରଣ କରୁଥିବା” ।[୪] ଚନ୍ଦନ ବୋଡ଼ାର ଇଂରାଜୀ ଭାଷାରେ ରହିଥିବା ଆଉ ଏକ ସ୍ଥାନୀୟ ନାମ ହେଲା ଚେନ୍ ଭାଇପର୍ (chain viper)[୫][୬] ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଅନୁସାରେ ହଳଦିଆ ଦେହରେ ତିନି ଧାଡ଼ି ବଡ଼ ବଡ଼ କଳା ଗୋଲ ଚିହ୍ନଥିବା ଭୟାନକ ବିଷଧର ସାପକୁ ଚନ୍ଦନବୋଡ଼ା ବା ଚନ୍ଦ୍ର ବୋଡ଼ା କୁହାଯାଏ ।[୭] ଦେହରେ ଚନ୍ଦ୍ର ପରି ଚିହ୍ନ ରହିଥିବାରୁ ବଙ୍ଗଳା ଭାଷାରେ ମଧ୍ୟ ଏହି ସାପକୁ ଚନ୍ଦ୍ରୋବୋଡ଼ା ବୋଲି କୁହାଯାଏ । ମରାଠୀ ଭାଷାରେ ଏହି ସାପ ଘୋଣସ ନାମରେ ପରିଚିତ । ଭାରତରେ ଯେଉଁ ୪ ସାପଙ୍କ ଯୋଗୁଁ ସର୍ବାଧିକ ସାପକାମୁଡ଼ା ଦୁର୍ଘଟଣା ଘଟେ, ତା’ ମଧ୍ୟରେ ଚନ୍ଦନ ବୋଡ଼ା ଅନ୍ୟତମ । ନିଜ ଭୌଗୋଳିକ ବ୍ୟାପକତା, ଆକ୍ରମଣାତ୍ମକ ସ୍ୱଭାବ, ଜନବସତିପୂର୍ଣ୍ଣ ଅଞ୍ଚଳରେ ବାସ କରିବା ଇତ୍ୟାଦି କାରଣରୁ ଚନ୍ଦନ ବୋଡ଼ା ଅନ୍ୟ ବିଷାକ୍ତ ସାପଙ୍କ ତୁଳନାରେ ଅଧିକ ମାରାତ୍ମକ ।[୮]

ଚନ୍ଦନ ବୋଡ଼ା
ମହାମଣ୍ଡଳ
ଚନ୍ଦ୍ର ବୋଡ଼ା
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ମହାଶ୍ରେଣୀ: ଟେଟ୍ରାପୋଡା
ଶ୍ରେଣୀ: ରେପ୍ଟିଲିଆ
Order: Squamata
Suborder: Serpentes
Family: Viperidae
Genus: Daboia
ଜାତି: D. russelii
ବାଇନୋମିଆଲ ନାମ
Daboia russelii
(ଜର୍ଜ୍ ଶ ଓ ଫ୍ରେଡେରିକ୍ ପଲିଡୋର୍ ନୋଡ୍ଡର୍, ୧୭୯୭)
ଚନ୍ଦନ ବୋଡ଼ା ସାପର ଭୌଗୋଳିକ ବ୍ୟାପ୍ତି
Synonyms

Vipera russelii, Daboia russelii, Vipera daboya

ସତର୍କରେ ସନ୍ଧାନ କରୁଥିବା ଚନ୍ଦନ ବୋଡ଼ା ସାପ

ସାଧାରଣ ନାମ ସମ୍ପାଦନା

ଇଂରାଜୀ ଭାଷାରେ ବ୍ୟବହୃତ ସାଧାରଣ ନାମ D. russelii ଚନ୍ଦନ ବୋଡ଼ା,[୫][୯][୧୦] ଶିକୁଳି ବୋଡ଼ା,[୬][୧୦] ଭାରତୀୟ ଚନ୍ଦନ ବୋଡ଼ା,[୧୧][୧୨] ସାଧାରଣ ଚନ୍ଦନ ବୋଡ଼ା,[୧୩] ସେଭେନ୍ ପେସର୍,[୧୪] ଶିକୁଳି ସାପ ଓ କଇଁଚି ସାପ ଆଦି ସମସ୍ତ ନାମଙ୍କୁ ବୁଝାଏ ।[୧୫] ପୂର୍ବେ ସିଂହଳୀ ଚନ୍ଦନ ବୋଡ଼ାକୁ ଏକ ଉପପ୍ରଜାତି D. r. pulchella ରୂପେ ବିବେଚିତ କରାଯାଉଥିଲା କିନ୍ତୁ ବର୍ତ୍ତମାନ ଏହାକୁ ଚନ୍ଦନ ବୋଡ଼ା ପ୍ରଜାତି ବୋଲି କୁହାଯାଉଛି ।[୧୩]

ଭୌଗୋଳିକ ବ୍ୟାପ୍ତି ସମ୍ପାଦନା

ଚନ୍ଦନ ବୋଡ଼ାଙ୍କ ଫଟୋ (ଭାରତ)

ଚନ୍ଦନ ବୋଡ଼ା ସାପ ଭାରତ, ଶ୍ରୀଲଙ୍କା, ବଙ୍ଗଳାଦେଶ, ନେପାଳ, ବ୍ରହ୍ମଦେଶ, ପାକିସ୍ତାନ, ଥାଇଲାଣ୍ଡ, କାମ୍ବୋଡ଼ିଆ, ତିବ୍ବତ, ଚୀନ, ଇଣ୍ଡୋନେସିଆ, ତାଇୱାନ ପ୍ରଭୃତି ଦେଶରେ ଦେଖିବାକୁ ମିଳନ୍ତି । ପ୍ୟାଟ୍ରିକ୍ ରସେଲ୍‍ଙ୍କ ଲେଖା (୧୭୯୬) ଅନୁସାରେ ଭାରତର କରମଣ୍ଡଳ ଉପକୂଳକୁ ଏହି ସାପଙ୍କ ମୂଳ ବାସସ୍ଥାନ (type locality) ବୋଲି କୁହାଯାଇଛି ।[୨]

୧୯୭୩ ମସିହାରେ ବ୍ରାଉନ୍‍ଙ୍କ ମତାନୁସାରେ ଭିଏତନାମ, ଲାଓସ ଓ ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପରେ ମଧ୍ୟ ଏହି ସାପ ଦେଖାଯାଉଥିଲେ ।[୧୪] ୧୯୩୭ ମସିହାରେ ରେମଣ୍ଡ୍ ଡିଟ୍‍ମାର୍ସ୍ ସୁମାତ୍ରାରୁ ଏକ ଚନ୍ଦନ ବୋଡ଼ାର ନମୁନା ପ୍ରାପ୍ତ କରିଥିବାର ଉଲ୍ଲେଖ ରହିଛି । କିନ୍ତୁ ଇଣ୍ଡୋନେସୀୟ ଦ୍ୱୀପସମୂହରେ ଏହି ସାପର ଉପସ୍ଥିତି ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।[୧୬]

ନିଜ ଭୌଗୋଳିକ ବ୍ୟାପ୍ତିରେ ଏହି ସାପଙ୍କ ସଂଖ୍ୟା କେଉଁଠି ଅଧିକ ତ କେଉଁଠି କମ୍ । ଭାରତର ପଞ୍ଜାବ ଅଞ୍ଚଳ, ପଶ୍ଚିମ ଉପକୂଳ (ବିଶେଷ କରି କର୍ଣ୍ଣାଟକ ରାଜ୍ୟରେ) ଓ ଉତ୍ତର ବଙ୍ଗର ଅପର ପାର୍ଶ୍ୱରେ ଏହି ସାପର ସଂଖ୍ୟା ଅଧିକ । କିନ୍ତୁ ଗାଙ୍ଗେୟ ଉପତ୍ୟକା, ଉତ୍ତର ବଙ୍ଗଳା ଓ ଆସାମ ପ୍ରଭୃତି ଅଞ୍ଚଳରେ ଏମାନଙ୍କ ସଂଖ୍ୟା କମ୍ । ବ୍ରହ୍ମଦେଶରେ ଏହି ସାପ ବହୁମାତ୍ରାରେ ଦେଖାଯାନ୍ତି । ଥାଇଲ୍ୟାଣ୍ଡର ପଟ୍ଟାୟା ଓ ଅନ୍ୟ ପର୍ଯ୍ୟଟନ ସହରମାନଙ୍କରେ ପ୍ରଚୁର ଖାଦ୍ୟ ମିଳୁଥିବାରୁ ମୂଷାଙ୍କ ସଂଖ୍ୟା ଅଧିକ ଓ ତେଣୁ ମୂଷାଙ୍କ ଶିକାର କରି ଖାଉଥିବା ଚନ୍ଦନ ବୋଡ଼ାଙ୍କ ସଂଖ୍ୟା ମଧ୍ୟ ଅଧିକ ।

ପରିବାସ ସମ୍ପାଦନା

ଏକ ନିର୍ଦ୍ଦିଷ୍ଟ ପରିବାସରେ ଚନ୍ଦନ ବୋଡ଼ା ଅଧିକ ମାତ୍ରାରେ ରହନ୍ତି ବୋଲି କହିହେବ ନାହିଁ । ଏହି ସାପ ବେଶୀ ଘଞ୍ଚ ଜଙ୍ଗଲରେ ରହନ୍ତି ନାହିଁ । ଖୋଲା, ଘାସ ପଡ଼ିଆ, ବୁଦାଳିଆ ଜଙ୍ଗଲ, ତୋଟା ବା ବଗିଚା, କୃଷିକ୍ଷେତ୍ର ଆଦି ସ୍ଥାନରେ ଏମାନଙ୍କୁ ଦେଖିବାକୁ ମିଳେ । ତେଣୁ ସମତଳ ଅଞ୍ଚଳ, ଉପକୂଳସ୍ଥ ସମଭୂମି ଓ ପାହାଡ଼ିଆ ଅଞ୍ଚଳରେ ଏମାନେ ସାଧାରଣତଃ ଦେଖାଯାନ୍ତି । ସମୁଦ୍ରପତନରୁ ୨୦୦୦-୩୦୦୦ ଫୁଟ୍ ଉଚ୍ଚତା ପର୍ଯ୍ୟନ୍ତ ଏମାନେ ରହିବା ଦେଖାଯାଇଛି । ସନ୍ତସନ୍ତିଆ ଭୂମି, ବୃଷ୍ଟିବଣ ଓ ଜୁଆରିଆ ଅଞ୍ଚଳରେ ରହିବାକୁ ଏମାନେ ପସନ୍ଦ କରନ୍ତି ନାହିଁ ।[୫]

ଗାଁ-ସହର ପରି ଜନବସତି ଅଞ୍ଚଳରେ ମୂଷା ଅଧିକ ରହୁଥିବାରୁ ସେହି ଅଞ୍ଚଳରେ ଅଧିକାଂଶ ସମୟରେ ଚନ୍ଦନ ବୋଡ଼ା ସାପଙ୍କୁ ଦେଖିବାକୁ ମିଳେ । ତେଣୁ ଏପରି ଅଞ୍ଚଳରେ ଘର ବାହାରେ କାମ କରୁଥିବା ଲୋକ ଚନ୍ଦନ ବୋଡ଼ା ସଂସ୍ପର୍ଶରେ ଆସିବାର ସମ୍ଭାବନା ଅଧିକ । ନାଗଚିତି ସାପ ପରି ଏମାନେ ଘର ନିକଟକୁ ଚାଲିଆସିବାର ଉଦାହରଣ କମ୍ ।[୫]

ବ୍ୟବହାର ସମ୍ପାଦନା

ଚନ୍ଦନ ବୋଡ଼ା ସ୍ଥଳଚର ଏବଂ ଏମାନେ ମୁଖ୍ୟତଃ ରାତ୍ରି ସମୟରେ ଅଧିକ ସକ୍ରିୟ ରହନ୍ତି । ଥଣ୍ଡା ଦିନରେ ଏମାନେ ନିଜ ବିତରଣ ସମୟ ବଦଳାଇ ଦିବାଚର ପ୍ରକୃତି ମଧ୍ୟ ଦେଖାନ୍ତି ।[୫]

ଚନ୍ଦନ ବୋଡ଼ା ସାପ ଅଳସୁଆ ଓ ଧୀର ଗତିରେ ଗତି କରୁଥାଏ । କିନ୍ତୁ ସେମାନଙ୍କୁ ଅଧିକ ବିରକ୍ତ କଲେ ରାଗିଯାଇ ଆକ୍ରାମକ ହୋଇ ଉଠନ୍ତି । ଅଳ୍ପ ବୟସ୍କ ସାପଗୁଡ଼ିକ କିନ୍ତୁ ଅସ୍ଥିର ଓ ସତର୍କ ପ୍ରକୃତିର ।[୫]

ବିପଦର ଆଶଙ୍କା ପାଇଲେ ଚନ୍ଦନ ବୋଡ଼ା ସାପ ନିଜ ଶରୀରକୁ ଅର୍ଦ୍ଧ ଚନ୍ଦ୍ରାକାର କୁଣ୍ଡଳୀରେ ଗୁଡ଼େଇ ହୋଇଯାଏ । ନିଜ ଶରୀରର ପ୍ରଥମ ଏକ-ତୃତୀୟାଂଶ ଭାଗକୁ ଉଠାଇ ରଖି ହିସ୍-ହିସ୍ ଗର୍ଜନ କରେ । ଏହି ଗର୍ଜନର ଶବ୍ଦ ଅନ୍ୟ ସମସ୍ତ ସାପଙ୍କଠାରୁ ଅଧିକ ବୋଲି କୁହାଯାଏ । କାମୁଡ଼ିବାକୁ ଲମ୍ଫ ମାରିବା ବେଳେ ଏମାନେ ଏତେ ଶକ୍ତି ପ୍ରୟୋଗ କରନ୍ତି ଯେ ଓଜନିଆ ସାପ ମଧ୍ୟ କିଛି ଉଚ୍ଚତା ପର୍ଯ୍ୟନ୍ତ ଡେଇଁ ପଡ଼ିଥାଏ ।[୫] ଚନ୍ଦନ ବୋଡ଼ା ସାପ ବଳିଷ୍ଠ ଓ ଏମାନଙ୍କୁ ଧରିବାକୁ ଚେଷ୍ଟା କଲେ ଆକ୍ରାମକ ପ୍ରତିକ୍ରିୟା ଦେଖାଇଥାନ୍ତି ।[୮] କେବେ ଚନ୍ଦନ ବୋଡ଼ାର କାମୁଡ଼ା କ୍ଷଣମାତ୍ରକ ପାଇଁ ହୋଇପାରେ ତ ଆଉ କେବେ ଏମାନେ ଅନେକ ସେକେଣ୍ଡ୍ ପାଇଁ କାମୁଡ଼ି ଧରି ରଖିଥାନ୍ତି ।

ଯଦିଓ କ୍ରୋଟାଲିନାଏ ପରିବାରର ସାପଙ୍କ ପରି ଚନ୍ଦନ ବୋଡ଼ାଙ୍କର ଉତ୍ତାପ ସମ୍ବେଦନଶୀଳ ଅଙ୍ଗ ନାହିଁ, କିନ୍ତୁ ଭାଇପରିନାଏ ପରିବାରର ଏହି ସଦସ୍ୟ ଉତ୍ତାପର ପ୍ରଭାବରେ ପ୍ରତିକ୍ରିୟା ଦେଖାଇଥାଏ । ଏହି କାରଣରୁ ଏମାନଙ୍କର ତାପ ଚିହ୍ନଟ କରିବାର ଅଙ୍ଗ ଅଛି ବୋଲି ଏକ ଭୁଲ ଧାରଣା ରହିଆସିଛି ।[୧୭][୧୮] ଏମାନଙ୍କ ଶରୀରରେ ତାପ ସମ୍ବେଦନଶୀଳ ଅଙ୍ଗ କେଉଁଠି ଅଛି ତାହା ଅନିର୍ଦ୍ଦିଷ୍ଟ, କିନ୍ତୁ କିଛି ସ୍ନାୟୁର ଶେଷରେ ରହିଥିବା ସୁପର୍‍ନାଜାଲ୍ ଥଳୀ ତାପ ସମ୍ବେଦନ ଅଙ୍ଗ ପରି କାମ କରିଥାଏ ।[୧୯]

 
ବେଙ୍ଗାଳୁରୁର ଏକ ଚନ୍ଦନ ବୋଡ଼ା

ଆହୁରି ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Daboia". Integrated Taxonomic Information System. Retrieved 31 July 2006.
  2. ୨.୦ ୨.୧ McDiarmid RW, Campbell JA, Touré TA (1999). Snake Species of the World: A Taxonomic and Geographic Reference, Volume 1. Washington, District of Columbia: Herpetologists' League. 511 pp. ISBN 1-893777-00-6 (series). ISBN 1-893777-01-4 (volume).
  3. Beolens, Bo; Watkins, Michael; Grayson, Michael (2011). The Eponym Dictionary of Reptiles. Baltimore: Johns Hopkins University Press. xiii + 296 pp. ISBN 978-1-4214-0135-5. (Daboia russelii, pp. 229-230).
  4. Weiner ESC, Simpson JA (editors) (1991). The Compact Oxford English Dictionary: New Edition. USA: Oxford University Press. ISBN 0-19-861258-3.
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ ୫.୬ Mallow D, Ludwig D, Nilson G (2003). True Vipers: Natural History and Toxinology of Old World Vipers. Malabar, Florida: Krieger Publishing Company. 359 pp. ISBN 0-89464-877-2.
  6. ୬.୦ ୬.୧ Snakes of Thailand: Venomous snakes Archived 2016-03-30 at the Wayback Machine. at Siam-Info Archived 2016-05-06 at the Wayback Machine.. Retrieved 20 October 2006.
  7. ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ.
  8. ୮.୦ ୮.୧ Whitaker Z (1989). Snakeman: The Story of a Naturalist. Bombay: India Magazine Books. 184 pp. ASIN B0007BR65Y.
  9. Daboia russelii at the Reptarium.cz Reptile Database. Accessed 2 August 2007.
  10. ୧୦.୦ ୧୦.୧ . Retrieved 20 October 2006.
  11. Captive Care of the Russell's viper at VenomousReptiles.org. Retrieved 14 March 2007. Archived April 9, 2008, at the Wayback Machine.
  12. Somaweera A (2007). Checklist of the Snakes of Sri Lanka. Peradeniya, Sri Lanka: Department of Zoology, Faculty of Science, University of Peradeniya. PDF Archived 2008-09-20 at the Wayback Machine. at Sri Lanka Reptile Archived 2009-08-18 at the Wayback Machine.. Retrieved 14 March 2007.
  13. ୧୩.୦ ୧୩.୧ Mehrtens JM (1987). Living Snakes of the World in Color. New York: Sterling Publishers. 480 pp. ISBN 0-8069-6460-X.
  14. ୧୪.୦ ୧୪.୧ Brown JH (1973). Toxicology and Pharmacology of Venoms from Poisonous Snakes. Springfield, Illinois: Charles C. Thomas. 184 pp. LCCCN 73-229. ISBN 0-398-02808-7.
  15. United States Navy (1991). Poisonous Snakes of the World. New York: United States Government/Dover Publications Inc. 203 pp. ISBN 0-486-26629-X.
  16. Belt P, Warrell DA, Malhotra A, Wüster W, Thorpe RS (1997). Russell's viper in Indonesia: snakebite and systematics. In: Thorpe RS, Wüster W, Malhotra A (editors)). Venomous Snakes: Ecology, Evolution and Snakebite. Oxford: Clarendon Press. Symposia of the Zoological Society of London (70): 219–234.
  17. Krochmal AR, Bakken GS (August 2003). "Thermoregulation is the pits: use of thermal radiation for retreat site selection by rattlesnakes". J. Exp. Biol. 206 (Pt 15): 2539–45. doi:10.1242/jeb.00471. PMID 12819261.
  18. Krochmal AR, Bakken GS, LaDuc TJ (2004). "Heat in evolution's kitchen: evolutionary perspectives on the functions and origin of the facial pit of pitvipers (Viperidae: Crotalinae)". J. Exp. Biol. 207 (Pt 24): 4231–8. doi:10.1242/jeb.01278. PMID 15531644.
  19. York DS, Silver TM, Smith AA (1998). "Innervation of the supranasal sac of the puff adder". Anat. Rec. 251 (2): 221–5. doi:10.1002/(SICI)1097-0185(199806)251:2<221::AID-AR10>3.0.CO;2-Q. PMID 9624452.

ଆହୁରି ପଢ଼ନ୍ତୁ ସମ୍ପାଦନା

  • Hawgood BJ (November 1994). "The life and viper of Dr Patrick Russell MD FRS (1727–1805): physician and naturalist". Toxicon. 32 (11): 1295–304. doi:10.1016/0041-0101(94)90402-2. PMID 7886689.
  • Adler K, Smith HM, Prince SH, David P, Chiszar D (2000). "Russell's viper: Daboia russelii not Daboia russellii, due to Classical Latin rules". Hamadryad. 25 (2): 83–5.
  • Boulenger GA (1890). The Fauna of British India, Including Ceylon and Burma. Reptilia and Batrachia. London: Secretary of State for India in Council. (Taylor and Francis, printers). xviii + 541 pp. ("Vipera russellii", pp. 420–421, Figure 123).
  • Boulenger GA (1896). Catalogue of the Snakes in the British Museum (Natural History). Volume III., Containing the...Viperidæ. London: Trustees of the British Museum (Natural History). (Taylor and Francis, printers). xiv + 727 pp. + Plates I.- XXV. ("Vipera russellii", pp. 490–491).
  • Breidenbach CH (1990). "Thermal cues influence strikes in pitless vipers". Journal of Herpetology. Society for the Study of Reptiles and Amphibians. 24 (4): 448–50. doi:10.2307/1565074. JSTOR 1565074.
  • Cox M (1991). The Snakes of Thailand and Their Husbandry. Malabar, Florida: Krieger Publishing Company. 526 pp. ISBN 0-89464-437-8.
  • Daniels JC (2002). Book of Indian Reptiles and Amphibians Mumbai: Bombay Natural History Society/Oxford University Press. viii + 238pp.
  • Das I (2002). A Photographic Guide to Snakes and other Reptiles of India. Sanibel Island, Florida: Ralph Curtis Books. 144 pp. ISBN 0-88359-056-5. (Russell's viper, "Daboia russelii", p. 60).
  • Dimitrov GD, Kankonkar RC (February 1968). "Fractionation of Vipera russelli venom by gel filtration. I. Venom composition and relative fraction function". Toxicon. 5 (3): 213–21. doi:10.1016/0041-0101(68)90092-5. PMID 5640304.
  • Dowling HG (1993). "The name of Russell's viper". Amphibia-Reptilia. 14 (3): 320. doi:10.1163/156853893X00543.
  • Gharpurey K (1962). Snakes of India and Pakistan. Bombay, India: Popular Prakishan. 79 pp.
  • Groombridge B (1980). A phyletic analysis of viperine snakes. Ph-D thesis. City of London: Polytechnic College. 250 pp.
  • Groombridge B (1986). "Phyletic relationships among viperine snakes". In: Proceedings of the third European herpetological meeting; 1985 July 5–11; Charles University, Prague. pp 11–17.
  • Jena I, Sarangi A (1993). Snakes of Medical Importance and Snake-bite Treatment. New Delhi: SB Nangia, Ashish Publishing House. 293 pp.
  • Lenk P, Kalyabina S, Wink M, Joger U [in ଜର୍ମାନ] (April 2001). "Evolutionary relationships among the true vipers (Reptilia: Viperidae) inferred from mitochondrial DNA sequences". Molecular Phylogenetics and Evolution. 19 (1): 94–104. doi:10.1006/mpev.2001.0912. PMID 11286494.
  • Mahendra BC (1984). "Handbook of the snakes of India, Ceylon, Burma, Bangladesh and Pakistan". Annals of Zoology (Agra, India) 22.
  • Master RW, Rao SS (July 1961). "Identification of enzymes and toxins in venoms of Indian cobra and Russell's viper after starch gel electrophoresis". J. Biol. Chem. 236: 1986–90. PMID 13767976.
  • Minton SA Jr. (1974). Venom Diseases. Springfield, Illinois: CC Thomas Publishing. 386 pp.
  • Morris PA (1948). Boy's Book of Snakes: How to Recognize and Understand Them. A volume of the Humanizing Science Series, edited by Jacques Cattell. New York: Ronald Press. viii + 185 pp. (Russell's viper, "Vipera russellii", pp. 156–157, 182).
  • Naulleau G, van den Brule B (1980). "Captive reproduction of Vipera russelli". Herpetological Review. Society for the Study of Amphibians and Reptiles. 11: 110–2.
  • Obst FJ (1983). "Zur Kenntnis der Schlangengattung Vipera". Zoologische Abhandlungen. Staatliches Museums für Tierkunde in Dresden. 38: 229–35. (in German).
  • Reid HA (1968). "Symptomatology, pathology, and treatment of land snake bite in India and southeast Asia". In: Bucherl W, Buckley E, Deulofeu V (editors). Venomous Animals and Their Venoms. Vol. 1. New York: Academic Press. pp 611–42.
  • Shaw G, Nodder FP (1797). The Naturalist's Miscellany. Volume 9. London: Nodder and Co. 65 pp. (Coluber russelii, new species, Plate 291).
  • Shortt (1863). "A short account of the viper Daboia elegans (Vipera Russellii)". Annals and Magazine of Natural History. 11 (3): 384–5.
  • Silva A de (1990). Colour Guide to the Snakes of Sri Lanka. Avon (Eng): R & A Books. ISBN 1-872688-00-4. 130 pp.
  • Sitprija V, Benyajati C, Boonpucknavig V (1974). "Further observations of renal insufficiency in snakebite". Nephron. 13 (5): 396–403. doi:10.1159/000180416. PMID 4610437.
  • Smith MA (1943). The Fauna of British India, Ceylon and Burma, Including the Whole of the Indo-Chinese Sub-region. Reptilia and Amphibia. Vol. III.—Serpentes. London: Secretary of State for India. (Taylor and Francis, printers). xii + 583 pp. ("Vipera russelli", pp. 482–485).
  • Thiagarajan P, Pengo V, Shapiro SS (October 1986). "The use of the dilute Russell viper venom time for the diagnosis of lupus anticoagulants". Blood. 68 (4): 869–74. PMID 3092888.
  • Maung-Maung-Thwin, Khin-Mee-Mee, Mi-Mi-Kyin, Thein-Than (1988). "Kinetics of envenomation with Russell's viper (Vipera russelli) venom and of antivenom use in mice". Toxicon. 26 (4): 373–8. doi:10.1016/0041-0101(88)90005-0. PMID 3406948.{{cite journal}}: CS1 maint: multiple names: authors list (link)
  • Mg-Mg-Thwin, Thein-Than, U Hla-Pe (1985). "Relationship of administered dose to blood venom levels in mice following experimental envenomation by Russell's viper (Vipera russelli) venom". Toxicon. 23 (1): 43–52. doi:10.1016/0041-0101(85)90108-4. PMID 3922088.{{cite journal}}: CS1 maint: multiple names: authors list (link)
  • Tweedie MWF (1983). The Snakes of Malaya. Singapore: Singapore National Printers Ltd. 105 pp. ASIN B0007B41IO.
  • Vit Z (1977). "The Russell's viper". Prezgl. Zool. 21: 185–8.
  • Wall F (1906). "The breeding of Russell's viper". Journal of the Bombay Natural History Society. 16: 292–312.
  • Wall F (1921). Ophidia Taprobanica or the Snakes of Ceylon. Colombo, Ceylon [Sri Lanka]: Colombo Museum. (H.R. Cootle, Government Printer). xxii + 581 pp. ("Vipera russelli", pp. 504–529, Figures 91-92).
  • Whitaker R (1978). Common Indian Snakes. New Delhi (India): MacMillan. 85 pp.
  • Wüster W (1992). "Cobras and other herps in south-east Asia". British Herpetological Society Bulletin. 39: 19–24.
  • Wüster W, Otsuka S, Malhotra A, Thorpe RS (1992). "Population Systematics of Russell's viper: A Multivariate Study". Biological Journal of the Linnean Society. 47 (1): 97–113. doi:10.1111/j.1095-8312.1992.tb00658.x.
  • Zhao EM, Adler K (1993). Herpetology of China. Society for the Study of Amphibians and Reptiles. 522 pp. ISBN 0-916984-28-1.

ଅନ୍ୟାନ୍ୟ ଲିଂକ୍ ସମ୍ପାଦନା

. Accessed 5 September 2007.

. Accessed 5 September 2007.