ଲାଓସ୍ (ଆନୁଷ୍ଠାନିକ ଭାବରେ ଲାଓ ପିପୁଲ୍ସ ଡେମୋକ୍ରାଟିକ୍ ରିପବ୍ଲିକ୍), ଏକ ସମାଜବାଦୀ ରାଷ୍ଟ୍ର ଏବଂ ଦକ୍ଷିଣ ପୂର୍ବ ଏସିଆର ଏକମାତ୍ର ସ୍ଥଳଭାଗ ଘେରା ଦେଶ | ଇଣ୍ଡୋଚିନ୍ ଉପଦ୍ୱୀପର କେନ୍ଦ୍ରରେ ଲାଓସ୍ ଅବସ୍ଥିତ। ଏହାର ଉତ୍ତର ପଶ୍ଚିମ ଦିଗରେ ମିଆଁମାର ଏବଂ ଚୀନ, ପୂର୍ବରେ ଭିଏତନାମ, ଦକ୍ଷିଣ ପୂର୍ବରେ କାମ୍ବୋଡିଆ ଏବଂ ପଶ୍ଚିମ ଏବଂ ଦକ୍ଷିଣ ପଶ୍ଚିମ ଦିଗରେ ଥାଇଲ୍ୟାଣ୍ଡ ଅବସ୍ଥିତ|

ଇତିହାସସମ୍ପାଦନ କରନ୍ତୁ

 
ଲାନ୍ ଜାଙ୍ଗ ସାମ୍ରାଜ୍ୟର ପ୍ରତିଶ୍ଠାତାଙ୍କ ପ୍ରତିମୁର୍ତି

ବର୍ତ୍ତମାନର ଲାଓସର ଐତିହାସିକ ତଥା ସାଂସ୍କୃତିକ ପରିଚୟକୁ ଲାନ୍ ଜାଙ୍ଗ ସାମ୍ରାଜ୍ୟରୁ ଉଧୃତ୍ତ । ଏହି ସାମ୍ରାଜ୍ୟ ଚତୁର୍ଦ୍ଦଶ ଶତାବ୍ଦୀରୁ ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଦକ୍ଷିଣ ପୂର୍ବ ଏସିଆର ଅନ୍ୟତମ ବୃହତ୍ତମ ରାଜ୍ୟ ଭାବରେ ପରିଗଣିତ ଥିଲା। ଦକ୍ଷିଣ ପୂର୍ବ ଏସିଆରେ ଏହାର କେନ୍ଦ୍ରୀୟ ଭୌଗୋଳିକ ଅବସ୍ଥିତି ହେତୁ, ଲାଓସ୍ ସଡକ ପରିବହନ୍ ଓ ବାଣିଜ୍ୟର ଏକ କେନ୍ଦ୍ରସ୍ଥଳି ଥିଲ। ଏହା ଫଳରେ ଲାଓସର ଆର୍ଥିକ ଏବଂ ସାଂସ୍କୃତିକ ଅଭିବୃଦ୍ଧି ହେଲା । ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱ ପରେ, ଲାନ୍ ଜାଙ୍ଗ ତିନୋଟି ପୃଥକ ରାଜ୍ୟ - ଲୁଆଙ୍ଗ ଫ୍ରାବାଙ୍ଗ, ଭିଏଣ୍ଟିଆନ୍ ଏବଂ ଚମ୍ପାସକ୍ରେ ବିଭକ୍ତ ହେଲେ ।[୧] ୧୮୯୩ ମସିହାରେ, ଏହି ତିନୋଟି ଅଞ୍ଚଳ ଫରାସୀ ଉପନିବେଶ ଭାବରେ ଏକତ୍ରିତ ହେଲା ଯାହା ବର୍ତ୍ତମାନ ଲାଓସ୍ ଭାବରେ ଜଣାଶୁଣା । ଦ୍ୱିତୀୟ ବିଶ୍ୱଯୁଦ୍ଧ ଜାପାନୀ ଦଖଲ ପରେ ଏହା ୧୯୪୫ରେ ସ୍ୱଳ୍ପ ସମୟ ପାଇଁ ସ୍ୱାଧୀନତା ହାସଲ କଲା, କିନ୍ତୁ ଫ୍ରାନ୍ସ ଏହାକୁ ପୁନର୍ଧିକାର କଲ। ୧୯୫୩ରେ ଲାଓସ୍ ପୁନର୍ବାର ପୂର୍ଣ ସ୍ୱାଧୀନତା ହସଲ କଲା । ରାଜା ସିସାଭାଙ୍ଗ ଭୋଙ୍ଗଙ୍କ ଅଧୀନରେ ଏହା ଏକ ସାମ୍ବିଧାନିକ ରାଜତନ୍ତ୍ର ଭାବରେ ହୋଇଥିଲା। ମାତ୍ର ଏହା ପରେ ଗୃହଯୁଦ୍ଧ ଆରମ୍ଭ ହୋଇଥିଲା, ଯେଉଁଥିରେ ସୋଭିଏତ୍ ୟୁନିଅନ୍ଦ୍ୱାରା ସମର୍ଥିତ କମ୍ୟୁନିଷ୍ଟମାନେ ରାଜତନ୍ତ୍ର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲେ । ଯାହା ପରେ ଆମେରିକାଦ୍ୱାରା ସମର୍ଥିତ ସାମରିକ ଶାସନର ପ୍ରଭାବରେ ଆସିଥିଲା। ୧୯୭୫ରେ ଭିଏତନାମ ଯୁଦ୍ଧ ସମାପ୍ତ ହେବା ପରେ କମ୍ୟୁନିଷ୍ଟ ନେତା ପାଥେ ଲାଓ କ୍ଷମତାକୁ ଆସି ଗୃହଯୁଦ୍ଧକୁ ସମାପ୍ତ କରିଥିଲେ । ୧୯୯୧ ପର୍ଯ୍ୟନ୍ତ ଲାଓସ୍ ସୋଭିଏତ୍ ୟୁନିଅନର ସାମରିକ ଏବଂ ଅର୍ଥନୈତିକ ସହାୟତା ଉପରେ ନିର୍ଭରଶୀଳ ଥିଲା [୨]|

ଭୂଗୋଳସମ୍ପାଦନ କରନ୍ତୁ

 
ମେକୋଙ୍ଗ ନଦୀ

ଏହା ମୁଖ୍ୟତଃ ୧୪°ରୁ ୨୩° ଉତ୍ତର ଅକ୍ଷାଂଶ (ଏକ ଛୋଟ ଅଞ୍ଚଳ ୧୪° ଅକ୍ଷାଂଶର ଦକ୍ଷିଣରେ ସ୍ଥିତ) ଏବଂ ୧୦୦° ଏବଂ ୧୦୮° ପୂର୍ବ ଦ୍ରାଘିମା ମଧ୍ୟରେ ଅବସ୍ଥିତ | ଏହାର ସ୍ଥଳଭାଗ ଘନ ଜଙ୍ଗଲରେ ଘେରା ପ୍ରାୟତଃ ଦୁର୍ଗମ ପର୍ବତକୁ ନେଇ ଗଠିତ, ଯାହାର ସର୍ବୋଚ୍ଚ ଶିଖର ହେଉଛି ୨,୮୧୮ ମିଟର (୯,୨୪୫ ଫୁଟ) ଉଚ୍ଚ ଫୋ ବିୟା ପର୍ବତ । [୩]ଦେଶର କିଛି ଭାଗ ସମତଳ ଏବଂ ମାଳଭୂମି । ମେକୋଙ୍ଗ ନଦୀ ପଶ୍ଚିମ ସୀମାରେ ପ୍ରବାହିତ ହୁଏ ଯାହାକି ଥାଇଲାଣ୍ଡ ସହ ସୀମା ନିର୍ଧାରଣ କରେ। ଅନ୍ନାମାଇଟ୍ ଶୃଙ୍ଖଳାର ପର୍ବତଗୁଡିକ ଭିଏତନାମ ସହିତ ପୂର୍ବ ସୀମାରେ ସ୍ଥିତ। ଲାଓସର ଜଳବାୟୁ କ୍ରାନ୍ତୀୟ ଏବଂ ମୋୖସୁମୀ ବାୟୁଦ୍ୱାରା ପ୍ରଭାବିତ ହୁଏ ।[୪]

ଶାସନସମ୍ପାଦନ କରନ୍ତୁ

ଲାଓସ୍ ହେଉଛି ବିଶ୍ୱର ଏକମାତ୍ର ସମାଜବାଦୀ ରାଷ୍ଟ୍ର । ଏହା ଭାବରେ ସାମ୍ୟବାଦର ସମର୍ଥନ କରେ | ଏକମାତ୍ର ଆଇନଗତ ରାଜନୈତିକ ଦଳ ହେଉଛି ଲାଓ ପିପୁଲ୍ସ ରିଭୋଲ୍ୟୁସାରୀ ପାର୍ଟି (LPRP) । ଲାଓସର ଏକ ଦଳୀୟ ରାଜନୀତି ଯୋଗୁ ଦଳର ସାଧାରଣ ସମ୍ପାଦକ (ଦଳର ନେତା) ସରକାର ଉପରେ ନିୟନ୍ତ୍ରଣ ଏବଂ ଅଧିକାର ରଖନ୍ତି । ଦେଶର ବର୍ତ୍ତମାନ ମୁଖ୍ୟ ହେଉଛନ୍ତି ରାଷ୍ଟ୍ରପତି ବାଉନହଙ୍ଗ ଭୋରାଚିଥ, ଲାଓ ପିପୁଲ୍ସ ବିପ୍ଳବୀ ଦଳର ସାଧାରଣ ସମ୍ପାଦକ।[୫]

ଅର୍ଥନୀତିସମ୍ପାଦନ କରନ୍ତୁ

ଲାଓ ଅର୍ଥନୀତି ଏହାର ପଡ଼ୋଶୀ ଥାଇଲ୍ୟାଣ୍ଡ, ଭିଏତନାମ ଏବଂ ବିଶେଷ କରି ଚୀନ ସହିତ ପୁଞ୍ଜି ବିନିଯୋଗ ଏବଂ ବାଣିଜ୍ୟ ଉପରେ ନିର୍ଭର କରେ। ଥାଇଲ୍ୟାଣ୍ଡ ଏବଂ ଭିଏତନାମ ସହିତ ସୀମା ବାଣିଜ୍ୟ ଉପରେ ଆଧାର କରି ପାକ୍ସେ ସହର ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିଛି। ୨୦୦୯ରେ, ଆମେରିକାର ଓବାମା ପ୍ରଶାସନ ଲାଓସକୁ ଆନୁଷ୍ଠାନିକ ଭାବରେ କମ୍ୟୁନିଷ୍ଟ ଥିବା ସତ୍ତ୍ୱେ ମାର୍କ୍ସବାଦୀ - ଲେନିନବାଦି ରାଷ୍ଟ୍ର ନୁହେଁ ବୋଲି ଘୋଷଣା କରିଥିଲେ ଏବଂ ଆମେରିକାର ରପ୍ତାନି-ଆମଦାନୀ ବ୍ୟାଙ୍କରୁ ଆର୍ଥିକ ସହାୟତା ଗ୍ରହଣ କରୁଥିବା ଲାଓ କମ୍ପାନୀଗୁଡିକ ଉପରେ ପ୍ରତିବନ୍ଧକ ହଟାଇଥିଲେ। ନାମମାତ୍ର କୃଷି ଜିଡିପିର ଅଧା ଅଂଶ ଅଟେ ଏବଂ ଏହା ୮୦ ପ୍ରତିଶତ ନିଯୁକ୍ତି ଯୋଗାଇଥାଏ | ଦେଶର କେବଳ ୪.୦୧ ପ୍ରତିଶତ ଚାଷଜମି ଅଟେ ଏବଂ ଏଥିରୁ .୩୪ ପ୍ରତିଶତ ସ୍ଥାୟୀ ଫସଲ ଜମି ଭାବରେ ବ୍ୟବହୃତ ହୁଏ । ଲାଓସ୍ ଖଣିଜ ସମ୍ପଦରେ ଭରପୂର । ଧାତୁ ନିସ୍କାଶନ ଏକ ଗୁରୁତ୍ୱପୂର୍ଣ୍ଣ ଶିଳ୍ପ । ଏଥିସହ ଦେଶର ପ୍ରଚୁର ଜଳ ସମ୍ପଦ ଏବଂ ପାର୍ବତ୍ୟ ଅଞ୍ଚଳ ଏହାକୁ ବହୁ ପରିମାଣର ଜଳ ବିଦ୍ୟୁତ୍ ଶକ୍ତି ଉତ୍ପାଦନ ତଥା ରପ୍ତାନି କରିବାରେ ସକ୍ଷମ କରିଥାଏ। ପ୍ରାୟ 18,000 ମେଗାୱାଟର ସମ୍ଭାବ୍ୟ କ୍ଷମତା ମଧ୍ୟରୁ ପ୍ରାୟ 8,000 ମେଗାୱାଟ ଥାଇଲ୍ୟାଣ୍ଡ ଏବଂ ଭିଏତନାମକୁ ରପ୍ତାନି ପାଇଁ ପ୍ରତିଶୃତିବଦ୍ଧ ।[୫]

ଆଧାରସମ୍ପାଦନ କରନ୍ତୁ

  1. Stuart-Fox, M. (1998). The Lao Kingdom of Lān Xāng: Rise and Decline. White Lotus Press. p. 49. ISBN 978-974-8434-33-9. Retrieved 2020-11-13.
  2. Stuart-Fox, M.; Martin, S.F. (1997). A History of Laos. Cambridge University Press. p. 51. ISBN 978-0-521-59746-3. Retrieved 2020-11-13.
  3. "Mount Bia". Encyclopedia Britannica. Retrieved 2020-11-13.
  4. "Laos - Climate". Country Studies. Retrieved 2020-11-13.
  5. ୫.୦ ୫.୧ "Laos - History, Flag, Map, Capital, Population, & Facts". Encyclopedia Britannica. Retrieved 2020-11-13.