ଭିଏତନାମ
ଭିଏତନାମ, ଆନୁଷ୍ଠାନିକ ଭାବରେ ସୋସିଆଲିଷ୍ଟ ରିପବ୍ଲିକ୍ ଅଫ୍ ଭିଏତନାମ, ଦକ୍ଷିଣ ପୂର୍ବ ଏସିଆର ଏକ ଦେଶ ଏବଂ ଇଣ୍ଡୋଚିନ୍ ଉପଦ୍ୱୀପରେ ପୂର୍ବତମ ଦେଶ | ୨୦୧୯ ସୁଦ୍ଧା ଆନୁମାନିକ ୯ କୋଟି ୬୨ ଲକ୍ଷ୍ୟ ବାସିନ୍ଦା ଓ ଏହା ବିଶ୍ୱର ପଞ୍ଚଦଶତମ ଜନସଂଖ୍ୟା ବିଶିଷ୍ଟ ଦେଶ ଅଟେ | ଭିଏତନାମର ସୀମା ଉତ୍ତରରେ ଚୀନ ଏବଂ ପଶ୍ଚିମରେ ଲାଓସ୍ ଏବଂ କାମ୍ବୋଡିଆ ସହିତ ରହିଛି | ଏହାର ସାମୁଦ୍ରିକ ସୀମା ଥାଇଲ୍ୟାଣ୍ଡ ଗଲ୍ଫରେ ଥାଇଲ୍ୟାଣ୍ଡ ସହିତ ଏବଂ ଦକ୍ଷିଣ ଚୀନ ସାଗରରେ ଫିଲିପାଇନ୍ସ, ଇଣ୍ଡୋନେସିଆ ଏବଂ ମାଲେସିଆ ସହ ଅଛି | ଏହାର ରାଜଧାନୀ ହାନୋଇ ଏବଂ ଏହାର ଜନବହୁଳ ସହର ହେଉଛି ହୋ ଚି ମିନ୍ ସିଟି, ଯାହା ଏହାର ପୂର୍ବତନ ନାମ ସାଇଗନ୍ ନାମରେ ମଧ୍ୟ ଜଣାଯାଏ |
ଭିଏତନାମ | |||||
---|---|---|---|---|---|
| |||||
ରାଷ୍ଟ୍ରାଦର୍ଶ: "Độc lập – Tự do – Hạnh phúc
"Independence – Liberty – Happiness" "ସ୍ୱୟଂଶାସନ- ସ୍ୱାଧୀନତା - ସୁଖ" | |||||
![]() | |||||
ରାଜଧାନୀ | ହାନୋଇ | ||||
ବୃହତ୍ତମ ସହର | ହୋ ଚି ମିନ୍ ସିଟି | ||||
Government | |||||
ବିଧାନ ମଣ୍ଡଳ | ଜାତୀୟ ସଂସଦ | ||||
କ୍ଷେତ୍ରଫଳ | |||||
• | 331,212 km2 (127,882 sq mi)‡ (୬୫) | ||||
ଲୋକସଂଖ୍ୟା | |||||
• ୨୦୧୯ census | ୯୬,୨୦୮,୯୬୪ (୧୫ଶ) | ||||
ଜିନି ଗୁଣାଙ୍କ | ୩୭.୬ Error: Invalid Gini value | ||||
ମୁଦ୍ରା | ଡଙ୍ଗ୍ (VND) | ||||
ସମୟ ମଣ୍ଡଳ | UTC+୭:୦୦ (ଭିଏତନାମ୍ ମାନକ ସମୟ) | ||||
• Summer (DST) | UTC+୫:୩୦ | ||||
ତାରିଖ ସଜାଣି | ଦିନ/ମାସ/ବର୍ଷ (ଖ୍ରିଷ୍ଟ ପର) | ||||
ରାସ୍ତା ଚାଲିବା ପାଖ | ଡାହାଣ | ||||
ଟେଲିଫୋନ କୋଡ଼ | +୮୪ | ||||
Internet TLD | .VN |
ଇତିହାସସମ୍ପାଦନ କରନ୍ତୁ
ପ୍ରାକ୍ ଐତିହାସିକ ସମୟସମ୍ପାଦନ କରନ୍ତୁ
ପ୍ରତ୍ନତାତ୍ତ୍ୱିକ ଖନନଦ୍ୱାରା ବର୍ତ୍ତମାନ ଭିଏତନାମରେ ପ୍ରସ୍ତର ଯୁଗରେ ମନୁଷ୍ୟ ସ୍ଥିତି ଥିବା ଜଣା ପଡିଛି | ଖ୍ରୀଷ୍ଟପୂର୍ବ ୫୦୦,୦୦୦ରେ ବସବାସ କରୁଥିବା ଆଦି ମାନବ ପ୍ରଜାତି ହୋମୋ ଇରେକ୍ଟସ୍ର ଜୀବାଶ୍ମ ଉତ୍ତର ଭିଏତନାମର ଗୁମ୍ଫାରୁ ମିଳିଥିଲା। [୧][୨] ପ୍ଲାଇଷ୍ଟୋସିନ୍ ସମୟର ମାନବ (ହୋମୋ ସାପିଏନ୍ସ) ଜୀବାଶ୍ମ ଭିଏତନାମରେ ମିଳିଛି ଯାହକି ଦକ୍ଷିଣ-ପୂର୍ବ ଏସିଆର ମଧ୍ୟପ୍ରଦେଶର ସର୍ବ ପୁରାତନ ମାନବ ଜୀବାଶ୍ମ | ଖ୍ରୀଷ୍ଟପୂର୍ବ ପ୍ରାୟ ୧୦୦୦ ସୁଦ୍ଧା ମା ନଦୀ ଏବଂ ରେଡ୍ ନଦୀର ବନ୍ୟା ପ୍ଲାବିତ ସମତଳ ଅଞ୍ଚଳରେ ଧାନ ଚାଷର ବିକାଶହେତୁ ଡଙ୍ଗ୍ ସୋନ୍ ସଂସ୍କୃତି ଉଦ୍ଭବ ହୋଇପାରିଥିଲା । ଖ୍ରୀଷ୍ଟପୂର୍ବ ପ୍ରଥମ ସହସ୍ର ବର୍ଷରେ ସାମୁଦ୍ରିକ ଦକ୍ଷିଣ ପୂର୍ବ ଏସିଆ ସମେତ ଦକ୍ଷିଣ ପୂର୍ବ ଏସିଆର ଅନ୍ୟ ଅଂଶରେ ସଂସ୍କୃତିର ପ୍ରଭାବ ବ୍ୟାପିଥିଲା |[୩]
ରାଜବଂଶ ସମୟର ଭିଏତନାମସମ୍ପାଦନ କରନ୍ତୁ
ଖ୍ରୀଷ୍ଟପୂର୍ବ ୨୮୭୯ ମସିହାରେ ପ୍ରତିଷ୍ଠିତ ହଙ୍ଗ ରାଜାମାନଙ୍କର ହଙ୍ଗ ବଙ୍ଗ ରାଜବଂଶ ଭିଏତନାମର ଇତିହାସରେ ପ୍ରଥମ ରାଜ୍ୟ ଭାବରେ ପରିଗଣିତ । ଖ୍ରୀଷ୍ଟପୂର୍ବ ୨୫୭ ମସିହାରେ, ଶେଷ ହଙ୍ଗ ରାଜା ଥକ ଫାନଙ୍କଦ୍ୱାରା ପରାସ୍ତ ହୋଇଥିଲେ। ଥକ ଫାନ ଲାକ୍ ଭିଏତ୍ ଏବଂ ଅଉ ଭିଏତ୍ ଜନଜାତିଙ୍କୁ ଏକତ୍ର କରି ଅଉ ଲାକ୍ ରାଜ୍ୟ ଗଠନ କରି ନିଜକୁ ସମ୍ରାଟ୍ ବା ଅନ ଡୁଓଙ୍ଗ୍ ଭୁଓଙ୍ଗ୍ ଘୋଷିତ କଲେ | ଖ୍ରୀଷ୍ଟପୂର୍ବ ୧୭୯ ମସିହାରେ, ଜାଓ ଟୁ ନାମକ ଜଣେ ଚୀନୀୟ ଜେନେରାଲ୍ ଏକ ଡଙ୍ଗ୍ ଭୋଙ୍ଗଙ୍କୁ ପରାସ୍ତ କରି ଅଉ ଲାକ୍କୁ ନାନ୍ୟୁ ସାମ୍ରାଜ୍ୟରେ ସମ୍ମିଳିତ କରିଥିଲେ | ପରବର୍ତ୍ତୀ ହଜାରେ ବର୍ଷ ପାଇଁ, ବର୍ତ୍ତମାନ ଉତ୍ତର ଭିଏତନାମ ଯାହା ଚାଇନାର ଶାସନ ଅଧୀନରେ ରହିଆସିଥିଲା। କିଛି ପ୍ରାରମ୍ଭିକ ସ୍ୱାଧୀନତା ଆନ୍ଦୋଳନ ସାମୟିକ ସଫଳତା ହାସଲ ହୋଇଥିଲା। ୫୪୪ ତରି ୬୦୨ ମସିହା ମଧ୍ୟରେ ଏହି ଅଞ୍ଚଳ ଲାଏ ରାଜବଂଶ ଅଧୀନରେ ସ୍ୱାଧୀନ ସ୍ଥିତି କରିଥିଲା । ଦଶମ ଶତାବ୍ଦୀର ପ୍ରାରମ୍ଭରେ, ଭିଏତନାମ ଖାକ୍ ପରିବାର ଅଧୀନରେ ସୀମିତ ସ୍ୱଧୀନତା ହାସଲ କରିଥିଲା।[୪]
ଭୂଗୋଳସମ୍ପାଦନ କରନ୍ତୁ
ଭିଏତନାମ ପୂର୍ବ ଇଣ୍ଡୋଚିନ୍ ଉପଦ୍ୱୀପରେ ୮ରୁ ୨୪ ଡିଗ୍ରୀ ଉତ୍ତର ଅକ୍ଷ୍ୟାଂଶ ଏବଂ ୧୦୨ ଏବଂ ୧୧୦ ଡିଗ୍ରୀ ପୁର୍ବ ଦ୍ରାଘିମା ମଧ୍ୟରେ ଅବସ୍ଥିତ | ଏହାର ସମୁଦାୟ କ୍ଷେତ୍ରଫଳ ପ୍ରାୟ ୩୩୧,୨୧୨ ବର୍ଗ କିମି (୧୨୭,୮୮୨ ବର୍ଗ ମାଇଲ) | ଏହାର ସବୁଠୁ ସଂକୀର୍ଣ୍ଣ ସ୍ଥାନରେ, ଦେଶଟି ୫୦ କିଲୋମିଟର ଚଉଡା ମାତ୍ର ଏହା ଉତ୍ତରରେ ପ୍ରାୟ ୬୦୦ କିଲୋମିଟର ପର୍ଯ୍ୟନ୍ତ ବିସ୍ତାରିତ | ଭିଏତନାମର ଜମି ପ୍ରାୟତଃ ପାହାଡ଼ିଆ ଏବଂ ଘଞ୍ଚ ଜଙ୍ଗଲରେ ଅବସ୍ଥିତ, ସମତଳ ଜମି ୨୦%ରୁ ଅଧିକ ନୁହେଁ | ଦେଶର ସ୍ଥଳଭାଗର ୪୦% ପାର୍ବତୀୟ ଏବଂ କ୍ରାନ୍ତୀୟ ଜଙ୍ଗଲଗୁଡିକ ପ୍ରାୟ ୪୨% ଅଟେ। ଉତ୍ତରରେ ଥିବା ରେଡ୍ ନଦୀ ତ୍ରିକୋଣଭୁମି ଏକ ୧୫୦୦୦ ବର୍ଗ କିମି ବିଶିଷ୍ଠ୍ ସମତଳ । ଏହା ଏକ ବିକଶିତ ଏବଂ ଜନବହୁଳ ଅଞ୍ଚଳ| ଭିଏତନାମର ସ୍ୱତନ୍ତ୍ର ଅର୍ଥନୈତିକ ଅଞ୍ଚଳ ଦକ୍ଷିଣ ଚୀନ ସାଗରରେ ୪୧୭,୬୬୩ ବର୍ଗ କିଲୋମିଟର ଅନ୍ତର୍ଭୁକ୍ତ |
ଦକ୍ଷିଣ ଭିଏତନାମ ତିନି ଭାଗରେ ବିଭକ୍ତ , ଉପକୂଳ ନିମ୍ନଭୂମି, ଅନାମାଇଟ୍ ପର୍ବତଶୃଙ୍ଖଳା ଏବଂ ଘଞ୍ଚ ଜଙ୍ଗଲରେ ବିଭକ୍ତ | ଭିଏତନାମର ମାଳଭୂମି ବାସାଲ୍ଟ ମାଟିର ପାଞ୍ଚଟି ଅପେକ୍ଷାକୃତ ସମତଳ ମାଳଭୂମିରେ ଗଢ଼ା। ଏହି ଉଚ୍ଚଭୂମି ଦେଶର ଚାଷଜମିର ୧୬% ଏବଂ ସମୁଦାୟ ଜଙ୍ଗଲ ଜମିର ୨୨% ଅଟେ | ଭିଏତନାମର ଦକ୍ଷିଣ ଭାଗରେ ଥିବା ମାଟିରେ ପ୍ରଚୁର ଚାଷ ହେତୁ ପୋଷକ ତତ୍ତ୍ୱ ଅପେକ୍ଷାକୃତ କମ ଅଟେ |[୫]
ପ୍ରଶାସନିକ ବିଭାଜନସମ୍ପାଦନ କରନ୍ତୁ
ଭିଏତନାମକୁ ୫୮ଟି ପ୍ରଦେଶରେ ବିଭକ୍ତ କରାଯାଇଛି। ଏଠାରେ ପାଞ୍ଚଟି ପୌରସଂସ୍ଥା ମଧ୍ୟ ଅଛି ଯାହା ପ୍ରଶାସନିକ ସ୍ତରରେ ପ୍ରଦେଶରେ ସହ ସମାନ ।[୫]
ସରକାରସମ୍ପାଦନ କରନ୍ତୁ
ଭିଏତନାମ ଏକ ଐକିକ ମାର୍କ୍ସବାଦୀ-ଲେନିନ୍ବାଦୀ ଏକଦଳୀୟ ସମାଜବାଦୀ ଗଣତନ୍ତ୍ର । ଦକ୍ଷିଣ-ପୂର୍ବ ଏସିଆର ଦୁଇଟି ସାମ୍ୟବାଦୀ ରାଜ୍ୟ ମଧ୍ୟରୁ ଭିଏତନାମ ଗୋଟିଏ (ଅନ୍ୟଟି ଲାଓସ୍) | ଯଦିଓ ଭିଏତନାମ ଆନୁଷ୍ଠାନିକ ଭାବରେ ସମାଜବାଦ ପ୍ରତି ପ୍ରତିବଦ୍ଧ, ତଥାପି ଏହାର ଅର୍ଥନୈତିକ ନୀତି ପୁଞ୍ଜିବାଦ ଦିଗକୁ ଗତି କରୁଛି । ଦି ଇକୋନୋମିଷ୍ଟ ପତ୍ରିକା ଭିଏତନାମର ନେତୃତ୍ୱକୁ "ପୁଞ୍ଜିବାଦୀ କମ୍ୟୁନିଷ୍ଟ" ଭାବରେ ବର୍ଣ୍ଣନା କରିଛି। ସମ୍ବିଧାନ ଅନୁଯାୟୀ ଭିଏତନାମର କମ୍ୟୁନିଷ୍ଟ ପାର୍ଟି (ସିପିଭି) ଦେଶର ରାଜନୀତି ତଥା ସମାଜର ସମସ୍ତ ଶାଖାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ରାଷ୍ଟ୍ରପତି ହେଉଛନ୍ତି ନିର୍ବାଚିତ ରାଜ୍ୟ ମୁଖ୍ୟ ତଥା ସୈନ୍ୟବାହିନୀର ସେନାଧ୍ୟକ୍ଷ, ସର୍ବୋଚ୍ଚ ପ୍ରତିରକ୍ଷା ଏବଂ ସୁରକ୍ଷା ପରିଷଦର ଚେୟାରମ୍ୟାନ୍ । ପ୍ରଧାନମନ୍ତ୍ରୀ ହେଉଛନ୍ତି ସରକାରର ମୁଖ୍ୟ । ସେ ମନ୍ତ୍ରୀ ପରିଷଦର ଅଧ୍ୟକ୍ଷତା କରନ୍ତି। ପାଞ୍ଚ ଜଣ ଉପପ୍ରଧାନମନ୍ତ୍ରୀ ଏବଂ ୨୬ଟି ମନ୍ତ୍ରଣାଳୟ ଏବଂ ଆୟୋଗର ମୁଖ୍ୟଙ୍କୁ ନେଇମନ୍ତ୍ରୀ ପରିଷଦର ଗଠିତ ହୁଏ । ଭିଏତନାମରେ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କେବଳ ସିପିଭି ସହିତ ଜଡ଼ିତ କିମ୍ବା ଅନୁମୋଦିତ ରାଜନୈତିକ ସଂଗଠନଗୁଡିକ ଅନୁମତିପ୍ରାପ୍ତ।[୫]
ଜନସାଂଖ୍ୟିକୀସମ୍ପାଦନ କରନ୍ତୁ
୨୦୧୯ ଜନଗଣନା ଅନୁଯାୟୀ ଦେଶର ଜନସଂଖ୍ୟା ୯୬,୨୦୮,୯୮୪ ଥିଲା । ୨୦୧୯ ଜନଗଣନାକୁ ଆଧାର କରି ଭିଏତନାମ ଜନସଂଖ୍ୟାର ୬୫.୬% ଗ୍ରାମାଞ୍ଚଳରେ ରହୁଥିବାବେଳେ କେବଳ ୩୪.୪% ସହରାଞ୍ଚଳରେ ବାସ କରନ୍ତି। ସହରୀ ଜନସଂଖ୍ୟାର ହାରାହାରି ଅଭିବୃଦ୍ଧି ହାର ନିକଟରେ ବୃଦ୍ଧି ପାଇଛି ଯାହା ମୁଖ୍ୟତଃ ସ୍ଥାନାନ୍ତରଣ ଏବଂ ଦ୍ରୁତ ସହରୀକରଣ ପାଇଁ ଦାୟୀ | ଦୁଇଟି ଜନଜାତି ଭିଏଟ୍ ଓ କିନ୍ ୮୨,୦୮୫,୮୨୬ ଜଣ ବା ଜନସଂଖ୍ୟାର ୮୫.୩୨% |[୫]
ଆଧାରସମ୍ପାଦନ କରନ୍ତୁ
- ↑ Ủy ban khoa học xã hội Việt Nam (2008). Viet Nam Social Sciences (in ଇଂରାଜୀ). Committee for Social Sciences. p. 52. Retrieved 2020-11-04.
- ↑ Lockhart, B.M.; Duiker, W.J. (2006). Historical Dictionary of Vietnam. Historical Dictionaries of Asia, Oceania, and the Middle East. Scarecrow Press. p. 25. ISBN 978-0-8108-6505-1. Retrieved 2020-11-04.
- ↑ Fleagle, J.G.; Shea, J.J.; Grine, F.E.; Baden, A.L.; Leakey, R.E. (2010). Out of Africa I: The First Hominin Colonization of Eurasia. Vertebrate Paleobiology and Paleoanthropology. Springer Netherlands. p. 119. ISBN 978-90-481-9036-2. Retrieved 2020-11-04.
- ↑ Nguyen, C.T. (1997). Zen in Medieval Vietnam: A Study and Translation of the Thiè?n Uy??n T?p Anh. Classics in East Asian Buddhism. University of Hawaii Press. p. 367. ISBN 978-0-8248-1948-4. Retrieved 2020-11-04.
- ↑ ୫.୦ ୫.୧ ୫.୨ ୫.୩ "History, Population, Map, & Facts". Encyclopedia Britannica. Retrieved 2020-11-04.