ସାପକାମୁଡ଼ା ଏକ ଆଘାତର ନାମ ଯାହା ସାପ କାମୁଡ଼ିବା ଯୋଗୁ ହୁଏ । ସାପର ଦୁଇ ଦାନ୍ତର କାମୁଡ଼ା ଯୋଗୁ ଏହି କ୍ଷୁଦ୍ର ଗର୍ତ୍ତ ଆଘାତ ହୁଏ । [୧] ଅନେକ ସମୟରେ ଏହି କାମୁଡ଼ିବା ଯୋଗୁ ବିଷାକ୍ତ ଇଞ୍ଜେକସନ ଦାନ୍ତଦ୍ୱାରା ଦେହକୁ ଯାଏ ।[୨] କାମୁଡ଼ା ସ୍ଥାନ ଲାଲ ଦେଖାଯାଏ, ଫୁଲିଯାଏ ଓ ଅସ‌ହ୍ୟ ଯନ୍ତ୍ରଣା ହୁଏ ଓ ଏହି ସବୁ ଲକ୍ଷଣ ବାହାରିବା ନିମନ୍ତେ ଏକ ଘଣ୍ଟା ଲାଗିପାରେ । ଏହା ଫଳରେ ବାନ୍ତି, ଦୃଷ୍ଟିଶକ୍ତି ହ୍ରାସ, ଅବୟବରେ ଝିମଝିମ ଅନୁଭବ ହୁଏ ।[୧][୩] ଅଧିକାଂଶ କାମୁଡ଼ା ଉପର ଅବୟବର ହାତ ବା ବାହୁରେ ଦେଖାଯାଏ ।[୩] କାମୁଡ଼ା ପରେ ଭୟ ଜାତ ହୁଏ, ଦୃତ ହୃତ୍ ସ୍ପନ୍ଦନ ଓ ମୂର୍ଚ୍ଛାଳିଆ ଅନୁଭବ ହୁଏ । [୩] ସାପବିଷ ବା ଭେନମ ଯୋଗୁ ରକ୍ତସ୍ରାବ, ବୃକ୍‌କ ଫେଲ, ଅତ୍ୟଧିକ ଆଲର୍ଜି, ତନ୍ତୁମୃତ୍ୟୁ ହୁଏ ଓ ଶ୍ୱାସକ୍ରିୟା ପ୍ରଭାବିତ ହୁଏ ।[୨][୧] ସାପକାମୁଡ଼ା ଫଳରେ ଅବୟବ ହାନୀ ବା ଅନ୍ୟ କ୍ରନିକ ଅସୁବିଧା ହୋଇପାରେ । [୨] କାମୁଡ଼ାର ଫଳାଫଳ ସାପର ପ୍ରକାର, କାମୁଡ଼ା ସ୍ଥାନ, ବିଷର ପରିମାଣ ଓ ରୋଗୀର ସ୍ୱାସ୍ଥ୍ୟାବସ୍ଥା ଉପରେ ନିର୍ଭର କରେ । [୪] ବଡ଼ ମଣିଷଙ୍କ ଅପେକ୍ଷା ପିଲାଙ୍କର ଅଧିକ କ୍ଷତି ହୁଏ । [୨]

ସାପକାମୁଡ଼ା
ଆଙ୍ଗୁଠିରେ ସାପକାମୁଡ଼ା ଚିହ୍ନ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିEmergency medicine
ଆଇସିଡ଼ି-୧୦T63.0, T14.1, W59 (nonvenomous), X20 (venomous)
ଆଇସିଡ଼ି-୯-ସିଏମ୍989.5, E905.0, E906.2
ରୋଗ ଡାଟାବେସ29733
ମେଡ଼ିସିନ-ପ୍ଲସ000031
ଇ-ମେଡ଼ିସିନmed/2143
MeSHD012909

ସାପମାନେ ନିଜ ସୁରକ୍ଷା ଓ ଖାଦ୍ୟ ନିମନ୍ତେ କାମୁଡ଼ନ୍ତି ।[୫] ଘରଠାରୁ ବାହାରେ ଯେପରିକି କ୍ଷେତରେ, ଜଙ୍ଗଲରେ ବା ଶ୍ରମିକ ଭାବେ ନିର୍ମାଣ ସ୍ଥାନରେ ଖାଲି ହାତ ବ୍ୟବ‌ହାର କରି କାମ କଲେ କାମୁଡ଼ା ସଙ୍କଟ ରହେ । [୨][୧] ବିଷ ପ୍ରୟୋଗକାରୀ ସାପ ମଧ୍ୟରେ ଏଲାପିଡି, ଭାଇପର ଓ ସାମୁଦ୍ରିକ ସାପ ପ୍ରଧାନ ।[୬] ଅଧିକାଂଶ ସାପଙ୍କର ବିଷ ନ ଥାଏ ଓ ସେମାନେ ଶିକାରକୁ ଚିପିକରି ମାରିଦିଅନ୍ତି ।[୩] ବିଷାକ୍ତ ସାପ ଆଣ୍ଟାର୍କଟିକା ମହାଦେଶକୁ ଛାଡ଼ି ବାକି ପୃଥିବୀର ସବୁ ସ୍ଥାନରେ ରହ‌ନ୍ତି । [୫] କାମୁଡ଼ିଥିବା ସାପର ପ୍ରକାର ଜାଣିବା ଅଧିକାଂଶ ସମୟରେ ସମ୍ଭବ ନୁହେଁ ।[୬] ସାପକାମୁଡ଼ାକୁ ଏକ ଅବ‌ହେଳିତ ରୋଗ ରୂପେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚୀବଦ୍ଧ କରିଛନ୍ତି । [୭]

ସାପକାମୁଡ଼ାର ଶିକାର ନ ହେବା ନିମନ୍ତେ ସୁରକ୍ଷାକାରୀ ଜୋତା ପିନ୍ଧିବା, ସାପଙ୍କ ସ୍ଥାନ ବର୍ଜନ କରିବା ଓ ସାପଙ୍କ ସ‌ହିତ ନ ଖେଳିବା ଇତ୍ୟାଦି ଉପଦେଶ ମାନିବା ଆବଶ୍ୟକ । ସାପର ପ୍ରକାର ଅନୁସାରେ ଚିକିତ୍ସା କରାଯାଏ ।[୧] କାମୁଡ଼ା ଜାଗାକୁ ସାବୁନ ପାଣିରେ ଭଲରୂପେ ଧୋଇ ଯଥା ସମ୍ଭବ ସ୍ଥିର ରଖିବା ଆବଶ୍ୟକ । [୧][୬] ସାପବିଷକୁ ଶୋଷିବା, ଛୁରୀରେ କାଟିବା ଓ କ୍ଷତ ଉପର ସ୍ଥାନ‌କୁ ([ଟ୍ୟୁନିକେଟ]) ବାନ୍ଧିବାକୁ ସୁପାରିସ କରାଯାଏ ନାହିଁ । [୧] ଆଣ୍ଟିଭେନମ ଦେଇ ମୃତ୍ୟୁ ମୁଖରୁ ରକ୍ଷା କରାଯାଇପାରେ କିନ୍ତୁ ଏହାର ପାର୍ଶ୍ୱପ୍ରତିକ୍ରିୟା ଥାଏ ।[୮][୨] ସାପ ଅନୁସାରେ ଆଣ୍ଟିଭେନମ ଆବଶ୍ୟକ ହୁଏ । ନିର୍ଦ୍ଦିଷ୍ଟ ସାପ ଚିହ୍ନା ନ ପଡ଼ିଲେ ସ୍ଥାନୀୟ ସାପ ଅନୁସାରେ ଆଣ୍ଟିଭେନମ ଦିଆଯାଏ । [୬] ପୃଥିବୀର ଅନେକ ସ୍ଥାନରେ ସଠିକ ଆଣ୍ଟିଭେନମ ମିଳେନାହିଁ ଓ ଏହି କାରଣରୁ ଅନେକ ସମୟରେ ଏହା କାର୍ଯ୍ୟକାରୀ ହୁଏ ନାହିଁ । ଏହି ଔଷଧର ଅତ୍ୟଧିକ ମୂଲ୍ୟ ମଧ୍ୟ ଏକ ଚିନ୍ତାର ବିଷୟ ।[୨] କାମୁଡ଼ା ସ୍ଥାନରେ ଆଣ୍ଟିଭେନମର କୌଣସି ପ୍ରଭାବ ନାହିଁ । ଶ୍ୱାସକ୍ରିୟା ସାହାଯ୍ୟକାରୀ ଯନ୍ତ୍ର ବେଳେ ବେଳେ ଦରକାର ହୁଏ । [୬]

ବାର୍ଷିକ ପ୍ରାୟ ୫ ନିୟୁତ ଲୋକଙ୍କୁ ସାପ କାମୁଡ଼େ । [୨] ଏହା ଫଳରେ ୨.୫ ନିଯୁତ ଲୋକ ସାପବିଷରେ ଆକ୍ରାନ୍ତ ହୁଅନ୍ତି ଓ ୨୦,୦୦୦ରୁ ୧୨୫,୦୦୦ ଲୋକଙ୍କର ମୃତ୍ୟୁ ହୁଏ । [୫][୨] ସ୍ଥଳ ବିଶେଷରେ ପୃଥିବୀରେ କାମୁଡ଼ା ହାର ପୃଥକ ହୁଏ ।[୫] ଏସିଆ, ଆଫ୍ରିକାଲାଟିନ ଆମେରିକାରେ ଅଧିକ ସାପ କାମୁଡ଼ା ରିପୋର୍ଟ ମିଳେ[୨] ଓ ଗ୍ରମୀଣ ଇଲାକାରେ ଅଧିକ ହୁଏ ।[୨] ଆମେରିକାରେ ପ୍ରତି ବର୍ଷ ପ୍ରାୟ ୭ରୁ ୮ ହଜାର ବିଷାକ୍ତ ସର୍ପ କାମୁଡ଼ନ୍ତି ।[୧] ଅଷ୍ଟ୍ରେଲିଆ, ୟୁରୋପଉତ୍ତର ଆମେରିକାରେ ଏହା ଯୋଗୁ କ୍ୱଚିତ ମୃତ୍ୟୁ ହୁଏ ।[୫][୯][୮]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Venomous Snakes". February 24, 2012. Retrieved 19 May 2015.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ "Animal bites Fact sheet N°373". World Health Organization. February 2015. Retrieved 19 May 2015.
  3. ୩.୦ ୩.୧ ୩.୨ ୩.୩ Gold, Barry S.; Richard C. Dart; Robert A. Barish (1 April 2002). "Bites of venomous snakes". The New England Journal of Medicine. 347 (5): 347–56. doi:10.1056/NEJMra013477. PMID 12151473.
  4. Marx, John A. (2010). Rosen's emergency medicine : concepts and clinical practice (7 ed.). Philadelphia: Mosby/Elsevier. p. 746. ISBN 9780323054720.
  5. ୫.୦ ୫.୧ ୫.୨ ୫.୩ ୫.୪ Kasturiratne, A; Wickremasinghe, AR; de Silva, N; Gunawardena, NK; Pathmeswaran, A; Premaratna, R; Savioli, L; Lalloo, DG; de Silva, HJ (4 November 2008). "The global burden of snakebite: a literature analysis and modelling based on regional estimates of envenoming and deaths". PLoS medicine. 5 (11): e218. doi:10.1371/journal.pmed.0050218. PMC 2577696. PMID 18986210.{{cite journal}}: CS1 maint: unflagged free DOI (link)
  6. ୬.୦ ୬.୧ ୬.୨ ୬.୩ ୬.୪ World Health Organization. "Neglected tropical diseases Snakebite". Retrieved 19 May 2015.
  7. WHO. "Neglected Tropical Diseases: Snakebite". WHO. WHO. Retrieved 21 May 2015.
  8. ୮.୦ ୮.୧ Gutiérrez, José María; Bruno Lomonte; Guillermo León; Alexandra Rucavado; Fernando Chaves; Yamileth Angulo (2007). "Trends in Snakebite Envenomation Therapy: Scientific, Technological and Public Health Considerations". Current Pharmaceutical Design. 13 (28): 2935–50. doi:10.2174/138161207782023784. PMID 17979738.
  9. Chippaux, J.P. (1998). "Snake-bites: appraisal of the global situation". Bulletin of the World Health Organization. 76 (5): 515–24. PMC 2305789. PMID 9868843.